ନକଲି କୋର୍ଟ ଅର୍ଡର ଦେଇ ନେଇଛନ୍ତି ୧୮ଲକ୍ଷ

ଭୁବନେଶ୍ୱର,୧୫।୧(ବ୍ୟୁରେ): କିଡ୍‌ନୀ ଯୋଗାଇଦେବା ନାଁରେ ଠକେଇ ର଼୍ୟାକେଟର ଗୁମର ଧୀରେ ଧୀରେ ଖୋଲିବାରେ ଲାଗିଛି। ର଼୍ୟାକେଟ ମୁଖ୍ୟ କେନ୍ଦ୍ରାପଡାର ହିମାଂଶୁ ଭୂଷଣ ନନ୍ଦ(୩୨)ଙ୍କୁ ନୟାପଲ୍ଲୀ ପୋଲିସ ଗିରଫ ପରେ ତାଙ୍କ ବିରୋଧରେ ରାଜଧାନୀର ବିଭିନ୍ନ ଥାନାରେ ଅଭିଯୋଗ ସଂଖ୍ୟା ବଢ଼ିବାରେ ଲାଗିଛି। କିଡ୍‌ନୀ ଯୋଗାଇ ଦେବାକୁ କହି ନକଲି କୋର୍ଟ ଅର୍ଡର ଦେଖାଇ ହିମାଂଶୁ ୧୮ଲକ୍ଷ ୫୩ ହଜାର ଟଙ୍କା ଠକି ନେଇଥିବା ମଞ୍ଚେଶ୍ୱର ଥାନାରେ ଗୁରୁବାର ଅଭିଯୋଗ ହୋଇଛି। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବାବେଳେ ପ୍ରାୟ ଦେଢ଼କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ହୋଇଥିବା ସନ୍ଦେହ କରୁଛି।
ସୂଚନା ଅନୁଯାୟୀ, ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ରଙ୍ଗମାଟିଆ ଅଞ୍ଚଳରେ ଅଶୋକ ନାୟକଙ୍କର କିଡ୍‌ନୀ ଆବଶ୍ୟକ ଥିବାରୁ ଏଥିପାଇଁ ସେ ଏକ ବିଜ୍ଞାପନ ଦେଇଥିଲେ। ହିମାଂଶୁ ଉକ୍ତ ବିଜ୍ଞାପନରେ ଦିଆଯାଇଥିବା ଫୋନ୍‌ ନମ୍ବରରେ ଅଶୋକଙ୍କୁ ଯୋଗାଯୋଗ କରି କିଡ୍‌ନୀ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏପରିକି କୋର୍ଟର ଏକ ନକଲି ଅର୍ଡର ଦେଇ ବିଶ୍ୱାସ ଜନ୍ମାଇବା ପରେ ହିମାଂଶୁ ତାଙ୍କଠାରୁ ୧୮ ଲକ୍ଷ ୫୩ ହଜାର ଟଙ୍କା ନେଇଥିଲେ। ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ କିଡ୍‌ନୀ ଦେଇ ନ ଥିଲେ କି ଆଉ ଧରାଛୁଆଁ ଦେଇ ନ ଥିଲେ। ତେବେ ଅଭିଯୁକ୍ତ ହିମାଂଶୁ ଗିରଫ ହୋଇଥିବା ଜାଣିବା ପରେ ଅଶୋକ ଥାନାରେ ଅଭିଯୋଗ କରିଛନ୍ତି। କେବଳ ଅଶୋକ ନୁହନ୍ତି, ଠକେଇର ଶିକାର ହୋଇଥିବା ଭୁବନେଶ୍ୱରର ବହୁ ଲୋକ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି। ନୟାପଲ୍ଲୀ ଥାନା ପରେ ଲକ୍ଷ୍ମୀସାଗର ଓ ମଞ୍ଚେଶ୍ୱର ଥାନାରେ ହିମାଂଶୁଙ୍କ ବିରୋଧରେ ୩ ଅଭିଯୋଗ ହୋଇଛି। ସେ ଏକୁଟିଆ ଏହି ର଼୍ୟାକେଟ ଚଳାଇଥିଲେ ନା ଏଥିରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ଓ କାହାଠାରୁ କେତେଟଙ୍କା ଠକି ନେଇଛନ୍ତି ତାହା ଜାଣିବାକୁ ନୟାପଲ୍ଲୀ ଥାନା ପୋଲିସ ତାଙ୍କୁ ରିମାଣ୍ଡରେ ଆଣିବାକୁ ଶୁକ୍ରବାର କୋର୍ଟରେ ଆବେଦନ କରିବ ବୋଲି ସୂଚନା ମିଳିଛି।

ଠକେଇର ଶିକାର ଲୋକେ ପୋଲିସକୁ ଜଣାନ୍ତୁ: ଡିସିପି
କିଡ୍‌ନୀ ପ୍ରତିରୋପଣ ପାଇଁ ସ୍ବତନ୍ତ୍ର ଗାଇଡଲାଇନ୍‌ ରହିଛି। ଡିଏମ୍‌ଇଟିଙ୍କ ବିନା ଅନୁମତିରେ କିଡ୍‌ନୀ ପ୍ରତିରୋପଣ ହୁଏ ନାହିଁ। କାହା କିଡ୍‌ନୀ କାହା ଦେହରେ ଲାଗିବ, ସେ ସମ୍ପର୍କରେ ଡୋନର୍‌ ବି ଜାଣି ନ ଥାନ୍ତି। ଯେଉଁମାନେ ଟଙ୍କା ନେଇ କିଡ୍‌ନୀ ଦେବାକୁ କହୁଛନ୍ତି, ସେମାନଙ୍କଠାରୁ ଦୂରେଇ ରୁହନ୍ତୁ। ଯେଉଁମାନେ ଠକେଇର ଶିକାର ହୋଇଛନ୍ତି, ସେମାନେ ପୋଲିସ ନିକଟରେ ତୁରନ୍ତ ଅଭିଯୋଗ କରିବାକୁ ଡିସିପି ଉମାଶଙ୍କର ଦାଶ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ରାଜନୀତିରେ ହଲଚଲ୍! କ୍ୟାପିଟାଲ୍‌ ଥାନା ପକ୍ଷରୁ ପାଣ୍ଡିଆନଙ୍କୁ ନୋଟିସ, ଏହି ଦିନ ହେବ ହାଜର

ଭୁବନେଶ୍ବର,୨୨।୭: CMOରୁ ଫାଇଲ୍‌ ଗାୟବ ମାମଲାରେ ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ କରାଯାଇଛି । ପୂର୍ବତନ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନଙ୍କୁ ଆସନ୍ତା ୨୫ ତାରିଖ ଦିନ ୧୧ଟା…

ହଠାତ୍‌ ପ୍ରେସ୍‌ କନ୍‌ଫରେନ୍ସ କଲେ ନଡ୍ଡା: ଛାତ୍ରମାନଙ୍କ ଆନ୍ଦୋଳନରେ ରାହୁଲ ରାଜନୈତିକ ରୁଟି ସେକୁଛନ୍ତି କହି ବର୍ଷିଲେ, ସବୁର ଜବାବ…

ନୂଆଦିଲ୍ଲୀ,୨୨।୭: ପ୍ରଶ୍ନପତ୍ର ଲିକ୍‌ ମାମଲାରେ ରାଜନୈତିକ ଘମାସାନ ଜାରି ରହିଥିବା ବେଳେ ବୁଧବାର କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଏକ ଖବରଦାତା ସମ୍ମିଳନୀରେ କରି ବିରୋଧୀଙ୍କୁ କଡ଼ା ଜବାବ…

ବିଦ୍ରୋହ ମଧ୍ୟରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ, ‘୨୯ ଜୁଲାଇ ସମସ୍ତଙ୍କ ପାଇଁ….’

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀମାନଙ୍କ ଏକ ସମ୍ମିଳନୀରେ ବୁଧବାର ଦିନ ଉଦବୋଧନ ଦେଇଥିଲେ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,…

ଜଣେ ମନ୍ତ୍ରୀ ଇସ୍ତଫା ଦେଇଦେଲେ ସରକାର ଭୁଶୁଡ଼ି ପଡ଼େ ନାହିଁ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ଏମିତି ଅପିଲ୍‌ କଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ NEET ପ୍ରଶ୍ନପତ୍ର ଲିକ୍‌ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ନେଇ ଜାରି ରହିଥିବା ଆନ୍ଦୋଳନ ମଧ୍ୟରେ ପ୍ରସିଦ୍ଧ ସମାଜସେବୀ ଅନ୍ନା…

ହସ୍ପିଟାଲରୁ ପ୍ରଥମ Video ଜାରିକଲେ ସୋନମ ୱାଙ୍ଗଚୁକ୍, ସରକାରଙ୍କୁ କହିଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ ହେବା ପରେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ତାଙ୍କର ପ୍ରଥମ ଭିଡିଓ ବାର୍ତ୍ତା ଜାରି କରିଛନ୍ତି…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

ଲଗାଣ ବର୍ଷାରେ ଭୁଶୁଡ଼ିଲା ବାଞ୍ଛା ପୋଲ, ଯୋଗାଯୋଗ ବିଚ୍ଛିନ୍ନ

ହାଟଡିହୀ/ଛେନାପଦୀ,୨୨ା୭(ଶୁଭକାନ୍ତ ନାୟକ/ନିରାକାର ପରିଡା): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ପରିସ୍ଥିତି ସଙ୍ଗୀନ ହୋଇ ପଡିଛି । ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି…

ଚାଇନା ବିରୋଧରେ ଚନ୍ଦ୍ରଗିରିରେ ତିବତୀୟ ୟୁଥ୍ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ, ଦାବି ରଖି…

ମୋହନା,୨୨ା୭( ମନ୍ମଥ ମିଶ୍ର ): ଗଜପତି ଜିଲା ଚନ୍ଦ୍ରଗିରିରେ ବସବାସ କରୁଥିବା ତିବତୀୟ ଶରଣାର୍ଥୀମାନେ ଚାଇନାର କଥିତ ଦମନ ନୀତିକୁ ବିରୋଧ କରି ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri