ସାମାନ୍ୟ କାଚଖଣ୍ଡ ବଦଳାଇଦେଲା ଏହି ବ୍ୟକ୍ତିଙ୍କ ଭାଗ୍ୟ

ଓ୍ବାଶିଂଟନ,୨୬ା୯: ଆମେରିକାର କେଭିନ କିନାର୍ଡ ନାମକ ଜଣେ ବ୍ୟକ୍ତି ପାର୍କରେ ବୁଲିବା ସମୟରେ ଏମିତି ଏକ ଜିନିଷ ପାଇଲେ, ଯାହା ତାଙ୍କ ଭାଗ୍ୟକୁ ବଦଳାଇଦେଲା। ସେ ପାର୍କରେ ବୁଲୁଥିବା ସମୟରେ ଏକ କାଚଖଣ୍ଡ ପଡ଼ିଥିବା ଦେଖିବାକୁ ପାଇଥିଲେ। ଯାହା ତାଙ୍କୁ ଆକର୍ଷିତ କରିଥିଲା। ସେ ଏହି କାଚଖଣ୍ଡ ନିକଟକୁ ଯାଇ ଏହାର ଅନୁସନ୍ଧାନ କରିଥିଲେ। ପରେ ଏହା ୯.୦୭ କ୍ୟାରେଟ ହୀରା ଥିଲା। ଏକ ରିପୋର୍ଟ ଅନୁଯାୟୀ, ଏହି ହୀରାକୁ ୪୮ ବର୍ଷ ଇତିହାସରେ ଦ୍ୱିତୀୟ ବୃହତ୍ତମ ହୀରା ବୋଲି ବର୍ଣ୍ଣନା କରାଯାଇଛି।

ଆମେରିକାର କେଭିନ ବୃତ୍ତିରେ ଜଣେ ବ୍ୟାଙ୍କ ମ୍ୟାନେଜର। କେଭିନ କିନାର୍ଡ କହିଛନ୍ତି ଯେ, ସେ ଏବଂ ତାଙ୍କ ବନ୍ଧୁ ହୋଲିଡ ମୁର୍ଫ୍ରିସବୋରୋ ପାର୍କରେ ବୁଲୁଥିଲେ। ପାର୍କର ଦକ୍ଷିଣ-ପୂର୍ବ ଅଞ୍ଚଳରେ ଏକ ଗୋଲାକାର ସ୍ଫଟିକ ଉପରେ ତାଙ୍କର ନଜର ପଡ଼ିଥିଲା। ଏହି କାଚଖଣ୍ଡ ତାଙ୍କୁ ସୁନ୍ଦର ଦେଖାଯିବା ସେ ନିଜ ବ୍ୟାଗରେ ସାଇତି ରଖିଥିଲେ। କିଛି ଘଣ୍ଟା ପରେ ସେ ଏବଂ ତାଙ୍କ ସାଥୀମାନେ ପାର୍କର ଯାଞ୍ଚ କେନ୍ଦ୍ରରେ ଅଟକି ଯାଇଥିଲେ। ଯେଉଁଠାରେ ପାର୍କ କର୍ମଚାରୀମାନେ ଲୋକମାନଙ୍କ ଦ୍ୱାରା ମିଳିଥିବା ଜିନିଷଗୁଡ଼ିକୁ ଯାଞ୍ଚ ଏବଂ ପଞ୍ଜୀକରଣ ଆରମ୍ଭ କରିଥିଲେ। ତେବେ କେଭିନ୍‌ଙ୍କ ଲଗେଜ ଯାଞ୍ଚ ପରେ ଏହା କାଚ ନୁହେଁ, ହୀରା ବୋଲି ଜଣାପଡ଼ିଥିଲା। ଏଥିରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଦ୍ରା ବ୍ୟବହାର କମାଇଲା ଇରାନ

ଦୁବାଇ,୬ା୩: ଇରାନରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବାରୁ ସେଠାରେ କାଗଜ ମୁଦ୍ରା ବ୍ୟବହାର ଯଥା ସମ୍ଭବ କମାଇବା ପାଇଁ ସରକାର ଦେଶବାସୀଙ୍କୁ ପ୍ରୋତ୍ସାହିତ କରୁଛନ୍ତି। ଇରାନରେ...

କାବୁଲ ଆତ୍ମଘାତୀ ବିସ୍ଫୋରଣ: ୪ ଯବାନ ଆହତ

କାବୁଲ,୧୮।୧୧: ଆଫଗାନିସ୍ତାନର କାବୁଲରେ ସୋମବାର ସକାଳେ ହୋଇଥିବା ବିସ୍ଫୋରଣରେ ୪ ଯବାନ ଆହତ ହୋଇଥିବା ସୂଚନା ମିଳିଛି। ମିଲିଟାରୀ ଟ୍ରେନିଂ ସେଣ୍ଟର ନିକଟରେ ଏହି ଆତ୍ମଘାତୀ...

ଡେଜର୍ଟ ଗାର୍ଡେନ

ଆଡେନ: ବଦଳୁଛି ଗାର୍ଡେନିଂର ଟ୍ରେଣ୍ଡ। ରୁଫ୍‌ ଗାର୍ଡେନ, କିଚେନ ଗାର୍ଡେନ ପରେ ଏହି ଧାରାରେ ଯୋଡ଼ି ହୋଇଛି ‘ଡେଜର୍ଟ ଗାର୍ଡେନ’। ଏପରି ବଗିଚା ମରୁଭୂମିରେ ଫସଲ...

କରୋନା ଯୋଗୁ ପିଲାଙ୍କୁ ଡାଇବେଟିସ୍‌ର ଆଶଙ୍କା ଅଧିକ: ବିଶେଷଜ୍ଞ

ଲଣ୍ଡନ,୧୮।୮: ସାରା ବିଶ୍ୱରେ କରୋନା ଭାଇରସ୍‌ ପ୍ରକୋପ ଜାରି ରହିଛି। ଏଥିରେ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ନେତା ମନ୍ତ୍ରୀ, ସେଲିବ୍ରିଟି ସମସ୍ତେ ଏବେ କରୋନା...

ପ୍ରଥମଥର ବିମାନରେ ଯାତ୍ରା କରୁଥିବା ବେଳେ ଗଳିପଡ଼ିଲେ ମହିଳା

ଇସ୍ତାନବୁଲ,୧୯।୭: ପ୍ରଥମଥର ବିମାନରେ ଯାତ୍ରା କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ସବୁ କିଛି ଥାଏ ନୂଆ। ଏଥିପାଇଁ ବିମାନବନ୍ଦରରେ ପ୍ରତ୍ୟେକ କଥାକୁ ସେମାନେ ଧ୍ୟାନରେ ଶୁଣିବା...

ଇସ୍ତଫା ଦେଲେଣି ୮ ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ, ୩।୬ : ବିଭିନ୍ନ ଦେଶରେ କୋଭିଡ୍‌ ପରିଚାଳନାଗତ ତ୍ରୁଟି ପାଇଁ ଗତ ୫ ମାସ ମଧ୍ୟରେ ୮ ସ୍ବାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦେଇସାରିଲେଣି। ଇକୁଏଡର ସ୍ବାସ୍ଥ୍ୟମନ୍ତ୍ରୀ...

ଶିରୀନ୍‌ ହେବେ ଆମେରିକା ବିଚାରପତି

ଓ୍ବାଶିଂଟନ,୨ା୯(ପି.ଟି.): ଭାରତୀୟ ବଂଶୋଦ୍ଭବ ଆଟର୍ନି ଶିରୀନ୍‌ ମାଥ୍ୟୁସ୍‌ ଆମେରିକାର ଏକ ଜିଲା କୋର୍ଟ ବିଚାରପତି ହେବାକୁ ଯାଉଛନ୍ତି। କାଲିଫର୍ନିଆ ସଦର୍ନ ଜିଲା କୋର୍ଟର ବିଚାରପତି ଭାବେ...

ଟ୍ରମ୍ପ୍‌ଙ୍କୁ ମିଳିବନି ସୁରକ୍ଷା ସୂଚନା

ଓ୍ବାଶିିଂଟନ,୬।୨: ଆମେରିକା ଇତିହାସରେ ପ୍ରଥମ ଥର ପାଇଁ ଏକ ଘଟଣା ଘଟିବାକୁ ଯାଉଛି। ପୂର୍ବତନ ରାଷ୍ଟ୍ରପତିଙ୍କୁ ଦେଶର ସୁରକ୍ଷା ସମ୍ପର୍କିତ ସୂଚନା ଯୋଗାଇ ଦିଆଯିବା ଏକ...

Advertisement
Archives

Model This Week