ଭାଙ୍ଗିରୁଜି ଗଲାଣି ସରକାରୀ କ୍ୱାର୍ଟର୍ସ

ଗୋପ,୨୫।୧୦(ଡି.ଏନ୍‌.ଏ.): ଗୋପ ବ୍ଲକରେ ସରକାର ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ରହିଥିବା କ୍ୱାର୍ଟର୍ସଗୁଡ଼ିକରେ ଅଧିକାଂଶ ସମୟ କେହି ରହୁ ନ ଥିବା ଦେଖିବାକୁ ମିଳିଛି। ଫଳରେ ଦୀର୍ଘଦିନ ଧରି କ୍ୱାର୍ଟର୍ସ ସବୁ ଖାଲିପଡ଼ିଥିବାରୁ ଧୀରେ ଧୀରେ କୋଠାଗୁଡ଼ିକ ଭାଙ୍ଗିରୁଜି ଯିବା ସହ ଗଛ ଲତା ମାଡ଼ିଯାଇ ଖତ ଖାଇଗଲାଣି। ବ୍ଲକରେ ଥିବା ପ୍ରାୟ ୧୩ଟି ସରକାରୀ କ୍ୱାର୍ଟର୍ସ ଏବେ ଅନୁପଯୋଗୀ ହୋଇପଡ଼ିଛି। କିଛି ବର୍ଷ ଧରି ଏହି ବ୍ଲକ କଲୋନୀରେ ବିଡିଓଙ୍କ ଠାରୁ ଆରମ୍ଭ କରି ଯନ୍ତ୍ରୀ, କର୍ମଚାରୀ ରହୁଥିବା ବେଳେ ଏବେ ଏହି ସବୁ ସରକାରୀ କ୍ବାର୍ଟର୍ସ ଭୂତ କୋଠିରେ ପରିଣତ ହୋଇଛି। ବିଡିଓ, ଯନ୍ତ୍ରୀ ଓ ବ୍ଲକ କର୍ମଚାରୀମାନେ ଏବେ ବାହାର ଅଞ୍ଚଳରେ ରହୁଥିବା ଭଳି ଅଭିଯୋଗ ରହିଛି। ଫଳରେ ଲକ୍ଷାଧିକ ଟଙ୍କାରେ ନିର୍ମାଣାଧୀନ ଏହି ଗୃହ ସବୁ ଏବେ ପଶୁପକ୍ଷୀଙ୍କ ଆଡ୍ଡାସ୍ଥଳୀ ପାଲଟି ଥିବାବେଳେ ନିଶାଗ୍ରସ୍ତ ଯୁବକମାନେ ଆଡା ଜମାଇବା ମଧ୍ୟ ଦେଖିବାକୁ ମିଳୁଛି। ଏପରିକି ବ୍ଲକ କର୍ମଚାରୀମାନେ ବାହାରେ ରହୁଥିବା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ନିକଟରେ ଅଭିଯୋଗ ହେବା ପରେ ମନ୍ତ୍ରୀ ସମସ୍ତ ବ୍ଲକ କର୍ମଚାରୀ ହେର୍ଡ କ୍ବାର୍ଟର୍ସରେ ରହିବା ଲାଗି ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ କିିଛିଦିନ ମାନିବା ପରେ ଏବେ ପୁଣି ସମାନାବସ୍ଥା ହୋଇଯାଇଛି। ଅପରପକ୍ଷେ ଗୋପ ବ୍ଲକର ସମସ୍ତ କର୍ମଚାରୀ ସରକାରୀ ତହବିଲରୁ ମାସିକ ଭଡ଼ା ବାବଦରେ ହଜାର ହଜାର ଟଙ୍କା ନେଉଥିବା ଭଳି ଅଭିଯୋଗ ରହିଛି। ଏଥିସହ ବ୍ଲକ କର୍ମଚାରୀମାନେ ବାହାରେ ରହୁଥିବାରୁ ଠିକ ସମୟରେ କାର୍ଯ୍ୟାଳୟକୁ ନ ଆସିବାରୁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ବ୍ଲକର ବିଭିନ୍ନ ବିଭାଗ ଅଧିକାରୀମାନେ ଅଧିକାଂଶ ସମୟ ଅନୁପସ୍ଥିତ ରହିବା ଯୋଗୁ ପ୍ରାୟ ସମୟ ବିଭାଗରେ ତାଲା ଝୁଲୁଥିବା ଦେଖିବାକୁ ମିଳୁଛି। ଏଥିପ୍ରତି ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଓ ଜିଲାପାଳ ସମର୍ଥ ବର୍ମା ଦୃଷ୍ଟି ଦେବାକୁ ସାଧାରଣରେ ଦାବି କରାଯାଇଛି। ଏ ଅଭିଯୋଗ ନେଇ ବିଡିଓ ଦୀପ୍ତିରାଣୀ ଦାସ କହିଛନ୍ତି, ସମସ୍ତ କର୍ମଚାରୀ କ୍ୱାର୍ଟର୍ସରେ ରହିଥିବା, କିନ୍ତୁ ଅଧିକାଂଶ ଗୃହ ରହିବା ଅବସ୍ଥାରେ ନାହିଁ। ଗୃହଗୁଡ଼ିକ ଭାଙ୍ଗିରୁଜି ଯିିବା ସହ ଚାରିଆଡ଼େ ଗଛଲତା ମାଡ଼ିଗଲାଣି। ତେଣୁ ଏଠି ରହିବାକୁ କର୍ମଚାରୀମାନେ ପସନ୍ଦ କରୁନାହାନ୍ତି, ମରାମତି କରାଯିବା ପରେ କର୍ମଚାରୀଙ୍କୁ ରହିବା ପାଇଁ କୁହାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri