ମହାମାରୀ ଯୋଗୁ ଜଟିଳ ହେଉଛି ବିଶ୍ୱ ବଜାର ସ୍ଥିତି; ଜାଣନ୍ତୁ କ’ଣ କହିଲା ଆଇଏମ୍‌ଏଫ୍‌

ଓ୍ବାଶିଂଟନ,୨୫।୬ : ବିଶ୍ୱ ବଜାର ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ ବଜାର ପ୍ରଭାବିତ ହୋଇ ରହିଛି। ହେଲେ ମାନ୍ଦାବସ୍ଥାର ପ୍ରଭାବ ଯେତିକି ରହିବ ବୋଲି ଆକଳନ କରାଯାଇଥିଲା ତା’ଠାରୁ ସ୍ଥିତି ଏବେ ଅଧିକ ଜଟିଳ ହେଉଥିବା ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ବୁଧବାର ଏହାର ରିପୋର୍ଟରେ ଉଲ୍ଲେଖ କରିଛି। ଏହି ଏଜେନ୍ସି ପୂର୍ବରୁ ଯାହା ପୂର୍ବାନୁମାନ କରିଥିବା ତା’ଠାରୁ ବଜାରକୁ ଅଧିକ କ୍ଷତି ସହିବାକୁ ପଡୁଥିବା କୁହାଯାଇଛି। କରୋନା ମହାମାରୀ ବଜାରରେ ଅନିଶ୍ଚିତତାକୁ ବଢ଼ାଇଥିବା ବେଳେ ବିଶ୍ୱ ଅର୍ଥ ବ୍ୟବସ୍ଥାକୁ ଏହା ଦ୍ୱାରା ଶକ୍ତ ଧକ୍କା ଲାଗିଛି। ଏହି ଭାଇରସ୍‌ କବଳରୁ ମୁକ୍ତ ହୋଇ ପୁଣି ଥରେ ଛିଡ଼ାହେବାକୁ ବିଶ୍ୱ ବଜାରର ବାଣିଜ୍ୟ ବର୍ତ୍ତମାନ ଉଦ୍ୟମ ଜାରି ରଖିଥିବା କୁହାଯାଇଛି।
କରୋନା ପାଇଁ କରାଯାଇଥିବା ଲକ୍‌ଡାଉନ କଟକଣାକୁ ବର୍ତ୍ତମାନ ଧୀରେ ଧୀରେ କୋହଳ କରାଯାଉଛି। ହେଲେ କରୋନା ମାମଲା ବଢ଼ି ଚାଲିଥିବା ବେଳେ ଏହାକୁ ଭଲ କରିବା ଲାଗି ଠୋସ୍‌ ଭ୍ୟାକ୍ସିନ ଏବେ ଯାଏ ଆସିନାହିଁ। ବଜାର କ୍ଷତିଗ୍ରସ୍ତ ସ୍ଥିତିରେ ରହିଛି। ଗ୍ରେଡ୍‌ ଡିପ୍ରେସନ ପରଠାରୁ ବର୍ତ୍ତମାନର ସ୍ଥିତି ସବୁଠାରୁ ଖରାପ। ଏହା ଦ୍ୱାରା ଅର୍ଥ ବ୍ୟବସ୍ଥାର ଗତି ମନ୍ଥର ହୋଇଯାଇଛି। ଅଭିବୃଦ୍ଧି ସାଂଘାତିକ ଭାବେ ଖସୁଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଆଇଏମ୍‌ଏଫ୍‌ ଏହାର ଓ୍ବାର୍ଲଡ ଇକୋନୋମିକ ଆଉଟଲୁକ୍‌ରେ କହିଛି ଯେ, ବିଶ୍ୱ ଅର୍ଥ ବ୍ୟବସ୍ଥା ଚଳିତ ଆର୍ଥତ୍କ ବର୍ଷ ୪.୯% ଖସିଯିବ। ଏହା ପ୍ରାୟ ୩% ଖସିବ ବୋଲି ଏହା ଏପ୍ରିଲ ପୂର୍ବାନୁମାନରେ କହିଥିଲା, ଯାହାକୁ ବର୍ତ୍ତମାନ ପରିବର୍ତ୍ତନ କରିଛି। ବର୍ତ୍ତମାନ ସାମାଜିକ ଦୂରତ୍ୱ ନିୟମ ରଖି ସବୁ କାର୍ଯ୍ୟ ସମ୍ପାଦନ ହେଉଛି। ବାଣିଜ୍ୟଗୁଡିକ ବର୍ତ୍ତମାନ ପୂର୍ବ ସ୍ଥିତିକୁ ଫେରି ପାରି ନାହାନ୍ତି। ବୃହତ୍ତ ମାତ୍ରାରେ ନିଯୁକ୍ତି ହ୍ରାସ ହେଉଥିବା ଦେଖାଯାଉଛି। ଏଭଳି ସ୍ଥିତିକୁ ବିଚାର କଲେ ବିଶ୍ୱ ଅର୍ଥ ବ୍ୟବସ୍ଥା ଟ୍ରାକ୍‌କୁ ଫେରିବା ଧାରା ବହୁତ ଧୀର ରହିଛି। ୨୦୨୧ରେ ବିଶ୍ୱ ଅର୍ଥ ବ୍ୟବସ୍ଥା ୫.୪% ରହିବା ନେଇ ଏହା ପୂର୍ବାନୁମାନ କରିଛି।
ଆମେରିକା ଅର୍ଥ ବ୍ୟବସ୍ଥା ଏହି ସମୟରେ ୮% ଖସିବ ବୋଲି କୁହାଯାଇଛି। ଏହା ଆସନ୍ତା ବର୍ଷ ୪.୫% ଅଭିବୃଦ୍ଧି ହାସଲ କରିବ। ସେହିଭଳି ୟୁରୋଜୋନ୍‌ରେ ରହିଥିବା ଅର୍ଥ ବ୍ୟବସ୍ଥାଗୁଡିକର ଅଭିବୃଦ୍ଧି ଚଳିତ ବର୍ଷ ୧୦.୨% ଖସିବ। ଆସନ୍ତା ବର୍ଷ ଏହା ୬% ବୃଦ୍ଧି ଘଟିବ। ସେହିଭଳି ଚାଇନା ଅର୍ଥ ବ୍ୟବସ୍ଥା ଚଳିତ ବର୍ଷ ୧% ଏବଂ ଆସନ୍ତା ବର୍ଷ ୮.୨% ଅଭିବୃଦ୍ଧି ହାସଲ କରିବା ନେଇ ରିପୋର୍ଟରେ ଉଲ୍ଲେଖ କରାଯାଇଛି। କରୋନା ଯୋଗୁ ଚଳିତ ଆର୍ଥତ୍କ ବର୍ଷ ପ୍ରଥମ ତ୍ରୈମାସରେ ବିଶ୍ୱ ବାଣିଜ୍ୟ କାରବାର ୩.୫% ଖସିବା ନେଇ ଆଶଙ୍କା କରାଯାଉଛି। ବିଶ୍ୱ ସ୍ତରରେ ଏହି ସମୟରେ ବାଣିଜ୍ୟ କାରବାର ଗଭୀର ଭାବେ କ୍ଷତିଗ୍ରସ୍ତ ହେବ ବୋଲି ବିଶ୍ୱ ବାଣିଜ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଛି। ପ୍ରଥମ ତ୍ରୈମାସରେ ସାମଗ୍ରୀ କାରବାର ୩% ଏବଂ ଦ୍ୱିତୀୟ ତ୍ରୈମାସରେ ଏହା ୧୮.୫% ଖସିବ ବୋଲି ଆଶଙ୍କା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ହେଲା ଇଏମଆଇ: ରେପୋ ରେଟ ୦.୨୫ ପ୍ରତିଶତ ବୃଦ୍ଧି କଲା ରିଜର୍ଭବ୍ୟାଙ୍କ…

ନୂଆଦିଲ୍ଲୀ,୮।୨ : ସାଧାରଣ ଲୋକ ପୁଣି ଥରେ ମହଙ୍ଗା ମାଡ଼ର ସମ୍ମୁଖୀନ ହେଉଛନ୍ତି। ଏବେ ଘର କିମ୍ବା କାର୍‌ ଋଣ କରି ଏହାର କିସ୍ତି ଦେବା...

ଓୟୋର ପରାମର୍ଶଦାତା ପଦରେ ଏସ୍‌ବିଆଇର ପୂର୍ବତନ ଚେୟାରମ୍ୟାନ

ମୁମ୍ବାଇ,୩।୧୨: ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ)ର ପୂର୍ବତନ ଚେୟାରମ୍ୟାନ ରଜନିଶ କୁମାରଙ୍କୁ ଗୁରୁବାର ଷ୍ଟ୍ରାଟେଜିକ୍‌ ଗ୍ରୁପ ଆଡଭାଇଜର ଭାବେ ନିଯୁକ୍ତ କରିଛି ଟ୍ରାଭେଲ ଟେକନୋଲୋଜି...

ଉତ୍କଳ କି କଳା ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର,୧।୪: ଟାଟା ଟି’ର ବିବିଧ ପୋର୍ଟଫୋଲିଓର ପ୍ରମୁଖ ବ୍ରାଣ୍ଡ୍‌ ଟାଟା ଟି ପ୍ରିମିୟମ୍‌-ଦେଶ କି ଚାଏ ପକ୍ଷରୁ ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ ପରମ୍ପରାକୁ ପାଳନ କରିବା...

ଟ୍ରାଭେଲ କମ୍ପାନୀ କକ୍ସ ଆଣ୍ଡ କିଙ୍ଗ୍‌ସ ଦେବାଳିଆ

ଭୁବନେଶ୍ୱର,୨୯ା୧୧: ଦେଶର ଅଗ୍ରଣୀ ଟ୍ରାଭେଲ ଆଣ୍ଡ ଟୁର୍ସ କମ୍ପାନୀ କକ୍ସ ଆଣ୍ଡ କିଙ୍ଗ୍‌ସର ପ୍ରମୋଟର ପିଟର କେରକରଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଏକାଧିକ ବ୍ୟାଙ୍କରୁ...

ମୋବାଇଲରେ ଦୈନିକ ୪.୮ ଘଣ୍ଟା ବିତାଉଛନ୍ତି ଭାରତୀୟ

ନୂଆଦିଲ୍ଲୀ,୧୫ା୧୧: ସ୍ମାର୍ଟଫୋନରେ ସବୁଠାରୁ ଅଧିକ ସମୟ ବିତାଉଥିବା କ୍ଷେତ୍ରରେ ଭାରତର ସ୍ଥାନ ୪ର୍ଥରେ ରହିଛି। ମୋବାଇଲ ଆପ୍‌ ଆନାଲିଷ୍ଟ କମ୍ପାନୀ ଏପ୍‌ ଏନି ପକ୍ଷରୁ ପ୍ରକାଶିତ...

ଏବେ ପେଟ୍ରୋଲ,ଡିଜେଲରେ ଜିଏସ୍‌ଟି ସମ୍ଭବ ନୁହେଁ

ମୁମ୍ବାଇ: ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲକୁ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ ଟି) ପରିସରକୁ ଆଣିବା ସମ୍ଭବ ନୁହେଁ। ଏଥିପାଇଁ ୧୦ ବର୍ଷ ସମୟ ଲାଗିଯିବ...

ସୁପ୍ରିମକୋର୍ଟରେ ଟିକଟକ୍‌ ମାମଲାର ଶୁଣାଣି;ମାଡ୍ରାସ ହାଇକୋର୍ଟକୁ ୨୪ ସୁଦ୍ଧା ସମୟ, ନଚେତ ବ୍ୟାନ ହଟିବ

ନୂଆଦିଲ୍ଲୀ,୨୩-୪: ଭାରତ ସମେତ ବିଶ୍ୱର ବହୁ ଦେଶରେ ଅତ୍ୟନ୍ତ ଲୋକପ୍ରିୟ ସର୍ଟ ଭିଡ଼ିଓ ଆପ୍‌ ଟିକ୍‌ଟକ ଉପରେ ଲାଗିଥିବା ବ୍ୟାନ୍‌ ହଟିଯିବା ସମ୍ଭାବନା ରହିିଛି। ସୋମବାର...

ଆଇପିକ୍ୟୁର ୫ମ ସଂସ୍କରଣର ଫଳାଫଳ

ନୂଆଦିଲ୍ଲୀ,୩୦।୩: ମ୍ୟାକ୍ସ ଲାଇଫ୍‌ ଇନ୍ସୁରାନ୍ସର ଫ୍ଲାଗଶିପ୍‌ ସର୍ଭେ ଇଣ୍ଡିଆ ପ୍ରୋଟେକ୍ସନ କ୍ୱୋଟେଣ୍ଟ ସର୍ଭେ (ଆଇପିକ୍ୟୁ)ର ୫ମ ସଂସ୍କରଣର ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଉକ୍ତ...

Advertisement
Archives

Model This Week