ପର୍ଯ୍ୟଟନର ସ୍ଵର୍ଣ୍ଣ ତ୍ରିଭୁଜ ଯୋଜନା ସ୍ଵପ୍ନ

ଦୀପକ ମିଶ୍ର
କେନ୍ଦୁଝର, ୨୯।୬ – କେନ୍ଦୁଝର ଜିଲାରେ ଅନେକ ଗୁଡିଏ ପର୍ଯ୍ୟଟନସ୍ଥଳ ରହିଛି। ସେଥିମଧ୍ୟରୁ ଘଟଗାଁ, ଗୋନାସିକା ଓ ସାନଘାଗରାକୁ ନେଇ ସ୍ଵର୍ଣ୍ଣ ତ୍ରିଭୂଜ ଯୋଜନାର ପ୍ରଶାସନ ପରିକଳ୍ପନା କରିଥିଲା। ହେଲେ କେବେ ଏହି ପରିକଳ୍ପନା କାର୍ଯ୍ୟକାରୀ ହେବ ଏବଂ ଜିଲାକୁ ଅଧିକ ପର୍ଯ୍ୟଟକ ଆକୃଷ୍ଟ ହୋଇ ଅସିବେ ସେଥିପାଇଁ ଘଟଗାଁ ମା’ ତାରିଣୀ ମନ୍ଦିର ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ୨ କୋଟି ୮୦ ଲକ୍ଷ ଟଙ୍କା ଅନୁମୋଦନ ହୋଇ ଉନ୍ନୟନ କାର୍ଯ୍ୟ ଚାଲିଥିବା ବେଳେ କେନ୍ଦୁଝରର ବହୁ ଚର୍ଚ୍ଚିତ ସାନଘାଗରା ଜଳ ପ୍ରପାତ ପାଇଁ ୪ କୋଟି ୨୬ଲକ୍ଷ ଟଙ୍କା ଅନୁମୋଦନ ହୋଇ କାର୍ଯ୍ୟ ଚାଲୁଛି। ତେବେ ଗୋନାସିକା ପାଇଁ ସେଭଳି କିଛି ଆଖଦୃଶିଆ ଅର୍ଥ ବ୍ୟବସ୍ଥା କରାଯାଇ ନ ଥିବାରୁ ଏହି ସ୍ବର୍ଣ୍ଣ ତ୍ରିଭୁଜ ଯୋଜନା ଦିଗହରା ହୋଇଛି।
ଏହି ସ୍ବର୍ଣ୍ଣ ତ୍ରିଭୁଜ ଯୋଜନା ବହୁଦିନ ତଳେ ଜିଲା ପର୍ଯ୍ୟଟନ କାଉନସିଲ ବୈଠକରେ ଅନୁମୋଦନ ହୋଇ ଏହାର ଏକ ଖସଡ଼ା ୨୦୨୧ ମସିହା ମାର୍ଚ୍ଚରୁ ରାଜ୍ୟ ପର୍ଯ୍ୟଟନ ବିଭାଗକୁ ପଠାଯାଇଥିଲେ ସୁଦ୍ଧା ଘଟଗାଁ, ସାନଘାଗରା ପାଇଁ କିଛି ଅର୍ଥ ଅନୁମୋଦନ ହୋଇଥିଲେ ବି ଗୋନାସିକାକୁ ଅଣଦେଖା କରାଯାଇଛି। ଏହି ଯୋଜନାରେ ତିନୋଟି ସ୍ଥଳର ସର୍ବବିଧ ଉନ୍ନୟନ ପାଇଁ ପ୍ରସ୍ତାବ ରହିଛି। ବିଭିନ୍ନ ବିଭାଗର ସହଯୋଗ ଅଭାବରୁ ଜିଲାର ଅନେକ ପର୍ଯ୍ୟଟନକ୍ଷେତ୍ର ଗୁଡିକର ଉନ୍ନୟନ ପାଇଁ ଜମି ମିଳିପାରୁନି। ଏହାବ୍ୟତୀତ ଜିଲାରେ ଥିବା ଅନ୍ୟାନ୍ୟ ପର୍ଯ୍ୟଟନ ସ୍ଥଳୀ ତଥା ଖଣ୍ଡାଧାରର ଉନ୍ନୟନ ପାଇଁ ୨.୭୮ କୋଟି ଟଙ୍କା, ସୀତାବିଞ୍ଜ ପାଇଁ ୩୦ ଲକ୍ଷ, ବଡଘାଗରା ପାଇଁ ୫ କୋଟି ୩୦ ଲକ୍ଷ, ଘଟଗାଁ ବ୍ଲକର କୋଳିମାଟି ସ୍ଥିତ ଦରଗଡଶୀଳା ପର୍ଯ୍ୟଟନକ୍ଷେତ୍ର ପାଇଁ ୩୦ ଲକ୍ଷ, କେଶରୀକୁଣ୍ଡ ପାଇଁ ୨୦ ଲକ୍ଷ ଅନୁମୋଦନ ହୋଇଛି ବୋଲି ଜିଲା ପର୍ଯ୍ୟଟନ ଅଧିକାରୀ ରମେଶ ଚନ୍ଦ୍ର ନାଏକ ପ୍ରକାଶ କରିଛନ୍ତି। ଏହାବ୍ୟତୀତ କେନ୍ଦୁଝରଠାରୁ ୩ କିି.ମି. ଦୂରରେ ଥିବା ଘଟଘଡି ମନ୍ଦିର ସହ ଏହାର ପରିସରକୁ ସୌନ୍ଦର୍ଯ୍ୟକରଣ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଓମ୍ବାଡସି କିମ୍ବା ଡିଏମ୍‌ଏଫ୍‌ରୁ ଖର୍ଚ୍ଚ କରାଯିବାର ଯୋଜନା ରହିଛି ବୋଲି ଜିଲା ପର୍ଯ୍ୟଟନ ଅଧିକାରୀ ନାଏକ ପ୍ରକାଶ କରିଛନ୍ତି।
ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଜିଲା ମୁଖ୍ୟାଳୟରେ ଜିଲା ପର୍ଯ୍ୟଟନ ବିଭାଗର ନିଜସ୍ବ ଘର ନାହିଁ। ଅନେକ ଦିନରୁ ଏଥିପାଇଁ ୧ କୋଟି ଟଙ୍କା ମଞ୍ଜୁର ହୋଇସାରିଛି। କିନ୍ତୁ ବିଭିନ୍ନ ସମସ୍ୟା କାରଣରୁ କାମ ହୋଇପାରୁନି। ଅନ୍ୟପକ୍ଷରେ କରୋନା ମହାମାରୀ କାରଣରୁ ପର୍ଯ୍ୟଟନ କ୍ଷେତ୍ର ଉପରେ ନିର୍ଭରଶୀଳ ଲୋକକଙ୍କୁ ଗତ ଦୁଇବର୍ଷ ହେବ ଅସୁବିଧାରେ ପକାଇଛି। ଏବେ ଧୀରେ ଧୀରେ ଜିଲାକୁ ପର୍ଯ୍ୟଟକଙ୍କ ଆଗମନ ହେଲାଣି। ପର୍ଯ୍ୟଟନ କ୍ଷେତ୍ରରେ ଜିଲାରେ ଅନେକ ନିଯୁକ୍ତି ସମ୍ଭାବନା ରହିଛି। ପର୍ଯ୍ୟଟନ ଭିତ୍ତିଭୂମିର କି ପ୍ରାକୃତିକ ସୌନ୍ଦର୍ଯ୍ୟସ୍ଥଳର ଏଠାରେ ଅଭାବ ନାହିଁ। ଅର୍ଥର ମଧ୍ୟ ଜିଲାରେ ଅଭାବ ନାହିଁ। ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଲେ ଜିଲାର ସମସ୍ତ ପର୍ଯ୍ୟଟନ କ୍ଷେତ୍ର ଗୁଡିକର ବିକାଶ ସହିତ ସ୍ବର୍ଣ୍ଣତ୍ରିଭୁଜ ପରିକଳ୍ପନା ଯୋଜନା ସଫଳ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦିନ ଅନାବରଣ ହେବ ଭଗବାନ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି: ଧାର୍ଯ୍ୟ ହେଲା ଦିନ, ସମୟ

ବଲାଙ୍ଗୀର, ୧୭।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ମହାସଭା ପକ୍ଷରୁ ଭଗବାନ ପର୍ଶୁରାମ ଜନ୍ମୋତ୍ସବ ଓ ପ୍ରତିମୂର୍ତ୍ତି ଅନାବରଣ କାର୍ଯ୍ୟକ୍ରମ ଆସନ୍ତା ୧୯ ତାରିଖରେ ଅନୁଷ୍ଠିତ ହେବ।…

ଦେବଗଡ଼ ଜିଲା ପାଇଁ ଗୌରବ: ପଞ୍ଚମ ଶ୍ରେଣୀ ଭାଷା ମହକ ବହିରେ ସ୍ଥାନ ପାଇଲା ‘ପ୍ରଧାନପାଟ’ ବିଷୟବସ୍ତୁ

ଦେବଗଡ଼,୧୭।୪(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାର ପ୍ରଧାନପାଟ ଜଳପ୍ରପାତ ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀଭାବେ ଓଡ଼ିଶା ତଥା ରାଜ୍ୟ ବାହାରେ ସୁପରିଚିତ ତଥା ପ୍ରସିଦ୍ଧ ଲାଭ କରିଛି।…

ଜ୍ୱାଇଁଙ୍କୁ ଛୁରି ଭୁସି ହତ୍ୟା: ଶଳା-ଶଳା ଭାଉଜଙ୍କୁ ବାନ୍ଧିଲା ପୋଲିସ

ବ୍ରହ୍ମପୁର,୧୭।୪ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ରେଡିକା ସାହିରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ଛୁରାମାଡ଼ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।…

ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧଦିବସ ପାଳିତ: ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କଲେ ଦଳୀୟକର୍ମୀ

ପୁରୁଷୋତ୍ତମପୁର,୧୭।୪ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ଓ ବ୍ଲକ ବିଜୁ ଜନତା ଦଳ ତରଫରୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୯ ତମ…

ଘୁମୁସର ବନଖଣ୍ଡରୁ ରଥଯାତ୍ରା ପାଇଁ ପୁରୀ ଗଲା କାଠ: ରାସ୍ତାକଡ଼ରେ ଭକ୍ତିମୟ ପରିବେଶ

ଭଞ୍ଜନଗର,୧୭।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳରୁ ପୁରୀ ଅଭିମୁଖେ ୧୬ ଖଣ୍ଡ ଫାଶୀ କାଠ ଯାଇଛି। ଉକ୍ତ ସମସ୍ତ କାଠ ଲୋକେ…

ବ୍ରିଜ କାନ୍ଥକୁ ପିଟି ହୋଇ ଓଲଟି ପଡିଲା CRPF ବାଟାଲିଅନ ଗାଡ଼ି, ୨ ଗୁରୁତର

ଅତାବିରା, ୧୭।୪(ଯୁଧିଷ୍ଠିର ମହାପାତ୍ର ): ଦୁର୍ଘଟଣା ଗସ୍ତ ହେଲା CRPF ବାଟାଲିଅନ ଗାଡ଼ି । ସମ୍ବଲପୁର ବରଗଡ଼ ୫୩ନଂ ଜାତୀୟ ରାଜପଥ ଅତାବିରା ଦମଦମା ପୋଲ ଉପରେ…

ଡିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟର ସଫଳତା, ୯୮% ରଖି ପ୍ରିୟାଂଶୁ ମହାରଣା ପ୍ରଥମ

ଲାଞ୍ଜିଗଡ,୧୭।୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟର ଛାତ୍ରୀଛାତ୍ର ସିବିଏସଇ ଦଶମ ପରୀକ୍ଷାରେ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି। ବୁଧବାର ପରୀକ୍ଷା…

ଗଞ୍ଜାମ ଶତ୍ରୁଷୋଲରେ ଟପ୍ପର ହେଲେ ପ୍ରତୀକ୍ଷା ପଲାଇ, ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ

ଗଞ୍ଜାମ,୧୭।୪(ଅନାଥ ତରାଇ): ଗଞ୍ଜାମ ବ୍ଲକ ଶତ୍ରୁଷୋଲ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ପ୍ରତୀକ୍ଷା ପଲାଇ ଚଳିତ ସିବିଏସ୍‌ଇ ପରୀକ୍ଷାରେ ଅସାଧାରଣ ସଫଳତା ହାସଲ କରି ସମଗ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri