ଜୀବନ ସହ ଖେଳୁଛି ପୂର୍ତ୍ତ ବିଭାଗ

ଭୁବନେଶ୍ୱର,୧୫।୧(ବ୍ୟୁରୋ): ରାଜଧାନୀରେ ଦୁର୍ଘଟଣା ରୋକିବାକୁ ଟ୍ରାଫିକ କଟକଣାକୁ ଗୁରୁତ୍ୱ ଦିଆଯାଉଛି। ହେଲେ ସହରର ବିଭିନ୍ନ ରାସ୍ତାରେ ଗର୍ତ୍ତ ସୃଷ୍ଟି ହୋଇ ଅନେକ ଦୁର୍ଘଟଣା ଘଟୁଥିଲେ ମଧ୍ୟ ଏହାକୁ ମରାମତି କରିବାକୁ ବିଭାଗୀୟ ଅଧିକାରୀଙ୍କ ତତ୍ପରତା ଦେଖିବାକୁ ମିଳୁନାହିଁ। ଏସ୍‌ପ୍ଲାନେଡ ମଲ୍‌ ପାର୍ଶ୍ୱ ରସୁଲ୍‌ଗଡ଼ ଶିଳ୍ପାଞ୍ଚଳ ଯିବା ରାସ୍ତାକୁ ଏହାର ଜ୍ୱଳନ୍ତ ଉଦାହରଣ ଭାବେ ନିଆଯାଇପାରେ। ଗତ ୧୫ ଦିନ ହେବ ଉକ୍ତ ରାସ୍ତାରେ ଗର୍ତ୍ତ ସୃଷ୍ଟି ହୋଇ ପାଣି ଜମି ରହୁଥିଲେ ହେଁ ଏହାକୁ ମରାମତି କରାଯାଉ ନାହିଁ। ଫଳରେ ଏହି ବାଟ ଦେଇ ଯାଉଥିବା ଲୋକମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। ପ୍ରତିଦିନ ଶତାଧିକ କାର୍‌ ଓ ବାଇକ କ୍ଷତିଗ୍ରସ୍ତ ହେଉଥିବାବେଳେ ଇତିମଧ୍ୟରେ ୩୦ରୁ ଊର୍ଦ୍ଧ୍ୱ ଆହତ ହେଲେଣି। ଏନେଇ ସ୍ଥାନୀୟ ଲୋକ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ମାୟାଧର ବେହେରାଙ୍କୁ ବାରମ୍ବାର ଅବଗତ କରିବା ପରେ ମଧ୍ୟ ମରାମତି କରା ନ ଯିବା ଲୋକଙ୍କ ଜୀବନ ସହ ଖେଳ ଖେଳିବା ସଦୃଶ ବୋଲି ସାଧାରଣରେ ଅଭିଯୋଗ ହେଉଛି।
ଏନେଇ ସ୍ଥାନୀୟ ବାସିନ୍ଦା ଜମ୍ବେଶ୍ୱର ପରିଡ଼ାଙ୍କ କହିବା ହେଲା, ଉକ୍ତ ଗର୍ତ୍ତରେ ସପ୍ଲାଇ ପାଣି ଜମି ରହିଥିବାରୁ ତାହାର ଗଭୀରତା ସହଜରେ ଜଣାପଡ଼ୁନି। ଫଳରେ ପ୍ରତିଦିନ ଶତାଧିକ ବାଇକ ଓ କାର୍‌ ଚାଳକ ଜାଣି ନ ପାରି ଉକ୍ତ ଗର୍ତ୍ତରେ ପଡୁଛନ୍ତି। ଅନେକ ଦୁର୍ଘଟଣାର ଶିକାର ହେଉଥିବାବେଳେ ଟ୍ରାଫିକ୍‌ ସମସ୍ୟା ମଧ୍ୟ ସୃଷ୍ଟି ହେଉଛି। ବାଇକ ଚାଳକ ନିୟନ୍ତ୍ରଣ ହରାଇ ତଳକୁ ପଡ଼ି ଗୁରୁତର ହେଉଛନ୍ତି। ସେହିପରି ସ୍ଥାନୀୟ ଦୋକାନୀ ପୌଲସ୍ତି ପ୍ରଧାନଙ୍କ କହିବା ହେଲା, ଗତ ସୋମବାର ରାତିରେ ରସୁଲଗଡ଼ ଅଞ୍ଚଳର ଜଣେ ବାଇକ ଚାଳକ ଉକ୍ତ ଖାଲରେ ପଡ଼ି ନିୟନ୍ତ୍ରଣ ହରାଇବା ସହ ନିକଟରେ ଥିବା ଡ୍ରେନ୍‌ରେ ବାଇକ୍‌ ସହ ଖସି ପଡ଼ିଥିଲେ। ଏଥିରେ ତାଙ୍କ ମୁହଁ ଓ ନାକରେ ଗଭୀର କ୍ଷତ ସୃଷ୍ଟି ହେବାରୁ ତାଙ୍କୁ ହସ୍ପିଟାଲ ପଠାଯାଇଥିଲା। କେବଳ ସେ ନୁହନ୍ତି ବାଇକ୍‌ରେ ଯାଉଥିବା ଅନେକ ମହିଳା ମଧ୍ୟ ନିୟନ୍ତ୍ରଣ ହରାଇ ତଳେ ପଡ଼ି ଖଣ୍ଡିଆ ଖାବର ହେଉଛନ୍ତି। ଏ ନେଇ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ଅବଗତ କରାଗଲେ ମଧ୍ୟ ରାସ୍ତା ମରାମତି କରାଯାଉନାହିଁ। ୧୫ ଦିନ ଭିତରେ ପ୍ରାୟ ୩୦ରୁ ଅଧିକ ବାଇକ ଚଳାକ ହସ୍ପିଟାଲରେ ଭର୍ତ୍ତି ହେଲେଣି। ଅକାରଣରେ କାହାର ଜୀବନ ଯିବା ପରେ ବିଭାଗର ଚେତା ପଶିବ ବୋଲି ପୌଲସ୍ତି କହିଛନ୍ତି। ଏନେଇ ବିଭଗୀୟ ନିର୍ବାହୀ ଯନ୍ତ୍ରୀ ବେହେରାଙ୍କୁ ପଚାରିବାରେ ଉକ୍ତ ରାସ୍ତା ମରାମତି ପାଇଁ ବିଲ୍‌ ପାସ୍‌ ହୋଇସାରିଛି। ଦିନରେ ଗହଳି ପାଇଁ କାମ କରିବା ସମ୍ଭବ ହେଉନାହିଁ। ତେବେ ଆସନ୍ତା ୨ ଦିନ ଭିତରେ ଉକ୍ତ ରାସ୍ତାର ମରାମତି କାର୍ଯ୍ୟ ଶେଷ କରାଯିବ ବୋଲି ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତି ଅଧରେ ଭାଜପା ନେତାଙ୍କୁ ଟେକିନେଲା ପୋଲିସ, ପ୍ରତିବାଦରେ ରାସ୍ତାରୋକୋ

ଚାନ୍ଦବାଲି, ୧୮ା୨( କିଷାନ ପାତ୍ର/ଅଶୋକ ପଣ୍ଡା): ଭାଜପା ନେତାଙ୍କୁ ରାତି ଅଧିଆ ଗିରଫ ପ୍ରତିବାଦରେ ଚାନ୍ଦବାଲି-ଭଦ୍ରକ ମୁଖ୍ୟ ରାସ୍ତାର ଖେରଙ୍ଗ ବଜାରରେ ଉତ୍ତେଜନା ଦେଖାଦେଇଛି । ପୋଲିସର…

ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରିଙ୍କ ପ୍ରତିକ୍ରିୟା, କହିଲେ ନବୀନ କି ନିଷ୍ପତ୍ତି ନେବେ…

ଭୁବନେଶ୍ୱର,୧୮ା୨: ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରି ନାରାୟଣ ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ ବରିଷ୍ଠମାନଙ୍କୁ ଗୁରୁତ୍ୱ ଦେଇ କହିଛନ୍ତି, ଦଳ ପାଇଁ କାମ…

ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ ଖାରିକୁଟି ପ୍ରକଳ୍ପ, ପୁନରୁଦ୍ଧାର ଅପେକ୍ଷାରେ…

ଗୁଡ଼ାରି,୧୮।୨ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇଦେବାକୁ ଶିରିଗୁଡ଼ା ଗ୍ରାମପଞ୍ଚାୟତରେ ଗତ ୨୦ ବର୍ଷ ପୂର୍ବେ ଖାରିକୁଟି କ୍ଷୁଦ୍ର…

ନାମ୍ବିଆ ବିପକ୍ଷ କର-ମର ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ପାଇଁ ବଢ଼ିଲା ଚିନ୍ତା: ପ୍ଲେଇଂ ଇଲେଭେନରେ ବଡ଼ ପରିବର୍ତ୍ତନ ନେଇ ବିବାର

ନୂଆଦିଲ୍ଲୀ,୧୮।୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପରେ ଭାରତଠାରୁ ହାରିବା ପରେ ପାକିସ୍ତାନ ଟୁର୍ନାମେଣ୍ଟରୁ ବାଦ ପଡ଼ିବା ଆଶଙ୍କାର ସମ୍ମୁଖୀନ ହେଉଛି। ଫେବୃଆରୀ ୧୮ ତାରିଖରେ ନାମ୍ବିଆ ବିପକ୍ଷ…

ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ, ପ୍ରତିଶ୍ରୁତି ଦେଇ କହିଲେ…

ରାୟଗଡ଼ା/କଲ୍ୟାଣସିଂହପୁର,୧୮।୨(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା ନିୟମଗିରି ଅଞ୍ଚଳରେ ମୌଳିକ ସୁବିଧା ପହଞ୍ଚୁ ନ ଥିବା ଅଭିଯୋଗ ହୋଇଆସୁଥିଲା। ବିଶେଷକରି କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ…

ରେଳ ଧାରଣାରୁ ମହିଳା ମେଡିକାଲ ଆଟେଣ୍ଡାଣ୍ଟ୍‌ଙ୍କ ମୃତଦେହ ଜବତ: ହତ୍ୟା ଅଭିଯୋଗ ଆଣିଲେ ପରିବାର

ବ୍ରହ୍ମପୁର,୧୮/୨(ସୁବାସ ଚନ୍ଦ୍ର ପାଢ଼ୀ): ସରକାରୀ ରେଳବାଇ ପୋଲିସ (ଜିଆରପି) ବୁଧବାର ବଢି ଭୋର ଜଣେ ମହିଳାଙ୍କ ମୃତଦେହ ରେଳଧାରଣା କରୁ ଜବତ କରିଛି। ମୃତକଙ୍କ ପରିଚୟ ପ୍ରଥମେ…

ମହାନଦୀକୁ ଡେଇଁଲେ ମହିଳା: ପଥଚାରୀ ଅଟକାଇବାକୁ ଚେଷ୍ଟା କରି…

ସମ୍ବଲପୁର,୧୮।୨(ପ୍ରମୋଦ ବହିଦାର): ମହାନଦୀକୁ ଡେଇଁ ବୁର୍ଲାର ଜଣେ ମହିଳା ଆତ୍ମହତ୍ୟା କରିଥିବା ଖବର ମିଳିଛି। ସେ ବୁର୍ଲା ମହତାବ ନଗରର ଅଞ୍ଜୁ କୁମ୍ଭାର(୨୨) ବୋଲି ପରିଚୟ ମିଳିଛି।…

ସୁପର-୮ରେ ୩ ମ୍ୟାଚ୍‌ ଖେଳିବ ଭାରତ: ଜାଣନ୍ତୁ କେଉଁଠି, କେତେବେଳେ ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ,୧୮।୨: ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ ତା’ର ଶେଷ ଲିଗ ମ୍ୟାଚ ଖେଳିବ। ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଅପରାଜିତ ରହିଛି। ଟିମ ଇଣ୍ଡିଆ ସୁପର ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri