୪୦୦ ଟଙ୍କାରେ ଆର୍‌ଟିପିସିଆର୍‌

ଭୁବନେଶ୍ୱର,୩।୧୨(ବ୍ୟୁରୋ):ରାଜ୍ୟ ସରକାର କରୋନା ପରୀକ୍ଷା ମାଗଣାରେ କରୁଛନ୍ତି। କିନ୍ତୁ ଘରୋଇ ଲାବରେଟୋରି ବା ହସ୍ପିଟାଲ ପାଇଁ ଧାର୍ଯ୍ୟ ହୋଇଥିବା ଆର୍‌ଟିପିସିଆର୍‌ ଟେଷ୍ଟ୍‌ ମୂଲ୍ୟରେ ସରକାର ପୁଣି ହ୍ରାସ କରିଛନ୍ତି। ପୂର୍ବରୁ ଏଥିପାଇଁ ୧୨ଶହ ଟଙ୍କା ନିଆଯାଉଥିବାବେଳେ ଏଣିକି ସର୍ବାଧିକ ୪୦୦ ଟଙ୍କା ଦେବାକୁ ପଡିବ। ନିର୍ଦ୍ଧାରିତ ହୋଇଥିବା ଏହି ମୂଲ୍ୟ ମଧ୍ୟରେ ଜିଏସ୍‌ଟି ଅନ୍ତର୍ଭୁକ୍ତ ରହିଛି। ଏ ନେଇ ବୁଧବାର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିସହ ପୂର୍ବରୁ ଅର୍ଥାତ୍‌ ଗତ ଅଗଷ୍ଟ ୨୫ରେ ଜାରି ବିଜ୍ଞପ୍ତିକୁ ରାଜ୍ୟ ସରକାର ବାତିଲ୍‌ କରିଛନ୍ତି। ଘରୋଇ ଲାବରେଟୋରିଗୁଡ଼ିକ ପକ୍ଷରୁ କରାଯାଉଥିବା ସମସ୍ତ କରୋନା ଟେଷ୍ଟ ଭୁବନେଶ୍ବରର ଆର୍‌ଏମ୍‌ଆର୍‌ସି ତତ୍ତ୍ବାବଧାନରେ ହେବ ଓ ଆଇସିଏମ୍‌ଆର୍‌ ଗାଇଡ୍‌ଲାଇନ୍‌ ଅନୁସାରେ ପରୀକ୍ଷା କରାଯିବ ବୋଲି ନିର୍ଦ୍ଦେଶ ରହିଛି।
ପ୍ରଥମେ ଆର୍‌ଟିପିସିଆର୍‌ ଟେଷ୍ଟ ପାଇଁ ସରକାର ୨,୨୦୦ ଟଙ୍କା ସ୍ଥିର କରିଥିଲେ। ଜିଏସ୍‌ଟି ସହ ଅନ୍ୟ ଖର୍ଚ୍ଚକୁ ମିଶାଇ ବିଭିନ୍ନ ଘରୋଇ ଲାବ୍‌ ଓ ହସ୍ପିଟାଲରେ ରୋଗୀଙ୍କଠାରୁ ୨୪ ଶହରୁ ୫ ହଜାର ଟଙ୍କା ଯାଏ ନିଆଯାଉଥିଲା। ଏହାପରେ ସରକାର ଆର୍‌ଟିପିସିଆର୍‌ ଟେଷ୍ଟର ମୂଲ୍ୟ ୧,୨୦୦ ଟଙ୍କା କରିଥିଲେ ମଧ୍ୟ ଘରୋଇ ହସ୍ପିଟାଲରେ ନମୁନା କଲେକ୍ସନ ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ଅଲଗା ବିଲ୍‌ କରି ଶୋଷଣ କରାଯାଉଥିଲା। ଏ ନେଇ ମାମଲା ସୁପ୍ରିମକୋର୍ଟରେ ପହଞ୍ଚତ୍ଥିଲା। ଆର୍‌ଟିପିସିଆର ଟେଷ୍ଟ ବାବଦକୁ ନିଆଯାଉଥିବା ଅଧିକ ଟଙ୍କା ଏକ ପ୍ରକାର ଲୁଟ୍‌ ବୋଲି ଜଣେ ଆଇନଜୀବୀ ତାଙ୍କ ଆବେଦନରେ ଦର୍ଶାଇବା ସହ ଏହାର ମୂଲ୍ୟ ସର୍ବାଧିକ ୪୦୦ ଟଙ୍କା କରିବାକୁ ନିବେଦନ କରିଥିଲେ। ଏହା ଉପରେ ଶୁଣାଣି କରି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ନୋଟିସ କରିଥିଲେ। ଏହି ଆଧାରରେ ରାଜ୍ୟ ସରକାର ନୂଆ ବିଜ୍ଞପ୍ତି ଜାରି କରିବା ସହ ଏବାବଦ ମୂଲ୍ୟରେ ପରିବର୍ତ୍ତନ କରିଥିବା କୁହାଯାଉଛି।
ଅନ୍ୟପଟେ ରାଜ୍ୟରେ ହୋମ୍‌ ଆଇସୋଲେଶନରେ ରହୁଥିବା କରୋନା ଆକ୍ରାନ୍ତଙ୍କ ଘରେ ଆଉ ପୋଷ୍ଟର ଲଗାଯିବ ନାହିଁ। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବୁଧବାର ରାଜ୍ୟର ସମସ୍ତ ଜିଲାପାଳ ଓ ଜିଲା ଚିକିତ୍ସାଧିକାରୀଙ୍କୁ ଚିଠି ଲେଖି ଜଣାଯାଇଛି। ଉକ୍ତ ଚିଠିରେ ଉଲ୍ଲେଖ ରହିଛି ଯେ, ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଛି। ତେଣୁ ବର୍ତ୍ତମାନ ଘରେ ଯେଉଁ ଆକ୍ରାନ୍ତମାନେ ହୋମ୍‌ ଆଇସୋଲେଶନରେ ରହୁଛନ୍ତି, ସେମାନଙ୍କ ଘର ବାହାରେ ଆଉ ପୋଷ୍ଟର ଲଗା ହେବା ଜରୁରୀ ନୁହେଁ ବୋଲି ଅନୁଭବ ହେଉଛି। ତେଣୁ ଯଥାଶୀଘ୍ର ଏହାକୁ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ସଂକ୍ରମଣ ଆଉ ସେପରି ହେଉ ନ ଥିବାରୁ ଓ ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି କରୋନା ଚିକିତ୍ସାରେ ସାମିଲ ଥିବା ଆୟୁଷ ଡାକ୍ତରଙ୍କୁ ମୁକ୍ତ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

ଗୁଣ୍ଡା ସାହୁ ଅପହରଣ ମାମଲା: ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର ହେବାରୁ

ବଲାଙ୍ଗୀର, ୧୭।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋଲିସ…

ବ୍ରାହ୍ମଣୀରେ ଭୟଙ୍କର ବନ୍ୟା: ବିପଦ ସଙ୍କେତ ଡେଇଁ ୨୦ ଫୁଟରେ ପ୍ରବାହିତ ଜଳ, ଅଳଭା ଠାରେ ଘଳିଆ

ପଟ୍ଟାମୁଣ୍ଡାଇ,୧୭।୮ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରୂପ ଧାରଣ କରିଛି। ବ୍ରାହ୍ମଣୀ ନଦୀର ବିପଦ…

ପବିତ୍ର ଶ୍ରାବଣ ସୋମବାରକୁ ସଂକ୍ରାନ୍ତି ସଂଯୋଗ: ବିଭିନ୍ନ ମନ୍ଦିରରେ କାଉଡ଼ିଆଙ୍କ ପାଇଁ….

କଲ୍ୟାଣସିଂହପୁର, ୧୭।୮ (ଦୀପକ କୁମାର ପରିଡ଼ା): ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର ତଥା ସିଂହ ସଂକ୍ରାନ୍ତି ଅବସରରେ କଲ୍ୟାଣସିଂହପୁର ବ୍ଲକର ବିଭିନ୍ନ ପ୍ରମୁଖ ଶୈବପୀଠ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri