କନ୍ୟା ଏକ ଉଜ୍ଜ୍ୱଳ ତାରକା

ନାରୀ ଓ ପୁରୁଷ ଉଭୟ ସମାଜର ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ପରି। ଗୋଟିଏ ସୁସ୍ଥ ସମାଜ ଗଠନରେ ପୁରୁଷର ଭୂମିକା ଯେତିକି ରହିଛି ନାରୀର ଭୂମିକା ମଧ୍ୟ ସେତିକି । କଥାରେ ଅଛି ଗୋଟିଏ ନାରୀ ଶିକ୍ଷିତ ହୋଇ ପାରିଲେ ସେ ସମଗ୍ର ପରିବାରକୁ ଶିକ୍ଷିତ କରିପାରିବ। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ପୁଅଟିଏ ଜନ୍ମ ହେଲେ ଲୋକମାନଙ୍କ ଖୁସି କହିଲେ ନ ସରେ, କିନ୍ତୁ କନ୍ୟାଟିଏ ଜନ୍ମ ହେଲେ ସତେ ଯେମିତି ପାଦତଳୁ ମାଟି ଖସିଯାଏ। ପୁଅ ଝିଅ ମଧ୍ୟରେ ଭେଦଭାବ ମଣିଷ ମନରେ ବସା ବାନ୍ଧି ରହିଛି। କନ୍ୟା ସନ୍ତାନ ପରିବାର ପାଇଁ ବୋଝ ବୋଲି ଅନେକେ ଜନ୍ମଦାତା ମାଆ ମଧ୍ୟ ଭାବିଥାନ୍ତି। ନିଜେ ମହିଳା ହୋଇ ମଧ୍ୟ ଆଗ୍ରହ ଥାଏ ପୁତ୍ର ସନ୍ତାନ ପାଇଁ; ଯାହା ଫଳରେ ବିଶ୍ୱରେ ମହିଳା ଅନୁପାତ କମିବାରେ ଲାଗିଛି।
ସ୍ବାଧୀନତାର ଏତେ ବର୍ଷ ପରେ ଥମିନି କନ୍ୟାଭ୍ରୂଣ ହତ୍ୟା ପରି ଅପରାଧ। ସମାଜରେ ପ୍ରତିଟି କ୍ଷେତ୍ରରେ ଝିଅମାନଙ୍କୁ ଅବହେଳା କରାଯାଇ ଆସିଛି। ଶିକ୍ଷା ହେଉ କି ଅଧିକାର, ଭଲ ଖାଦ୍ୟ ହେଉ କି ସ୍ବାସ୍ଥ୍ୟ ବା ସୁରକ୍ଷା ସବୁ କ୍ଷେତ୍ରରେ ପକ୍ଷପାତିତାର ସାମ୍‌ନା କରି ଆସିଛି ଝିଅ। ଏପରି କି ଖୁବ୍‌ କମ୍‌ ବୟସରେ ଝିଅଙ୍କୁ ବାହାଘର କରିଦେବା ଦେଖିବାକୁ ମିଳୁଛି। ଲିଙ୍ଗଗତ ଅସମାନତା, ଆଇନ ଅଧିକାର, ସ୍ବାସ୍ଥ୍ୟସେବା, ହିଂସା, ଭେଦଭାବ ଏବଂ ଅପରିପକ୍ୱ ବୟସରେ ବିବାହ ଭଳି ଅସମାନତା ଦେଖାଦେଇଛି ଝିଅମାନଙ୍କ କ୍ଷେତ୍ରରେ।
ଲିଙ୍ଗଗତ ବୈଷମ୍ୟତାକୁ ଦୂର କରି କନ୍ୟା ସନ୍ତାନମାନଙ୍କୁ ସବୁ କ୍ଷେତ୍ରରେ ସମାନ ଗୁରୁତ୍ୱ ପ୍ରଦାନ କରି ଏକ ସମୃଦ୍ଧ ଏବଂ ଉଜ୍ଜ୍ୱଳ ସମାଜ ଗଠନ କରିବା ଦିଗରେ ସମସ୍ତେ ଚେଷ୍ଟିତ ହେବା ଆବଶ୍ୟକ। ଝିଅମାନେ ଦକ୍ଷତାସମ୍ପନ୍ନ ହେଲେ ଦେଶ ପାଇଁ ଏକ ମୂଲ୍ୟବାନ ସମ୍ପତ୍ତି ହୋଇପାରିବେ। ଏଥିପାଇଁ ପ୍ରଥମେ ମାନସିକତାକୁ ପରିବର୍ତ୍ତନ କରିବାକୁ ପଡ଼ିବ। ଉଭୟଙ୍କର ଆବଶ୍ୟକତା ସମାଜକୁ ସମାନ ଭାବରେ ରହିଛି, ପୁଅକୁ ଝିଅ ସହ ତୁଳନା କିମ୍ବା ଝିଅକୁ ପୁଅ ସହ ତୁଳନା କରିବାର ଆବଶ୍ୟକତା ନାହିଁ। ନଚେତ୍‌ ସୁସ୍ଥ ସମାଜ ଗଠନ କରିବା ଅସମ୍ଭବ ହୋଇପଡ଼ିବ। ଯଦି ଆମେ ଆମ ଘରୁ ପରିବର୍ତ୍ତନ ଆରମ୍ଭ କରିବା, ତେବେ ନିଶ୍ଚିତ ରୂପେ ସମାଜରେ ପରିବର୍ତ୍ତନ ଆସିପାରିବ।
ପୁଅଟିଏ ଜନ୍ମହେଲେ ରୋଜଗାର କରି ପୋଷିବ ଓ ବଂଶ ରକ୍ଷା କରିବ। କନ୍ୟା ସନ୍ତାନ ଜନ୍ମ ହେଲେ ପରଘରକୁ ଚାଲିଯିବ ଏବଂ ବିବାହ ବେଳେ ବୋଝ ସାଜିବ;ଏଭଳି ମାନସିକତା ଯୋଗୁ ସମାଜରେ ଦିନକୁ ଦିନ ପୁଅମାନଙ୍କ ତୁଳନାରେ ଝିଅମାନଙ୍କ ସଂଖ୍ୟା କମିବାରେ ଲାଗିଛି। ଏ ଦିଗରେ ସଚେତନତା ସୃଷ୍ଟି ପାଇଁ ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ତରଫରୁ ୨୦୦୮ରୁ ପ୍ରତିବର୍ଷ ଜାନୁୟାରୀ ୨୪କୁ ଜାତୀୟ କନ୍ୟାସନ୍ତାନ ଦିବସ ରୂପେ ପାଳନ କରାଯାଉଛି। ଏହାକୁ ପାଳନ କରିବାର ମୂଳ ଉଦ୍ଦେଶ୍ୟ ହେଉଛି ସମାଜରେ ଲିଙ୍ଗଗତ ଭେଦଭାବ ଓ ତାଙ୍କୁ ସବୁ ପ୍ରକାରର ସୁବିଧା ଯୋଗାଇବା ପାଇଁ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା। ଏହା ବ୍ୟତୀତ ଶିକ୍ଷା, ପୋଷଣ, ଆଇନଗତ ଅଧିକାର, ଚିକିତ୍ସା, ମହିଳାଙ୍କ ବିରୁଦ୍ଧରେ ହିଂସା ଏବଂ ବାଲ୍ୟ ବିବାହ ରୋକିବା ଏହାର ଉଦ୍ଦେଶ୍ୟ।
ସାରା ଦେଶରେ ଝିଅମାନଙ୍କ ସମ୍ମାନ ଓ ସୁରକ୍ଷାକୁ ଗୁରୁତ୍ୱ ଦେବାକୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସଚେତନତା ମୂଳକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥାଏ। ସମାଜରେ ବହୁଳ ଭାବେ ହେଉଥିବା କନ୍ୟାଭ୍ରୂଣ ହତ୍ୟା, ଯୌତୁକ ନିର୍ଯାତନା, ଦୁଷ୍କର୍ମ ଆଦି ସାମାଜିକ ବ୍ୟାଧିକୁ ରୋକିବା ଓ କନ୍ୟାମାନଙ୍କୁ ସମ୍ମାନର ସହ ସମାଜରେ ବଞ୍ଚିବାକୁ ଦେବା ହେଉଛି ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଶିଶୁକନ୍ୟାମାନଙ୍କର ଅଧିକାରକୁ ସାବ୍ୟସ୍ତ କରିବା ସହ ସେମାନଙ୍କର ପାରଦର୍ଶିତାକୁ ପ୍ରତିପାଦିତ କରିବା ଉଦ୍ଦେଶ୍ୟରେ ଆଜି ‘ଜାତୀୟ କନ୍ୟା ସନ୍ତାନ ଦିବସ’ ପାଳିତ ହେଉଛି। ଏହି ଦିବସରେ ନା କେବଳ କନ୍ୟାମାନଙ୍କର ସମସ୍ୟା ବିଷୟରେ ସେମାନଙ୍କୁ ସଚେତନ କରାଇଥାଏ ଏହା ସହିତ କନ୍ୟାମାନଙ୍କର ଅସୁବିଧାର ସମାଧାନ କିପରି ହୋଇପାରିବ ତାହାକୁ ମଧ୍ୟ ଧ୍ୟାନ ଦିଆଯାଏ।
କନ୍ୟା ସନ୍ତାନ ପ୍ରତି ସୁରକ୍ଷା ଓ ଆଗ୍ରହ ପାଇଁ ଆମ ଦେଶ କିମ୍ବା ରାଜ୍ୟରେ ବହୁ ଯୋଜନା ଓ ଆଇନ କାର୍ଯ୍ୟକାରୀ ହେଉଛି। କନ୍ୟା ଶିଶୁ ଅନୁପାତ ହ୍ରାସ ହେବାର ସମସ୍ୟାର ସମାଧାନ ପାଇଁ ଭାରତ ସରକାର ଜାନୁୟାରୀ ୨୦୧୫ରୁ ବେଟି ବଚାଓ ବେଟି ପଢ଼ାଓ (ବିବିବିପି) ଯୋଜନା ଆରମ୍ଭ କରିଛନ୍ତି; ଯାହା ୧୦୦ଟି ଲିଙ୍ଗଗତ ଗୁରୁତ୍ୱପୂର୍ଣ୍ଣ ଜିଲାରେ ବହୁ ବିଭାଗୀୟ କାର୍ଯ୍ୟ ଉପରେ ପର୍ଯ୍ୟବସିତ। ଏହା ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ, ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ମିଳିତ ପଦକ୍ଷେପ। ଏହି ଯୋଜନାର ସାମଗ୍ରିକ ଲକ୍ଷ୍ୟ ହେଉଛି ବାଳିକା ଶିଶୁ ପାଳନ କରିବା ଏବଂ ତାଙ୍କ ଶିକ୍ଷାକୁ ସକ୍ଷମ କରିବା। ସେହିଭଳି ରାଜ୍ୟ ସରକାର ୨୦୧୬ରେ ବିଜୁ କନ୍ୟା ରତ୍ନ(ଆମ କନ୍ୟା ଆମ ରତ୍ନ) ଯୋଜନା ଆରମ୍ଭ କରିଥିଲେ। କନ୍ୟାଭ୍ରୂଣ ହତ୍ୟା ରୋକିବା, ଶିଶୁ କନ୍ୟା ଜନ୍ମ ହେବା ପରେ ସେମାନଙ୍କ ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ସହ ଅନ୍ୟମାନଙ୍କୁ ମଧ୍ୟ ବିଭିନ୍ନ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଯୋଜନାର ମୁଖ୍ୟ ଲକ୍ଷ୍ୟ ଥିଲା, କନ୍ୟା ଶିଶୁ ସୁରକ୍ଷା ରହିବା, ଲିଙ୍ଗ ନିରୂପଣ ରୋକିବା, କନ୍ୟା ସନ୍ତାନଙ୍କ ସ୍ବାସ୍ଥ୍ୟ, ପୁଷ୍ଟି, ଶିକ୍ଷା, ନିରାପତ୍ତା ଆଦି ସୁନିଶ୍ଚିତ କରିବା।
ସବୁ ଯୋଜନା ସତ୍ତ୍ୱେ କନ୍ୟା ସନ୍ତାନ ସମ୍ପୂର୍ଣ୍ଣ ସୁରକ୍ଷିତ ନୁହନ୍ତି। ଆଜି ମଧ୍ୟ ଲିଙ୍ଗ ନିରୂପଣ ଚାଲିଛି। ଯୌତୁକ ନିର୍ଯାତନା,ଦୁଷ୍କର୍ମ ଭଳି ଅମାନବୀୟ ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି। ଯେଉଁ ଦିନ ଆମେ ନିଜେ ନିଜର ମାନସିକତାକୁ ବଦଳାଇପାରିବା ତେବେ ସେହିଦିନ ସମାଜରେ ଏକ ବଡ଼ ପରିବର୍ତ୍ତନ ନିଶ୍ଚୟ ହେବ, ସମାଜ ପ୍ରଗତି ପଥରେ ଆଗେଇ ପାରିବ।

– ଚିତ୍ତରଞ୍ଜନ ପୃଷ୍ଟି
ନିମାପଡ଼ା, ପୁରୀ
ମୋ: ୯୭୭୮୧୭୭୫୦୧


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?