ସ୍ବଚ୍ଛ ପୁରୁଷୋତ୍ତମପୁର ଗଢି ତୋଳିବା ଲକ୍ଷ୍ୟ: ସାମୂହିକ ସଫେଇ…

ପୁରୁଷୋତ୍ତମପୁର,୨୬/୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ସ୍ବଚ୍ଛ ସର୍ବେକ୍ଷଣ ଆମ ଗଞ୍ଜାମ,ସ୍ବଚ୍ଛ ଗଞ୍ଜାମରେ ସାମୂହିକ ସଫେଇ କାର୍ଯ୍ୟକ୍ରମ ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀଙ୍କ ତତ୍ତ୍ୱାବଧାନରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ସହରକୁ ସ୍ବଚ୍ଛତା ଓ ପରିସ୍କାର, ଜିରୋ ପ୍ଲାଷ୍ଟିକ ଭିଜିବିଲିଟି ସହ ସମ୍ପୂର୍ଣ ଆବର୍ଜନା ମୁକ୍ତ କରି ସ୍ବଚ୍ଛ ପୁରୁଷୋତ୍ତମପୁର ଗଢି ତୋଳିବା ଏହାର ମୁଖ୍ୟ ଲକ୍ଷ୍ୟ। ଏଭଳି ସାମୂହିକ କାର୍ଯ୍ୟକ୍ରମ ପ୍ରତ୍ୟହ ମଙ୍ଗଳବାର ଦିନ କରାଯିବ ବୋଲି ନିର୍ବାହୀ ଅଧିକାରୀ କହିଛନ୍ତି। ଏଥିରେ ଏନଏସି ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡା, କାଉନସିଲର ଅଶୋକକୁମାର ମହାକୁଡ,ଭାସ୍କର ବେହେରା, ଲିଙ୍ଗରାଜ ବେହେରା,ଭବାନୀ ଶଙ୍କର ନାୟକ, କାଉନସିଲର ପ୍ରତିନିଧି, ଭାଗିରଥି ବେହେରା, ଲୋକନାଥ ବେହେରାଙ୍କ ସମେତ ଏନସି କର୍ମଚାରୀ,ସ୍ବଚ୍ଛସାଥି, ମହିଳା ସ୍ବୟଂ ସହାୟିକା ଗୋଷ୍ଠୀମାନେ ଯୋଗଦେଇ ସହରର ବିଭିନ୍ନ ସ୍ଥାନରେ ସଫେଇ କରିଥିଲେ। ଏହାକୁ ପରିମଳ ବିଭାଗ ଏକ୍ସପର୍ଟ ସତୀଶ କୁମାର ପାଣିଗ୍ରାହୀ ପରିଚାଳନା କରିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଜିଲ୍ଲା ଯୁବ କଂଗ୍ରେସ ସଭାପତିରୁ ଓପିସିସି ସମ୍ପାଦକ: ମହମ୍ମଦ ସାହେବଙ୍କୁ ମିଳିଲା ଗୁରୁଦାୟିତ୍ୱ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): ନିଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ସଭାପତିଙ୍କ ଅନୁମୋଦନ କ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ପାଇଁ କାର୍ଯ୍ୟକାରୀ କମିଟି ଓ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଜମିରେ ପାଣି ମଡ଼ାଇବା ବିବାଦରୁ ହତ୍ୟା ଉଦ୍ୟମ: ପ୍ରସାଦ ଖାଉଥିବା ବେଳେ ଖଣ୍ଡା ଚୋଟ, ଅଭିଯୁକ୍ତ ଗଲେ ଜେଲ୍

ଦିଗପହଣ୍ଡି,୫।୯(ଅଶେଷ ନାଥ ମିଶ୍ର): ଜମିରେ ପାଣି ମଡ଼ାଇବା ବିବାଦକୁ କେନ୍ଦ୍ର କରି ଜଣଙ୍କୁ ଖଣ୍ଡାରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲା…

ସିସିଟିଭିକୁ ବି ଖାତିର ନାହିଁ! ହୁମାରେ ଖୁଲମ୍‌ଖୁଲା ବାଇକ୍ ଚୋରି, ଗୋଟିଏ ରାତିରେ ୩ ବାଇକ୍ ଗାଏବ, ଆତଙ୍କିତ ବ୍ୟବସାୟୀ

ହୁମା, ୫।୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ଅଞ୍ଚଳରେ ବାଇକ୍ ଚୋରିର ଆତଙ୍କ ଖେଳିଯାଇଛି। କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ସକ୍ରିୟ ହୋଇଉଠିଛନ୍ତି…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ଗୁରୁଦିବସରେ ଗୁରୁଙ୍କ ପ୍ରତିବାଦ: କଳା ବ୍ୟାଚ୍ ପିନ୍ଧି ‘କଳା ଦିବସ’ ପାଳିଲେ ଅଂଶୁପା ସ୍ନାତକ ମହାବିଦ୍ୟାଳୟ ଅଧ୍ୟାପକ

ବାଙ୍କୀ,୫।୯(ଶୁଭେନ୍ଦୁ ମହାପାତ୍ର): ଗୋଟିଏ ପଟେ ସାରା ରାଜ୍ୟରେ ଗୁରୁଦିବସ ପାଳିତ ହୋଇଯାଇଥିବା ବେଳେ ବାଙ୍କୀ ଉପଖଣ୍ଡ ଅଂଶୁପା ସ୍ନାତକ ମହାବିଦ୍ୟାଳୟଠାରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଓସ୍ନେଲିଆ…

ପାଟଣାରେ ଗୁରୁଦିବସ: ଅବସରପ୍ରାପ୍ତ ଗୁରୁଙ୍କୁ ମାନପତ୍ର ଓ ଅଙ୍ଗବସ୍ତ୍ର ଦେଇ ସମ୍ବର୍ଦ୍ଧନା

ପାଟଣା,୫।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ଓ ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପୂର୍ବତନ ରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ…

ଆଖି ବୁଜିଛନ୍ତି ଗୁରୁ, ହେଲେ ଆଦର୍ଶକୁ ଭୁଲିନାହାନ୍ତି ଶିଷ୍ୟ: ପ୍ରତିମୂର୍ତ୍ତୀ ଗଢ଼ି ଗୁରୁଦିବସ ପାଳିଲା…

ପୁରୁଷୋତ୍ତମପୁର,୫।୯ (ସବିତା ମିଶ୍ର): ଗୁରୁଙ୍କ ଶରୀର ନ ଥାଇପାରେ, କିନ୍ତୁ ତାଙ୍କ ଆଦର୍ଶ ଆଜି ବି ଜୀବନ୍ତ। ଏହି ବାକ୍ୟକୁ ସତ୍ୟରେ ପରିଣତ କରିଛନ୍ତି ଗଞ୍ଜାମ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri