Posted inଜାତୀୟ

ଇଥାନଲ ପେଟ୍ରୋଲକୁ ନେଇ ସରକାରଙ୍କ ବଡ଼ ଘୋଷଣା; E20ରେ ମିଶୁଛି…

ନୂଆଦିଲ୍ଲୀ,୨୩।୬: ସୋସିଆଲ ମିଡିଆରେ ଇଥାନଲ ମିଶ୍ରିତ ପେଟ୍ରୋଲ ଅର୍ଥାତ E20 କୁ ନେଇ ଅନେକ ପ୍ରକାରର ଦାବି ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ବିବାଦକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏବେ ଜବାବ ରଖିଛନ୍ତି। ସରକାର କହିଛନ୍ତି ଯେ, ଇଥାନଲ ବ୍ଲେଣ୍ଡିଂ ପ୍ରୋଗ୍ରାମ (ଇଥାନଲ ମିଶ୍ରଣ ପ୍ରକ୍ରିୟା) ସମ୍ପୂର୍ଣ୍ଣ ବୈଜ୍ଞାନିକ ପଦ୍ଧତିରେ ପରୀକ୍ଷିତ ଏବଂ ସରକାର କ୍ରମାଗତ ଭାବେ ଏହାର ତଦାରଖ କରୁଛନ୍ତି।

ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ କହିଛି ଯେ, ସୋସିଆଲ ମିଡିଆରେ କିଛି ଲୋକ ଜାଣିଶୁଣି ଭ୍ରମାତ୍ମକ ତଥ୍ୟ ପ୍ରଚାର କରୁଛନ୍ତି। ଅଧିକ ଭ୍ୟୁଜ ପାଇବା ଏବଂ ଲୋକଙ୍କ ମନରେ ଅଯଥା ଭୟ ସୃଷ୍ଟି କରିବା ପାଇଁ ପୁରୁଣା ଫଟୋ ଓ ଭିଡିଓକୁ ନୂଆ ବୋଲି ଦର୍ଶାଇ ସେୟାର କରାଯାଉଛି।

ଏହି କାର୍ଯ୍ୟକ୍ରମ ୨୦୦୩ ମସିହାରେ ଆରମ୍ଭ ହୋଇଥିଲା। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଅଶୋଧିତ ତୈଳ (କ୍ରୁଡ ଅଏଲ)ର ଆମଦାନୀ ହ୍ରାସ କରିବା, ଦେଶର ଶକ୍ତି ସୁରକ୍ଷାକୁ ମଜବୁତ କରିବା ଏବଂ ପରିବେଶକୁ ସ୍ୱଚ୍ଛ ରଖିବା। ଧୀରେ ଧୀରେ ଏହାକୁ ଆଗକୁ ବଢ଼ାଇ ୨୦୨୩ ମସିହାରୁ ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ ମିଶ୍ରଣ ଅର୍ଥାତ E20 ଆରମ୍ଭ କରାଗଲା। ସରକାର କହିଛନ୍ତି ଯେ, E20 ପେଟ୍ରୋଲ ଆସିବା ପରଠାରୁ ଇଥାନଲ ଯୋଗୁଁ ଇଞ୍ଜିନ ଖରାପ ହେବା କିମ୍ୱା ଗାଡ଼ି ବନ୍ଦ ହୋଇଯିବା ଭଳି କୌଣସି ବଡ଼ ଅଭିଯୋଗ ସାମ୍ନାକୁ ଆସିନାହିଁ।

ଆଖୁ ରସ ସିଧାସଳଖ ପେଟ୍ରୋଲରେ ମିଶାଯାଉଥିବା ଭିଡିଓକୁ ସରକାର ଭୁଲ ବୋଲି ଦର୍ଶାଇଛନ୍ତି। ମନ୍ତ୍ରଣାଳୟ ଅନୁଯାୟୀ, ଇନ୍ଧନରେ ମିଶାଯାଉଥିବା ଇଥାନଲ ଏକ ର୍ନିଦ୍ଦିଷ୍ଟ ଶିଳ୍ପ ପ୍ରକ୍ରିୟା (ଇଣ୍ଡଷ୍ଟ୍ରିଆଲ ପ୍ରୋସେସ) ଦ୍ୱାରା ପ୍ରସ୍ତୁତ ହୋଇଥାଏ। ଏହା ଆଖୁ ରସ, ମାଣ୍ଡିଆ/ମୋଲାସେସ, ଖୁଦ (ଭଙ୍ଗା ଚାଉଳ) ଏବଂ ମକା ଭଳି ଜିନିଷରୁ ତିଆରି ହୁଏ, କିନ୍ତୁ ଫର୍ମେଣ୍ଟେସନ (କିଣ୍ୱନ) ଭଳି ପ୍ରକ୍ରିୟା ଦେଇ ଗତି କରିବା ପରେ ଏହାର ଗୁଣ ପ୍ରାକୃତିକ କଞ୍ଚାମାଲଠାରୁ ସମ୍ପୂର୍ଣ୍ଣ ଭିନ୍ନ ହୋଇଯାଏ।

ପେଟ୍ରୋଲ ଟ୍ୟାଙ୍କରେ ପିମ୍ପୁଡି ଲାଗିବା ଭାଇରାଲ ଭିଡିଓ ଉପରେ ମଧ୍ୟ ସ୍ପଷ୍ଟୀକରଣ ଆସିଛି। ଭାରତ ପେଟ୍ରୋଲିୟମ ସୂଚନା ଦେଇଛି ଯେ, ଇନ୍ଧନରେ ବ୍ୟବହୃତ ହେଉଥିବା ଇଥାନଲରୁ ଶର୍କରା (ସୁଗାର) ସମ୍ପୂର୍ଣ୍ଣ ଭାବେ ବାହାର କରିଦିଆଯାଏ ଏବଂ ଏଥିରେ ଏମିତି କିଛି ଉପାଦାନ ମିଶାଯାଏ ଯାହା ପୋକଜୋକ ବା କୀଟପତଙ୍ଗମାନଙ୍କୁ ଦୂରେଇ ରଖେ। ତେଣୁ E20 ଯୋଗୁଁ ପିମ୍ପୁ ଆସୁଥିବା ଦାବି ସମ୍ପୂର୍ଣ୍ଣ ମିଥ୍ୟା।

‘ଇଥାନଲ ପାଣି ଶୋଷିନିଏ’, ଏହି ଦାବି ଉପରେ ସରକାର କହିଛନ୍ତି ଯେ କୌଣସି ବି ଇନ୍ଧନରେ ପାଣି ମିଶିବା କ୍ଷତିକାରକ ଅଟେ। ଆଜିକାଲିର ଗାଡ଼ିଗୁଡ଼ିକରେ ପୂର୍ୱରୁ ହିଁ ଏଭଳି ଡିଜାଇନ ରହିଥାଏ, ଯାହା ଟ୍ୟାଙ୍କ ଭିତରକୁ ପାଣି ଯିବାକୁ ରୋକିଥାଏ। ଅନ୍ୟପଟେ, E20 ବ୍ୟବହାର କଲେ ଗାଡ଼ିର ବୀମା (ଇନସ୍ୟୁରାନ୍ସ) ରଦ୍ଦ ହୋଇଯିବ ବୋଲି କରାଯାଉଥିବା ଦାବିକୁ ମଧ୍ୟ ସମ୍ପୃକ୍ତ ବୀମା କମ୍ପାନୀଗୁଡ଼ିକ ଭୁଲ ବୋଲି କହିଛନ୍ତି।

ସରକାର ଜଣାଇଛନ୍ତି ଯେ, ଆମେରିକା, ବ୍ରାଜିଲ ଏବଂ ଜାପାନ ଭଳି ଦେଶରେ ମଧ୍ୟ ଇଥାନଲ ବ୍ଲେଣ୍ଡିଂ କରାଯାଇଥାଏ। ବ୍ରାଜିଲରେ ତ ଦୀର୍ଘ ସମୟରୁ ଅଧିକ ପରିମାଣର ଇଥାନଲ ମିଶାଯାଉଛି ଏବଂ ସେଠାରେ E27 ଏକ ସାଧାରଣ ପେଟ୍ରୋଲ ଭାବେ ବ୍ୟବହାର ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅମିତ ଶାହାଙ୍କୁ ଦେଖି ଦୌଡିଲେ କଲେକ୍ଟର: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ, ଦେଖନ୍ତୁ VIDEO

ଚେନ୍ନାଇ,୧୦।୮: ତାମିଲନାଡୁ ଏବଂ ପୁଡୁଚେରୀ ଗସ୍ତ ସମୟରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ତିରୁଭନ୍ନାମଲାଇର ପ୍ରସିଦ୍ଧ ଅନ୍ନାମଲାଇର ମନ୍ଦିର ପରିଦର୍ଶନ କରି ବିଶେଷ ପ୍ରାର୍ଥନା କରିଥିଲେ।…

ଏମିତି କଥା କହିଲେ ବକ୍ସର, ହସି ହସି ଗଡ଼ିଲେ ମୋଦି: ପଛରେ ପାକିସ୍ତାନ କନେକ୍ସନ

ନୂଆଦିଲ୍ଲୀ,୧୦।୬: ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପ୍ରଦର୍ଶନ ଐତିହାସିକ ଥିଲା। ଦେଶ ୧୩ଟି ସ୍ବର୍ଣ୍ଣ ସହିତ ମୋଟ ୩୯ଟି ପଦକ ହାସଲ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ମନ୍ଦିରର ଉନ୍ନୟନ କାର୍ଯ୍ୟ ପାଇଁ ସହଯୋଗର ହାତ ବଢ଼ାଇଲେ ଯୁବ ସମାଜସେବୀ ଦୀପକ ମୁଦୁଲି

ଛତ୍ରପୁର, ୧୦।୮ (ଦିଲ୍ଲୀପ ସାମଲ): ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ବ୍ୟାରେକସାହିସ୍ଥିତ ଶ୍ରୀ ସମ୍ପଦ ବିନାୟକ ମନ୍ଦିରର ଉନ୍ନୟନମୂଳକ କାର୍ଯ୍ୟ ପାଇଁ ସହଯୋଗର ହାତ ବଢ଼ାଇଛନ୍ତି ଯୁବ…

ଝାରସୁଗୁଡାରେ ଅଜବ ଘଟଣା: ନାଗସାପକୁ କାମୁଡ଼ି ମାରିଦେଲେ ଯୁବକ, ପୂରା ଘଟଣା ଜାଣିଲେ…

ଝାରସୁଗୁଡା,ଲାଇକେରା, ୧୦।୮(ଆଶିଷ ରଞ୍ଜନ ଦାଶ/ରଞ୍ଜନ କୁମାର ମେହେର):ଗୁଣିଆର ଅନ୍ଧବିଶ୍ୱାସୀ କଥାରେ ପଡ଼ି ଜଣେ ଯୁବକ ନାଗସାପର ଫଣାକୁ ଦାନ୍ତରେ କାମୁଡ଼ି ଛିଣ୍ଡାଇ ମାରିଦେବା ଭଳି ଏକ ଅଜବ…

ସଞ୍ଜୀବ, ଯଶୋବନ୍ତଙ୍କୁ ମିଳିଲା ପଦୋନ୍ନତି

ଭୁବନେଶ୍ୱର,୧୦।୮: ରାଜ୍ୟରେ ନୂଆ ଡିଜିପି ନିଯୁକ୍ତି ଚର୍ଚ୍ଚା ଭିତରେ ସୋମବାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସରକାର ପୋଲିସ ଅଧିକାରୀ ସଞ୍ଜୀବ ପଣ୍ଡା ଏବଂ…

ଗଞ୍ଜାମ ବ୍ଲକ ପ୍ରମୁଖ ଶୈବପୀଠରେ ହଜାର ହଜାର କାଉଡିଆଙ୍କ ଜଳାଭିଷେକ, ଆଉ ଦୁଇଟି ସୋମବାରରେ…

ଗଞ୍ଜାମ,୧୦।୮ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚ ପୁର ପଞ୍ଚାୟତ ମାଳୀ ଜଗନ୍ନାଥ ପୁର ନିକଟସ୍ଥ ବାବା ବାଲୀ ଲୋକନାଥ, ପାଳିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼…

୯୦ ବର୍ଷ ବୟସରେ ବୃଦ୍ଧଙ୍କୁ ଚଢିଲା ବିବାହ ନିଶା: ଆଉ ତା’ପରେ ଘଟିଗଲା ଏମିତି କିଛି…

ଜୟପୁର,୧୦।୮: ରାଜସ୍ଥାନର ରାଜଧାନୀ ଜୟପୁରରୁ ସାଇବର ଠକେଇ ଏବଂ ଡିଜିଟାଲ ବ୍ଲାକମେଲ୍ର ଏକ ଆଶ୍ଚର୍ଯ୍ୟଜନକ ଏବଂ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଚତୁର ସାଇବର ଅପରାଧୀମାନେ…

ଶ୍ରାବଣ ଶିବରାତ୍ରିରେ ୪ ଦୁର୍ଲଭ ରାଜଯୋଗର ମହାସଂଯୋଗ: ବୃଷ ସମେତ ୪ ରାଶିକୁ ମିଳିବ ଅପାର ଲାଭ

ଶ୍ରାବଣ ଶିବରାତ୍ରି ଅବସରରେ ଗଠିତ ହେଉଥିବା ଚାରିଟି ରାଜଯୋଗ ବୃଷ, କର୍କଟ, ତୁଳା ଓ କୁମ୍ଭ ରାଶି ପାଇଁ ବେଶ ଶୁଭ ସାବ୍ୟସ୍ତ ହେବ। ଏହି ରାଶିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri