ଗୋଲ୍‌ଡେନ୍‌ ନାବିକ

ଜୀବନରେ ଯିଏ ସାହସ ପ୍ରଦର୍ଶନ କରିପାରନ୍ତି, ସେମାନେ ଜିତିଥାଆନ୍ତି। ବିଶେଷକରି ଦୁଃସାହସିକ ଯାତ୍ରାରେ ଭାଗ ନେଉଥିବା ବ୍ୟକ୍ତିଙ୍କ ମଧ୍ୟରୁ ଅନେକେ ଦୃଷ୍ଟାନ୍ତ ସୃଷ୍ଟି କରି ଇତିହାସରେ ନାମକୁ ଲିପିବଦ୍ଧ କରିଥାଆନ୍ତି। ସମ୍ଭବତଃ ସଂଘର୍ଷରୁ ବିଜୟଲାଭ କରିଥିବା ଏଭଳି ବ୍ୟକ୍ତିଙ୍କ କାହାଣୀ ଶୁଣି ଜୀବନରେ ଭାଙ୍ଗି ପଡ଼ୁଥିବା ମଣିଷ ସଳଖ ହୋଇ ଛିଡ଼ା ହେବାର ପ୍ରେରଣ ପାଇଥାଏ। ସ୍ଥିର ଜଳରେ ଜଣେ ଭଲ ନାବିକ ସୃଷ୍ଟି ହୋଇପାରି ନ ଥାନ୍ତି। ଭାରତୀୟ ନାବିକ ଅଭିଳାଷ ଟମି ୨୦୧୮ରେ ଚତୁର୍ଦ୍ଦିଗ ସାଗର ପରିଭ୍ରମଣ କରିବା ବେଳେ ଆଖି ଆଗରେ ମୃତ୍ୟୁକୁ ଦେଖିଥିଲେ। ୟାଚ୍‌(ଜଳଯାତ୍ରାରେ ପ୍ରତିଦ୍ୱନ୍ଦ୍ୱିତା ଲାଗି ପ୍ରସ୍ତୁତ ମଧ୍ୟମ ଧରଣର ପାଲଟଣା ଡଙ୍ଗା)ରେ ସେ ଯାତ୍ରା କରିବା ବେଳେ ସମୁଦ୍ର ଝଡ଼ର ସାମ୍ନା କଲା ସମୟରେ ମେରୁଦଣ୍ଡରେ ଘୋର ଆଘାତ ପାଇ ଦୀର୍ଘଦିନ ଚିକିତ୍ସିତ ହୋଇଥିଲେ। ହେଲେ ସେ ଲକ୍ଷ୍ୟସ୍ଥଳରୁ ବିଚ୍ୟୁତ ହୋଇ ନ ଥିଲେ। ଅଦମ୍ୟ ଇଚ୍ଛାଶକ୍ତି ଯୋଗୁ ସେ ୨୦୨୨ର ଗୋଲ୍‌ଡେନ୍‌ ଗ୍ଲୋବ୍‌ ରେସ୍‌ରେ ଭାଗ ନେଇ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ତାଙ୍କ ଜୟଯାତ୍ରାର କାହାଣୀ ସଂଘର୍ଷରତ ମଣିଷ ପାଇଁ ମହୌଷଧୀ ହୋଇଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଫ୍ରାନ୍ସର ପଶ୍ଚିମ ଉପକୂଳ ଲେସ୍‌ ସାବ୍‌ଲେସ୍‌-ଡି ଓଲୋନେରୁ ଆରମ୍ଭ ହୋଇଥିବା ଯାତ୍ରା ବିନା ରହଣିରେ ଦକ୍ଷିଣ ଗୋଲାର୍ଦ୍ଧର ସର୍ବବୃହତ୍‌ ଅନ୍ତରୀପ ଦେଇ ବିଶ୍ୱ ପରିକ୍ରମା କରିବା ପରେ ପୁନଶ୍ଚ ଆଦ୍ୟସ୍ଥଳରେ ପହଞ୍ଚତ୍ ପାରିଲେ ଜଣେ ଗୋଲ୍‌ଡେନ୍‌ ଗ୍ଲୋବ୍‌ ରେସ୍‌ର ବିଜେତା ହୋଇପାରିବେ। ଅଭିଳାଷ ଏହି ଯାତ୍ରାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ପ୍ରଥମ ବିଜେତା ହୋଇଛନ୍ତି ଦକ୍ଷିଣ ଆଫ୍ରିକୀୟ ମହିଳା କିର୍‌ଷ୍ଟେନ୍‌ ନ୍ୟୁଶ୍ଚାଫର। କିର୍‌ଷ୍ଟେନ୍‌ ମଧ୍ୟ ବିଶ୍ୱର ପ୍ରଥମ ମହିଳା ଭାବେ ଏହି କୀର୍ତ୍ତିମାନ ରଚିଛନ୍ତି। ଏହି ପ୍ରତିଯୋଗିତାର ନିୟମ ଦେଖିଲେ ଜଳଯାତ୍ରାରେ ଥିବା ବେଳେ ପ୍ରତିଦ୍ୱନ୍ଦ୍ୱୀମାନେ ଆଶ୍ରୟ ନେବା ଓ ଡଙ୍ଗାକୁ ମରାମତି କରିପାରିବେ; କିନ୍ତୁ ବନ୍ଦରକୁ ପ୍ରବେଶ କରିପାରିବେ ନାହିଁ କି କାହାର ସାହାଯ୍ୟ ନେଇପାରିବେ ନାହିଁ। ଅର୍ଥାତ୍‌ ଏକାକୀ ଚତୁର୍ଦ୍ଦିଗ ପରିଭ୍ରମଣ କରିବାର ଦକ୍ଷତା ରଖିଥିବା ବ୍ୟକ୍ତି ପ୍ରତିଦ୍ୱନ୍ଦ୍ୱିତାକୁ ଓହ୍ଲାଇ ଥାଆନ୍ତି।
ଅଭିଳାଷ କେରଳ କୋଟ୍ଟାୟାମ୍‌ ଅନ୍ତର୍ଗତ ଛେତିପୁଝାଠାରେ ୫ ଫେବୃୟାରୀ ୧୯୭୯ରେ ଜନ୍ମଗ୍ରହଣ କରିଥିଲେ। ପିତା ପୂର୍ବତନ ନୌସେନା ଅଧିକାରୀ ଲ୍ୟୁଟ୍‌ନାଣ୍ଟ କମାଣ୍ଡର ଭି.ସି. ଟମି ତାଙ୍କ ଆଦର୍ଶ। ମାତା ଭାଲ୍‌ସାମ୍ମା ଓ ତାଙ୍କର ଆଉ ଜଣେ ଭାଇ ଅଛନ୍ତି ଅନିଶ ଟମି। ତେବେ ସହଧର୍ମିଣୀ ଉର୍ମିମାଳା ନାଗ, ଦୁଇ ପୁଅ ବେଦାନ୍ତ ଓ ଅଭ୍ରନିଲ୍‌ଙ୍କୁ ନେଇ ତାଙ୍କ ସଂସାର। ସ୍କୁଲ ଶିକ୍ଷା ଶେଷ କରିବା ପରେ ଅଭିଳାଷ ଗୋଆ ନାଭାଲ ଏକାଡେମୀରେ ଯୋଗ ଦେଇଥିଲେ। ୨୦୦୦ ମସିହାରେ ସେ ସେହିଠାରେ ନୌବାହିନୀରେ ଯୋଗଦେଇଥିଲେ। ୨୦୦୨ରେ ଫ୍ଲାଇଂ ଶେଷ କରି ମାରିଟାଇମ୍‌ ରିକାନେସେସ୍‌ ପାଇଲଟ ଯୋଗ୍ୟତା ଅର୍ଜନ କରିଥିଲେ। ହେଲେ ଏହା ପରେ ତାଙ୍କ ନାବିକ କ୍ୟାରିୟର ଆରମ୍ଭ ହୋଇଥିଲା। ବିଶ୍ୱ ପରିକ୍ରମା କରିବା ପୂର୍ବରୁ ୨୦୧୧ କେପ୍‌ ଟାଉନ୍‌ରୁ ରିଓ ରେସ୍‌ ସମେତ ଅଭିଳାଷ ବହୁ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ତାଙ୍କ ଜଳଯାତ୍ରାର ପ୍ରାରମ୍ଭିକ ସଫଳତା ୨୦୧୩ରେ ଦେଖିବାକୁ ମିଳିଥିଲା। ୧ ନଭେମ୍ବର ୨୦୧୨ରେ ଅଭିଳାଷ ମୁମ୍ବାଇର ଗେଟ୍‌ ଓ୍ବେ ଅଫ୍‌ ଇଣ୍ଡିଆରୁ ଯାତ୍ରା ଆରମ୍ଭ କରି କେପ୍‌ ଅଫ୍‌ ଗୁଡ୍‌ ହୋପ୍‌, କେପ୍‌ ହର୍ନ ଓ କେପ୍‌ ଲ୍ୟୁଓ୍ବିନ୍‌ ଦେଇ ୨୩,୩୦୦ ନଟିକାଲ ମାଇଲ୍ସ ଅତିକ୍ରମ କରି ୩୧ ମାର୍ଚ୍ଚ ୨୦୧୩ରେ ପୁଣି ମୁମ୍ବାଇରେ ଆସି ପହଞ୍ଚତ୍ଥିଲେ। ପ୍ରଥମ ଭାରତୀୟ ଭାବେ ସେ ଏହି ସଫଳତା ଅର୍ଜନ କରିଥିଲେ। ଅଭିଳାଷଙ୍କୁ ୬ ଏପ୍ରିଲ ୨୦୧୩ରେ ଗେଟ୍‌ ଓ୍ବେ ଅଫ୍‌ ଇଣ୍ଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ସମ୍ମାନିତ କରିଥିଲେ। ଏହା ତାଙ୍କ ମନୋବଳକୁ ବଢ଼ାଇ ଦେଇଥିଲା। ଇଚ୍ଛା ଥିଲେ ଉପାୟ ଆସିବା ଭଳି ତାଙ୍କୁ ଏସିଆର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ ଭାବେ ସୋଲୋ ନନ୍‌-ଷ୍ଟପ୍‌ ରାଉଣ୍ଡ୍‌-ଦି-ଓ୍ବାର୍ଲଡ୍‌ ଗୋଲ୍‌ଡେନ୍‌ ଗ୍ଲୋବ ରେସ୍‌ର ୨୦୧୮ ସଂସ୍କରଣରେ ଭାଗ ନେବା ଲାଗି ସ୍ବତନ୍ତ୍ର ନିମନ୍ତ୍ରଣ ମିଳିଥିଲା। ଜଳଯାତ୍ରାର ୮୨ ଦିନରେ ଯେତେବେଳେ ତାଙ୍କ ସ୍ଥିତି ତୃତୀୟ ସ୍ଥାନରେ ଥିଲା, ସେ ସାମୁଦ୍ରିକ ଝଡ଼ର ସମ୍ମୁଖୀନ ହୋଇଥିଲେ। ଗଭୀର ସାଗରରେ ବୋଟ୍‌ ଭାଙ୍ଗିଯିବା ସହିତ ତାଙ୍କ ମେରୁଦଣ୍ଡରେ ଘୋର ଆଘାତ ଲାଗିବାରୁ ସେ ଅସହାୟ ହୋଇପଡ଼ିଥିଲେ। ବହୁରାଷ୍ଟ୍ରୀୟ ଉଦ୍ଧାରକାରୀ ଦଳ ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇ ଇଣ୍ଡିଆନ୍‌ ନାଭି ଭେସଲ୍‌ରେ ଭାରତ ପଠାଯାଇଥିଲା। ଭାରତରେ ପହଞ୍ଚତ୍ବାର ଦୁଇ ଦିନ ପରେ ତାଙ୍କ ମେରୁଦଣ୍ଡରେ ଟାଇଟାନିୟମ୍‌ ରଡ୍‌ ଭର୍ତ୍ତି କରାଯାଇଥିଲା। ୧୧ ଜାନୁୟାରୀ ୨୦୨୧ରେ ଚାକିରି ଅବଧି ସରିବା ପୂର୍ବରୁ ସେ ନୌସେନାରୁ ଅବସର ନେଇଥିଲେ। ଦାରୁଣ କଷ୍ଟ ସହିଥିଲେ ମଧ୍ୟ ସେ ବିଶ୍ୱବିଜୟୀ ହେବାର ଆଶା ଛିଡ଼ି ନ ଥିଲେ। ସୁଦିନ ତାଙ୍କୁ ଦୃଶ୍ୟମାନ ହେବା ପରେ ସେ ୨୦୨୨ ଓ୍ବାର୍ଲଡ୍‌ ଗୋଲ୍‌ଡେନ୍‌ ଗ୍ଲୋବ ରେସ୍‌ରେ ଭାଗ ନେଲେ। ତାଙ୍କ ବୋଟ୍‌ ‘ବୟାନତ୍‌’ ଜରିଆରେ ୨୩୬ ଦିନ (କିର୍‌ଷ୍ଟେନ୍‌ ନେଇଥିଲେ ୨୩୫ ଦିନ)ରେ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ ସେ ଦ୍ୱିତୀୟ ସ୍ଥାନ ଅଧିକାର କଲେ। ୨୯ ଏପ୍ରିଲ ୨୦୨୩ରେ ତାଙ୍କ ସଫଳତା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସେ ଭାରତଙ୍କ ପାଇଁ ଗର୍ବ ଆଣିପାରିଛନ୍ତି। ତାଙ୍କ ସଫଳତା ସକାଶେ ସେ ପରିବାର ବିଶେଷକରି ସହଧର୍ମିଣୀଙ୍କୁ ଅଧିକ ଶ୍ରେୟ ଦେଇଛନ୍ତି। କାରଣ ଦୁର୍ଦ୍ଦିନରେ ପତ୍ନୀ ସେବା ଯୋଗାଇ ଦେଉଥିବା ବେଳେ ବାରମ୍ବାର ତାଙ୍କ ସ୍ବପ୍ନକୁ ଉଜାଗର କରାଉଥିଲେ ବୋଲି ଅଭିଳାଷ କହିଛନ୍ତି।
-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁର ରାଜତାରକା

ଭାରତସାରା ଚର୍ଚ୍ଚା ହେଉଛି ଯେ ଦୁଇବର୍ଷ ତଳେ ରାଜନୈତିକ ଦଳ ତାମିଲାଗା ଭେଟ୍ରି କାଜାଗମ୍‌ (ଟିଭିକେ) ଗଢ଼ି ଅଭିନେତାରୁ ରାଜନେତା ପାଲଟିଥିବା ଚନ୍ଦ୍ରଶେଖରନ୍‌ ଯୋଶେଫ୍‌ ବିଜୟ ଗ୍ରୀନ୍‌…

ନିର୍ବାଚନ ପ୍ରକ୍ରିୟାରେ ଭୋଟର

”ଆଜିକାଲି ଜଣେ ଗୃହହୀନ ବ୍ୟକ୍ତିଙ୍କ ବାସସ୍ଥାନର ଆବଶ୍ୟକତା ପୂରଣ କରିବାକୁ ହେଲେ ବିଏଲ୍‌ଓ (ବୁଥ ସ୍ତରୀୟ ଅଧିକାରୀ) ରାତିରେ ଯାଇ ସେହି ବ୍ୟକ୍ତି ପ୍ରକୃତରେ ତାଙ୍କ ପ୍ରଦତ୍ତ…

ଆମ ବ୍ୟବସ୍ଥା ଓ ସାଧାରଣ ଜନତା

କେନ୍ଦୁଝରର ଜିତୁ ମୁଣ୍ଡା ଏବେ ସାରା ଭାରତ ଓ ବିଶ୍ୱରେ ଚର୍ଚ୍ଚିତ ହୋଇଛନ୍ତି। ନିଜ ମୃତ ଭଉଣୀଙ୍କ ନାମରେ ବ୍ୟାଙ୍କରେ ଥିବା ଟଙ୍କାକୁ ଉଠେଇବାକୁ ଯାଇ ବାରମ୍ବାର…

ପିଇବା ପାଣିର ବଜାରୀକରଣ

ବିଗତ ସତୁରି ଅଶୀ ଦଶକର କଥା। ବିନା ଦ୍ୱନ୍ଦ୍ୱରେ କୂଅ ଓ ନଳକୂଅରୁ ସିଧା ସଳଖ ଆମେ ପାଣି ପିଇ ଦେଉଥିଲୁ। ଏ କଥା ଏବେ ଭାବିଲା…

ଯୁକ୍ତିଯୁକ୍ତ ଦୃଷ୍ଟିକୋଣ

ଭାରତର ସଦ୍ୟତମ ବାବୁ ଅଦଳବଦଳ ପ୍ରକୃତରେ ବଦଳି କିମ୍ବା ନିଯୁକ୍ତି ବିଷୟକୁ ନୁହେଁ, ବରଂ ନୂଆଦିଲ୍ଲୀର ଶାସକୀୟ ଦୃଷ୍ଟିକୋଣର ଏକ ଗଭୀର ପରିବର୍ତ୍ତନକୁ ସୂଚିତ କରୁଛି। ସୂତ୍ରରୁ…

ଏଇ ଭାରତରେ

ମହାରାଷ୍ଟ୍ର ବିଦର୍ଭ ଏକ ମରୁଡ଼ିପ୍ରବଣ ଅଞ୍ଚଳ। ବର୍ଷାଦିନ ପରେ ଏଠାରୁ ଭାରଓ୍ବାଡ ଯାଯାବର ସମ୍ପ୍ରଦାୟର ଲୋକେ ଗୃହପାଳିତ ପଶୁଙ୍କୁ ନେଇ ଅନ୍ୟ ଚାରଣଭୂମି ଅଞ୍ଚଳକୁ ଚାଲିଯାଆନ୍ତି। ସେମାନେ…

ପ୍ରକୃତିର ସ୍ବରୂପ

ପତଞ୍ଜଳି ଯୋଗ ଦର୍ଶନର ଦ୍ୱିତୀୟ ପାଦ ସୂତ୍ର ସଂଖ୍ୟା-୧୮ରେ କୁହାଯାଇଛି, ”ପ୍ରକାଶ କ୍ରିୟା ସ୍ଥିତି ଶୀଳଂ ଭୂତେନ୍ଦ୍ରିୟାତ୍ମକଂ ଭେଗାପବର୍ଗାଥଂ ଦୃଶ୍ୟମ“। ଏହାର ଅର୍ଥ ହେଲା ପ୍ରକାଶ, କ୍ରିୟା…

ସବୁଜ ସାଧକ କାଳିନ୍ଦୀ ଚରଣ

ଜନ୍ମ ଆମର ମଣିଷ କୁଳରେ ନାହିଁ ଇଜ୍ଜତ୍‌ ମାନ, ଆମ ଝିଅବୋହୂ ସବୁରି ଶାଳୀ ହେ ଆମେ ଶଳା ସଇତାନ“। କବିତାରେ ସର୍ବହରା ମଣିଷର ଏହି ଇସ୍ତାହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri