Posted inଜାତୀୟ

ମାଲିକାଣୀଙ୍କ ଶେଷ ଇଚ୍ଛା ପୂରଣ କଲେ ସରକାର

ଚଣ୍ଡିଗଡ଼,୧୩।୧: ସାଙ୍ଗୁରୁର ଜିଲାର ମଲେରକୋଟଲାରେ ଅବସ୍ଥିତ ମୁବାରିକ ମଞ୍ଜିଲ ପ୍ୟାଲେସର ଅଧିଗ୍ରହଣ, ସଂରକ୍ଷଣ ଏବଂ ଉପଯୋଗକୁ ପଞ୍ଜାବ କ୍ୟାବିନେଟ ଅନୁମୋଦନ କରିଛି। ରାଜପ୍ରାସାଦର ମାଲିକାଣୀ ୯୭ ବର୍ଷିୟା ବେଗମ ମୁନାୱାର୍‌-ଉଲ-ନିସାଙ୍କ ଶେଷ ଇଚ୍ଛା ଭାବରେ ସରକାରଙ୍କଠାରୁ ଅଧିଗ୍ରହଣ କରିବାକୁ ପ୍ରସ୍ତାବ ଦେଇଥିଲେ। ମୁବାରିକ ମଞ୍ଜିଲ ପ୍ୟାଲେସର ଅଧିଗ୍ରହଣ ପାଇଁ ବେଗମ ମୁନାୱାର୍‌-ଉଲ-ନିସାଙ୍କୁ ରାଜ୍ୟ ସରକାର ୩ କୋଟି ଟଙ୍କା ଦେବେ। ମୁବାରିକ ମଞ୍ଜିଲ ପ୍ୟାଲେସ ଏକମାତ୍ର ମାଲିକାଣୀ ହେଉଛନ୍ତି ବେଗମ ମୁନାୱାର୍‌-ଉଲ-ନିସା। ରାଜ୍ୟ କିମ୍ବା ପର୍ଯ୍ୟଟନ ଏବଂ ସଂସ୍କୃତି ବିଭାଗ ସମେତ ଯେକୌଣସି ବ୍ୟକ୍ତିଙ୍କୁ ଏହି ସମ୍ପତ୍ତି ଦେବାର ତାଙ୍କର ସମ୍ପୂର୍ଣ୍ଣ ଅଧିକାର ଅଛି ବୋଲି ସେ ସରକାରଙ୍କୁ ଏକ ପତ୍ର ଲେଖିଛନ୍ତି। ଏହାପରେ ପଞ୍ଜାବ କ୍ୟାବିନେଟ ବୈଠକରେ ପ୍ୟାଲେସର ଦାୟିତ୍ୱ ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ କହିଛନ୍ତି ଯେ, ଏହି ନିଷ୍ପତ୍ତି ରାଜ୍ୟର ସମୃଦ୍ଧ ଐତିହ୍ୟକୁ ବଞ୍ଚାଇ ରଖିବା ଏବଂ ଯୁବ ପିଢିକୁ ଆମର ଗୌରବମୟ ଅତୀତ ସହିତ ପୁନଃସଂଯୋଗ କରିବାରେ ସହାୟକ ହେବ। ଏହି ପ୍ରାସାଦଟି ବହୁ ମହଲା ବିଶିଷ୍ଟ ଐତିହ୍ୟ ସମ୍ପତ୍ତି, ଯାହାକି ୧୫୦ ବର୍ଷ ପୁରୁଣା। କୋଠାଟି ୩୨୪୦୦ ବର୍ଗଫୁଟ ଉପରେ ବ୍ୟାପିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ଆଖିରୁ ବାହାରିଲା ୨ ସେମି ଲମ୍ବା ଜୀବନ୍ତ ପୋକ

ନୂଆଦିଲ୍ଲୀ,୨୨।୨: ନିକଟରେ ଆମାଜନ ଜଙ୍ଗଲରୁ ଫେରିଥିବା ଜଣେ ଆମେରିକୀୟ ମହିଳା ମାୟାସିସ ନାମକ ଏକ ଭିନ୍ନ ଧରଣର ଟିସୁ ସଂକ୍ରମଣ ରୋଗରେ ପୀଡ଼ିତ ଥିଲେ। ତାଙ୍କ...

ନିଜକୁ ବୟସ୍କ ଭାବୁଛନ୍ତି ଯୁବବର୍ଗ

ନୂଆଦିଲ୍ଲୀ, ୧୯ା୧୦: ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି, ଥକ୍କାପଣ ବା କ୍ଲାନ୍ତି, ଶକ୍ତିହୀନତା ଆଦି ପାଇଁ ଭାରତରେ ୨୬ରୁ ୪୦ ବର୍ଷ ବୟସ ବର୍ଗ (ମିଲେନିଆଲ୍ସ)ର...

୧୧ ଦିନ ପରେ କମିଲା କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ,୨୧ ।୮: ଦେଶରେ କରୋନା ସଂକ୍ରମଣ କେତେବେଳେ ବୃଦ୍ଧି ପାଉଛି ତ ପୁଣି କେତେବେଳେ କମ୍ ହେଉଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୪...

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା: ମୁଖ୍ୟମନ୍ତ୍ରୀଙ୍କ ଝିଅ ଘରେ ସିବିଆଇ ଟିମ୍‌

ହାଇଦ୍ରାବାଦ୍‌,୧୧।୧୨: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ (କେସିଆର) ଝିଅ କେ.କବିତାଙ୍କ ବାସଭବନରେ ରବିବାର ସିବିଆଇ ଟିମ୍‌ ପହଞ୍ଚି ତାଙ୍କୁ...

ବାପା ସକାଳୁ ନିଦରୁ ଉଠାଇବାରୁ ପୁଅ ନେଲେ ଚରମ ନିଷ୍ପତ୍ତି

ଭୋପାଳ,୨୨।୪: ମଧ୍ୟପ୍ରଦେଶର ଶିବପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ସକାଳୁ ଉଠିବାକୁ ବାପା ବାରମ୍ବାର କହିବାରୁ ପୁଅ ରାଗରେ ତାଙ୍କୁ ହତ୍ୟା କରିଛନ୍ତି।...

ଚାଇନାକୁ ଦେବୁ କଡା ଜବାବ: ସୀମାରେ ଭାରତୀୟ ବାୟୁସେନାର ଶକ୍ତି ପ୍ରଦର୍ଶନ

ନୂଆଦିଲ୍ଲୀ,୭।୭: ଭାରତ-ଚାଇନା ସୀମା ବିବାଦ ବେଳକୁ ବେଳ ଖରାପ ହେବାରେ ଲାଗିଥିବା ବେଳେ ଆଗାମୀ ଦିନରେ ଏହା ଯୁଦ୍ଧର ରୂପ ନେଇପାରେ ବୋଲି ଅନୁମାନ କରାଯାଉଛି।...

ମୋଦି ସରକାର ଯୁବବର୍ଗଙ୍କ ସ୍ବପ୍ନକୁ ମାରିଦେଇଥିବାରୁ ଆତ୍ମହତ୍ୟା ବଢ଼ୁଛି: କଂଗ୍ରେସ

ନୂଆଦିଲ୍ଲୀ,୨୯ା୯(ପି.ଟି.):ବେରୋଜଗାରୀ ବୃଦ୍ଧି ପାଉଥିବାରୁ କଂଗ୍ରେସ ଗୁରୁବାର କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରିଛି। ଏହି ସରକାର ଦେଶର ଯୁବବର୍ଗଙ୍କ ଆଶା ଓ ସ୍ବପ୍ନକୁ ଦଳିଦେଇଥିବାରୁ...

ୟୁପି ବିଧାନସଭାକୁ ୩୬ ମୁସଲମାନ ପ୍ରାର୍ଥୀ ନିର୍ବାଚିତ

ଲକ୍ଷ୍ନୌ,୧୨ା୩(ଆଇଏଏନ୍‌ଏସ୍‌): ଚଳିତ ନିର୍ବାଚନରେ ଅଷ୍ଟାଦଶ ଉତ୍ତରପ୍ରଦେଶ ବିଧାନସଭାକୁ ୩୬ ମୁସଲମାନ ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି। ଏହା ପୂର୍ବ ବିଧାନସଭା ତୁଳନାରେ ୨ ଅଧିକ। ଉତ୍ତରପ୍ରଦେଶ ଜନସଂଖ୍ୟାର...

Advertisement
Archives

Model This Week