Posted inଫୁରସତ

ଗାଁର ସୁନା ଝିଅ

ଏମାନେ ନିଜ ଗାଁକୁ ଯେମିତି ଭଲ ପାଆନ୍ତି ଗାଁ ଲୋକଙ୍କ ସମସ୍ୟା ଦେଖିଲେ ସେମିତି ବ୍ୟଥିତ ହୋଇପଡନ୍ତି। ଗାଁ ଲୋକଙ୍କୁ କେମିତି ସଚେତନ କରିବେ, ସମସ୍ୟାରୁ ବାହାର କରିବେ ଆଉ ସେମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ପାଇବାର ବାଟ ଦେଖାଇବେ ସେହି ଚିନ୍ତାରେ ଥାଆନ୍ତି ଏମାନେ। ନିଜ ଗାଁ ଲୋକଙ୍କ ପାଖରେ ସୁନା ଝିଅର ଆଖ୍ୟା ପାଇଥିବା ଏଇ ଝିଅ ମାନଙ୍କ ସମ୍ପର୍କରେ…
ଅଞ୍ଜଳିଙ୍କ ପାଇଁ ଅଞ୍ଜଳି ସେତୁ-ବଣପାହାଡ଼ ଘେରା ଗାଁଟିଏ। ଗାଁକୁ ଲାଗିରହିଛି ଛୋଟ ନଈଟିଏ। ଏହି ଗାଁରେ ବାସ କରୁଥିବା ବାସିନ୍ଦାମାନେ ନିଜର ଜୀବିକା ନିର୍ବାହ ପାଇଁ ଜଙ୍ଗଲ ଓ ଚାଷବାସ ଉପରେ ନିର୍ଭରଶୀଳ। ଗାଁକୁ ଲାଗି ରହିଛି ଗୋଟିଏ ଛୋଟ ସହର। ଏଠାକାର ଲୋକମାନେ ପ୍ରତିଦିନ ବିଭିନ୍ନ କାମଧନ୍ଦାରେ ସହରକୁ ଯିବାକୁ ହେଲେ ପ୍ରଥମେ ନଈ ପାର ହେବାକୁ ପଡ଼ିଥାଏ। ଯେଉଁଥିପାର୍ଇ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଥିଲେ। ଆଜକୁ ପ୍ରାୟ ଆଠବର୍ଷ ତଳେ ୨୦୧୫ରେ ଏହି ଗାଁକୁ ଆସିଥିଲେ ଜଳସେଚନ ବିଭାଗର ଜଣେ ସଚିବ। ପାଖ ପିଟୁଆଗୁଡ଼ା ନଈକୂଳରେ ଗାଁ ଲୋକଙ୍କ ସହିତ କଥା ହେଉଥିଲେ। ସେହି ସମୟରେ ଏହି ଗାଁର ୫ମ ଶ୍ରେଣୀରେ ପଢୁଥିବା ଝିଅଟି ସ୍କୁଲରୁ ଘରିବାବେଳେ ସେମାନଙ୍କ ପାଖକୁ ଯାଇ କହିଥିଲା- ସେତୁଟିଏ ନ ଥିବାରୁ ଆମ ଗାଁର ଲୋକ ବହୁତ ହଇରାଣ ହଉଛନ୍ତି। ଆମ ଗାଁକୁ ସେତୁଟିଏ କରିଦିଅ ବାବୁ ନଇଲେ ଆମେ ଭାସିଯିବୁ। ଏଇ କେଇପଦ କଥା ସେଦିନ ସଚିବଙ୍କ ମନକୁ ଚହଲାଇ ଦେଇଥିଲା। ତା’ପରେ ସେଠାରେ ଏକ ସେତୁ ନିର୍ମାଣ ଲାଗି ପ୍ରସ୍ତାବ ଯାଇଥିଲା। ଯାହା କିଛିଦିନ ପରେ ବାସ୍ତବ ରୂପ ନେଇଥିଲା। ଏଇ ଘଟଣାଟି ଥିଲା କୋରାପୁଟ ଜିଲା ପୌରାଞ୍ଚଳ ୧୬ ନମ୍ବର ଓ୍ବାର୍ଡର ତେନ୍ତୁଳିଗୁଡ଼ା ଗାଁର। ଏହି ଗାଁରେ ପ୍ରାୟ ୫ ୦ପରିବାରରେ ୩୦୦ ଲୋକ ବାସକରନ୍ତି। ଗାଁର ଅଧିକାଂଶ ଲୋକ ଚାଷ କରିବା ସହ ଦିନମଜୁରିଆ ଭାବରେ କାମ କରନ୍ତି। ଗ୍ରାମବାସୀଙ୍କ ପାଇଁ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସାତସପନ ଥିଲା। ଏହା ଦେଖି ଦେଖି କୁନି ଝିଅ ଅଞ୍ଜଳି ଭାବୁଥିଲେ କେମିତି ଗାଁ ଲୋକ ଏହି ସମସ୍ୟାରୁ ମୁକ୍ତି ପାଇବେ। ଅଞ୍ଜଳି ହେଉଛନ୍ତି ଏହି ଗାଁର କୁମାର ସୁନା ଓ ତୁଳାବତୀ ସୁନାଙ୍କ ଝିଅ। ଛୋଟ ଝିଅ ହେଲେ ବି ପାଠପଢା ସହ ବାପାମାଙ୍କୁ ବିଭିନ୍ନ କାର୍ଯ୍ୟରେ ସେ ସାହାଯ୍ୟ ସହଯୋଗ କରନ୍ତି। ଏପରି କି ନିଜ ପାଠପଢ଼ା ଖର୍ଚ୍ଚ ଉଠାଇବା ପାଇଁ ସେ ବିଭିନ୍ନ ସମୟରେ ଚାଷ କରି ପଇସା ରୋଜଗାର କରିଥାନ୍ତି। ସେ ଥିଲେ ସତରେ ଏକ ସୁନା ଝିଅ। ଯିଏକି କେବଳ ପରିବାରର ସମସ୍ୟା ବୁଝୁ ନ ଥିଲେ ଗାଁର ସମସ୍ୟା ବି ତାଙ୍କୁ ବ୍ୟସ୍ତ କରିପକାଉଥିଲା। ଗାଁର ସବୁଠୁ ବଡ଼ ସମସ୍ୟା ଥିଲା ସହରଠାରୁ ବିଚ୍ଛିନ୍ନ ହୋଇ ରହିବା। ସେ ଜାଣିଥିଲେ ଯଦି ପିଟୁଆଗୁଡ଼ା ନଈରେ ଏକ ସେତୁ ନିର୍ମାଣ ହୋଇପାରିବ ଗାଁର ସମସ୍ୟା ସୁଧୁରିଯବ। ତେଣୁ ସେଦିନ ସେ ସଚିବଙ୍କ ଆଗରେ ସେତୁ ପାଇଁ ଅଳି କରିଥିଲେ। ଝିଅଟିର ଅଳି ଶୁଣି ଶେଷରେ ସଚିବ ସବୁଜ ସଙ୍କେତ ଦେଇଥିଲେ। ସେତୁ ନିର୍ମାଣ ହେବାପରେ ଗ୍ରାମବାସୀ ଚାହିଁଥିଲେ ଯେ ସେଇ ଝିଅ ନାଁରେ ହିଁ ସେତୁର ନାମକରଣ ହେଉ। ଶେଷରେ ତାହା ହିଁ ହେଲା। ଆଉ ସେତୁର ନାଁ ରହିଲା-‘ଅଞ୍ଜଳି ସେତୁ’। ଏବେ ତେନ୍ତୁଳିଗୁଡ଼ାବାସୀଙ୍କ ସମେତ ଆଖପାଖ ଅଞ୍ଚଳର ଲୋକମାନେ ପ୍ରତିଦିନ ଅଞ୍ଜଳି ସେତୁରେ ଯାତାୟାତ କରିପାରୁଛନ୍ତି। ଆଗରୁ ଗାଁର ଛାତ୍ରୀଛାତ୍ର ଯେବେ ସୁନାବେଢ଼ାକୁ ପଢ଼ିବାକୁ ଯାଆନ୍ତି ପ୍ରତିଦିନ ଅଟୋ ଖର୍ଚ୍ଚ ବାବଦରେ ଶତାଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ। ଏଠାର ଅଧିକାଂଶ ବାସିନ୍ଦା ଗରିବ ଆଦିବାସୀ ଶ୍ରେଣୀର। ଅଭିଭାବକମାନେ ପିଲାଙ୍କୁ ଗାଁଠାରୁ ଦୂରସ୍ଥାନକୁ ପାଠପଢ଼ା ପାଇଁ ଛାଡ଼ୁଥିବାରୁ ଏତେ ଖର୍ଚ୍ଚ ବହନ କରିବା ତାଙ୍କ ପକ୍ଷେ ଅସମ୍ଭବ ହୋଇପଡୁଥିଲା। ଯାହା ସେତୁ ନିର୍ମାଣ ପରେ ସମାଧାନ ହୋଇଛି। ଅଞ୍ଜଳି ଏବେ ସୁନାବେଢ଼ା ମହିଳା ଡିଗ୍ରୀ କଲେଜର +୩ ଦ୍ୱିତୀୟ ବର୍ଷର ଛାତ୍ରୀ। ସେ କୁହନ୍ତି,‘ନିଜର ଖର୍ଚ୍ଚ ପାଇଁ ଅଦା ଓ ହଳଦୀ ଚାଷକରି କିଛି ରୋଜଗାର କରିଥାଏ। ଗାଁର ବିଭିନ୍ନ ବିକାଶ ମୂଳକ କାମ ପାଇଁ ଗାଁ ମୁଖିଆଙ୍କୁ ଜଣାଇଥାଏ। ଏବେ ଗାଁରେ ବିଜୁଳି ଜଳୁଛି, ରାସ୍ତା ହୋଇପାରିଛି, ସରକାରୀ ବାସଗୃହ ସମସ୍ତ ହିତାଧିକାରୀଙ୍କୁ ମିଳିବା ପାଇଁ ପ୍ରସ୍ତାବ ଯାଇଛି। ସମସ୍ତଙ୍କର ମାଗଣା ସରକାରୀ ଯୋଜନାରେ ଶୌଚାଳୟ ମିଳିବା ପାଇଁ ପୌରାଞ୍ଚଳ ଅଧିକାରୀଙ୍କୁ ଜଣାଇଛି। ଗାଁରେ ନିଶା ନିବାରଣ, ନାବାଳିକା ବିବାହକୁ ବନ୍ଦ କରିବା ପାଇଁ ଗାଁ ଲୋକଙ୍କ ମଧ୍ୟରେ ଜନସଚେତନତା ସୃଷ୍ଟି କରୁଛି। ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଗାଁର ସଭିଏଁ କିପରି ଜାଣିପାରିବେ ସେଥିପ୍ରତି ଗାଁ ସଭାରେ ଜଣାଇଥାଏ। ଗ୍ରାମର ସମସ୍ତେ ଏଥିପାଇଁ ମତେ ଆଦର କରନ୍ତି। ମୋର ଏହିସବୁ କାର୍ଯ୍ୟ ପାଇଁ ବିଭିନ୍ନ ଅନୁଷ୍ଠାନ ମତେ ପୁରସ୍କୃତ କରିଛନ୍ତି। ଯାହା ମତେ ଏହିଭଳି ଲୋକଙ୍କ ପାଇଁ କାମ କରିବାର ପ୍ରେରଣା ଦେଉଛି।
ସଚେତନତା ସୃଷ୍ଟି କରୁଛନ୍ତି ଊର୍ମିଳା-: ସେ କୌଣସି ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ନୁହନ୍ତି କି କୌଣସି ପ୍ରଭାବଶାଳୀ ବ୍ୟକ୍ତି ନୁହନ୍ତି। ଜଣେ କଲେଜ ଛାତ୍ରୀ । ବିଭିନ୍ନ ସମୟରେ ଗାଁର ସାଧାରଣ ଲୋକଙ୍କୁ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନ କରାଇ କେମିତି ତା’ର ସୁଫଳ ପାଇ ପାରିବେ ବୁଝାଇଥାନ୍ତି। ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ମଇମୁରା ଗ୍ରାମପଞ୍ଚାୟତ କାଶୀନାଥପୁର ଗ୍ରାମର ଊର୍ମିଳା ବେହେରା ନିଜ ଗାଁ ଓ ଆଖପାଖ ଗାଁରେ ଊର୍ମିଳା ଦିଦି ନାମରେ ସୁପରିଚିତ। ୮ ବର୍ଷ ବୟସରୁ ବାପାଙ୍କୁ ହରାଇଥିଲେ। ଘରେ ୫ଭଉଣୀ ଓ ମା’ଙ୍କୁ ନେଇ ତାଙ୍କ ପରିବାର l ୪ଭଉଣୀ ବିବାହ କରି ଶାଶୁଘରକୁ ଚାଲିଗଲା ପରେ ସେ ମା’ଙ୍କ ସହିତ ରହୁଛନ୍ତି l ମା’ଙ୍କ ଦାୟିତ୍ୱ ନେବା ସହ ଏବେ ଉର୍ମିଳା ଗାଁକୁ ଗାଁ ବୁଲି ଜଙ୍ଗଲ ସୁରକ୍ଷା ଓ ଜଳ ସଂରକ୍ଷଣ ଉପରେ ଗ୍ରାମବାସୀଙ୍କୁ ସଚେତନ କରିବା ସହିତ ସରକାରୀ ଯୋଜନାର ଉପକାରିତା ଓ ତା’ର କିପରି ଫାଇଦା ମିଳିବ ସେ ସମ୍ପର୍କରେ ଗ୍ରାମବାସୀଙ୍କୁ ବୁଝାଉଛନ୍ତି l ଯେଉଁଥିରେ ଆସେ ଆବାସ ଯୋଜନାରେ ସାମିଲ ହେବା, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ପାଇବା, ତ୍ରୁଟିପୂର୍ଣ୍ଣ ଆଧାର କାର୍ଡ ସଂଶୋଧନ କରିବା, ବ୍ୟାଙ୍କ ପାସ୍‌ବୁକ କରିବା, ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାରେ ଲୋକଙ୍କୁ ଅନ୍ତର୍ଭୁକ୍ତ କରିବା ଆଦି। ଉର୍ମିଳା ମଇମୁରା ହାଇସ୍କୁଲରୁ ମାଟ୍ରିକ୍‌ ପାସ୍‌ କଲାପରେ ଷୋଳପଦା ମହାବିଦ୍ୟାଳୟରୁ +୩ ପାସ୍‌ କରି ଏବେ ଛୋଟ ପିଲାଙ୍କୁ ଟିଉଶନ କରି ଗୁଜରାଣ ମେଣ୍ଟାଉଛନ୍ତି। ତେବେ ସମାଜସେବା ଓ ସଚେତନତା କାର୍ଯ୍ୟକ୍ରମ ଆଡ଼େ କାହିଁକି ମନ ବଳାଇଲ ବୋଲି ପଚାରିବାରୁ ସେ କହନ୍ତି, ଗ୍ରାଜୁଏଶନ ସରିଲା ପରେ ଫାଉଣ୍ଡେଶନ ଫର୍‌ ଇକୋଲୋଜିକାଲ ସିକ୍ୟୁରିଟି ସଂସ୍ଥା ତରଫରୁ ନିଜ ଗ୍ରାମରେ କାର୍ଯ୍ୟ କରିବାକୁ ସୁଯୋଗ ପାଇଥିଲି l ଇକୋଲୋଜିକାଲ ସିକ୍ୟୁରିଟି ସଂସ୍ଥାର ଅନୁଗୋଳ ଜିଲା ମୁଖ୍ୟ ଦ୍ରୋଣ ଚନ୍ଦ୍ରକାର ଓ କ୍ଷେତ୍ର ଅଧିକାରୀ ମାୟାଧର ମିଶ୍ର ହେଲେ ମୋର ଗୁରୁ l ଲୋକଙ୍କ ପାଇଁ କାର୍ଯ୍ୟ କରିବା ଓ ଜଙ୍ଗଲ ସୁରକ୍ଷା ନେଇ ଗ୍ରାମବାସୀଙ୍କୁ ସଚେତନ କରାଇବା ପାଇଁ ସେ ମୋତେ ସବୁବେଳେ ପ୍ରବର୍ତ୍ତାଉଥିଲେ l ମୁଁ ଜାଣିଛି ସାଧାରଣ ଲୋକ ବିଭିନ୍ନ ଯୋଜନା ବିଷୟରେ ଭଲଭାବରେ ବୁଝିପାରୁ ନ ଥିବାରୁ ବହୁତ ହଇରାଣ ହୁଅନ୍ତି। ତେଣୁ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ମୁଁ ନିଜେ ସମ୍ପୂର୍ଣ୍ଣ ବୁଝିସାରିଲା ପରେ ଯାଇ ଲୋକଙ୍କ ପାଇଁ କାର୍ଯ୍ୟ କରିବାକୁ ଯାଇଥାଏ l ଆଉ ଲୋକଙ୍କ ପାଇଁ କାର୍ଯ୍ୟ କଲେ ଆତ୍ମସନ୍ତୋଷ ମିଳିଥାଏ l
ପିଙ୍କି, ପ୍ରଜ୍ଞା-: ବିଭିନ୍ନ ସମୟରେ ଯେବେ ଝଡ଼ବାତ୍ୟା କି ଲଗାଣ ବର୍ଷା ହୁଏ ସେବେସେବେ ଆମ ଅଞ୍ଚଳରେ ପ୍ରାକୃତିକ ବିପର୍ଯ୍ୟୟ ଘଟିଥାଏ। ଏଥିଯୋଗୁ ବହୁ ଅଭାବୀ ଲୋକଙ୍କ କୁଡ଼ିଆଘର ଭାଙ୍ଗିଯାଇଥାଏ। ଏମିତି ଦୁଃଖରେ ଧାରକରଜ କରି ମୁଣ୍ଡ ଗୁଞ୍ଜିବା ପାଇଁ ସେମାନେ ତାଙ୍କ ଝାଟିମାଟିର କୁଡ଼ିଆଘରକୁ ସଜାଡ଼ିବା ପାଇଁ ଅଣ୍ଟା ଭିଡ଼ିଥାନ୍ତି। ମାତ୍ର ପ୍ରତିବର୍ଷ ପ୍ରାକୃତିକ ଦୁର୍ବିପାକରେ ଶିକାର ହେବାର ଆଶଙ୍କାରେ ମନରୁ ଭୟ ଯାଏନା। ବର୍ଷ ବର୍ଷ ଧରି ଏପରି ସମସ୍ୟା ଲାଗିରହିଛି। କିନ୍ତୁ ନିରାପଦରେ ଟିକେ ରହିପାରନ୍ତି ନାହିଁ। ଏମିତି ଘଟଣାରେ ବାରମ୍ବାର ଶିକାର ହୋଇ ସ୍ଥାୟୀ ପ୍ରତିକାର ପାଇଁ ବାଟ ଖୋଜୁଥିବା ହିତାଧିକାରୀଙ୍କ ଆବେଦନପତ୍ରକୁ ଲେଖି ଥାଉ ଦୁଇ ଭଉଣୀ ।କାହାର ବାର୍ଦ୍ଧକ୍ୟ ଭତ୍ତା ହେଉ କି ଦୁଃସ୍ଥ କଳାକାରଙ୍କ ଭତ୍ତା କିମ୍ବା ଦିବ୍ୟାଙ୍ଗ ଭତ୍ତା କେଉଁଠିକୁ ଦରଖାସ୍ତ ଦେବାକୁ ହେବ ଆଦି କଥାକୁ ଯୋଗ୍ୟ ହିତାଧିକାରୀଙ୍କୁ ଜଣେଇ ଦେଇଥାଉ ବୋଲି କୁହନ୍ତି ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅଧୀନ କୁରୁପାଳ ଗ୍ରାମର ପିଙ୍କି ଜେନା। ସେ କୁହନ୍ତି- ମୋ ବାପା ସୁବାସ ଜେନା ଜଣେ ସାମାଜିକ କମୀ। ତାଙ୍କର ସାମାଜିକ କାର୍ଯ୍ୟ ପାଇଁ ଆମ ଘରକୁ ବିଭିନ୍ନ ସମୟରେ ଅନେକ ଲୋକ ଆସିଥାନ୍ତି। ସେମାନଙ୍କ କଥାକୁ ଭାଙ୍ଗିପାରେ ନାହିଁ। ସାଧ୍ୟମତେ ସମୟ ଦେଇ ଜାଣିଥିବା ସରକାରୀ ଯୋଜନାର କାର୍ଯ୍ୟରେ ଲୋକମାନେ କିପରି ଉପକୃତ ହେବେ ସେଥିପାଇଁ ସେମାନଙ୍କ ଦରଖାସ୍ତ ପତ୍ରକୁ ଲେଖିଦିଏ। ଏଥିରେ ସେମାନେ ଖୁସି ହୋଇ ମୋତେ ଆଶୀର୍ବାଦ ଦିଅନ୍ତି। ଏଥିରେ ସାହାଯ୍ୟ କରିପାରୁଥିବାରୁ ମୋତେ ଆତ୍ମସନ୍ତୋଷ ମିଳୁଛି। ଏମିତିରେ ପ୍ରାୟ ୩ ବର୍ଷ ଧରି ୧୮ ଶହରୁ ଊର୍ଦ୍ଧ୍ୱ ଲୋକଙ୍କ ପାଇଁ ବିଭିନ୍ନ ଅବେଦନପତ୍ର ଲେଖାଲେଖି ସାରିଲାଣି। ତେବେ ଚିଲିକା ଜଳବନ୍ଦୀ ଅଞ୍ଚଳର ପ୍ରାୟ ୩୦ଖଣ୍ଡ ଗାଁରେ ଜାଣିଥିବା ଲୋକଙ୍କର ମୋ ପ୍ରତି ଏକ ବିଶ୍ୱାସ ସୃଷ୍ଟି ହୋଇପାରିଛି। କେବଳ ସେତିକି ନୁହେଁ, ଯେଉଁଠି ଲୋକଙ୍କର ତଥ୍ୟ ଜାଣିବାରେ ଅସୁବିଧା ହୁଏ ସେଥିପାଇଁ ଜନସୂଚନା ନିୟମ ଅନୁସାରେ ସେମାନଙ୍କ ତଥ୍ୟ ପାଇବା ନିମନ୍ତେ ଦରଖାସ୍ତ ଦେଇ ଆବେଦନ କରିଥାଏ। ଏଥିରେ ଅନେକ ସଫଳତା ମିଳିପାରୁଛି। ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହେଉଛି। ବିଭିନ୍ନ ଜନମଙ୍ଗଳ କାର୍ଯ୍ୟରେ ଲୋକଙ୍କ ସହ ସାମିଲ ହେଉଥିବାରୁ କିଛି କିଛି ଯୋଜନା ବିଷୟରେ ଜାଣିପାରୁଛି। ଏବେ ମୋର +୩ ସରିଛି। ମୋ ସହିତ ସାନଭଉଣୀ ପ୍ରଜ୍ଞାରେଖା ବଳକା ସମୟରେ ଗାଁ ଲୋକଙ୍କ ପାଇଁ ଏମିତି କାର୍ଯ୍ୟରେ ସାହାର୍ଯ୍ୟ କରୁଛି। ପ୍ରଜ୍ଞା କୁହନ୍ତି, ସରକାରୀ ହେଉ କି ବେସରକାରୀ ଯାହା ସମସ୍ତଙ୍କୁ ସାହାଯ୍ୟ ମିଳିବା କଥା। ସେଥିରେ ଅନେକଙ୍କ ଅନଭିଜ୍ଞତା ଯୋଗୁ ସେମାନଙ୍କୁ ବହୁ ସୁବିଧାରୁ ବଞ୍ଚିତ ହେବାକୁ ପଡ଼ିଥାଏ। ପ୍ରତିଦିନ କିଛି ନା କିଛି ନୂଆନୂଆ ଘଟଣାବିଷୟରେ ଜାଣିପାରୁଛୁ। ବିଭିନ୍ନ ସମସ୍ୟାରେ କିପରି ସାଧାରଣଲୋକ ଅସୁବିଧା ଭୋଗୁଛନ୍ତି ତାହା ଜାଣିହେଉଛି। ଯଦି କାହାକୁ କିଛି ସାହାଯ୍ୟ କରିପାରିବା ତେବେ ଈଶ୍ୱରଙ୍କ କୃପା ମିଳିବ ବୋଲି ମୁଁ ବିଶ୍ୱାସ କରେ।
ଲିପିକା: ମହିଳା ହୁଅନ୍ତୁ କିମ୍ବା ପୁରୁଷ। ସମାଜରେ ବିଭିନ୍ନ ବ୍ୟକ୍ତିଙ୍କ ଭିନ୍ନ ଭିନ୍ନ ରୁଚି ଥାଏ । ତେବେ ଏମିତି କିଛି ବ୍ୟକ୍ତି ଅଛନ୍ତି, ଯେଉଁମାନେକି କିଛି କାର୍ଯ୍ୟ କରିଥାନ୍ତି ଆଉ ସେମାନଙ୍କୁ ସେଥିରୁ ଆତ୍ମସନ୍ତୋଷ ମିଳିଥାଏ । ଏଥିରେ ବି ଭିନ୍ନ ପରିଚୟ ସୃଷ୍ଟି କରିଥାନ୍ତି। ସେମିତି ଜଣେ ମହିଳା ହେଲେ ଲିପିକା ମହାପାତ୍ର। ଘର ଅନୁଗୋଳ ଜିଲାର ଖଲାରୀ ଗାଁରେ। ସେ କୁହନ୍ତି, ମୋ ବାପା ଆନନ୍ଦଚନ୍ଦ୍ର ମହାପାତ୍ର ଆଦିବାସୀ ହରିଜନ ସ୍କୁଲରେ ରେ ପାଠ ପଢିବା ସହିତ ସେଠାରେ ମଧ୍ୟ ନିଯୁକ୍ତି ପାଇଥିଲେ। ମାତ୍ର ସେ ସବୁବେଳେ ଲୋକଙ୍କ ସେବାରେ ସମୟ ବିତାଉଥିଲେ। ତେବେ ବାପାମା’ଙ୍କ ମୁଁ ଏକମାତ୍ର ଝିଅ, ଆଉ ମୋର ଦୁଇ ଭାଇ। ଓଡ଼ିଆରେ ଏମ୍‌ଏ କରିଛି। ସ୍କୁଲ ବୟସରୁ ସବୁବେଳେ କିଛି ଗୋଟେ ନୂଆ କରିବାର ଚିନ୍ତା ଘାରୁଥିଲା। ସ୍କୁଲ ବୟସରୁ ଜନସେବା କାଯର୍‌ୟରେ ଅନୁପ୍ରାଣିତ ହୋଇଥିଲି। ଅନ୍ୟମାନଙ୍କୁ କିଛି କିଛି ଦାନ ଓ ସାହାଯ୍ୟ କରିବା ମୋର ଅଭ୍ୟାସ ରହିଛି। ସେଥିପାଇଁ ୨୦୦୫ ମସିହାରୁ ବିଶିଷ୍ଟ ସମାଜସେବୀ ମାଳତି ଚୌଧୁରୀଙ୍କ ବାଜିରାଉତ ଛାତ୍ରାବାସରେ ଯାଇ ମାଗଣାରେ ଦେଶତ୍ମବୋଧକ ସଂଗୀତ, ରବୀନ୍ଦ୍ର ସଂଗୀତ, ମହାପୁରୁଷଙ୍କ ଜୀବନୀ ବିଷୟରେ ଆଲୋଚନା କରିଥାଏ। ପୁଣି ହସ୍ତକଳା କାମ ଶିଖାଇବା ସହ ସେମାନଙ୍କ ସେବାରେ ଆନନ୍ଦ ପାଉଥିଲି। ଏମିତିରେ ସମୟକ୍ରମେ ସମାଜରେ ଅବହେଳିତ ଶିଶୁ ଓ ମହିଳାମାନଙ୍କ ସୁରକ୍ଷା ପ୍ରତି କିପରି କାଯର୍‌ୟ କରିପାରିବି ସେନେଇ ପ୍ରୟାସ କରିଥାଏ। ଏମିତିରେ ଅନୁଗୋଳ ଜିଲାର ସୁଖୁଡ଼ା, ଖଲାରୀ ଗଡ଼ନାୟକ ସାହି, ଜଗନ୍ନାଥପୁର ଆଦି ଗାଁରେ ପ୍ରଶାସନିକ ସହାୟତା ନେଇ ବାଲ୍ୟବିବାହ ରୋକିବାରେ ସଫଳ ହୋଇଥିଲି। ସେହିପରି ଆମ ଜିଲାର ଏକ ଅଞ୍ଚଳରେ ସିତୁରା ପରିବାରଙ୍କ ବିକାଶ ନିମନ୍ତେ ସେମାନଙ୍କ ପିଲାଙ୍କୁ ଶିକ୍ଷାକ୍ଷେତ୍ରରେ ସାମିଲ କରାଇବାରେ ସଫଳ ହୋଇପାରିଛି। ଏପରି କି ଅଏଡ଼ା ଅଞ୍ଚଳରେ ଥରେ ଶିକାରୀଙ୍କ ମଧ୍ୟରେ ଏକ ଭାଗବଣ୍ଟାକୁ ନେଇ ଗୁଳିକାଣ୍ଡରେ ସେମାନଙ୍କ ଙ୍କ ମୃତ୍ୟୁ ଯୋଗୁ ତାଙ୍କର ଅନାଥ ୩ ଶିଶୁଙ୍କ ଭବିଷ୍ୟତ ପାଇଁ ସରକାରୀ ସହାୟତା ଅନୁଦାନ ମିଳିବା ନିମନ୍ତେ ଆବେଦନ ଦରଖାସ୍ତ କରିପାରିଛି। ୨୦୧୬ରେ ଏକ ଗ୍ରାମରେ ଅନୈତିକ ଭାବେ ମହିଳା ଚାଲାଣକୁ ବନ୍ଦ କରିବାରେ ପୋଲିସ ସହାୟତାରେ ସଫଳତା ମିଳିଛି। ଅସହାୟ ମହିଳାମାନଙ୍କୁ ଆଇନଗତ ସହାୟତା ଦେବା ନିମନ୍ତେ ସାହାଯ୍ୟ କରିଥାଏ। ଅନୁଗୋଳର ଦୁର୍ଗମ ଜଙ୍ଗଲ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମ କରିଥାଏ। ଗାଁରେ ରାମେଶ୍ୱର ୟୁଥ୍‌ କ୍ଳବର ଯୁବକମାନଙ୍କୁ ନେଇ ବୌଦ୍ଧିକ ବିକାଶ ଆଦି ଶୈକ୍ଷିକ ଶିବିର କରିଥାଏ। ଅନେକ ସମୟରେ ବହୁ ବାଧାବିଘ୍ନର ସମ୍ମୁଖୀନ ହୋଇଛି, ମାତ୍ର ଖାତିର ନାହିଁ। ସାରାଜୀବନ ଅବିବାହିତ ରହି ଜନସେବାରେ ନିଜକୁ ସମର୍ପିତ କରିଛି । ଏପରି କି ମୋ ମୃତ୍ୟୁ ପରେ ଶରୀରର ସମସ୍ତ ଅଙ୍ଗ ଦାନ କରିବା ପାଇଁ ଇଚ୍ଛା କରିଛି।

ପ୍ରସ୍ତୁତି:

-ବନବିହାରୀ ବେହେରା, ଉଦୀପ୍ତ ପୁରୋହିତ, କୈଳାସ ପଟ୍ଟନାୟକ


Enter your email to get our daily news in your inbox.

All Right Reserved By Dharitri.Com

କୃତିମ ସୂର୍ଯ୍ୟ ତିଆରି କରୁଛି ଚାଇନା, ବିଶ୍ୱର ସବୁଠାରୁ ଶକ୍ତିଶାଳୀ ମ୍ୟାଗନେଟ୍‌ର ପରୀକ୍ଷଣ ସଫଳ

ନୂଆଦିଲ୍‌ଲୀ,୨୮।୭: ପୃଥିବୀରେ ଶକ୍ତିର ସନ୍ଧାନ ମଧ୍ୟରେ ଚୀନ୍ ଏକ ବଡ଼ ସଫଳତା ହାସଲ କରିଛି। ଚୀନ୍ ବିଶ୍ୱର ସବୁଠାରୁ ବଡ଼ ସୁପରକଣ୍ଡକ୍ଟିଂ ଫ୍ୟୁଜନ୍ ମ୍ୟାଗନେଟ୍ (Superconducting Fusion…

ଭଦ୍ରକରେ ବୁଧବାର ସମସ୍ତ ସ୍କୁଲ-ଅଙ୍ଗନବାଡ଼ି ଛୁଟି

ଭଦ୍ରକ,୨୮।୭: ପ୍ରବଳ ବର୍ଷା ଏବଂ ଖରାପ ପାଗକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଆସନ୍ତାକାଲି ଅର୍ଥାତ ବୁଧବାର ଜିଲାର…

ଟ୍ରେନ ଆଗକୁ ଡେଇଁ ପଡ଼ିଲେ ମହିଳା, ଆଉ ତା’ପରେ…

ବଲାଙ୍ଗୀର,୨୮।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଖୁଜେନପାଲି କବାଟପଡ଼ା ରେଳ ଲାଇନ୍‌ ନିକଟରୁ ମଙ୍ଗଳବାର ଜଣେ ମହିଳାଙ୍କ ମୃତଦେହ ରେଳବାଇ ପୋଲିସ ଉଦ୍ଧାର କରିଛି। ମହିଳାଙ୍କ ପରିଚୟ ମିଳି…

ଛାତ୍ର ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ଗିରଫ ଛାତ୍ରଙ୍କୁ ମୁକ୍ତ କର…

ନୂଆଦିଲ୍‌ଲୀ,୨୮।୭: ମଙ୍ଗଳବାର, ସୁପ୍ରିମକୋର୍ଟ ଛାତ୍ର ପ୍ରଦର୍ଶନରେ ସାମିଲ ଥିବା ପ୍ରତିବାଦକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ବିଭିନ୍ନ ଆବେଦନର ଶୁଣାଣି ସମୟରେ, କୋର୍ଟ କହିଛନ୍ତି ଯେ ଦିଲ୍ଲୀର…

ବିପଦ ସଂକେତ ଉପରେ ବୁଢ଼ାବଳଙ୍ଗ: ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ, ଏସ୍‌ପି

ବୈଶିଙ୍ଗା,୨୮।୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ତଥା ବେତନଟୀ ବ୍ଲକ ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ପୋଲ ନିକଟରେ ମଙ୍ଗଳବାର ଦ୍ୱିପ୍ରହର ସୁଦ୍ଧା ଜଳସ୍ତର ବିପଦ…

ସଂସଦରେ ପ୍ରିୟଙ୍କାଙ୍କୁ କଟାକ୍ଷ କଲେ ରିଜିଜୁ; ‘ରାହୁଲଙ୍କ ଭାଷଣ ଚୋରି କରିଦେଲେ…

ନୂଆଦିଲ୍ଲୀ,୨୮।୭: ମଙ୍ଗଳବାର ଲୋକ ସଭାରେ ପେପର ଲିକ ବିରୋଧୀ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ କଂଗ୍ରେସ ଦଳ ପକ୍ଷରୁ ଭାଷଣ ଦେଇଥିଲେ।…

ପାଲଲହଡ଼ା-ବାଉଁଶଯୋଡ଼ା ବ୍ରିଜରେ ୫ ଫୁଟ ବନ୍ୟା ପାଣି

ଭୁବନେଶ୍ୱର,୨୮।୭: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଯୋଗୁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ଲଗାଣ ବର୍ଷା ଯୋଗୁ ପାଲଲହଡ଼ା-ବାଉଁଶଯୋଡ଼ା ନଦୀ ବ୍ରିଜ ଉପରେ…

ଅଚାନକ ଭାରତୀୟ କୋଚ୍‌ ଦେଲେ ଇସ୍ତଫା: କ୍ରିକେଟ ଜଗତରେ ହଇଚଇ, ଏମିତି ନିଷ୍ପତ୍ତି ନେଇ…

ମୁମ୍ବାଇ,୨୮।୭: ଅଚାନକ ଟିମ ଇଣ୍ଡିଆର ସହକାରୀ କୋଚ୍‌ ରୟାନ ଟେନ ଡୋଶେଟ (Ryan ten Doeschate) ନିଜ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ୟୁକେ (UK) ଗସ୍ତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri