ଜୀବନ ସହ ଖେଳୁଛି ପୂର୍ତ୍ତ ବିଭାଗ

ଭୁବନେଶ୍ୱର,୧୫।୧(ବ୍ୟୁରୋ): ରାଜଧାନୀରେ ଦୁର୍ଘଟଣା ରୋକିବାକୁ ଟ୍ରାଫିକ କଟକଣାକୁ ଗୁରୁତ୍ୱ ଦିଆଯାଉଛି। ହେଲେ ସହରର ବିଭିନ୍ନ ରାସ୍ତାରେ ଗର୍ତ୍ତ ସୃଷ୍ଟି ହୋଇ ଅନେକ ଦୁର୍ଘଟଣା ଘଟୁଥିଲେ ମଧ୍ୟ ଏହାକୁ ମରାମତି କରିବାକୁ ବିଭାଗୀୟ ଅଧିକାରୀଙ୍କ ତତ୍ପରତା ଦେଖିବାକୁ ମିଳୁନାହିଁ। ଏସ୍‌ପ୍ଲାନେଡ ମଲ୍‌ ପାର୍ଶ୍ୱ ରସୁଲ୍‌ଗଡ଼ ଶିଳ୍ପାଞ୍ଚଳ ଯିବା ରାସ୍ତାକୁ ଏହାର ଜ୍ୱଳନ୍ତ ଉଦାହରଣ ଭାବେ ନିଆଯାଇପାରେ। ଗତ ୧୫ ଦିନ ହେବ ଉକ୍ତ ରାସ୍ତାରେ ଗର୍ତ୍ତ ସୃଷ୍ଟି ହୋଇ ପାଣି ଜମି ରହୁଥିଲେ ହେଁ ଏହାକୁ ମରାମତି କରାଯାଉ ନାହିଁ। ଫଳରେ ଏହି ବାଟ ଦେଇ ଯାଉଥିବା ଲୋକମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। ପ୍ରତିଦିନ ଶତାଧିକ କାର୍‌ ଓ ବାଇକ କ୍ଷତିଗ୍ରସ୍ତ ହେଉଥିବାବେଳେ ଇତିମଧ୍ୟରେ ୩୦ରୁ ଊର୍ଦ୍ଧ୍ୱ ଆହତ ହେଲେଣି। ଏନେଇ ସ୍ଥାନୀୟ ଲୋକ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ମାୟାଧର ବେହେରାଙ୍କୁ ବାରମ୍ବାର ଅବଗତ କରିବା ପରେ ମଧ୍ୟ ମରାମତି କରା ନ ଯିବା ଲୋକଙ୍କ ଜୀବନ ସହ ଖେଳ ଖେଳିବା ସଦୃଶ ବୋଲି ସାଧାରଣରେ ଅଭିଯୋଗ ହେଉଛି।
ଏନେଇ ସ୍ଥାନୀୟ ବାସିନ୍ଦା ଜମ୍ବେଶ୍ୱର ପରିଡ଼ାଙ୍କ କହିବା ହେଲା, ଉକ୍ତ ଗର୍ତ୍ତରେ ସପ୍ଲାଇ ପାଣି ଜମି ରହିଥିବାରୁ ତାହାର ଗଭୀରତା ସହଜରେ ଜଣାପଡ଼ୁନି। ଫଳରେ ପ୍ରତିଦିନ ଶତାଧିକ ବାଇକ ଓ କାର୍‌ ଚାଳକ ଜାଣି ନ ପାରି ଉକ୍ତ ଗର୍ତ୍ତରେ ପଡୁଛନ୍ତି। ଅନେକ ଦୁର୍ଘଟଣାର ଶିକାର ହେଉଥିବାବେଳେ ଟ୍ରାଫିକ୍‌ ସମସ୍ୟା ମଧ୍ୟ ସୃଷ୍ଟି ହେଉଛି। ବାଇକ ଚାଳକ ନିୟନ୍ତ୍ରଣ ହରାଇ ତଳକୁ ପଡ଼ି ଗୁରୁତର ହେଉଛନ୍ତି। ସେହିପରି ସ୍ଥାନୀୟ ଦୋକାନୀ ପୌଲସ୍ତି ପ୍ରଧାନଙ୍କ କହିବା ହେଲା, ଗତ ସୋମବାର ରାତିରେ ରସୁଲଗଡ଼ ଅଞ୍ଚଳର ଜଣେ ବାଇକ ଚାଳକ ଉକ୍ତ ଖାଲରେ ପଡ଼ି ନିୟନ୍ତ୍ରଣ ହରାଇବା ସହ ନିକଟରେ ଥିବା ଡ୍ରେନ୍‌ରେ ବାଇକ୍‌ ସହ ଖସି ପଡ଼ିଥିଲେ। ଏଥିରେ ତାଙ୍କ ମୁହଁ ଓ ନାକରେ ଗଭୀର କ୍ଷତ ସୃଷ୍ଟି ହେବାରୁ ତାଙ୍କୁ ହସ୍ପିଟାଲ ପଠାଯାଇଥିଲା। କେବଳ ସେ ନୁହନ୍ତି ବାଇକ୍‌ରେ ଯାଉଥିବା ଅନେକ ମହିଳା ମଧ୍ୟ ନିୟନ୍ତ୍ରଣ ହରାଇ ତଳେ ପଡ଼ି ଖଣ୍ଡିଆ ଖାବର ହେଉଛନ୍ତି। ଏ ନେଇ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ଅବଗତ କରାଗଲେ ମଧ୍ୟ ରାସ୍ତା ମରାମତି କରାଯାଉନାହିଁ। ୧୫ ଦିନ ଭିତରେ ପ୍ରାୟ ୩୦ରୁ ଅଧିକ ବାଇକ ଚଳାକ ହସ୍ପିଟାଲରେ ଭର୍ତ୍ତି ହେଲେଣି। ଅକାରଣରେ କାହାର ଜୀବନ ଯିବା ପରେ ବିଭାଗର ଚେତା ପଶିବ ବୋଲି ପୌଲସ୍ତି କହିଛନ୍ତି। ଏନେଇ ବିଭଗୀୟ ନିର୍ବାହୀ ଯନ୍ତ୍ରୀ ବେହେରାଙ୍କୁ ପଚାରିବାରେ ଉକ୍ତ ରାସ୍ତା ମରାମତି ପାଇଁ ବିଲ୍‌ ପାସ୍‌ ହୋଇସାରିଛି। ଦିନରେ ଗହଳି ପାଇଁ କାମ କରିବା ସମ୍ଭବ ହେଉନାହିଁ। ତେବେ ଆସନ୍ତା ୨ ଦିନ ଭିତରେ ଉକ୍ତ ରାସ୍ତାର ମରାମତି କାର୍ଯ୍ୟ ଶେଷ କରାଯିବ ବୋଲି ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri