Odisha Elections 2024
Posted inଜାତୀୟ

ଅଭିଭାଷଣ ନ ପଢ଼ି ବିଧାନସଭା ଛାଡ଼ିଲେ ରାଜ୍ୟପାଳ

ଚେନ୍ନାଇ, ୧୩।୨: ତାମିଲନାଡ଼ୁର ରାଜ୍ୟପାଳ ଆର. ଏନ. ରବି ସୋମବାର ବିଧାନସଭା ଅଧିବେଶନ ପ୍ରାରମ୍ଭରେ ନିଜ ଅଭିଭାଷଣ ରଖିବାକୁ ମନାକରି ଗୃହ ଛାଡ଼ି ଚାଲି ଆସିବାରୁ ବିବାଦ ଦେଖାଯାଇଛି। ତାମିଲନାଡ଼ୁର ଡିଏମକେ ସରକାର ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏହି ଅଭିଭାଷଣରେ ଭ୍ରମାତ୍ମକ ତଥ୍ୟ ଥିବା ଅଭିଯୋଗ କରି ରାଜ୍ୟପାଳ ବିଧାନସଭା ଛାଡ଼ି ଚାଲିଯାଇଥିଲେ। ତେବେ ରାଜ୍ୟପାଳ ଯିବା ପରେ ତାଙ୍କ ବଦଳରେ ସମ୍ପୂର୍ଣ୍ଣ ଅଭିଭାଷଣକୁ ପଢ଼ିଥିଲେ ବାଚସ୍ପତି ଏମ. ଅପ୍ପାବୁ। ରାଜ୍ୟପାଳଙ୍କ କିଛି ପ୍ରତିକ୍ରିୟାକୁ ବିଧାନସଭାର ରେକର୍ଡରୁ ବାଦ ଦିଆଯାଇଥିବା ନେଇ ସେ ସୂଚନା ଦେଇଥିଲେ। ଅଭିଭାଷଣ ରଖୁଥିବା ସମୟରେ ବାଚସ୍ପତିଙ୍କ ଦ୍ୱାରା ରାଜ୍ୟପାଳଙ୍କୁ ନାଥୁରାମ ଗଡ୍‌ସେଙ୍କ ସମର୍ଥକ ଭାବେ କଟାକ୍ଷ କରାଯାଇଥିବାରୁ ବିଧାନସଭାର ଗରିମାକୁ ଦୃଷ୍ଟିରେ ରଖି ଅଧା ଅଭିଭାଷଣ ପଢ଼ି ରାଜ୍ୟପାଳ ଗୃହରୁ ଚାଲିଆସିଥିବା ରାଜଭବନ ତରଫରୁ କୁହାଯାଇଛି। ସେହିପରି ରାଜ୍ୟପାଳଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଅଭିଭାଷଣରେ ଅନେକ ଭୁଲ ତଥ୍ୟ ଥିବା ରାଜଭବନ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି। ତେବେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ହୋଇିଥିବା ତଥ୍ୟ ସମ୍ପୂର୍ଣ୍ଣ ଠିକ ହୋଇଥିବା କହିଛି ଡିଏମ୍‌କେ। ଲଗାତର ଭାବେ ବିଭିନ୍ନ କ୍ଷେତ୍ରରେ କେନ୍ଦ୍ର ପକ୍ଷରୁ ଅବହେଳା କରାଯାଉଥିବା ଦଳ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ତାମିଲନାଡ଼ୁରେ ଲଗାତର ଦ୍ୱିତୀୟ ବର୍ଷ ପାଇଁ ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ବିବାଦ ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦଳ ହେବ ଆଇପିଏଲ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ହେଡେନ୍‌

ନୂଆଦିଲ୍ଲୀ,୧୭।୫: ଅଷ୍ଟ୍ରେଲୀୟ ପୂର୍ବତନ କିମ୍ବଦନ୍ତୀ ମାଥ୍ୟୁ ହେଡେନ ଆଇପିଏଲ ୨୦୨୪ ବିଜେତା ସମ୍ବନ୍ଧରେ ପୂର୍ବାନୁମାନ କରିଛନ୍ତି। ଏକ ସାକ୍ଷାତକାରରେ ହେଡେନ ରାଜସ୍ଥାନ ଏଥର କପ୍‌ ନେବ...

Video: ସ୍ୱାତୀ ମାଲିୱାଲଙ୍କୁ ଏହିପରି ଦୁର୍ବ୍ୟବହାର କରିଥିଲେ ବୈଭବ କୁମାର

ନୂଆଦିଲ୍ଲୀ,୧୭।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ଦଳର ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କ ସହ ଅସଦାଚରଣ ମାମଲାରେ ପୋଲିସ ଏଫଆଇଆର ପଞ୍ଜିକରଣ କରିଛି। ଏହି...

କୋଭାକ୍ସିନ ନେବାର ବର୍ଷେ ପରେ ୩୦% ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ

ନୂଆଦିଲ୍ଲୀ,୧୭/୫:ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା କମ୍ପାନୀ ପ୍ରସ୍ତୁତ କୋଭିଶିଲ୍ଡ ଟିକା ନେଇଥିବା ଲୋକଙ୍କଠାରେ ରକ୍ତ ଜମାଟ ବାନ୍ଧିବା ଓ ପ୍ଲେଟ୍‌ଲେଟ୍‌ କାଉଣ୍ଟ କମିଯିବା ଭଳି ବିରଳ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଥିବା...

”୭-୮ ଚାପୁଡ଼ା, ଛାତି, ପେଟକୁ ଗୋଇଠା ମାରିଲେ”: FIR’ରେ ଲେଖିଲେ ସ୍ୱାତୀ ମାଲିୱାଲ

ନୂଆଦିଲ୍ଲୀ,୧୭।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ଦଳର ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କ ସହ ଅସଦାଚରଣ ମାମଲାରେ ପୋଲିସ ଏଫଆଇଆର ପଞ୍ଜିକରଣ କରିଛି। କେଜ୍ରିୱାଲଙ୍କ...

ତାସ ଭଳି ଅଲଗା ହୋଇଗଲେଣି ବିରୋଧୀ, ବାରାବାଙ୍କିରେ ମୋଦିଙ୍କ ଟାର୍ଗେଟ

ନୂଆଦିଲ୍ଲୀ,୧୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଉତ୍ତରପ୍ରଦେଶର ବାରବାଙ୍କି ଠାରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିଛନ୍ତି। ଏଠାରେ ସେ କଂଗ୍ରେସ ଏବଂ ସମାଜବାଦୀ ପାର୍ଟିକୁ...

ମହାରାଷ୍ଟ୍ରକୁ ନେଇ ବଡ ଭବିଷ୍ୟବାଣୀ କଲେ ଉଦ୍ଧବ ଠାକରେ

ମୁମ୍ବାଇ,୧୭।୫: ନିର୍ବାଚନ ପରିବେଶ ମଧ୍ୟରେ ଶିବସେନା (ୟୁବିଟି ଦଳ) ମୁଖ୍ୟ ଉଦ୍ଧବ ଠାକରେ ଏକ ବଡ଼ ଦାବି କରିଛନ୍ତି। ସେ ଆଶା କରୁଛନ୍ତି ଯେ ୨୦୨୪...

ରତନ ଟାଟାଙ୍କ ଏୟାର ଇଣ୍ଡିଆ ବିରୋଧରେ ମାମଲା ଚାଲିପାରିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୭ା୫: ଏୟାର ଇଣ୍ଡିଆ ଲିମିଟେଡ ସମ୍ବନ୍ଧରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ମେ’ ୧୬ରେ ସୁପ୍ରିମକୋର୍ଟ କହିଛନ୍ତି, ଜାନୁଆରୀ ୨୦୨୨ରେ ଏୟାର...

ଓଡ଼ିଶା ପାଇଁ ଭାଜପା ଖୋଜୁଛି ମୁଖ୍ୟମନ୍ତ୍ରୀ ଫେସ୍‌, ଆଗରେ ଅଛନ୍ତି ଧର୍ମେନ୍ଦ୍ରଙ୍କ ସମେତ ଏସବୁ ନେତା

ନୂଆଦିଲ୍ଲୀ/ଭୁବନେଶ୍ୱର,୧୭।୫: ଲୋକ ସଭା ନିର୍ବାଚନ ସହିତ ଓଡ଼ିଶାରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେଉଛି। ରାଜ୍ୟରେ ନିର୍ବାଚନରେ ଭାଜପା ଜୋରଦାର ପ୍ରତିଦ୍ୱନ୍ଦ୍ୱିତା କରୁଛି। କାରଣ ବିଜୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri