ଖତ ଖାଉଛି ସରକାରୀ ଆମ୍ବୁଲାନ୍ସ

ବାରିପଦା ଅଫିସ,୨୭।୮: ମୟୂରଭଞ୍ଜ ଜିଲାରେ ରୋଗୀ ପରିବହନ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଆବଶ୍ୟକତାଠାରୁ କମ ସଂଖ୍ୟକ ଆମ୍ବୁଲାନ୍ସ ରହିଥିବା ବେଳେ ଚାଳକ ଅଭାବରୁ ବହୁ ଗାଡ଼ି ଅଚଳ ହୋଇ ପଡ଼ିରହିଛି। ବର୍ଷ ବର୍ଷ ଧରି ଖରାବର୍ଷାରେ ପଡ଼ିରହି ଏହା ଖତ ଖାଉଥିବା ବେଳେ ବିଭାଗ ପକ୍ଷରୁ ନିଲାମ କରାଯାଉ ନାହିଁ। ଏପରିକି ଜରୁରୀକାଳୀନ ସେବା ଯୋଗାଉଥିବା ସଂସ୍ଥା ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ରୋଗୀଙ୍କୁ ଖଟିଆରେ ବୋହି ଡାକ୍ତରଖାନା ନେବାକୁ ପଡୁଛି। ରାଜ୍ୟ ସରକାର ବିଜୁ ସ୍ବାସ୍ଥ୍ୟକାର୍ଡ ପ୍ରଚଳନ କରିବା ପରେ ମଧ୍ୟ ବଣପାହାଡ଼ ଘେରା ଅଞ୍ଚଳବାସୀ ଉତ୍ତମ ସେବା ପାଇବାରୁ ବଞ୍ଚତ୍ତ ହେଉଛନ୍ତି।
ବାରିପଦାଠାରେ ପିଆର୍‌ଏମ୍‌ ମେଡିକାଲ କଲେଜ ଓ ଡାକ୍ତରଖାନାରେ ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜିଲାର ୨୬ ବ୍ଲକରେ ଥିବା ୪୦୫ପଞ୍ଚାୟତର ୩୯୬୬ଟି ଗ୍ରାମରେ ସରକାରଙ୍କ ପକ୍ଷରୁ ଜରୁରୀ ସେବା ଯୋଗାଇ ଦିଆଯାଉଛି। ଜିଲାରେ ବର୍ତ୍ତମାନ ୧୩ ଆମ୍ବୁଲାନ୍ସ ଓ ୪୧ଟି ୧୦୮ଆମ୍ବୁଲାନ୍ସ କାର୍ଯ୍ୟ କରୁଛି। ଆମ୍ବୁଲାନ୍ସ ଚାହିଦା ବୃଦ୍ଧି ତୁଳନାରେ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ଅଧିକ ଗାଡ଼ି ଦିଆ ନ ଯିବାରୁ ଲୋକେ ଘରୋଇ ଆମ୍ବୁଲାନ୍ସ ନେବାକୁ ବାଧ୍ୟ ହେଉଛନ୍ତି।
ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଅଧୀନରେ ୧୩ଟି ଆମ୍ବୁଲାନ୍ସ ଚଳାଚଳ ଉପଯୋଗୀ ରହିଥିବା ବେଳେ ୧୦ରୁ ଊର୍ଦ୍ଧ୍ୱ ଖତ ଖାଉଛି। ଅଚଳ ଯାନବାହନ ନିଲାମ କରାଯାଉ ନାହିଁ। ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ଥାନ ଅଭାବ ଯୋଗୁ ସିଡିଏମ୍‌ଓଙ୍କ କ୍ୱାର୍ଟର୍ସ ପରିସର ଡମ୍ପିଂ ୟାର୍ଡ଼ ପାଲଟିଛି। ସେଠାରେ ସରକାରୀ ଓ ବିଭିନ୍ନ ସୂତ୍ରରୁ ରୋଗୀ ପରିବହନ ସେବା ପାଇଁ ମିଳିଥିବା ଆମ୍ବୁଲାନ୍ସ ଗୁଡ଼ିକ ଅଚଳ ଅବସ୍ଥାରେ ପଡ଼ିରହିଛି। ସେହିପରି ଆମ୍ବୁଲାନ୍ସ ଚାଳକ ଅଭାବରୁ ଠିକ୍‌ ସମୟରେ ରୋଗୀଙ୍କ ନିକଟରେ ସେବା ପହଞ୍ଚତ୍ ପାରୁନାହିଁ। ୫୧ଟି ମଞ୍ଜୁର ପଦବୀ ସ୍ଥାନରେ ୨୨ଜଣ ଚାଳକ କାର୍ଯ୍ୟ କରୁଛନ୍ତି। ଜିଲାରେ ୧୩ଟି ଆମ୍ବୁଲାନ୍ସ, ୨ଟି ସ୍ବର୍ଗ ରଥ, ଗୋଟିଏ ମହାପ୍ରୟାଣ ଗାଡ଼ି ସମେତ ସିଡିଏମ୍‌ ଓ ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ଗାଡ଼ି ମିଶି ୩୦ଟି ସରକାରୀ ଯାନ ରହିଛି। ଅଧିକାରୀଙ୍କ ବ୍ୟତୀତ ଆମ୍ବୁଲାନ୍ସ ଓ ଅନ୍ୟ ଗାଡ଼ିଗୁଡ଼ିକରେ ୩ ସିପ୍ଟ କାର୍ଯ୍ୟ କରିବା ପାଇଁ ଦୈନିକ ଜଣେ ଲେଖାଏ ଚାଳକ ଦରକାର ଥିବା ବେଳେ ୨୨ଜଣ ଓ ଏଜେନ୍ସି ଜରିଆରେ ନିଯୁକ୍ତ ୧୦ଜଣ ଚାଳକଙ୍କୁ ମିଶାଇ ମୋଟ ୩୨ଜଣ ଚାଳକ କାର୍ଯ୍ୟ ତୁଲାଉଛନ୍ତି। ଆବଶ୍ୟକତାକୁ ଦୃଷ୍ଟି ଦେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲାକୁ ଅଧିକ ଆମ୍ବୁଲାନ୍ସ ପ୍ରଦାନ ଓ ଚାଳକ ପଦବୀ ପୂରଣ କରିବା ପାଇଁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବି ହେଉଛି। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ରୂପଭାନୁ ଆଚାର୍ଯ୍ୟ କୁହନ୍ତି, ସମସ୍ୟା ସମ୍ପର୍କରେ ଅବଗତ ଅଛି। ଖୁବ୍‌ ଶୀଘ୍ର ଏହାର ସମାଧାନ କରାଯିବ ା


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଦ୍ଦାନ୍ତ ସୁନୀଲଙ୍କ ନଁ। ରେ ଏନ୍‌ଏସ୍‌ଏ ନୋଟିସ

ବ୍ରହ୍ମପୁର ଅଫିସ,୨୯ା୬-ବ୍ରହ୍ମପୁର ପୋଲିସ ଜିଲାର ୨୫ରୁ ଊର୍ଦ୍ଧ୍ୱ ସଙ୍ଗିନ ମାମଲାରେ ଜଡ଼ିତ ଥିବା ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ବେହେରାଙ୍କ ନଁ। ରେ ପୋଲିସ ଏନ୍‌ଏସ୍‌ଏ(ନ୍ୟାଶନାଲ ସିକ୍ୟୁରିଟି...

ଭୁଜାଲି ଦେଖାଇ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା

ବାଲେଶ୍ୱର ଅଫିସ,୧୮ା୧୦: ସୋରର ଜଣେ ଗହଣା ଦୋକାନୀଙ୍କୁ ଭୁଜାଲି ଦେଖାଇ ଦୁର୍ବୃତ୍ତମାନେ ୮୦ ଗ୍ରାମ ସୁନା, ଚାରି କିଲୋ ରୁପା ଏବଂ ନଗଦ ୧୩ ହଜାର...

ବିଏସ୍‌ଏଫ୍‌ ଯବାନଙ୍କ ଆତ୍ମହତ୍ୟା

ଚିତ୍ରକୋଣ୍ଡା, ୫।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ନିକଟ ବିଏସ୍‌ଏଫ କ୍ୟାମ୍ପରେ ଜଣେ ଯବାନ ନିଜ ସର୍ଭିସ ରିଭଲବଭରରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଛନ୍ତି। ଏହି...

ହାଇକୋର୍ଟରେ ଜମି ଦସ୍ତାବିଜ ଦାଖଲ

କଟକ ଅଫିସ,୨୯ା୮: ହାଇକୋର୍ଟରେ ଶୁକ୍ରବାର ପୁରୀ ବଗଲା ଧର୍ମଶାଳା ଜମିର ଦସ୍ତାବିଜ ଦାଖଲ କରାଯାଇଛି। ପୁରୀ ତହସିଲ କାର୍ଯ୍ୟାଳୟର ଏକ କେସ୍‌ ରେକର୍ଡରେ ବଗଲା ଧର୍ମଶାଳା...

ବିଭିନ୍ନ ଦାବିରେ ରାସ୍ତାକୁ ଓହ୍ଲାଇଲେ ୩୦୦ରୁ ଊର୍ଦ୍ଧ୍ୱ ଶିକ୍ଷକ

ସୋରଡ଼ା,୧୯ା୧୧(ଡି.ଏନ୍‌.ଏ.): ରାଜ୍ୟ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ସୋରଡ଼ା ଶାଖା ପକ୍ଷରୁ ଶନିବାର ଅପରାହ୍ନରେ ୩୦୦ ଶହରୁ ଊର୍ଦ୍ଧ୍ୱ ଶିକ୍ଷୟିତ୍ରୀ/ଶିକ୍ଷକ କାଳୀମନ୍ଦିରରୁ ଏକେ ବିରାଟ ଶୋଭାଯାତ୍ରାରେ...

କନିଷ୍ଠ କିରାଣିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କେନ୍ଦୁଝର,୧୨।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ବଂଶପାଳ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି ଗଙ୍ଗାଧର ସାହୁଙ୍କ ଘରେ ବୁଧବାର ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି। ଆୟବହିର୍ଭୂତ...

ପୁରୀରେ ପୁଣି ଅଗ୍ନିକାଣ୍ଡ

ପୁରୀ ଅଫିସ,୧୦।୩:  ପୁରୀରେ ପୁଣି ଅଗ୍ନିକାଣ୍ଡ ଘଟିଛି। ବୁଧବାର ପୁରୀ ବଡ଼ଦାଣ୍ଡ ମରୀଚିକୋଟ ଛକ ନିକଟରେ ଥିବା ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଥିବା ୪୩ ଦେକାନ...

ଧାନଗଦାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୧୬।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବି.ତୁରୁବୁଡ଼ି ପଞ୍ଚାୟତ ନରେନ୍ଦ୍ରପୁର ଗ୍ରାମରେ ପୂର୍ବ ଶତ୍ରୁତାକୁ ନେଇ ଜି.ସୂର୍ଯ୍ୟ ରେଡ୍ଡୀଙ୍କ ଧାନଗଦାରେ କେହି ଦୁର୍ବୃତ୍ତ ନିଆଁ...

Advertisement
Archives

Model This Week