ଝିଅ ଅଳିଆ, ପୁଅ ଅରୁଆ

ହିନ୍ଦୁ ପିଲାଙ୍କୁ ସରସ୍ବତୀ ଓ ଲକ୍ଷ୍ମୀପୂଜାଠାରୁ ଆରମ୍ଭକରି ଗ୍ରାମର ଇଷ୍ଟ ଦେବୀଙ୍କ ପର୍ଯ୍ୟନ୍ତ ସବୁବେଳେ ମାତୃଶକ୍ତିକୁ ମନେ ପକାଇବା ପାଇଁ ଅନେକ ଯୁଗ ଧରି କୁହାଯାଇଆସୁଛି। ଅପରାଧ ଦୁନିଆକୁ ଦେଖିଲେ, ସମ୍ଭବତଃ ଭାରତବର୍ଷରେ ମହିଳା ଏବଂ ଝିଅଙ୍କୁ, ଏପରିକି ଶିଶୁକନ୍ୟାଙ୍କୁ ବଳାତ୍କାର, ହତ୍ୟା ଓ ଅନ୍ୟ ସବୁ ପ୍ରକାରର ନିର୍ଯାତନା ଦିଆଯାଉଥିବା ବିଷୟ ପ୍ରତ୍ୟେକ ଭାରତୀୟ ନିକଟରୁ ହୃଦ୍‌ବୋଧ କରିଆସୁଛନ୍ତି। ମା’ କାଳୀଙ୍କୁ ନେଇ ରାଜନୀତି କରିବାରେ ଆମେ ସମସ୍ତେ ଆଗଧାଡ଼ିରେ। ତେବେ କ୍ୱଚିତ ଲୋକ କାଳୀଙ୍କ ଅବତାର ପଛରେ ଥିବା ଚିନ୍ତାକୁ ବୁଝିବାକୁ ଚେଷ୍ଟା କରନ୍ତି।
ଭାରତରେ ମହିଳାଙ୍କୁ ମାତୃଶକ୍ତି ଭାବେ ଅଭିହିତ କରାଯାଇ ସମ୍ମାନ ଦିଆଯାଉଛି ବୋଲି କୁହାଯାଏ। କିନ୍ତୁ ବାସ୍ତବରେ ମହିଳାମାନେ ସର୍ବାଧିକ ନିର୍ଯାତନାର ଶିକାର ହେଉଛନ୍ତି। ଜାତୀୟ ଅପରାଧ ରେକର୍ଡସ ବ୍ୟୁରୋ (ଏନ୍‌ସିଆର୍‌ବି) ୨୦୨୦ ରିପୋର୍ଟ ଅନୁଯାୟୀ ମହିଳାଙ୍କ ଉପରେ ଅତ୍ୟାଚାର ହାର ପୂର୍ବ ବର୍ଷ ତୁଳନାରେ ୮.୩ ପ୍ରତିଶତ ହ୍ରାସ ପାଇଥିବା ସୂଚନା ଦିଆଯାଉଥିଲେ ମଧ୍ୟ ଏହାର ପ୍ରକୃତ ହାର କାହିଁରେ କେତେ ଅଧିକ ରହୁଛି। ଅପରାଧ କମ୍‌ କରି ଦେଖାଇବା କେବଳ ସରକାରଙ୍କ ଭାବମୂର୍ତ୍ତି ନିର୍ମଳ ରଖିବା ପାଇଁ ଅସତ୍ୟ ପ୍ରଚାର ବୋଲି ସମସ୍ତେ ବୁଝିପାରୁଛନ୍ତି। ପ୍ରକୃତରେ ଘରୋଇ ହିଂସାରେ ମହିଳାମାନେ ସର୍ବାଧିକ ଶିକାର ହେଉଛନ୍ତି। ଏପରି କି ଶିଶୁକନ୍ୟାମାନଙ୍କ ଉପରେ ବିଭିନ୍ନ ଢଙ୍ଗରେ ଅତ୍ୟାଚାର କରାଯାଉଛି। ଦେଖିବାକୁ ଗଲେ ମହିଳାଙ୍କ ଦ୍ୱାରା ଘଟାଯାଉଥିବା ଅପରାଧର ସଂଖ୍ୟା ଅତି ଗୌଣ। ଭାରତର କାରାଗାରଗୁଡ଼ିକର ତଥ୍ୟ ନେଲେ ମହିଳା କଏଦୀଙ୍କ ସଂଖ୍ୟା ଯଥେଷ୍ଟ କମ୍‌। ତେବେ ସାମାଜିକ ବ୍ୟବସ୍ଥାରେ ଘରୋଇ ହିଂସା, ବଳାତ୍କାର, ଅସଦାଚରଣ ଭଳି ଘଟଣାରେ ପ୍ରଥମେ ମହିଳାଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରାଯାଉଥିବା ଦେଖାଯାଉଛି। କୌଣସି ସ୍ଥାନରେ ଜଣେ ଯୁବତୀ ଅସଦାଚରଣ ବା ବଳାତ୍କାରର ଶିକାର ହେଉଥିଲେ ସାଧାରଣରେ ସମ୍ପୃକ୍ତା ଯୁବତୀଙ୍କ ଦୋଷ ଖୋଜାଯାଇଥାଏ। ଉତ୍ତେଜକ ପୋଷାକ ପିନ୍ଧିଥିବାରୁ ଯୁବକମାନେ ଏଭଳି କାଣ୍ଡ ସୃଷ୍ଟି କଲେ ବୋଲି କଥା ଶୁଣିବାକୁ ମିଳେ। କେହି କେହି କହିଥାଆନ୍ତି ଝିଅମାନେ ସଣ୍ଠଣା ବଜାୟ ରଖୁ ନ ଥିବା ଓ ପୁରୁଷ ବନ୍ଧୁଙ୍କ ସହ ଅତ୍ୟଧିକ ମିଳାମିଶା କରୁଥିବାରୁ ବିପଦରେ ପଡ଼ିଲେ। ଅନ୍ୟପକ୍ଷରେ ପୁରୁଷଙ୍କ ଉପରେ ସେଭଳି ଅଭିଯୋଗ ଆସି ନ ଥାଏ। ଏହାର ମୁଖ୍ୟ କାରଣ ହେଉଛି ମହିଳାଙ୍କୁ ନୂ୍ୟନ କରି ଦେଖିବାର ମାନସିକତାରୁ ଆମ ଦେଶ ଆଗକୁ ଉଠିପାରୁନାହିଁ।
ସାମ୍ପ୍ରତିକ ସମୟକୁ ଦେଖିଲେ ସମସ୍ତଙ୍କ ମନେଥିବା ଭଳି ଉଦାହରଣ ହେଉଛି ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଓ ତତ୍‌ ପରବର୍ତ୍ତୀ ଘଟଣାକ୍ରମ। ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ଉପରେ ସବୁ ଦୋଷ ଲଦି ଦିଆଗଲା। କୁହାଗଲା ରିୟା ତାଙ୍କୁ ନିଶା ଦେଇ ଖରାପ କରିଦେଇଥିଲେ। ଏପରି କି ନିଶା ସେବନ ଓ କାରବାର ଅଭିଯୋଗରେ ରିୟାଙ୍କୁ ଜେଲ ଯିବାକୁ ପଡ଼ିଲା। ଘଟଣାକୁ ଭଲ ଭାବେ ତର୍ଜମା ନ କରି ଗଣମାଧ୍ୟମ ବିଶେଷକରି ସୋସିଆଲ ମିଡିଆରେ ରିୟାଙ୍କୁ ଫାଶୀ ଦିଆଯାଉ ବୋଲି କେତେକେ ଦାବି କଲେ। ଏହି ମହିଳାଙ୍କ ଯୋଗୁ ଜଣେ ଭଲ ଷ୍ଟାରଙ୍କ ପ୍ରାଣହାନି ଘଟିଲା ବୋଲି କୁହାଗଲା। ଏବେ ଆଞ୍ଚଳିକ ସ୍ତରରେ ଦେଖିଲେ ଓଡ଼ିଆ ସିନେମା ଅଭିନେତା ବାବୁସାନ ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଘଟଣା ଚର୍ଚ୍ଚାକୁ ଆସିଛି। ବାବୁସାନଙ୍କ ସ୍ତ୍ରୀ ତୃପ୍ତି ଶତପଥୀ ନିକଟରେ ବାବୁସାନ ଓ ପ୍ରକୃତି ମିଶ୍ର ଏକ ଗାଡ଼ିରେ ଏୟାରପୋର୍ଟ ଯାଉଥିବା ବେଳେ ସେମାନଙ୍କୁ ବାଟରେ ଅଟକାଇ ବାଡ଼େଇଥିଲେ। ସ୍ବାମୀଙ୍କ ଉପରେ କର୍ତ୍ତୃତ୍ୱ ନ ଥିବା ବେଳେ ନିଜ ଘର ଭାଙ୍ଗିବାରେ ପ୍ରକୃତି ମିଶ୍ରଙ୍କୁ ଦାୟୀ କରି ସର୍ବସାଧାରଣ ସ୍ଥାନରେ ତୃପ୍ତି ଯେଭଳି ବ୍ୟବହାର କଲେ ସେହି ଦୃଶ୍ୟ ଏବେ ଚାରିଆଡ଼େ ପ୍ରସାରିତ ହୋଇଛି। ହେଲେ ଲୋକେ ଏସବୁ କଳି ସକାଶେ ପ୍ରକୃତି ମିଶ୍ରଙ୍କୁ ଦାୟୀ କରୁଛନ୍ତି। କୁହାଯାଉଛି ବାବୁସାନ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ଏବଂ ପ୍ରକୃତି ତାଙ୍କୁ ବ୍ଲାକ୍‌ମେଲ କରୁଥିଲେ। ଅଧିକାଂଶ ଘଟଣାରେ ଏପରି ଆଲୋଚନାରେ ସମ୍ପୃକ୍ତ ପୁରୁଷ ନୀରବ ରହିଯାଆନ୍ତି। ଖୁସିର କଥା ବାବୁସାନ ସାହସ ପ୍ରଦର୍ଶନ କରି କହିଛନ୍ତି, କେହି ତାଙ୍କୁ ବ୍ଲାକ୍‌ମେଲ କରୁନାହାନ୍ତି। ଅନ୍ୟପକ୍ଷରେ ବାବୁସାନଙ୍କ ପରିବାର ପ୍ରତି ସହାନୁଭୂତି ଦେଖାଇ କେତେ ଜଣ ମତ ଦେଉଛନ୍ତି ତାଙ୍କର ସ୍ତ୍ରୀ ଓ ସାନ ପୁଅଟିଏ ଥିବାରୁ ପ୍ରକୃତି ଯାହା କରିଛନ୍ତି ତାହା ଭୁଲ। ଏହିଠାରେ ଆଉ ଏକ ଘଟଣାକୁ ଦେଖାଯାଇପାରେ। କିଛି ଦିନ ପୂର୍ବରୁ ଟୁଙ୍ଗୁରୁ ଭୋଳ ଓ ବର୍ଷା ନାମ୍ନୀ ଜଣେ ମହିଳାଙ୍କ ପ୍ରେମ ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ହୋଇଥିଲା। କୁହାଯାଇଥିଲା ଗୋଟେ ଭେଣ୍ଡିଆ ପାଇଁ ଦୁଇଟି ଛୁଆର ମା’ ଘର ଛାଡ଼ିଦେଇଥିଲେ। ସେହି ମହିଳାଙ୍କୁ ଘଟଣା ପାଇଁ ଦାୟୀ କରାଯାଇ ତାଙ୍କୁ ସୋସିଆଲ ମିଡିଆରେ ବହେ ଗାଳି କରାଯାଥିଲା। ଏହି ଆଗୁଆ ଧାଡ଼ିର ପଲେ ମତଦାତା ସବୁବେଳେ ଭୁଲି ଯାଆନ୍ତି ଯେ, ଦୁଇ ହାତରେ ତାଳିବାଜେ।
ଏହିଭଳି ଅନେକ ଘଟଣା ଦେଖିଲେ ସତେଯେମିତି ପୁଅମାନେ ଗୋଟାପଣେ ଅରୁଆ ଚାଉଳ। କେବଳ ଝିଅମାନେ ଅଳିଆ। ରାସ୍ତାକଡ଼ରେ ଛିଡ଼ା ହୋଇ ମଦ୍ୟପାନ କରିବା, ମାତାପିତାଙ୍କ ଅର୍ଥ ନଷ୍ଟ କରି ପାଠପଢ଼ା ସମୟରେ କ୍ଷୁଦ୍ର ରାଜନୀତିରେ ବୁଡ଼ି ରହିବା, ଗୁଣ୍ଡାମି କରି ବଟି ଆଦାୟ ପର୍ଯ୍ୟନ୍ତ ବୃତ୍ତିଗତ ସଫଳତା ପାଇବା ସତ୍ତ୍ୱେ ବିଭିନ୍ନ ଫେଚ୍‌କାମି କରୁଥିବା ପୁରୁଷ କୌଣସି ଭାବେ କ୍ଷମଣୀୟ ନୁହେଁ। ଭାରତୀୟ ସମାଜରେ ପୁରୁଷଙ୍କ ପ୍ରତି ଏକ ଶକ୍ତିଶାଳୀ ମନୋଭାବ କାର୍ଯ୍ୟ କରିଆସୁଛି। ଏହା ସତ୍ୟ ଯେ, ଅଳ୍ପ କେତେକ ଦୁଷ୍ଟ ମହିଳା ଦେଶର ଆଇନକୁ ଅପବ୍ୟବହାର କରି ପରିବାରକୁ ଧୂଳିସାତ୍‌ କରିଦେଉଛନ୍ତି। କିନ୍ତୁ ସେମାନଙ୍କର ମୋଟ ସଂଖ୍ୟାକୁ ପୁରୁଷଙ୍କ ଅନ୍ୟାୟ ସହ ତୁଳନା କଲେ ତାହା, ହୁଏତ, ମାଇକ୍ରୋସ୍କୋପ୍‌ରେ ମଧ୍ୟ ଦିଶିବ ନାହିଁ।

ଏହା ସତ୍ୟ ଯେ, ଅଳ୍ପ କେତେକ ଦୁଷ୍ଟ ମହିଳା ଦେଶର ଆଇନକୁ ଅପବ୍ୟବହାର କରି ପରିବାରକୁ ଧୂଳିସାତ୍‌ କରିଦେଉଛନ୍ତି। କିନ୍ତୁ ସେମାନଙ୍କର ମୋଟ ସଂଖ୍ୟାକୁ ପୁରୁଷଙ୍କ ଅନ୍ୟାୟ ସହ ତୁଳନା କଲେ ତାହା, ହୁଏତ, ମାଇକ୍ରୋସ୍କୋପ୍‌ରେ ମଧ୍ୟ ଦିଶିବ ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri