ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ଆବର୍ଜନାରେ ଭର୍ତ୍ତି

ଫୁଲବାଣୀ ଅଫିସ,୫।୬(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଫୁଲବାଣୀ ସହର ଦିନକୁ ଦିନ ଅସ୍ବଚ୍ଛ ହେବାରେ ଲାଗିଛି ା ସହରର ଅନେକ ସ୍ଥାନ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇ ରହିଛି। ବ୍ଲକ ଓ ତହସିଲ କାର୍ଯ୍ୟାଳୟ ସମ୍ମୁଖକୁ ଦେଖିଲେ କେହି ବିଶ୍ୱାସ କରିପାରିବ ନାହିଁ। ପୌର ପରିଷଦ ଅଧିକାରୀଙ୍କଠାରୁ ଆରମ୍‌ କରି ବିଡିଓ, ତହସିଲଦାର ସବୁ ଦେଖୁଥିଲେ ହେଁ କ’ଣ ପାଇଁ ଚୁପ ବସିଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି। ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ଏତେ ଅପରିସ୍କାର ଅପରିଚ୍ଛନ ହୋଇଛି ଯେ, ସେଠାରେ ଜଣେ ମୂହୂର୍ତ୍ତ ପାଇଁ ଠିଆ ହୋଇ ପାରିବ ନାହିଁ ା ଅନ୍ୟପଟେ ରାତିରେ ଲୋକେ ଏହା ରାସ୍ତା ପାଖ ଏବଂ ପଡିଥିବା ସିମେଣ୍ଟ ବେଞ୍ଚରେ ବସିବାକୁ ଯାଇ ହଟହଟା ହେଉଛନ୍ତି। ଗୋଡଠାରୁ ଆଣ୍ଠୁ ତଳକୁ ଡ୍ରେସ ଆବର୍ଜନା ପାଣିରେ ଭିଜି ଯାଉଛି ା କେହି କେହି ଅସାବଧାନ ବସଃତ ତଳେ ପଡି ଯାଉଛନ୍ତି। କେନ୍ଦ୍ର ଓ ରାଜ୍ୟରକାର ‘ସ୍ବଚ୍ଛ ଭାରତ ଅଭିଯାନ’କୁ ଗୁରୁତ୍ୱ ଦେଉଛନ୍ତି। ଫୁଲବାଣୀ ପୌର ପରିଷଦ ଏହି ସ୍ବଚ୍ଛ ଭାରତ ଅଭିଯାନର ବହୁ ଦୁରରେ । ଏଠାରେ ୭୦ ଜଣ ସଫେଇ କର୍ମଚାରୀ ଥିଲେ ମଧ୍ୟ ସଫେଇ କାର୍ଯ୍ୟ ଠିକ୍‌ ହେଉ ନ ଥିବା ଅଭିଯୋଗ ହେଇଛି। ଜିଲାର ଅଧିକାଂଶ କାର୍ଯ୍ୟାଳୟ ପାଖରେ କୁଢ କୁଢ ଆବର୍ଜନା ପଡ଼ି ରହିଛି। ଫୁଲବାଣୀ ବ୍ଲକ ଓ ତହସିଲ ମୁଖ୍ୟ ଗେଟ ସମ୍ମୁଖ ରାସ୍ତା ପାର୍ଶ୍ୱରେ ଥିବା ଡ୍ରେନ୍‌ ବହୁଦିନ ଧରି ପୋତି ହୋଇ ରହିଛି। ଫଳରେ ରାସ୍ତା ଉପର ପାଣି ନିଷ୍କାସନ ହୋଇ ନ ପାରି ଜମି ରହୁଛି। ଦିର୍ଘ ଦିନ ହେବ ଏହି ସ୍ଥାନକୁ ସଫେଇ କରାଯାଉନାହିଁ ା ଆଗକୁ ବର୍ଷା ଋତୁ ା ସଫେଇ କେବେ ହେବ ବୋଲି ସହରବାସୀ ପ୍ରଶ୍ନ କରିଛନ୍ତି। ଏ ନେଇ ପୌର ପରିଷଦ ଯନ୍ତ୍ରୀ ନୀଳକଣ୍ଠ ନାୟକଙ୍କୁ ପଚାରିବାରୁ ସେଠାରେ ଡ୍ରେନ ଅଛି କି ନାହିଁ ଜଣାପଡୁନି ା ପୂର୍ବରୁ ରାସ୍ତା ବେଳେ ଡ୍ରେନ୍‌ ପ୍ଲାନିଂ ପୂର୍ତ୍ତ ବିଭାଗ କରିଥିଲା। ତାଙ୍କ ଯନ୍ତ୍ରୀଙ୍କୁ ଏ ବିଷୟରେ ଜଣାଇ ଦିଆଯାଇଛି। ସେମାନେ ଆସି ଅନୁଧ୍ୟାନ କରିଛନ୍ତି ା ଶୀଘ୍ର କାର୍ଯ୍ୟ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଅପହଞ୍ଚ: ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିବାରୁ ଗର୍ଭବତୀଙ୍କ ଅକାଳ ମୃତ୍ୟୁ ଅଭିଯୋଗ

ଦାରିଙ୍ଗବାଡି, ୩।୪ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଜଣେ ଗର୍ଭବତୀଙ୍କ ଗୁରୁବାର ଅପରାହ୍ନରେ ଅକାଳରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ରାସ୍ତା…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

ତୁମୁଡ଼ିବନ୍ଧ ବ୍ଲକ କାର୍ଯ୍ୟାଳୟରେ ଓଡ଼ିଆ ଦିବସ ପାଳନ

ତୁମୁଡ଼ିବନ୍ଧ,୧ା୩(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟର ସଭା ଗୃହରେ ୯୧ତମ ଓଡ଼ିଆ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ବ୍ଲକ ମଙ୍ଗଳ…

ରୋଷେଇ କରୁଥିବାବେଳେ ଫାଟିଲା ଗ୍ୟାସ୍‌ ସିଲିଣ୍ଡର, ଆଉ ତା’ ପରେ…

ତୁମୁଡ଼ିବନ୍ଧ,୧ା୪(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ମୁଖ୍ୟ ବଜାରସ୍ଥିତ ଦୁଷ୍ମନ୍ତ ସାହୁ ନାମକ ବ୍ୟବସାୟୀଙ୍କ ବାସଭବନ ରୋଷେଇ ଘରେ ରନ୍ଧନ ଗ୍ୟାସ ଫାଟି ଯିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri