ଛାତ୍ରୀଛାତ୍ରଙ୍କ ଭବିଷ୍ୟତ

ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ ୨୦୨୫-୨୬ ଶିକ୍ଷାବର୍ଷରେ ରାଜ୍ୟର ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଶିଶୁବାଟିକା ଖୋଲାଯିବ ; ଯେଉଁଠି ୫ ରୁ ୬ ବର୍ଷ ବୟସର ପିଲାମାନେ ପ୍ରି-ସ୍କୁଲ ଶିକ୍ଷା ଗ୍ରହଣ କରିବେ ବୋଲି ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକାରଣ କର୍ତ୍ତୃପକ୍ଷ (ଓସେପା) ପକ୍ଷରୁ ସମସ୍ତ ଜିଲାର ଜିଲାପାଳଙ୍କୁ ଅବଗତ କରାଯାଇଛି।ମାତ୍ର ସେହି ଅନୁଯାୟୀ ଭିତ୍ତିଭୂମି ଓ ମାନବ ସମ୍ବଳ ଅର୍ଥାତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସଂଖ୍ୟାରେ କୌଣସି ଉନ୍ନତି କରାଯିବ ନାହିଁ ବୋଲି ମଧ୍ୟ ନିର୍ଦ୍ଦେଶ ଆସିଛି।ଏ ନେଇ ଶିକ୍ଷକ ଏବଂ ଅଭିଭାବକମାନେ ‘ଶିଶୁ ବାଟିକା’ର ସଫଳତାକୁ ନେଇ ସନ୍ଦିହାନ ହୋଇ ଉଠିଛନ୍ତି।ପୁଣି ଏହି ଶିଶୁ ବାଟିକା ପୂର୍ବାହ୍ନ ୧୦ ଟାରୁ ଅପରାହ୍ନ ୪ଟା ଯାଏ ଚାଲିବ।ଆଲୋଚନାର ବିଷୟ ଏହା ଯେ ଯେଉଁଠି ବିଦ୍ୟାଳୟରେ ପୂର୍ବରୁ ୧ମ ରୁ ୫ମ ଶ୍ରେଣୀ ପିଲାଙ୍କ ପାଇଁ ଯଥେଷ୍ଟ ପରିମାଣର ଶିକ୍ଷକ ଶିକ୍ଷୟିତ୍ରୀ ନାହାନ୍ତି, ସେଠି ବାଲ୍‌ ବାଟିକା ମାଧ୍ୟମରେ ଯୋଗ ଦେବାକୁ ଯାଉଥିବା କୋମଳମତି ପିଲାଙ୍କୁ ପାଠ ପଢ଼େଇବ କିଏ? ଶ୍ରେଣୀ କୋଠରି ଅଭାବ ହେଉଥିବା ବେଳେ ଏହି ପିଲାମାନେ ପାଠ ପଢ଼ିବେ କେଉଁଠି?
ତଥ୍ୟ ରହିଛି ଯେ ଜାତୀୟ ଶିକ୍ଷା ନୀତି ୨୦୨୨ ରୁ ଲାଗୁ ହୋଇଥିଲେ ମଧ୍ୟ ଆବଶ୍ୟକ ଭିତ୍ତିଭୂମି ନ ଥିବାରୁ ଓଡ଼ିଶାର କେନ୍ଦ୍ର ବିଦ୍ୟାଳୟଗୁଡ଼ିକରେ ଏପର୍ଯ୍ୟନ୍ତ ବାଲ୍‌ ବାଟିକା ଖୋଲିପାରି ନାହିଁ।ଏବେ ପୁଣି ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଶିଶୁ ବାଟିକା ଖୋଲିଲେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପରେ କ’ଣ ଚାପ ପଡ଼ିବ ନାହିଁ ? ପୂର୍ବରୁ ଗୋଟିଏ ଶ୍ରେଣୀ କୋଠରିରେ ଏକାଧିକ ଶ୍ରେଣୀର ପାଠପଢ଼ା ଚାଲିଛି।
ମାତ୍ର ଦୁଇଟି ଶ୍ରେଣୀଗୃହ ଏବଂ ୨-୩ ଶିକ୍ଷକଙ୍କ ଦାୟିତ୍ୱରେ ଚାଲୁଥିବା ବିଦ୍ୟାଳୟଗୁଡ଼ିକ ନୂଆ ଭାବରେ ଯୋଗ ଦେଇଥିବା ଶିଶୁ ବାଟିକା ପିଲାଙ୍କର ଶିକ୍ଷାଗତ ଆବଶ୍ୟକତା ପୂରଣ କରିବେ କେମିତି?
ମୋର ଜଣେ ବନ୍ଧୁ ସରକାରୀ ବିଦ୍ୟାଳୟରେ କାର୍ଯ୍ୟରତ।ତାଙ୍କ ସହ ଏହି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିବା ସମୟରେ ସେ ଯାହା କହିଲେ, ତାହା ଶୁଣି ମୁଁ ନିରାଶ ହେଲି।ମୋର ବନ୍ଧୁ ମଧ୍ୟ ଏହି ବ୍ୟବସ୍ଥାରେ ଖୁସି ନୁହନ୍ତି କାରଣ ସେ ଦେଖୁଛନ୍ତି ପିଲାଙ୍କ ସମସ୍ୟା, ହେଲେ ଏହାର ସମାଧାନ ନ ଥିବା ଜାଣି ମୋଠାରୁ ଅଧିକ ସେ ମର୍ମାହତ ବୋଲି ଜାଣିଲି।
ସରକାରୀ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ୫ଟି ଶ୍ରେଣୀ ପାଇଁ ନିଯୁକ୍ତି ପାଉଛନ୍ତି ୩ ଜଣ ଶିକ୍ଷକ।ସୁତରାଂ ବାଧ୍ୟ ହୋଇ ୧ମ, ୨ୟ ଏବଂ ୩ୟ ଶ୍ରେଣୀ ପିଲାଙ୍କୁ ଜଣେ ଶିକ୍ଷକ ପଢ଼ାଉଛନ୍ତି।ଏକକାଳୀନ ଜଣେ ତ ଆଉ ତିନୋଟି ଶ୍ରେଣୀରେ ଉପସ୍ଥିତ ହୋଇପାରିବେ ନାହିଁ ; ତେଣୁ ଗୋଟିଏ କକ୍ଷରେ ଭାଗ ଭାଗ ହୋଇ ତିନୋଟି ଯାକ ଶ୍ରେଣୀର ପିଲାଙ୍କୁ ପଢ଼େଇବା ଜଣେ ଶିକ୍ଷକ ପାଇଁ କେତେ କଷ୍ଟକର ହୋଇଥିବ ବୁଝିବା କଥା! ସେଥିରେ ପୁଣି ଯଦି ଜଣେ ଶିକ୍ଷୟିତ୍ରୀ ନିୟୋଜିତ ହୋଇଥିବେ ଏବଂ ସେ ପ୍ରସବକାଳୀନ କିମ୍ବା ମାତୃତ୍ୱଲାଭ ଜନିତ ଛୁଟି ନେବେ, ତେବେ ବିଦ୍ୟାଳୟରେ ଶିକ୍ଷକ ସଂଖ୍ୟା ୨।ଆହୁରି ପାଠକ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସରକାରୀ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ କ୍ଲର୍କ ଓ ପିଅନ ନିଯୁକ୍ତି ପାଆନ୍ତି ନାହିଁ।ଏବେ ଜାଣିବାର ବିଷୟ ଏହା ଯେ, ବିଦ୍ୟାଳୟରେ ସଫାସଫି କାମ କରିବାର ଦାୟିତ୍ୱ ନିଏ କିଏ? ଶିକ୍ଷକ ଶିକ୍ଷୟିତ୍ରୀ କିମ୍ବା ସେ କୁନିକୁନି ପିଲାମାନେ! ବିଚାର କରନ୍ତୁ ଯେଉଁ ସମୟରେ ପିଲାମାନେ ଖେଳିବା, ଶିଖିବା ଭଳି ଆମୋଦଦାୟକ କାମରେ ନିୟୋଜିତ ହେବା କଥା; ସେମାନେ ବିଦ୍ୟାଳୟକୁ ପରିଷ୍କାର କରିବା କାମରେ ସମୟ ବିତାଉଛନ୍ତି।ଏ ହେଉଛି ସରକାରୀ ବିଦ୍ୟାଳୟଗୁଡ଼ିକର ପ୍ରାଥମିକ ଶିକ୍ଷାର ଚିତ୍ର।ଯେଉଁ ସମୟଟି ଛାତ୍ର ଜୀବନର ମୂଳଦୁଆ ବୋଲି କୁହାଯାଏ, ତାହା କେଉଁ ପରିସ୍ଥିତି ଦେଇ ଗତି କରୁଛି, ଆକଳନ କରାଯାଉ।
ଶିକ୍ଷା ଆରମ୍ଭର ପ୍ରାରମ୍ଭିକ ପର୍ଯ୍ୟାୟ ଯଦି ଦୁର୍ବଳ ହୁଏ; ପରବର୍ତ୍ତୀ ସମୟରେ ଯୋଜନା ପରେ ଯୋଜନା କଲେ ଆଉ କି ଲାଭ? ସେମାନଙ୍କ ବହୁମୂଲ୍ୟ ସମୟ (୫ ବର୍ଷ) ତ ନଷ୍ଟ ହୋଇସାରିଛି, ପରେ ଆଉ ଯେତେ ଚେଷ୍ଟା କଲେ କ’ଣ ହେବ!
କିଛିଦିନ ତଳେ ଆହୁରି ଏକ ତଥ୍ୟ ପ୍ରତିଟି ଖବରକାଗଜ ଏବଂ ଗଣମାଧ୍ୟମରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା, ତାହା ହେଉଛି ସରକାରୀ ବିଦ୍ୟାଳୟର ନବମ ଶ୍ରେଣୀର ଅଧାରୁ ଅଧିକ ପିଲା ଗଣିତର ସାଧାରଣ ମିଶାଣ, ଫେଡ଼ାଣ, ଗୁଣନ, ହରଣ କରିପାରୁନାହାନ୍ତି, ଓଡ଼ିଆରେ ସମ୍ପୂର୍ଣ୍ଣ ଧାଡ଼ି ଏବଂ ଇଂଲିଶର ଶବ୍ଦ ପଢ଼ିବା ବି ତାଙ୍କ ପାଇଁ କଷ୍ଟକର।
ସରକାର ଏ ଦିଗରେ ଦୃଷ୍ଟି ଦେବା ନିହାତି ଆବଶ୍ୟକ।ପ୍ରଥମେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ହେଉଛି ପ୍ରାଥମିକତା । ଗୋଟିଏ ପଟେ ପିଲାଙ୍କୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ବିନା ପରୀକ୍ଷା କରାଯାଇ ପାସ୍‌ କରେଇ ଦିଆଯାଉଛି, ଅନ୍ୟପଟେ ଦଶମ ବୋର୍ଡ ପରୀକ୍ଷାରେ ୮୦% ପିଲା ପରୀକ୍ଷାରେ ପାସ୍‌ କରିବାର ଏକ କଷ୍ଟକର ଲକ୍ଷ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଉପରେ ଲଦି ଦିଆଯାଉଛି।ନବମ ଶ୍ରେଣୀର ୨୫% ପିଲା ଓଡ଼ିଆ ଓ ଇଂଲିଶରେ ଧାଡ଼ିଟିଏ ଲେଖିବା ତ ଦୂରର କଥା ଶବ୍ଦ ଉଚ୍ଚାରଣ କରିବାକୁ ମଧ୍ୟ ସମର୍ଥ ହେଉ ନ ଥିବା ବେଳେ ଦଶମ ବୋର୍ଡରେ ନିର୍ଦ୍ଦିଷ୍ଟ ପାସ୍‌ ହାରର ଲକ୍ଷ୍ୟ କେମିତି ଦିଆଯାଉଛି, ତାହା ଆଶ୍ଚର୍ଯ୍ୟର ବିଷୟ!
ଶିକ୍ଷା ବିଭାଗ ଏ ଦିଗରେ ଯଥାଶୀଘ୍ର ଚିନ୍ତାକରି କିଛି ପଦକ୍ଷେପ ନେବା ଜରୁରୀ।ସମସ୍ୟା ବିଷୟରେ ଶିକ୍ଷା ଅଧିକାରୀ, ପ୍ରଶାସନ ସମସ୍ତେ ଅବଗତ, ଏଣୁ ସମାଧାନ ବି ନିଶ୍ଚୟ ରହିଥିବ।ଆବଶ୍ୟକତା ଅଛି, ତାକୁ କାର୍ଯ୍ୟକାରୀ କରିବା।ପ୍ରାଥମିକ ବିଦ୍ୟାଳୟରେ ୩ ପରିବର୍ତ୍ତେ ୫ ଶିକ୍ଷକ ନିଯୁକ୍ତ ହେବା ଆବଶ୍ୟକ, କାରଣ ଛୋଟ ପିଲାଙ୍କୁ ଅଧିକ ଧ୍ୟାନ ଓ ଯତ୍ନ ଦେବାର ଆବଶ୍ୟକତା ଥାଏ।ପ୍ରତି ବିଦ୍ୟାଳୟରେ ଗୋଟିଏ ଶ୍ରେଣୀ ପାଇଁ ଅନ୍ତତଃ ଗୋଟିଏ ଶ୍ରେଣୀଗୃହ ନିଶ୍ଚିତ ରୂପେ ରହିବା ଆବଶ୍ୟକ।ସରକାରଙ୍କ ଘୋଷଣା ଅନୁସାରେ ଯଦି ବିଦ୍ୟାଳୟଗୁଡ଼ିକରେ ଶିଶୁ ବାଟିକା ଖୋଲାଯାଉଛି, ତଦନୁଯାୟୀ ମାନବ ସମ୍ବଳ ଏବଂ ଭିତ୍ତିଭୂମିର ବ୍ୟବସ୍ଥା ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରାଯାଉ।
ଭୁବନେଶ୍ୱର, ମୋ: ୬୩୭୦୫୧୬୪୭୮


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ଉପଖଣ୍ଡର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୪୫୮୬ ନୂଆ ଯୋଡ଼ିହେଲେ, ୩୬୩୪୨ ପଡ଼ିଲେ ବାଦ୍‌

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ):ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ବତନ୍ତ୍ର ସଘନ -୨୦୨୬ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ଭୋଟର…

ଗଭୀର ଅବପାତର ରୂପ ନେଲା ଲଘୁଚାପ, ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ଆରମ୍ଭ

ଗଞ୍ଜାମ,୨୧।୯(ବିଦ୍ୟାଧର ସାହୁ ): ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତର ରୂପ ନେଇ ବଙ୍ଗୋପସାଗର ଆଡ଼କୁ ଗତି କରିବା ନେଇ ଭାରତୀୟ ପାଣିପାଗ…

ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

ଭୁବନେଶ୍ୱର,୨୧।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ…

ବର୍ଷା, ପବନରେ ଓଲଟିଲା ପୂଜା ମଣ୍ଡପ: ଚାପି ହୋଇଗଲା କାର୍‌, ବାଇକ୍‌

ପାରାଦୀପ,୨୧।୯(ଶରତ ରାଉତ): ପାରାଦୀପର ପ୍ରସିଦ୍ଧ ବିଶ୍ବକର୍ମା ପୂଜା ମହୋତ୍ସବ ସୋମବାର ପଞ୍ଚମ ଦିନରେ ପହଞ୍ଚିଛି। ହେଲେ ଲଘୁଚାପ ଜନିତ ବର୍ଷା, ପବନ ଯୋଗୁ ପାରାଦୀପ ପୋର୍ଟ ଆଣ୍ଡ…

୨୦ ମାସର ଶିଶୁଙ୍କୁ ଘରୁ ଘୋଷାଡ଼ି ନେଲା କୁକୁର: ଆଉ ତା’ପରେ ଘଟିଲା…

ଶିମ୍‌ଲା,୨୧।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମ୍‌ଲାର ଶାଙ୍କଲୀ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ୨୦ ମାସର ଶିଶୁ କନ୍ୟା ଉପରେ ଦୁଇଟି…

ଶନିଙ୍କ ଚାଲିବ ଦିଗ ବଦଳ: ୨୦୨୭ରେ କାହା ଉପରେ ଚଢ଼ିବ ସାଢେସାତୀ? କେଉଁ ରାଶି ପାଇବେ ମୁକ୍ତି, ପଢନ୍ତୁ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ସାଢେସାତୀକୁ ଏକ କଠିନ ସମୟ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ଏହି ସମୟରେ ବ୍ୟକ୍ତିଙ୍କୁ ସ୍ବାସ୍ଥ୍ୟ, ବ୍ୟବସାୟ, ଚାକିରି…

ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଜୀବନ ବଞ୍ଚାଇବାକୁ ମେଡିକାଲରେ ଝଡ଼ାଫୁଙ୍କା କଲେ ଗୁଣିଆ, ତାପରେ…!

ଆନନ୍ଦପୁର,୨୧।୯(ସୁଶାନ୍ତ କୁମାର ସାହୁ ): ପୁଣି ଥରେ ଅନ୍ଧବିଶ୍ୱାସର ମାୟାଜାଲରେ ସଭ୍ୟ ସମାଜ । ବିଜ୍ଞାନ ଏତେ ଆଗେଇ ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ…

୧୨ ବର୍ଷ ପରେ ସିଂହ ରାଶିରେ ଘଟୁଛି ଅଦ୍ଭୁତ ଘଟଣା: ୨୦୨୭ ଯାଏ ୩ ରାଶି ପାଇଁ ସୁବର୍ଣ୍ଣ ସମୟ, ମାଲାମାଲ ସହ ନୂଆ ଚାକିରି…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆସନ୍ତା ୩୧ ଅକ୍ଟୋବର ୨୦୨୬ରେ ଗୁରୁ ଗ୍ରହ ଏକ ବଡ଼ ରାଶି ପରିବର୍ତ୍ତନ କରିବେ। ଦିନ ୧୨ଟା ୦୧ ମିନିଟରେ ଗୁରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?