ଧରମ ଭାଇ ସାଜି ୩୦ ହଜାର ଟଙ୍କା ଲୁଟିଲେ

ଭୁବନେଶ୍ୱର,୧୧।୨(ବ୍ୟୁରୋ):ରଙ୍ଗ୍‌ ନମ୍ବରରୁ ସମ୍ପର୍କ ଯୋଡ଼ିଲେ। ଧରମ ଭାଇ ହୋଇ ବିଶ୍ୱାସ ବଢ଼ାଇଲେ। ଶେଷରେ ଯୁବତୀ ଓ ତାଙ୍କ ମା’ଙ୍କୁ ଭୁବନେଶ୍ୱର ବୁଲାଇ ୩୦ ହଜାର ସହ ଏଟିଏମ୍‌ ଓ ବ୍ୟାଙ୍କ୍‌ ପାସ୍‌ବୁକ୍‌ ଆଦି ଲୁଟିନେଲେ। ଲୁଟ୍‌ର ଶିକାର ମା’ଝିଅ ବୁଧବାର ଖାରବେଳନଗର ଥାନାରେ ଅଭିଯୋଗ କରିବା ପରେ ଘଟଣା ପଦାକୁ ଆସିଛି। ଅଭିଯୋଗକାରିଣୀ ଯୁବତୀଙ୍କ ଘର ମୟୂରଭଞ୍ଜରେ। ଯୁବକ ଜଣକ ରଙ୍ଗ୍‌ ନମ୍ବରରେ ଯୁବତୀଙ୍କ ସହ ପ୍ରଥମେ କଥା ହୋଇଥିଲେ। ପରେ ବାରମ୍ବାର ଫୋନ୍‌ କରି ମିଠା କଥା କହି ତାଙ୍କୁ ଧରମ ଭଉଣି ସଜାଇ ଦେଇଥିଲେ। କିଛିଦିନପରେ ଉଭୟ ପରସ୍ପରକୁ ଭେଟିବାକୁ ଯୋଜନା କଲେ। ବୁଧବାର ଯୁବତୀ ତାଙ୍କ ମା’ଙ୍କ ସହ ଭୁବନେଶ୍ୱର ରାମ ମନ୍ଦିରରେ ପହଞ୍ଚତ୍ ଉକ୍ତ ଯୁବକଙ୍କ ହାତରେ ଡୋରି ବାନ୍ଧି ମିଠା ଖୁଆଇ ଧରମ ଭାଇ କରିଥିଲେ। କିନ୍ତୁ ଯୁବତୀଙ୍କ ସରଳତାର ଫାଇଦା ନେବାକୁ ଯୁବକ ଜଣକ ଯୋଜନା କରିସାରିଥିଲେ। ସେ ଯୁବତୀଙ୍କ ଆକାଉଣ୍ଟକୁ ୨ଲକ୍ଷ ଟଙ୍କା ଟ୍ରାନ୍ସଫର କରିବେ ବୋଲି କହି ସେମାନଙ୍କୁ ସ୍କୁଟିରେ ବସାଇ ବ୍ୟାଙ୍କଯିବାକୁ କହିଥିଲେ। ପରେ ସେମାନଙ୍କୁ ବିଭିନ୍ନ ଗଳିକନ୍ଦିରେ ବୁଲାଇ ସାରି କଳ୍ପନା ଛକ ନିକଟରେ ହେଲମେଟ୍‌ ଚେକିଂ ହେଉଥିବା କହି ଗାଡ଼ିରୁ ଓହ୍ଲାଇ ଦେଇଥିଲେ। ଏହି ସମୟରେ ଯୁବକ ଜଣକ ତାଙ୍କଠାରୁ ଭ୍ୟାନିଟ୍‌ ନେଇ ଚମ୍ପଟ ମାରିଥିଲେ। ଭ୍ୟାନିଟ୍‌ରେ ଟଙ୍କା, ଏଟିମ୍‌ କାର୍ଡ ଓ ବ୍ୟାଙ୍କ୍‌ ପାସ୍‌ବୁକ୍‌ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ଗୁରୁଦିବସରେ ଗୁରୁଙ୍କ ପ୍ରତିବାଦ: କଳା ବ୍ୟାଚ୍ ପିନ୍ଧି ‘କଳା ଦିବସ’ ପାଳିଲେ ଅଂଶୁପା ସ୍ନାତକ ମହାବିଦ୍ୟାଳୟ ଅଧ୍ୟାପକ

ବାଙ୍କୀ,୫।୯(ଶୁଭେନ୍ଦୁ ମହାପାତ୍ର): ଗୋଟିଏ ପଟେ ସାରା ରାଜ୍ୟରେ ଗୁରୁଦିବସ ପାଳିତ ହୋଇଯାଇଥିବା ବେଳେ ବାଙ୍କୀ ଉପଖଣ୍ଡ ଅଂଶୁପା ସ୍ନାତକ ମହାବିଦ୍ୟାଳୟଠାରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଓସ୍ନେଲିଆ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

‘ଆସନ୍ତା ମାର୍ଚ୍ଚ-ଏପ୍ରିଲରେ ପଞ୍ଚାୟତ ନିର୍ବାଚନ’

ଭୁବନେଶ୍ୱର,୫।୯ : ରାଜ୍ୟରେ ଆସନ୍ତା ମାର୍ଚ୍ଚ ମାସ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ପଞ୍ଚାୟତ ନିର୍ବାଚନ ହୋଇପାରେ। ଏନେଇ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri