ବାଲିକୁଦା,୧୭ା୮(ତାପସ ସ୍ବାଇଁ)ଜଗତ୍ସିଂହପୁର ଜିଲା ବାଲିକୁଦା ଥାନା ନାଗପୁର ପଞ୍ଚାୟତ ଗଦେଇଗିରି ଗଁାରେ ବୁଧବାର ସକାଳେ ଆଈଙ୍କୁ କଟୁରିରେ ହାଣି ନାତି ହତ୍ୟା କରିଛି। ହତ୍ୟା କରିବା ପରେ ଗଁାର ୨ ଜଣ ମହିଳା ଓ ଜଣେ ୬ ବର୍ଷର ଶିଶୁକୁ ମଧ୍ୟ କଟୁରିରେ ଆକ୍ରମଣ କରି ଆହତ କରିଛି। ଆହତଙ୍କ ମଧ୍ୟରେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ୬ ବର୍ଷର ଶିଶୁଟି ସାମାନ୍ୟ ଆହତ ହୋଇଛି। ଘଟଣା ଘଟାଇ ଅଭିଯୁକ୍ତ ଫେରାର ହୋଇଯିବାକୁ ବସିଥିବା ବେଳେ ଉତ୍ତ୍ୟକ୍ତ ଲୋକଙ୍କ ହାବୁଡ଼ରେ ଧରାପଡ଼ିଛନ୍ତି। ଲୋକେ ଥାନାକୁ ଜଣାଇବାରେ ପୋଲିସ ପହଞ୍ଚତ୍ ଅଭିଯୁକ୍ତଙ୍କୁ ନେଇ ଅଟକ ରଖିଛି।
ପୋଲିସ ସୂଚନା ମୁତାବକ, ଅଭିଯୁକ୍ତ ଜଣକ ହେଉଛନ୍ତି ଗଦେଇଗିରି ଗଁାର ଜୀବନ ଜ୍ୟୋତି ସାହୁ(୨୮)। ମୃତକ ହେଉଛନ୍ତି ଅଳାବୋଳ ପଞ୍ଚାୟତ ନରିଲୋ ଗଁାର ଶଙ୍କର ସାହୁଙ୍କ ପତ୍ନୀ ସଖି(୭୫)। ମୃତ ସଖୀଙ୍କ ହତ୍ୟାକାରୀ ହେଉଛନ୍ତି ନିଜ ବଡ଼ ଝିଅର ପୁଅ ନାତି ଜୀବନ। ଜୀବନ ଏକ ନାବାଳିକା ଅପହରଣ ଓ ତା’ ପ୍ରତି ଅସଦାଚରଣ କରିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିଲେ। ସେ ଆଳିପିଙ୍ଗଳ ଜେଲରେ ବିଚାରାଧୀନ କଏଦୀ ଥିବା ବେଳେ ଗତବର୍ଷ ଏପ୍ରିଲ ମାସରେ ଜେଲ ପାଚେରି ଡେଇଁ ଚମ୍ପଟ ମାରିଥିଲେ। ସେବେଠାରୁ ସେ ଫେରାର ଥିଲେ। ପୋଲିସ ଖୋଜୁଥିଲେ ମଧ୍ୟ ଜୀବନଙ୍କୁ ପାଇ ନ ଥିଲା। ବୁଧବାର ଜୀବନ ଆସି ଆଈ ସଖୀଙ୍କୁ କଟୁରିରେ ହାଣି ହତ୍ୟା କରିଛି। ଏଥିସହ ୨ ହେମ ଦାସ, ସନ୍ଧ୍ୟା ଦାସ ଓ ୬ ବର୍ଷର ଶିଶୁ କନ୍ୟା ଗୌରୀ ତାଙ୍କ ଆକ୍ରମଣରେ ଆହତ ହୋଇଛନ୍ତି। ମାମୁ ମା’ଙ୍କୁ ହତ୍ୟା ଓ ଏମାନଙ୍କୁ ଆକ୍ରମଣ ପରେ ଖସି ପଳାଇ ଯିବାକୁ ବସିଥିବା ବେଳେ ଉତ୍ତ୍ୟକ୍ତ ଲୋକେ ତାକୁ ମାଡ଼ି ବସି ଅଟକ ରଖିଥିଲେ। ଖବର ପାଇ ଆଇଆଇସି ସଲିଳ ପ୍ରଧାନ ପୋଲିସ ଟିମ ସହ ପହଞ୍ଚତ୍ ଅଭିଯୁକ୍ତ ଜୀବନଙ୍କୁ ଥାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛନ୍ତି। ଜୀବନ ହତ୍ୟାରେ ବ୍ୟବହାର କରିଥିବା କଟୁରିକୁ ପୋଲିସ ଜବତ କରିଛି। ଅନ୍ୟପକ୍ଷରେ ତାର ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇଥିବା ସନ୍ଧ୍ୟା ଓ ହେମଙ୍କୁ ବାଲିକୁଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଜଗତ୍ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଆହତ ଶିଶୁକନ୍ୟାର ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି। ପୋଲିସ ମୃତଦେହକୁ ଜବତ କରି ଜଗତ୍ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତା ସଖୀଙ୍କ ପୁଅ, ଅଭିଯୁକ୍ତ ଜୀବନଙ୍କ ମାମୁ ଲକ୍ଷ୍ମୀଧରଙ୍କ ଅଭିଯୋଗକ୍ରମେ ଥାନାରେ ନଂ. ୪୨୦/୨୩ରେ ହତ୍ୟା ମାମଲା ରୁଜୁ ହୋଇଛି। ଏସ୍ଡିପିଓ ରମେଶ ସିଂ ଘଟଣା ସ୍ଥଳରେ ପହଞ୍ଚତ୍ ପାରିପାଶ୍ୱିକ ସ୍ଥିତ ଅନୁଧ୍ୟାନ କରି ଫେରି ଯାଇଛନ୍ତି।
Posted inHome, Home Left, ଆମ ଜିଲା ଖବର, ଜଗତ୍ସିଂହପୁର View All
IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍ଦାର ବିଜୟ ଦେଲେ ସମୀର ରିଜଭୀ…
ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…
ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…
ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…
ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…
ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍ ଇଣ୍ଡଷ୍ଟ୍ରିଜ୍। ମଙ୍ଗଳବାର ଅପରାହ୍ନ ପ୍ରାୟ…
ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’
ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…
ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ
ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…
ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…
ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…
ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…
ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…
ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…
ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍ପି ଶୁଭେନ୍ଦୁ କୁମାର ପାତ୍ର…
Archives

