୪୦୦ ଟଙ୍କାରେ ଆର୍‌ଟିପିସିଆର୍‌

ଭୁବନେଶ୍ୱର,୩।୧୨(ବ୍ୟୁରୋ):ରାଜ୍ୟ ସରକାର କରୋନା ପରୀକ୍ଷା ମାଗଣାରେ କରୁଛନ୍ତି। କିନ୍ତୁ ଘରୋଇ ଲାବରେଟୋରି ବା ହସ୍ପିଟାଲ ପାଇଁ ଧାର୍ଯ୍ୟ ହୋଇଥିବା ଆର୍‌ଟିପିସିଆର୍‌ ଟେଷ୍ଟ୍‌ ମୂଲ୍ୟରେ ସରକାର ପୁଣି ହ୍ରାସ କରିଛନ୍ତି। ପୂର୍ବରୁ ଏଥିପାଇଁ ୧୨ଶହ ଟଙ୍କା ନିଆଯାଉଥିବାବେଳେ ଏଣିକି ସର୍ବାଧିକ ୪୦୦ ଟଙ୍କା ଦେବାକୁ ପଡିବ। ନିର୍ଦ୍ଧାରିତ ହୋଇଥିବା ଏହି ମୂଲ୍ୟ ମଧ୍ୟରେ ଜିଏସ୍‌ଟି ଅନ୍ତର୍ଭୁକ୍ତ ରହିଛି। ଏ ନେଇ ବୁଧବାର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିସହ ପୂର୍ବରୁ ଅର୍ଥାତ୍‌ ଗତ ଅଗଷ୍ଟ ୨୫ରେ ଜାରି ବିଜ୍ଞପ୍ତିକୁ ରାଜ୍ୟ ସରକାର ବାତିଲ୍‌ କରିଛନ୍ତି। ଘରୋଇ ଲାବରେଟୋରିଗୁଡ଼ିକ ପକ୍ଷରୁ କରାଯାଉଥିବା ସମସ୍ତ କରୋନା ଟେଷ୍ଟ ଭୁବନେଶ୍ବରର ଆର୍‌ଏମ୍‌ଆର୍‌ସି ତତ୍ତ୍ବାବଧାନରେ ହେବ ଓ ଆଇସିଏମ୍‌ଆର୍‌ ଗାଇଡ୍‌ଲାଇନ୍‌ ଅନୁସାରେ ପରୀକ୍ଷା କରାଯିବ ବୋଲି ନିର୍ଦ୍ଦେଶ ରହିଛି।
ପ୍ରଥମେ ଆର୍‌ଟିପିସିଆର୍‌ ଟେଷ୍ଟ ପାଇଁ ସରକାର ୨,୨୦୦ ଟଙ୍କା ସ୍ଥିର କରିଥିଲେ। ଜିଏସ୍‌ଟି ସହ ଅନ୍ୟ ଖର୍ଚ୍ଚକୁ ମିଶାଇ ବିଭିନ୍ନ ଘରୋଇ ଲାବ୍‌ ଓ ହସ୍ପିଟାଲରେ ରୋଗୀଙ୍କଠାରୁ ୨୪ ଶହରୁ ୫ ହଜାର ଟଙ୍କା ଯାଏ ନିଆଯାଉଥିଲା। ଏହାପରେ ସରକାର ଆର୍‌ଟିପିସିଆର୍‌ ଟେଷ୍ଟର ମୂଲ୍ୟ ୧,୨୦୦ ଟଙ୍କା କରିଥିଲେ ମଧ୍ୟ ଘରୋଇ ହସ୍ପିଟାଲରେ ନମୁନା କଲେକ୍ସନ ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ଅଲଗା ବିଲ୍‌ କରି ଶୋଷଣ କରାଯାଉଥିଲା। ଏ ନେଇ ମାମଲା ସୁପ୍ରିମକୋର୍ଟରେ ପହଞ୍ଚତ୍ଥିଲା। ଆର୍‌ଟିପିସିଆର ଟେଷ୍ଟ ବାବଦକୁ ନିଆଯାଉଥିବା ଅଧିକ ଟଙ୍କା ଏକ ପ୍ରକାର ଲୁଟ୍‌ ବୋଲି ଜଣେ ଆଇନଜୀବୀ ତାଙ୍କ ଆବେଦନରେ ଦର୍ଶାଇବା ସହ ଏହାର ମୂଲ୍ୟ ସର୍ବାଧିକ ୪୦୦ ଟଙ୍କା କରିବାକୁ ନିବେଦନ କରିଥିଲେ। ଏହା ଉପରେ ଶୁଣାଣି କରି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ନୋଟିସ କରିଥିଲେ। ଏହି ଆଧାରରେ ରାଜ୍ୟ ସରକାର ନୂଆ ବିଜ୍ଞପ୍ତି ଜାରି କରିବା ସହ ଏବାବଦ ମୂଲ୍ୟରେ ପରିବର୍ତ୍ତନ କରିଥିବା କୁହାଯାଉଛି।
ଅନ୍ୟପଟେ ରାଜ୍ୟରେ ହୋମ୍‌ ଆଇସୋଲେଶନରେ ରହୁଥିବା କରୋନା ଆକ୍ରାନ୍ତଙ୍କ ଘରେ ଆଉ ପୋଷ୍ଟର ଲଗାଯିବ ନାହିଁ। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବୁଧବାର ରାଜ୍ୟର ସମସ୍ତ ଜିଲାପାଳ ଓ ଜିଲା ଚିକିତ୍ସାଧିକାରୀଙ୍କୁ ଚିଠି ଲେଖି ଜଣାଯାଇଛି। ଉକ୍ତ ଚିଠିରେ ଉଲ୍ଲେଖ ରହିଛି ଯେ, ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଛି। ତେଣୁ ବର୍ତ୍ତମାନ ଘରେ ଯେଉଁ ଆକ୍ରାନ୍ତମାନେ ହୋମ୍‌ ଆଇସୋଲେଶନରେ ରହୁଛନ୍ତି, ସେମାନଙ୍କ ଘର ବାହାରେ ଆଉ ପୋଷ୍ଟର ଲଗା ହେବା ଜରୁରୀ ନୁହେଁ ବୋଲି ଅନୁଭବ ହେଉଛି। ତେଣୁ ଯଥାଶୀଘ୍ର ଏହାକୁ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ସଂକ୍ରମଣ ଆଉ ସେପରି ହେଉ ନ ଥିବାରୁ ଓ ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି କରୋନା ଚିକିତ୍ସାରେ ସାମିଲ ଥିବା ଆୟୁଷ ଡାକ୍ତରଙ୍କୁ ମୁକ୍ତ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରସୁଲପୁର ଶାଖା ଡାକଘରେ ସେବା ବାଧାପ୍ରାପ୍ତ

ରସୁଲପୁର,୧୩।୧୦(ଡି.ଏନ.ଏ.): ରସୁଲପୁର ଶାଖା ଡାକଘର ଓ ଏହା ଅଧୀନରେ ଥିବା ୬ଟି ଉପଡାକଘରେ ଗ୍ରାହକ ସେବା ବାଧାପ୍ରାପ୍ତ ହୋଇଛି। ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌)...

ଭଦ୍ରକ ଗାନ୍ଧୀପଡ଼ିଆରେ ଭୂମିପୂଜନ: ୫ ପ୍ଲାଟୁନରୁ ଅଧିକ ପୋଲିସ ମୁତୟନ

ଭଦ୍ରକ ଅଫିସ,୬ା୮- ଅଯୋଧ୍ୟାରେ ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ଉପଲକ୍ଷେ ବୁଧବାର ଭୂମି ପୂଜନ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏହି ଐତିହାସିକ କାର୍ଯ୍ୟକୁ...

ଔଷଧ କିଣିଥିବା ଲୋକଙ୍କ ତଥ୍ୟ ଦେବେ ଦୋକାନୀ ଗଞ୍ଜାମ ଜିଲାପାଳଙ୍କ ନୂଆ ନିର୍ଦ୍ଦେଶନାମା

ଛତ୍ରପୁର,୨୩ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ପୁଣି ଏକ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଣିକି...

ସିଧାସଳଖ ନିର୍ବାଚିତ ହେବେ ମେୟର, ପୌରାଧ୍ୟକ୍ଷ

ଭୁବନେଶ୍ୱର, ୧୪ା୮(ବ୍ୟୁରୋ): ରାଜ୍ୟ ସରକାର ଓଡ଼ିଶା ପୌରପାଳିକା ନିୟମାବଳୀ ୧୯୯୪ର ସଂଶୋଧନ କରିଛନ୍ତି। ଏଣିକି ବିଜ୍ଞପିତ ଅଞ୍ଚଳ ପରିଷଦ, ମ୍ୟୁନିସିପାଲିଟି ଅଧ୍ୟକ୍ଷ ଏବଂ ମହାନଗର ନିଗମ...

ମାଟ୍ରିକ, ଯୁକ୍ତ୨ ପରୀକ୍ଷା ପ୍ରସ୍ତୁତି ଶେଷ: ମନ୍ତ୍ରୀ

ଭୁବନେଶ୍ୱର, ୧୩ା୨(ବ୍ୟୁରୋ):ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଆସନ୍ତା ମାର୍ଚ୍ଚ ୧୦ରୁ ଆରମ୍ଭ ହେବ। ଏଥିପାଇଁ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ...

କ୍ୟୁଆର-ଏସ୍‌ଏଏମ୍‌ର ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ, ୯।୯:ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ଆଇଟିଆର୍‌ରୁ ଗୁରୁବାର ପୂର୍ବାହ୍ନରେ କ୍ୟୁଆର୍‌-ଏସ୍‌ଏଏମ୍‌(କ୍ୱିକ୍‌ ରିଆକ୍ସନ୍‌-ସର୍ଫେସ୍‌ ଟୁ ଏୟାର ମିଶାଇଲ୍‌) କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ ହୋଇଛି। ଭାରତୀୟ ସେନା...

ବରିଷ୍ଠ କୃଷି ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର,୧୮।୮(ବ୍ୟୁରୋ): ଦୁର୍ନୀତି ଏବଂ ଅସଦାଚରଣ ଭଳି କାର୍ଯ୍ୟ ପାଇଁ ରାଜ୍ୟ ସରକାର ଶୂନ ସହନଶୀଳତା ନୀତି ଅବଲମ୍ବନ କରିଛନ୍ତି। ଜଣେ ମହିଳା କର୍ମଚାରୀଙ୍କୁ ଅସଦାଚରଣ କରିବା...

ଏପ୍ରିଲ ୧୫ ଯାଏ ମା’ ବିରଜାଙ୍କ ସାଧାରଣ ଦର୍ଶନ ବନ୍ଦ

ଯାଜପୁର ଅଫିସ୍‌,୧୮।୩: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିରରେ ବୁଧବାରଠାରୁ ଏପ୍ରିଲ ୧୫ ଯାଏ ସାଧାରଣ ଦର୍ଶନ ବନ୍ଦ ରହିବ। ମାତ୍ର ମା’ଙ୍କ ନୀତିକାନ୍ତିରେ...

Advertisement
Archives

Model This Week