ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ଆବର୍ଜନାରେ ଭର୍ତ୍ତି

ଫୁଲବାଣୀ ଅଫିସ,୫।୬(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଫୁଲବାଣୀ ସହର ଦିନକୁ ଦିନ ଅସ୍ବଚ୍ଛ ହେବାରେ ଲାଗିଛି ା ସହରର ଅନେକ ସ୍ଥାନ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇ ରହିଛି। ବ୍ଲକ ଓ ତହସିଲ କାର୍ଯ୍ୟାଳୟ ସମ୍ମୁଖକୁ ଦେଖିଲେ କେହି ବିଶ୍ୱାସ କରିପାରିବ ନାହିଁ। ପୌର ପରିଷଦ ଅଧିକାରୀଙ୍କଠାରୁ ଆରମ୍‌ କରି ବିଡିଓ, ତହସିଲଦାର ସବୁ ଦେଖୁଥିଲେ ହେଁ କ’ଣ ପାଇଁ ଚୁପ ବସିଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି। ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ଏତେ ଅପରିସ୍କାର ଅପରିଚ୍ଛନ ହୋଇଛି ଯେ, ସେଠାରେ ଜଣେ ମୂହୂର୍ତ୍ତ ପାଇଁ ଠିଆ ହୋଇ ପାରିବ ନାହିଁ ା ଅନ୍ୟପଟେ ରାତିରେ ଲୋକେ ଏହା ରାସ୍ତା ପାଖ ଏବଂ ପଡିଥିବା ସିମେଣ୍ଟ ବେଞ୍ଚରେ ବସିବାକୁ ଯାଇ ହଟହଟା ହେଉଛନ୍ତି। ଗୋଡଠାରୁ ଆଣ୍ଠୁ ତଳକୁ ଡ୍ରେସ ଆବର୍ଜନା ପାଣିରେ ଭିଜି ଯାଉଛି ା କେହି କେହି ଅସାବଧାନ ବସଃତ ତଳେ ପଡି ଯାଉଛନ୍ତି। କେନ୍ଦ୍ର ଓ ରାଜ୍ୟରକାର ‘ସ୍ବଚ୍ଛ ଭାରତ ଅଭିଯାନ’କୁ ଗୁରୁତ୍ୱ ଦେଉଛନ୍ତି। ଫୁଲବାଣୀ ପୌର ପରିଷଦ ଏହି ସ୍ବଚ୍ଛ ଭାରତ ଅଭିଯାନର ବହୁ ଦୁରରେ । ଏଠାରେ ୭୦ ଜଣ ସଫେଇ କର୍ମଚାରୀ ଥିଲେ ମଧ୍ୟ ସଫେଇ କାର୍ଯ୍ୟ ଠିକ୍‌ ହେଉ ନ ଥିବା ଅଭିଯୋଗ ହେଇଛି। ଜିଲାର ଅଧିକାଂଶ କାର୍ଯ୍ୟାଳୟ ପାଖରେ କୁଢ କୁଢ ଆବର୍ଜନା ପଡ଼ି ରହିଛି। ଫୁଲବାଣୀ ବ୍ଲକ ଓ ତହସିଲ ମୁଖ୍ୟ ଗେଟ ସମ୍ମୁଖ ରାସ୍ତା ପାର୍ଶ୍ୱରେ ଥିବା ଡ୍ରେନ୍‌ ବହୁଦିନ ଧରି ପୋତି ହୋଇ ରହିଛି। ଫଳରେ ରାସ୍ତା ଉପର ପାଣି ନିଷ୍କାସନ ହୋଇ ନ ପାରି ଜମି ରହୁଛି। ଦିର୍ଘ ଦିନ ହେବ ଏହି ସ୍ଥାନକୁ ସଫେଇ କରାଯାଉନାହିଁ ା ଆଗକୁ ବର୍ଷା ଋତୁ ା ସଫେଇ କେବେ ହେବ ବୋଲି ସହରବାସୀ ପ୍ରଶ୍ନ କରିଛନ୍ତି। ଏ ନେଇ ପୌର ପରିଷଦ ଯନ୍ତ୍ରୀ ନୀଳକଣ୍ଠ ନାୟକଙ୍କୁ ପଚାରିବାରୁ ସେଠାରେ ଡ୍ରେନ ଅଛି କି ନାହିଁ ଜଣାପଡୁନି ା ପୂର୍ବରୁ ରାସ୍ତା ବେଳେ ଡ୍ରେନ୍‌ ପ୍ଲାନିଂ ପୂର୍ତ୍ତ ବିଭାଗ କରିଥିଲା। ତାଙ୍କ ଯନ୍ତ୍ରୀଙ୍କୁ ଏ ବିଷୟରେ ଜଣାଇ ଦିଆଯାଇଛି। ସେମାନେ ଆସି ଅନୁଧ୍ୟାନ କରିଛନ୍ତି ା ଶୀଘ୍ର କାର୍ଯ୍ୟ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବ ହେବ ଉତ୍ସବମୁଖର: ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆକୃଷ୍ଟ ପାଇଁ ଲକ୍ଷ୍ୟ

ଦାରିଙ୍ଗବାଡି,୧୭।୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଶୀତ ମହୋତ୍ସବ ନେଇ ତୃତୀୟଥର ପାଇଁ ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହ ଠାରେ ହୋଇଯାଇଛି। ବିଡ଼ିଓ ତଥା...

ଗୁଗଲ ମ୍ୟାପ୍‌ ଦେଖି ଟ୍ରକ୍‌ ଚଳାଉଥିଲେ ଡ୍ରାଇଭର୍‌: ହଠାତ୍‌ ଘଟିଗଲା…

ଦାରିଙ୍ଗବାଡି, ୧୬।୧୨ (ଅରୁଣ ସାହୁ):ଗୁଗଲ ମ୍ୟାପ୍‌ ଦେଖାଇଲା ଭୁଲ ରାସ୍ତା। ଆଉ ଭୁଲ ରାସ୍ତାରେ ଆସି ଟ୍ରକ ଦୁର୍ଘଟଣାଗ୍ରସ୍ତ। ଏଭଳି ଘଟଣା ନୂଆ ହୋଇ ନ...

ଜିଲାପାଳଙ୍କ ଅଭିଯୋଗ ଶୁଣାଣି: କମୁଛି ଅଭିଯୋଗ ପତ୍ର ସଂଖ୍ୟା

ରାଇକିଆ,୧୬।୧୨(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ କାର୍ଯ୍ୟାଳୟର ସଭାଗୃହରେ ଜିଲାପାଳ ବେଦ ଭୂଷଣଙ୍କ ଦ୍ବାରା ଜନସାଧାରଣଙ୍କ ଦାରା ଅଭିଯୋଗ ଗୁଡ଼ିକର ଶୁଣାଣି ଅନୁଷ୍ଠିତ ହୋଇଯାଇଅଛି।...

ଲୋକଙ୍କ ଗୁହାରି ଶୁଣିଲେ ଜିଲାପାଳ: ୪୫ ଲକ୍ଷ ମଞ୍ଜୁର ପରେ…

କେସିଙ୍ଗା,୧୬।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଜାତୀୟ ରାଜପଥର ଆମ୍ବେଦକର ଛକଠାରୁ କଲେଜ ରୋଡ଼ ଦେଇ ଡୁମେର ମୁଣ୍ଡା ସାହୁ ପଡା ଏବଂ ରୁପ୍ରା...

ବଢିଲା ଶୀତ: ଦାରିଙ୍ଗବାଡିରେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡି, ୧୬।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ପୁଣି ବଢିଲା ଶୀତର ପ୍ରକୋପ ବିଭିନ୍ନ ସ୍ଥାନରେ ଘନ କୁହୁଡି ସହ ଶୀତ ଦ୍ବିଗୁଣିତ...

ଶୀତରେ ଥରୁଛି ଖଜୁରିପଡ଼ା: ତାପମାନ ଯନ୍ତ୍ର ବସାଇବାକୁ ଦାବି

ଖଜୁରିପଡ଼ା, ୧୫ା୧୨(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ବ୍ଲକ୍‌ ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଆଭ୍ୟନ୍ତରୀଣ ଅଞ୍ଚଳରେ ଶୀତର ପ୍ରଭାବ ବେଶୀ ଅନୁଭୂତ ହେଉଛି।...

ବିଦ୍ୟୁତ କର୍ମଚାରୀଙ୍କ ସମସ୍ୟା ସମାଧାନ ପାଇଁ ଉଠିଲା ଦାବି

ଦାରିଙ୍ଗବାଡି,୧୫।୧୨(ଅରୁଣ ସାହୁ): ଓ.ଏସ.ଇ.ବି. ବିଜୁଳି କର୍ମଚାରୀ ସଂଘର କାର୍ଯ୍ୟକାରିଣୀ ସମିତି ବୈଠକ ବୈଠକ ସଂଘର ସାଧାରଣ ସମ୍ପାଦକ ଭ୍ରମରବର ରାଉତଙ୍କ ଆବାହନ କ୍ରମେ କନ୍ଧମାଳ ଜିଲା...

ପ୍ରବଳ ଶୀତ: ରାଜ୍ୟର ସବୁଠାରୁ ଥଣ୍ଡା ସହର ଜି ଉଦୟଗିରି

ଜି ଉଦୟଗିରି, ୧୫।୧୨( ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠୀ): ଜି ଉଦୟଗିରି ସହର ସମେତ ଆଖ ପାଖ ଅଞ୍ଚଳରେ କ୍ରମାଗତ ୧୦ ଦିନ ହେବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri