ମହାମାରୀ ଯୋଗୁ ଜଟିଳ ହେଉଛି ବିଶ୍ୱ ବଜାର ସ୍ଥିତି; ଜାଣନ୍ତୁ କ’ଣ କହିଲା ଆଇଏମ୍‌ଏଫ୍‌

ଓ୍ବାଶିଂଟନ,୨୫।୬ : ବିଶ୍ୱ ବଜାର ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ ବଜାର ପ୍ରଭାବିତ ହୋଇ ରହିଛି। ହେଲେ ମାନ୍ଦାବସ୍ଥାର ପ୍ରଭାବ ଯେତିକି ରହିବ ବୋଲି ଆକଳନ କରାଯାଇଥିଲା ତା’ଠାରୁ ସ୍ଥିତି ଏବେ ଅଧିକ ଜଟିଳ ହେଉଥିବା ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ବୁଧବାର ଏହାର ରିପୋର୍ଟରେ ଉଲ୍ଲେଖ କରିଛି। ଏହି ଏଜେନ୍ସି ପୂର୍ବରୁ ଯାହା ପୂର୍ବାନୁମାନ କରିଥିବା ତା’ଠାରୁ ବଜାରକୁ ଅଧିକ କ୍ଷତି ସହିବାକୁ ପଡୁଥିବା କୁହାଯାଇଛି। କରୋନା ମହାମାରୀ ବଜାରରେ ଅନିଶ୍ଚିତତାକୁ ବଢ଼ାଇଥିବା ବେଳେ ବିଶ୍ୱ ଅର୍ଥ ବ୍ୟବସ୍ଥାକୁ ଏହା ଦ୍ୱାରା ଶକ୍ତ ଧକ୍କା ଲାଗିଛି। ଏହି ଭାଇରସ୍‌ କବଳରୁ ମୁକ୍ତ ହୋଇ ପୁଣି ଥରେ ଛିଡ଼ାହେବାକୁ ବିଶ୍ୱ ବଜାରର ବାଣିଜ୍ୟ ବର୍ତ୍ତମାନ ଉଦ୍ୟମ ଜାରି ରଖିଥିବା କୁହାଯାଇଛି।
କରୋନା ପାଇଁ କରାଯାଇଥିବା ଲକ୍‌ଡାଉନ କଟକଣାକୁ ବର୍ତ୍ତମାନ ଧୀରେ ଧୀରେ କୋହଳ କରାଯାଉଛି। ହେଲେ କରୋନା ମାମଲା ବଢ଼ି ଚାଲିଥିବା ବେଳେ ଏହାକୁ ଭଲ କରିବା ଲାଗି ଠୋସ୍‌ ଭ୍ୟାକ୍ସିନ ଏବେ ଯାଏ ଆସିନାହିଁ। ବଜାର କ୍ଷତିଗ୍ରସ୍ତ ସ୍ଥିତିରେ ରହିଛି। ଗ୍ରେଡ୍‌ ଡିପ୍ରେସନ ପରଠାରୁ ବର୍ତ୍ତମାନର ସ୍ଥିତି ସବୁଠାରୁ ଖରାପ। ଏହା ଦ୍ୱାରା ଅର୍ଥ ବ୍ୟବସ୍ଥାର ଗତି ମନ୍ଥର ହୋଇଯାଇଛି। ଅଭିବୃଦ୍ଧି ସାଂଘାତିକ ଭାବେ ଖସୁଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଆଇଏମ୍‌ଏଫ୍‌ ଏହାର ଓ୍ବାର୍ଲଡ ଇକୋନୋମିକ ଆଉଟଲୁକ୍‌ରେ କହିଛି ଯେ, ବିଶ୍ୱ ଅର୍ଥ ବ୍ୟବସ୍ଥା ଚଳିତ ଆର୍ଥତ୍କ ବର୍ଷ ୪.୯% ଖସିଯିବ। ଏହା ପ୍ରାୟ ୩% ଖସିବ ବୋଲି ଏହା ଏପ୍ରିଲ ପୂର୍ବାନୁମାନରେ କହିଥିଲା, ଯାହାକୁ ବର୍ତ୍ତମାନ ପରିବର୍ତ୍ତନ କରିଛି। ବର୍ତ୍ତମାନ ସାମାଜିକ ଦୂରତ୍ୱ ନିୟମ ରଖି ସବୁ କାର୍ଯ୍ୟ ସମ୍ପାଦନ ହେଉଛି। ବାଣିଜ୍ୟଗୁଡିକ ବର୍ତ୍ତମାନ ପୂର୍ବ ସ୍ଥିତିକୁ ଫେରି ପାରି ନାହାନ୍ତି। ବୃହତ୍ତ ମାତ୍ରାରେ ନିଯୁକ୍ତି ହ୍ରାସ ହେଉଥିବା ଦେଖାଯାଉଛି। ଏଭଳି ସ୍ଥିତିକୁ ବିଚାର କଲେ ବିଶ୍ୱ ଅର୍ଥ ବ୍ୟବସ୍ଥା ଟ୍ରାକ୍‌କୁ ଫେରିବା ଧାରା ବହୁତ ଧୀର ରହିଛି। ୨୦୨୧ରେ ବିଶ୍ୱ ଅର୍ଥ ବ୍ୟବସ୍ଥା ୫.୪% ରହିବା ନେଇ ଏହା ପୂର୍ବାନୁମାନ କରିଛି।
ଆମେରିକା ଅର୍ଥ ବ୍ୟବସ୍ଥା ଏହି ସମୟରେ ୮% ଖସିବ ବୋଲି କୁହାଯାଇଛି। ଏହା ଆସନ୍ତା ବର୍ଷ ୪.୫% ଅଭିବୃଦ୍ଧି ହାସଲ କରିବ। ସେହିଭଳି ୟୁରୋଜୋନ୍‌ରେ ରହିଥିବା ଅର୍ଥ ବ୍ୟବସ୍ଥାଗୁଡିକର ଅଭିବୃଦ୍ଧି ଚଳିତ ବର୍ଷ ୧୦.୨% ଖସିବ। ଆସନ୍ତା ବର୍ଷ ଏହା ୬% ବୃଦ୍ଧି ଘଟିବ। ସେହିଭଳି ଚାଇନା ଅର୍ଥ ବ୍ୟବସ୍ଥା ଚଳିତ ବର୍ଷ ୧% ଏବଂ ଆସନ୍ତା ବର୍ଷ ୮.୨% ଅଭିବୃଦ୍ଧି ହାସଲ କରିବା ନେଇ ରିପୋର୍ଟରେ ଉଲ୍ଲେଖ କରାଯାଇଛି। କରୋନା ଯୋଗୁ ଚଳିତ ଆର୍ଥତ୍କ ବର୍ଷ ପ୍ରଥମ ତ୍ରୈମାସରେ ବିଶ୍ୱ ବାଣିଜ୍ୟ କାରବାର ୩.୫% ଖସିବା ନେଇ ଆଶଙ୍କା କରାଯାଉଛି। ବିଶ୍ୱ ସ୍ତରରେ ଏହି ସମୟରେ ବାଣିଜ୍ୟ କାରବାର ଗଭୀର ଭାବେ କ୍ଷତିଗ୍ରସ୍ତ ହେବ ବୋଲି ବିଶ୍ୱ ବାଣିଜ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଛି। ପ୍ରଥମ ତ୍ରୈମାସରେ ସାମଗ୍ରୀ କାରବାର ୩% ଏବଂ ଦ୍ୱିତୀୟ ତ୍ରୈମାସରେ ଏହା ୧୮.୫% ଖସିବ ବୋଲି ଆଶଙ୍କା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଏହି ଯୋଜନାରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରୁଛନ୍ତି ସରକାର, ଏହି ଉପାୟରେ ଲାଭ ଉଠାଇପାରିବେ କୃଷକ

ନୂଆଦିଳ୍ଲୀ,୩।୪: ଦେଶର ଅଧାରୁ ଅଧିକ ଜନସଂଖ୍ୟା ଏବେ ବି ଚାଷ ଏବଂ କୃଷି ମାଧ୍ୟମରେ ଜୀବିକା ନିର୍ବାହ କରନ୍ତି, ଏବଂ ଏହି କାରଣରୁ ଭାରତର ପ୍ରଗତି ପାଇଁ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri