ପର୍ଯ୍ୟଟନର ସ୍ଵର୍ଣ୍ଣ ତ୍ରିଭୁଜ ଯୋଜନା ସ୍ଵପ୍ନ

ଦୀପକ ମିଶ୍ର
କେନ୍ଦୁଝର, ୨୯।୬ – କେନ୍ଦୁଝର ଜିଲାରେ ଅନେକ ଗୁଡିଏ ପର୍ଯ୍ୟଟନସ୍ଥଳ ରହିଛି। ସେଥିମଧ୍ୟରୁ ଘଟଗାଁ, ଗୋନାସିକା ଓ ସାନଘାଗରାକୁ ନେଇ ସ୍ଵର୍ଣ୍ଣ ତ୍ରିଭୂଜ ଯୋଜନାର ପ୍ରଶାସନ ପରିକଳ୍ପନା କରିଥିଲା। ହେଲେ କେବେ ଏହି ପରିକଳ୍ପନା କାର୍ଯ୍ୟକାରୀ ହେବ ଏବଂ ଜିଲାକୁ ଅଧିକ ପର୍ଯ୍ୟଟକ ଆକୃଷ୍ଟ ହୋଇ ଅସିବେ ସେଥିପାଇଁ ଘଟଗାଁ ମା’ ତାରିଣୀ ମନ୍ଦିର ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ୨ କୋଟି ୮୦ ଲକ୍ଷ ଟଙ୍କା ଅନୁମୋଦନ ହୋଇ ଉନ୍ନୟନ କାର୍ଯ୍ୟ ଚାଲିଥିବା ବେଳେ କେନ୍ଦୁଝରର ବହୁ ଚର୍ଚ୍ଚିତ ସାନଘାଗରା ଜଳ ପ୍ରପାତ ପାଇଁ ୪ କୋଟି ୨୬ଲକ୍ଷ ଟଙ୍କା ଅନୁମୋଦନ ହୋଇ କାର୍ଯ୍ୟ ଚାଲୁଛି। ତେବେ ଗୋନାସିକା ପାଇଁ ସେଭଳି କିଛି ଆଖଦୃଶିଆ ଅର୍ଥ ବ୍ୟବସ୍ଥା କରାଯାଇ ନ ଥିବାରୁ ଏହି ସ୍ବର୍ଣ୍ଣ ତ୍ରିଭୁଜ ଯୋଜନା ଦିଗହରା ହୋଇଛି।
ଏହି ସ୍ବର୍ଣ୍ଣ ତ୍ରିଭୁଜ ଯୋଜନା ବହୁଦିନ ତଳେ ଜିଲା ପର୍ଯ୍ୟଟନ କାଉନସିଲ ବୈଠକରେ ଅନୁମୋଦନ ହୋଇ ଏହାର ଏକ ଖସଡ଼ା ୨୦୨୧ ମସିହା ମାର୍ଚ୍ଚରୁ ରାଜ୍ୟ ପର୍ଯ୍ୟଟନ ବିଭାଗକୁ ପଠାଯାଇଥିଲେ ସୁଦ୍ଧା ଘଟଗାଁ, ସାନଘାଗରା ପାଇଁ କିଛି ଅର୍ଥ ଅନୁମୋଦନ ହୋଇଥିଲେ ବି ଗୋନାସିକାକୁ ଅଣଦେଖା କରାଯାଇଛି। ଏହି ଯୋଜନାରେ ତିନୋଟି ସ୍ଥଳର ସର୍ବବିଧ ଉନ୍ନୟନ ପାଇଁ ପ୍ରସ୍ତାବ ରହିଛି। ବିଭିନ୍ନ ବିଭାଗର ସହଯୋଗ ଅଭାବରୁ ଜିଲାର ଅନେକ ପର୍ଯ୍ୟଟନକ୍ଷେତ୍ର ଗୁଡିକର ଉନ୍ନୟନ ପାଇଁ ଜମି ମିଳିପାରୁନି। ଏହାବ୍ୟତୀତ ଜିଲାରେ ଥିବା ଅନ୍ୟାନ୍ୟ ପର୍ଯ୍ୟଟନ ସ୍ଥଳୀ ତଥା ଖଣ୍ଡାଧାରର ଉନ୍ନୟନ ପାଇଁ ୨.୭୮ କୋଟି ଟଙ୍କା, ସୀତାବିଞ୍ଜ ପାଇଁ ୩୦ ଲକ୍ଷ, ବଡଘାଗରା ପାଇଁ ୫ କୋଟି ୩୦ ଲକ୍ଷ, ଘଟଗାଁ ବ୍ଲକର କୋଳିମାଟି ସ୍ଥିତ ଦରଗଡଶୀଳା ପର୍ଯ୍ୟଟନକ୍ଷେତ୍ର ପାଇଁ ୩୦ ଲକ୍ଷ, କେଶରୀକୁଣ୍ଡ ପାଇଁ ୨୦ ଲକ୍ଷ ଅନୁମୋଦନ ହୋଇଛି ବୋଲି ଜିଲା ପର୍ଯ୍ୟଟନ ଅଧିକାରୀ ରମେଶ ଚନ୍ଦ୍ର ନାଏକ ପ୍ରକାଶ କରିଛନ୍ତି। ଏହାବ୍ୟତୀତ କେନ୍ଦୁଝରଠାରୁ ୩ କିି.ମି. ଦୂରରେ ଥିବା ଘଟଘଡି ମନ୍ଦିର ସହ ଏହାର ପରିସରକୁ ସୌନ୍ଦର୍ଯ୍ୟକରଣ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଓମ୍ବାଡସି କିମ୍ବା ଡିଏମ୍‌ଏଫ୍‌ରୁ ଖର୍ଚ୍ଚ କରାଯିବାର ଯୋଜନା ରହିଛି ବୋଲି ଜିଲା ପର୍ଯ୍ୟଟନ ଅଧିକାରୀ ନାଏକ ପ୍ରକାଶ କରିଛନ୍ତି।
ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଜିଲା ମୁଖ୍ୟାଳୟରେ ଜିଲା ପର୍ଯ୍ୟଟନ ବିଭାଗର ନିଜସ୍ବ ଘର ନାହିଁ। ଅନେକ ଦିନରୁ ଏଥିପାଇଁ ୧ କୋଟି ଟଙ୍କା ମଞ୍ଜୁର ହୋଇସାରିଛି। କିନ୍ତୁ ବିଭିନ୍ନ ସମସ୍ୟା କାରଣରୁ କାମ ହୋଇପାରୁନି। ଅନ୍ୟପକ୍ଷରେ କରୋନା ମହାମାରୀ କାରଣରୁ ପର୍ଯ୍ୟଟନ କ୍ଷେତ୍ର ଉପରେ ନିର୍ଭରଶୀଳ ଲୋକକଙ୍କୁ ଗତ ଦୁଇବର୍ଷ ହେବ ଅସୁବିଧାରେ ପକାଇଛି। ଏବେ ଧୀରେ ଧୀରେ ଜିଲାକୁ ପର୍ଯ୍ୟଟକଙ୍କ ଆଗମନ ହେଲାଣି। ପର୍ଯ୍ୟଟନ କ୍ଷେତ୍ରରେ ଜିଲାରେ ଅନେକ ନିଯୁକ୍ତି ସମ୍ଭାବନା ରହିଛି। ପର୍ଯ୍ୟଟନ ଭିତ୍ତିଭୂମିର କି ପ୍ରାକୃତିକ ସୌନ୍ଦର୍ଯ୍ୟସ୍ଥଳର ଏଠାରେ ଅଭାବ ନାହିଁ। ଅର୍ଥର ମଧ୍ୟ ଜିଲାରେ ଅଭାବ ନାହିଁ। ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଲେ ଜିଲାର ସମସ୍ତ ପର୍ଯ୍ୟଟନ କ୍ଷେତ୍ର ଗୁଡିକର ବିକାଶ ସହିତ ସ୍ବର୍ଣ୍ଣତ୍ରିଭୁଜ ପରିକଳ୍ପନା ଯୋଜନା ସଫଳ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ କେ ଏମ ଭାଲିଆସାହି ଛାତ୍ରୀ, ଶୁଭେଚ୍ଛା ଜ୍ଞାପନ କରି…

ମୋହନା,୨୫ ।୧୨(ମନ୍ମଥ ମିଶ୍ର ): କେଉଁ ଆଦିମ କାଳରୁ ବିଜ୍ଞାନ ମନୁଷ୍ୟ ସମାଜର ଅଶେଷ ହିତ ସାଧନ କରି ଆସିଅଛି।ବିଜ୍ଞାନ ବିନା ସମାଜର ଉନ୍ନତିର ପରିକଳ୍ପନା...

ଅସହାୟଙ୍କୁ ସହାୟତାର ହାତ ବଢାଇଲା ନ୍ୟୁ ଲାଇଫ ମିଶନ

କେସିଙ୍ଗା,୨୫ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁର୍ଲୁପଡ଼ା ଗ୍ରାମର ନ୍ୟୁ ଲାଇଫ ମିଶନ ପରିସରରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଡାଇରେକ୍ଟର ସିଆନି ହରପାଲ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ପରିତ୍ୟକ୍ତ ଅବସ୍ଥାରେ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ, ଅର୍ଥ ମଞ୍ଜୁର ହୋଇଥିଲେ ବି…

କର୍ଲାମୁଣ୍ଡା,୨୫।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡ଼ବରାଠାରେ ପରିତ୍ୟକ୍ତ ଅବସ୍ଥାରେ ରହିଛି ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ। ସରକାର ୧୯୮୮ ମସିହାରେ ଏହି ଚିକିତ୍ସାଳୟ...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ତୁଳସୀରେ ଅଛି ଅନେକ ଔଷଧୀୟ ଗୁଣ: ସକାରାତ୍ମକ ପରିବେଶ…

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ରେ ତୁଳସୀ ପୂଜନ ଉତ୍ସବ ପାଈଁ ଅଞ୍ଚଳ ଉତ୍ସବ ମୁଖର ହୋଇଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri