Posted inଜାତୀୟ

ଅଭିଭାଷଣ ନ ପଢ଼ି ବିଧାନସଭା ଛାଡ଼ିଲେ ରାଜ୍ୟପାଳ

ଚେନ୍ନାଇ, ୧୩।୨: ତାମିଲନାଡ଼ୁର ରାଜ୍ୟପାଳ ଆର. ଏନ. ରବି ସୋମବାର ବିଧାନସଭା ଅଧିବେଶନ ପ୍ରାରମ୍ଭରେ ନିଜ ଅଭିଭାଷଣ ରଖିବାକୁ ମନାକରି ଗୃହ ଛାଡ଼ି ଚାଲି ଆସିବାରୁ ବିବାଦ ଦେଖାଯାଇଛି। ତାମିଲନାଡ଼ୁର ଡିଏମକେ ସରକାର ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏହି ଅଭିଭାଷଣରେ ଭ୍ରମାତ୍ମକ ତଥ୍ୟ ଥିବା ଅଭିଯୋଗ କରି ରାଜ୍ୟପାଳ ବିଧାନସଭା ଛାଡ଼ି ଚାଲିଯାଇଥିଲେ। ତେବେ ରାଜ୍ୟପାଳ ଯିବା ପରେ ତାଙ୍କ ବଦଳରେ ସମ୍ପୂର୍ଣ୍ଣ ଅଭିଭାଷଣକୁ ପଢ଼ିଥିଲେ ବାଚସ୍ପତି ଏମ. ଅପ୍ପାବୁ। ରାଜ୍ୟପାଳଙ୍କ କିଛି ପ୍ରତିକ୍ରିୟାକୁ ବିଧାନସଭାର ରେକର୍ଡରୁ ବାଦ ଦିଆଯାଇଥିବା ନେଇ ସେ ସୂଚନା ଦେଇଥିଲେ। ଅଭିଭାଷଣ ରଖୁଥିବା ସମୟରେ ବାଚସ୍ପତିଙ୍କ ଦ୍ୱାରା ରାଜ୍ୟପାଳଙ୍କୁ ନାଥୁରାମ ଗଡ୍‌ସେଙ୍କ ସମର୍ଥକ ଭାବେ କଟାକ୍ଷ କରାଯାଇଥିବାରୁ ବିଧାନସଭାର ଗରିମାକୁ ଦୃଷ୍ଟିରେ ରଖି ଅଧା ଅଭିଭାଷଣ ପଢ଼ି ରାଜ୍ୟପାଳ ଗୃହରୁ ଚାଲିଆସିଥିବା ରାଜଭବନ ତରଫରୁ କୁହାଯାଇଛି। ସେହିପରି ରାଜ୍ୟପାଳଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଅଭିଭାଷଣରେ ଅନେକ ଭୁଲ ତଥ୍ୟ ଥିବା ରାଜଭବନ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି। ତେବେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ହୋଇିଥିବା ତଥ୍ୟ ସମ୍ପୂର୍ଣ୍ଣ ଠିକ ହୋଇଥିବା କହିଛି ଡିଏମ୍‌କେ। ଲଗାତର ଭାବେ ବିଭିନ୍ନ କ୍ଷେତ୍ରରେ କେନ୍ଦ୍ର ପକ୍ଷରୁ ଅବହେଳା କରାଯାଉଥିବା ଦଳ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ତାମିଲନାଡ଼ୁରେ ଲଗାତର ଦ୍ୱିତୀୟ ବର୍ଷ ପାଇଁ ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ବିବାଦ ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାକ୍ଷରତା ହାରରେ ୨୮ତମ ସ୍ଥାନରେ ଓଡ଼ିଶା, ଜାଣନ୍ତୁ ପ୍ରଥମ ସ୍ଥାନରେ କିଏ…

ଭୁବନେଶ୍ୱର,୧୨ା୫(ସୁଚିସ୍ମିତା ସାହୁ): ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ୨୮ ରାଜ୍ୟ ଓ ୮ କେନ୍ଦ୍ରଶାସିତ ଅଞ୍ଚଳର ସାକ୍ଷରତା ହାର ପ୍ରକାଶ ପାଇଛି। ଓଡ଼ିଶା ୨୮ ନମ୍ବର…

ପିସିଆର କର୍ମଚାରୀ ଶିଖିବେ ଆଚାର ସଂହିତା

ଭୁବନେଶ୍ୱର,୧୨ା୫(ତ୍ରିନାଥ ମହାନ୍ତି): ଆଇନଶୃଙ୍ଖଳା ଓ ଅପରାଧ ରୋକିବାରେ ପ୍ରମୁଖ ଭୂମିକା ନେଇଥାନ୍ତି ଥାନା ପିସିଆର୍‌ କର୍ମଚାରୀ। ଥାନା କିମ୍ବା କଣ୍ଟ୍ରୋଲ ରୁମ୍‌କୁ ଖବର ଯିବା ମାତ୍ରେ ସେମାନେ…

ପୂର୍ବତନ ଟିଏମସି ମନ୍ତ୍ରୀ ସୁଜିତ ବୋଷ ଗିରଫ: ନିଯୁକ୍ତି ଦୁର୍ନୀତି ମାମଲାରେ ବାନ୍ଧିଲା ED

କୋଲକାତା,୧୧।୫: ପଶ୍ଚିମବଙ୍ଗରେ ପୌରପାଳିକା ନିଯୁକ୍ତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପୂର୍ବତନ ଟିଏମସି ମନ୍ତ୍ରୀ ସୁଜିତ ବୋଷଙ୍କୁ ଗିରଫ କରିଛି। ଘଣ୍ଟା ଘଣ୍ଟା ଧରି କଠୋର…

ଗୁଳିକାଣ୍ଡ ଘଟଣାରେ ଡିଆଇଜିଙ୍କ ରାୟଗଡ଼ା ଗସ୍ତ: ସ୍ଥିତି ଉପରେ ଅନୁଧ୍ୟାନ

ଗୁଣପୁର,୧୧।୫( ସୁଜାତା ପାଢ଼ୀ):ରାୟଗଡ଼ା ଗୁଳିକାଣ୍ଡ ଘଟଣା ପରେ ଦକ୍ଷିଣ ପଶ୍ଚିମlଞ୍ଚଳ ଡିଆଇଜି ଡ. କନୱର ବିଶାଲ ସିଂ ସୋମବାର ପହଞ୍ଚି ପରିସ୍ଥିତି ଉପରେ ଅନୁଧ୍ୟାନ କରିଛନ୍ତି। ଅପରାଧୀମାନଙ୍କୁ…

ଦିଗହରା ହେଉଛି ପ୍ଲାଷ୍ଟିକ ମୁକ୍ତ ଅଭିଯାନ: ପୁତ୍ତିମୟ ଗନ୍ଧରେ ଫାଟୁଛି ଡଷ୍ଟବିନ୍‌

ଦାରିଙ୍ଗବାଡି, ୧୧।୫ (ଅରୁଣ ସାହୁ):ଓଡିଶାର ପର୍ଯ୍ୟଟନ କ୍ଷେତ୍ର ଦାରିଙ୍ଗବାଡି ରାଜ୍ୟ ତଥା ରାଜ୍ୟ ବାହାରେ ପରିଚିତ ଏହାକୁ ବିଶ୍ବସ୍ତରୀୟ ପର୍ଯ୍ୟଟନ କ୍ଷେତ୍ର କରାଯିବାକୁ ଏବେ ରାଜ୍ୟ ସରକାର…

ଶୁଭେନ୍ଦୁ ସରକାରଙ୍କ ବଡ଼ ନିଷ୍ପତ୍ତି: ମହିଳାଙ୍କୁ ମିଳିବ ୩୦୦୦ ଟଙ୍କା, ମାଗଣା ବସ୍‌ ଯାତ୍ରା

କୋଲକାତା,୧୧।୫: ରାଜ୍ୟ ସରକାରଙ୍କ ଜଣେ ଅଧିକାରୀ ସୋମବାର କହିଛନ୍ତି ଯେ, ବଙ୍ଗଳା ସରକାରଙ୍କ “ଅନ୍ନପୂର୍ଣ୍ଣା ଭଣ୍ଡାର” ଯୋଜନା ଅଧୀନରେ, ଜୁନ ୧ ତାରିଖରୁ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରେ…

ପ୍ରତିଶ୍ରୁତି ପୂରଣ କରିଲାନି ପ୍ରଶାସନ, ଶତାଧିକ ମହିଳା, ପୁରୁଷ ଏକାଠି ହୋଇ…

ମୋହନା,୧୧।୫( ମନ୍ମଥ ମିଶ୍ର ) : ପ୍ରତିଶ୍ର୍ରୁତି ପୂରଣ କରିଲାନି ପ୍ରଶାସନ। ପ୍ରକଳ୍ପ କାମ ବନ୍ଦ କଲେ ବିସ୍ଥାପିତ ଅଞ୍ଚଳବାସୀ । ଦୀର୍ଘ ବର୍ଷଧରି ଚାଲୁ ରହିଥିବା…

ବ୍ଲକ ପ୍ରଶାସନର ନାକ ତଳେ ନିୟମକୁ ‘ଫୁ’: ଅଧପନ୍ତରିଆ ସଭାଗୃହ, ପଚାରିଲେ ଅଧିକାରୀ କହୁଛନ୍ତି ଏମିତି…

ଥୁଆମୂଳ ରାମପୁର, ୧୧ା୫ (ଦୁର୍ଗା କୀର୍ତ୍ତି) : ସରକାରୀ ନିୟମକୁ ଜଳାଞ୍ଜଳି ଦେଇ ଖୋଦ ବ୍ଲକ ପ୍ରଶାସନର ଆଖି ସାମ୍ନାରେ ଚାଲିଛି ମନମୁଖୀ କାର୍ଯ୍ୟ। କଳାହାଣ୍ଡି ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri