୫ ଲକ୍ଷ ଟନ୍‌ ପିଆଜ କିଣିବେ ସରକାର

ଭୁବନେଶ୍ୱର,୨୪ା୬(ଅନୁରାଧା ମହାରଣା): ପିଆଜର ମୂଲ୍ୟ ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବଫର୍‌ ଷ୍ଟକ ପାଇଁ ସରକାର ପ୍ରାୟ ୭୧,୦୦୦ ଟନ ପିଆଜ କିଣିଛନ୍ତି। ଉପଭୋକ୍ତା ବ୍ୟାପାର ବିଭାଗର ତଥ୍ୟ ଅନୁଯାୟୀ ଶୁକ୍ରବାର ପିଆଜର ହାରାହାରି ଖୁଚୁରା ମୂଲ୍ୟ ୩୮.୬୭ ଟଙ୍କା ଥିବାବେଳେ ବର୍ତ୍ତମାନ ପିଆଜ ମୂଲ୍ୟ ୪୦ ଟଙ୍କା ଅତିକ୍ରମ କରିଛି। ମୂଲ୍ୟ ସ୍ଥିର ରଖିବା ପାଇଁ ସରକାର ଚଳିତ ବର୍ଷ ୫ ଲକ୍ଷ ଟନ ପିଆଜ କିଣିବାକୁ ଲକ୍ଷ୍ୟ ରଖିଛନ୍ତି।

ଦେଶର ଅଧିକାଂଶ ସ୍ଥାନରେ ମୌସୁମୀର ଅଗ୍ରଗତି ସହିତ ଖୁଚୁରା ମୂଲ୍ୟ ମଧ୍ୟ ହ୍ରାସ ପାଇବ। ଉପଭୋକ୍ତା ବ୍ୟାପାର ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଜୁନ ୨୦ ପର୍ଯ୍ୟନ୍ତ କେନ୍ଦ୍ର ସରକାର ବଫର୍‌ ଷ୍ଟକ ଭାବରେ ୭୦,୯୮୭ ଟନ ପିଆଜ କିଣିଛନ୍ତି। ଗତ ବର୍ଷ ସମାନ ଅବଧିରେ ୭୪,୦୭୧ ଟନ ପିଆଜ କ୍ରୟ କରାଯାଇଥିଲା। ସେ କହିଛନ୍ତି ଯେ ପ୍ରବଳ ଉତ୍ତାପ ଏବଂ କମ୍‌ ବର୍ଷା ହେତୁ ଚଳିତ ବର୍ଷ ରବି ଉତ୍ପାଦନରେ ପ୍ରାୟ ୨୦ ପ୍ରତିଶତ ହ୍ରାସ ହେବାର ସମ୍ଭାବନା ରହିଛି।

ପିଆଜର ମୂଲ୍ୟ ବୃଦ୍ଧି ପାଇଁ ଏହି କାରଣଗୁଡିକ ମଧ୍ୟ ଦାୟୀ ବୋଲି ବିବେଚନା କରାଯାଏ। ଏହା ସତ୍ତ୍ୱେ ଚଳିତ ବର୍ଷ ବଫର ପିଆଜ କ୍ରୟ କରିବାର ଗତି ବୃଦ୍ଧି କରାଯାଇଛି। ପିଆଜ ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏହି ବଫର ଷ୍ଟକ ବ୍ୟବହାର କରିବେ। ପିଆଜ ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ପୂର୍ବରୁ ୪୦ ପ୍ରତିଶତ ରପ୍ତାନି ଶୁଳ୍କ ଲାଗୁ କରାଯାଇଥିଲା। ଏହା ପରେ ଅକ୍ଟୋବର ୨୦୨୪ରେ ସର୍ବନିମ୍ନ ରପ୍ତାନି ମୂଲ୍ୟ ଟନ ପିଛା ୮୦୦ ଡଲାର କରାଯାଇଥିଲା। ଡିସେମ୍ବର ୮, ୨୦୨୩ ରେ ରପ୍ତାନି ଉପରେ କଟକଣା ଲଗାଯାଇଥିଲା। ଏସବୁ ସତ୍ତ୍ୱେ ପିଆଜର ଲାଗାତର ଦର ବୃଦ୍ଧି ଖାଉଟିଙ୍କୁ ଚିନ୍ତାରେ ପକାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ବଜାରରେ ବଡ଼ ହଲଚଲ: ଜାରି ହେଲା ପେଟ୍ରୋଲ- ଡିଜେଲର ନୂଆ ଦାମ୍‌,ଦେଖନ୍ତୁ…

ନୂଆଦିଲ୍ଲୀ,୬।୮: ସରକାରୀ ତେଲ କମ୍ପାନୀଗୁଡ଼ିକ ଆଜି ଅର୍ଥାତ୍‌ ଅଗଷ୍ଟ ୬ ତାରିଖ ପାଇଁ ପେଟ୍ରୋଲ ଏବଂ ଡିଜେଲର ତାଜା ଦାମ୍‌ ଜାରି କରିଛନ୍ତି। ଆଜି ଦେଶର ଅଧିକାଂଶ…

ଫିଲ୍ମ ନା ଆଉ କିଛି…କେଉଁଥିରୁ ଏତେଟଙ୍କା କମାନ୍ତି ଉଦୟନିଧି ଷ୍ଟାଲିନ୍‌? ଜାଣନ୍ତୁ ନେଟଓ଼୍ବର୍ଥ

ନୂଆଦିଲ୍ଲୀ,୫।୮: ତାମିଲନାଡୁ ରାଜନୀତିରେ ଆଜିକାଲି ପ୍ରବଳ ହଲଚଲ ଦେଖିବାକୁ ମିଳୁଛି। ତାଞ୍ଜାଭୁରରେ ଆୟୋଜିତ ଏକ ଜନସଭା ସମୟରେ ଅଭିନେତ୍ରୀ ତ୍ରିଷା କୃଷ୍ଣନଙ୍କୁ ନେଇ ଦିଆଯାଇଥିବା ବିବାଦୀୟ ବକ୍ତବ୍ୟ…

କେବେ ମାର୍କେଟକୁ ଆସିବ ପ୍ଲାଷ୍ଟିକ୍‌ ନୋଟ୍‌? RBI ଗଭର୍ନର କହିଦେଲେ ଲଞ୍ଚ୍‌ ଡେଟ୍‌

ନୂଆଦିଲ୍ଲୀ,୫।୮: ଆପଣ ମଧ୍ୟ ଶୁଣିଛନ୍ତି କି ଯେ ଖୁବ୍‌ଶୀଘ୍ର ଭାରତରେ କାଗଜ ନୋଟ୍ ବଦଳରେ ପ୍ଲାଷ୍ଟିକ୍ (ପଲିମର୍) ନୋଟ୍ ଚାଲିବାକୁ ଯାଉଛି? ଯଦି ଆପଣଙ୍କ ମନରେ ମଧ୍ୟ…

ଅନଲାଇନ ପେମେଣ୍ଟବେଳେ ଏକ୍ସଟ୍ରା ଚାର୍ଜ ଲାଗିଲେ କେତେ ଲୋକ ଛାଡିଦେବେ UPI? ସର୍ଭେରେ ବଡ଼ ଖୁଲାସା

ନୂଆଦିଲ୍ଲୀ,୫।୮: ଭାରତରେ ୟୁପିଆଇ (UPI) ଏବେ ଏକ ନୂଆ ପ୍ରସ୍ତାବକୁ ନେଇ ବେଶ ଚର୍ଚ୍ଚାରେ ଅଛି। ପ୍ରକୃତରେ ସରକାର ଡିଜିଟାଲ୍ ପେମେଣ୍ଟ ସହିତ ଜଡ଼ିତ ଆଇନରେ ପରିବର୍ତ୍ତନ…

RBIର ବଡ଼ ନିଷ୍ପତ୍ତି, ଅପରିବର୍ତ୍ତିତ ରହିଲା ରେପୋ ରେଟ୍‌; ଋଣଗ୍ରାହକଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୫।୮: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ମୌଦ୍ରିକ ନୀତି କମିଟି (MPC) ବୈଠକ ପରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଆରବିଆଇ ରେପୋ ରେଟ୍‌କୁ ୫.୨୫ ପ୍ରତିଶତରେ…

ଗ୍ରାହକଙ୍କ ପାଇଁ ଖୁସି ଖବର: ଶସ୍ତା ହୋଇଯିବ ପେଟ୍ରୋଲ-ଡିଜେଲ! ହ୍ରାସ ପାଇଲା…

ନୂଆଦିଲ୍ଲୀ,୫।୮: ଆଜି ବିଶ୍ୱ ବଜାରରେ ଅଶୋଧିତ ତୈଳ (କ୍ରୁଡ ଅଏଲ) ଦରରେ ବଡ଼ ଧରଣର ହ୍ରାସ ଦେଖାଯାଇଛି। ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା କୂଟନୈତିକ ଆଲୋଚନା…

ସୁୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ଏମାନଙ୍କୁ ଆଉ ମିଳିବନି ପେଟ୍ରୋଲ…

ନୂଆଦିଲ୍ଲୀ,୪।୮: ବିନା ଥାର୍ଡ ପାର୍ଟି ବୀମାରେ ଚାଲୁଥିବା ଗାଡ଼ିକୁ ନେଇ କଠୋର ହେଲେ ସୁପ୍ରିମକୋର୍ଟ। ଅଦାଲତ କହିଛନ୍ତି ଯେଉଁ ଗାଡ଼ିଗୁଡ଼ିକର ବୈଧ ଥାର୍ଡ ପାର୍ଟି ବୀମା ନାହିଁ…

ଆସନ୍ତାକାଲି ଠାରୁ ମିଳିବ ଶୁଦ୍ଧ ପେଟ୍ରୋଲ? E20ରୁ ମିଳିବ ମୁକ୍ତି, ବଡ଼ ବୟାନ ଦେଲେ ସରକାର…

ନୂଆଦିଲ୍ଲୀ,୪।୮:: ଗତ କିଛି ଦିନ ଧରି, ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛି ଯେ, ସରକାର E20 ପେଟ୍ରୋଲକୁ ପର୍ଯ୍ୟାୟକ୍ରମେ ବନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri