ଫେରିବ ହକିର ହୃତଗୌରବ

ଢେଙ୍କାନାଳ ଅଫିସ, ୨୩।୧

ଢେଙ୍କାନାଳ ଜିଲାରେ ଶେଷନିଃଶ୍ୱାସ ନେଉଥିବା ହକିକୁ ମିଳିବ ପୁନର୍ଜନ୍ମ। ଏହି ଲୋକପ୍ରିୟ ଖେଳ ନୂଆ ରୂପରେ ପଡ଼ିଆକୁ ଫେରିବ। ହକିକୁ କ୍ୟାରିୟର କରିବାକୁ ଇଚ୍ଛୁକ ପ୍ରତିଭାବାନ କ୍ରୀଡ଼ାବିତ୍‌ଙ୍କୁ ଦିଆଯିବ ଉଚ୍ଚମାନର ପ୍ରଶିକ୍ଷଣ। ରାଜ୍ୟ ତଥା ଜାତୀୟସ୍ତରରେ ସେମାନେ ଯେଭଳି ନିଜର ଦକ୍ଷତା ଦେଖାଇପାରିବେ ସେଥିଲାଗି ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଯିବ। ଏଥିଲାଗି ଶୁକ୍ରବାର ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ, ଟାଟାଷ୍ଟିଲ ଏବଂ ଟାଟା ଟ୍ରଷ୍ଟର ମିଳିତ ସହଯୋଗରେ ଉଦ୍‌ଘାଟିତ ହୋଇଛି ଉଚ୍ଚମାନର ପ୍ରଶିକ୍ଷଣ କେନ୍ଦ୍ର। ଜିଲାରେ ହକିର ହୃତଗୌରବ ଫେରାଇ ଆଣିବାକୁ ରାଜ୍ୟ ସରକାରଙ୍କ ଏପରି ଉଦ୍ୟମକୁ ସବୁ ମହଲରେ ସ୍ବାଗତ କରାଯାଇଥିବାବେଳେ ତାଲିମ ପାଇଁ ଖୁବ୍‌ଶୀଘ୍ର ଆନୁଷଙ୍ଗିକ ଭିତ୍ତିଭୂମିର ବିକାଶ କରିବାକୁ କ୍ରୀଡ଼ାବିତ୍‌ ଏବଂ ପ୍ରଶିକ୍ଷକମାନେ ଦାବି କରିଛନ୍ତି।
ରାଜ୍ୟର କ୍ରୀଡ଼ା ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ଦଖଲ କରିଛି ଢେଙ୍କାନାଳ। ପଶ୍ଚିମ ଓଡ଼ିଶା ଭଳି ଏଠାକାର ଅନେକ କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ହକିକୁ ନେଇ ରହିଛି ଦୁର୍ବଳତା। ଜିଲାର ବହୁ କ୍ରୀଡ଼ାବିତ୍‌ ନିଜ ପ୍ରତିଭାର ପରିଚୟ ମଧ୍ୟ ଦେଇସାରିଛନ୍ତି। ତେବେ ସମସ୍ତ ସୁବିଧା ଥିବା ସତ୍ତ୍ୱେ ଇଚ୍ଛା ଶକ୍ତି ଏବଂ ପ୍ରଶିକ୍ଷଣ ଅଭାବ ଯୋଗୁ ଢେଙ୍କାନାଳରେ ହକି ଖେଳ ଧିମେଇ ଯାଇଥିଲା। ଏହାକୁ ପୁଣିଥରେ ଟ୍ରାକ୍‌କୁ ଫେରାଇବାକୁ ଆଞ୍ଚଳିକସ୍ତରରେ ଅଣ୍ଟାଭିଡ଼ିଲେ କେତେଜଣ କ୍ରୀଡ଼ାପ୍ରେମୀ। ପୂର୍ବତନ ଖେଳାଳି ସାଇ ପ୍ରସାଦ ଦଳେଇ ଏବଂ ବାବୁଲ ପ୍ରସାଦ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କିଛିବର୍ଷ ହେଲା ଆରମ୍ଭ ହୋଇଛି ପ୍ରଶିକ୍ଷଣ କାର୍ଯ୍ୟକ୍ରମ। ସେମାନଙ୍କ ଉଦ୍ୟମରେ ସ୍ଥାନୀୟ ମିନି ଷ୍ଟାଡିୟମରେ ଦୈନିକ ୪୦ ଝିଅ ଏବଂ ୬୦ ପୁଅଙ୍କୁ ତାଲିମ ଦେଉଛନ୍ତି। ତେବେ ସରକାରୀସ୍ତରରେ ପ୍ରୋତ୍ସାହନର ଅଭାବ ଯୋଗୁ ହକି ପରିସର ସଙ୍କୁଚିତ ହୋଇପଡ଼ିଥିଲା। ଜିଲାରେ ଏହି କ୍ରୀଡ଼ାର ନବକଳେବର କରିବା ଏବଂ ନୂତନ ପ୍ରତିଭା ଚିହ୍ନଟ କରିବାକୁ ଦୀର୍ଘଦିନରୁ ଦାବି ହୋଇ ଆସୁଥିବାବେଳେ ସରକାର ନିବେଦନ ଶୁଣିଛନ୍ତି। ଶୁକ୍ରବାର ସ୍ଥାନୀୟ ମିନି ଷ୍ଟାଡିୟମ ପରିସରରେ ଟାଟାଷ୍ଟିଲ ଦ୍ୱାରା ଗଠିତ ନାଭାଲ ଟାଟା ହକି ପ୍ରଶିକ୍ଷଣ କେନ୍ଦ୍ର ଉଦ୍‌ଘାଟିତ ହୋଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ପରିସରରୁ ଭର୍ଚୁଆଲ ମାଧ୍ୟମରେ କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହାକୁ ଉଦ୍‌ଘାଟନ କରିଥିଲେ। ବିଭାଗୀୟ ସଚିବ ବିଶାଳ କୁମାର ଦେବ, ହକି ତାରକା ପଦ୍ମଶ୍ରୀ ଦିଲୀପ ତିର୍କୀ, ଟାଟାଷ୍ଟିଲ କର୍ପୋରେଟ ସର୍ଭିସ୍‌ ଉପସଭାପତି ଚାଣକ୍ୟ ଚୌଧୁରୀ, ହକି ଆସ୍‌ ଫାଉଣ୍ଡେଶନ ଚେୟାରମ୍ୟାନ ଗୌତମ ମୁଖାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପ୍ରଶିକ୍ଷଣ କେନ୍ଦ୍ର ନବପ୍ରତିଭା ସୃଷ୍ଟି କରିବାରେ ସହାୟକ ହେବ। ଜିଲାର କ୍ରୀଡ଼ାବିତ୍‌ ଜାତୀୟସ୍ତରରେ ପହଞ୍ଚତ୍ପାରିବେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।
ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଅନୁଷ୍ଠିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ କ୍ରୀଡ଼ା ଅଧିକାରୀ ପ୍ରଦୀପ୍ତ କୁମାର ମହାନ୍ତି, ପ୍ରଶାସନିକ ଅଧିକାରୀ ସ୍ମୃତିରଞ୍ଜନ ମହାପାତ୍ର, ସୀତାଂଶୁ ଶେଖର ଦାସ, ଶଶାଙ୍କ ଶେଖର ମିଶ୍ର, ଭଜନାନନ୍ଦ ସାହୁ, ସୁଶାନ୍ତ ମିଶ୍ର, ଜିଲା କ୍ରୀଡା ସଂଘ ସମ୍ପାଦକ ନଳିନୀ କୁମାର ଦାସଙ୍କ ସମେତ ବହୁ ବରିଷ୍ଠ ହକି ଖେଳାଳି, କୋଚ୍‌ ଏବଂ ପ୍ରଶିକ୍ଷଣ ନେଉଥିବା ଖେଳାଳି ଉପସ୍ଥିତ ଥିଲେ।

ନୂତନ କୌଶଳ ଶିଖିବାର ସୁଯୋଗ ମିଳିବ
ହକି ପ୍ରତି ପିଲାଟି ଦିନରୁ ଦୁର୍ବଳତା ରହିଛି। ସପ୍ତମ ଶ୍ରେଣୀରେ ପଢ଼ିବା ସମୟରୁ ହକି ଖେଳୁଛି। ଦୈନିକ ମିନି ଷ୍ଟାଡିୟମରେ ଅଭ୍ୟାସ କରୁଛି। ଏହି ପ୍ରଶିକ୍ଷଣ କେନ୍ଦ୍ର ଦ୍ୱାରା ନୂତନ କୌଶଳ ଶିଖିବା ଲାଗି ସୁଯୋଗ ମିଳିବ।
-ଯମୁନା ଜେନା, ହକି ଖେଳାଳି
ଜିଲା ପାଇଁ ଖୁସିର ଦିନ
ହକି ପ୍ରଶିକ୍ଷଣ ପାଇଁ ପର୍ଯ୍ୟାପ୍ତ ସୁବିଧା ମିଳୁ ନ ଥିଲା। ପ୍ରଶିକ୍ଷଣ କେନ୍ଦ୍ର ଏହି ଅଭାବ ପୂରଣ କରିବ। କର୍ତ୍ତୃପକ୍ଷ ଚାହିଁଲେ ଏଠାରେ ଆଷ୍ଟ୍ରୋଟର୍ଫ ମଧ୍ୟ ହୋଇପାରିବ। ଜିଲାର ହକି ପାଇଁ ଖୁସିର ଦିନ କହିଲେ ଅତ୍ୟୁକ୍ତି ହେବନାହିଁ।
-ସାଇ ପ୍ରସାଦ ଦଳେଇ, କୋଚ୍‌
ଅଭ୍ୟାସ ପାଇଁ ଆବଶ୍ୟକ ସାଧନ ମିଳିବ
ସମ୍ବଲପୁର, ସୁନ୍ଦରଗଡ଼ ସମେତ ରାଜ୍ୟର ୧୦ ସ୍ଥାନରେ ପ୍ରଶିକ୍ଷଣ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି। ପ୍ରତିଭାବାନ ଖେଳାଳି ସୃଷ୍ଟି କରିବା ଏବଂ ହକିର ମାନ ବଢ଼ାଇବା ଲାଗି ଟାଟାଷ୍ଟିଲ ଓ ଟାଟାଟ୍ରଷ୍ଟର ଏହି ପ୍ରୟାସ। ପ୍ରଶିକ୍ଷଣ କେନ୍ଦ୍ର ଦ୍ୱାରା ଅଭ୍ୟାସ ପାଇଁ ଆବଶ୍ୟକ ସାଧନ ମିଳିବ।
-ସୁମନ ଚୌଧୁରୀ, ଗ୍ରାସ୍‌ରୁଟ୍‌ କୋଅର୍ଡିନେଟର
ବାହାରିବେ ପ୍ରତିଭାବାନ କ୍ରୀଡ଼ାବିତ୍‌
ହକି ପ୍ରଶିକ୍ଷଣ କେନ୍ଦ୍ର କାର୍ଯ୍ୟକ୍ଷମ ହେବା ପରେ ଜିଲାର ହକି ଖେଳାଳିଙ୍କୁ ଭଲ କୋଚ୍‌ ଏବଂ କୋଚିଂ ମିଳିବ। ମହିଳା କ୍ରୀଡ଼ାବିତ୍‌ଙ୍କ ପାଇଁ ସ୍ବତନ୍ତ୍ର ଭାବେ ମହିଳା କୋଚ୍‌ ରହିବେ। ଜିଲାରୁ ପ୍ରତିଭାବାନ କ୍ରୀଡ଼ାବିତ୍‌ ବାହାରିବେ। ତା’ ସହିତ ହକିର ପ୍ରସାର ନିଶ୍ଚିତ ହେବ।
-ପ୍ରଦୀପ୍ତ କୁମାର ମହାନ୍ତି, ଜିଲା କ୍ରୀଡ଼ା ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

ଅବପାତରେ ପରିଣତ ହେଲା ଲଘୁଚାପ: ଆହୁରି ୪ଦିନ ଭୀଷଣ ବର୍ଷା, ୧୩ ଜିଲାକୁ ଓ୍ବାର୍ନିଂ

ଭୁୁବନେଶ୍ୱର, ୧୩ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗୁରୁବାର ସକାଳ ୮ଟା ୩୦ରେ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ…

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ପ୍ରବଳ ବର୍ଷା କାରଣରୁ ଯୁକ୍ତ ୩ ଇଂରାଜୀ ପରୀକ୍ଷା ସ୍ଥଗିତ: ପରୀକ୍ଷା ହଲରୁ ଫେରିଲେ ଛାତ୍ରୀଛାତ୍ର

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ଛାତ୍ରଛାତ୍ରୀମାନେ ପୂର୍ବରୁ ମହାବିଦ୍ୟାଳୟରେ ପହଞ୍ଚି ସାରିଥିଲେ ଏବଂ ପରୀକ୍ଷା ଦେବା ପାଇଁ ଶ୍ରେଣୀ କୋଠରୀ ଭିତରେ ନିଜ ନିଜ ସିଟ୍‌ରେ ବସି ମଧ୍ୟ ସାରିଥିଲେ।…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ନ୍ୟାୟ ଦାବିରେ ଶ୍ୱଶୁର ଘର ଆଗରେ ବସିଲେ ମହିଳା, ସ୍ବାମୀ ବାହାର ରାଜ୍ୟରେ ଅନ୍ୟ ମହିଳାଙ୍କୁ ବିବାହ କରିଥିବା ଅଭିଯୋଗ

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର): ଶ୍ୱଶୁର ଘର ଆଗରେ ଧାରଣା ଦେଲେ ବୋହୂ । ଦିଗପହଣ୍ଡି ଥାନା ଭୀଷ୍ମଗିରି ଗାଁ ବ୍ରାହ୍ମଣସାହିରେ ଧାରଣା । ସ୍ବାମୀ ବାହାର ରାଜ୍ୟରେ…

ବିପଦ ସଙ୍କେତ ଟପିଲା ବୈତରଣୀ, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା

ପାଟଣା,୧୩।୮(ବୀର କିଶୋର ଦାଶ): ଲଘୁଚାପ ଜନିତ ଲଗାଣ ବର୍ଷାରେ କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗୁରୁବାର ଅପରାହ୍ନରେ ପାଟଣା ଅଞ୍ଚଳରେ ବୈତରଣୀ ନଦୀ…

ପୂର୍ବତନ ଅତିରିକ୍ତ ତହସିଲଦାରଙ୍କୁ ୩ବର୍ଷ କାରାଦଣ୍ଡ, ଜାଣନ୍ତୁ କାରଣ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ବରଗଡର ପୂର୍ବତନ ଅତିରିକ୍ତ ତହସିଲଦାର ଗୋବିନ୍ଦ ଦଣ୍ଡସେନା ଏକ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଗୁରୁବାର ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତି ଦଣ୍ଡସେନାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri