୪ ଦିନିଆ ଓଡ଼ିଶା ଗସ୍ତରେ ଫ୍ରାନ୍ସ ରାଷ୍ଟ୍ରଦୂତ

ଭୁବନେଶ୍ୱର, ୫ା୩(ବ୍ୟୁରୋ):ଭାରତରେ ଅବସ୍ଥାପିତ ଫ୍ରାନ୍ସର ରାଷ୍ଟ୍ରଦୂତ ମି. ଇମାନୁଏଲ୍‌ ଲେନାଇନ୍‌ଙ୍କ ସହ ଏକ ପ୍ରତିନିଧି ଦଳ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ା ଗସ୍ତର ପ୍ରଥମ ଦିନ ଲୋକସେବା ଭବନସ୍ଥିତ ନୂତନ କନ୍‌ଭେନଶନ୍‌ ହଲ୍‌ଠାରେ ଏମ୍‌ଏସ୍‌ଏମ୍‌ଇ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନେତୃତ୍ବରେ ଓଡ଼ିଶା ସରକାରଙ୍କ ପଦସ୍ଥ ଅଧିକାରୀଙ୍କ ସହ ଦ୍ବିପାକ୍ଷିକ ବାଣିଜ୍ୟ ଓ ଅର୍ଥନୈତିକ ସହଯୋଗ, ଶିଳ୍ପ ଅଭିବୃଦ୍ଧି ନିମନ୍ତେ ଆଲୋଚନା ହୋଇଥିଲା। ବୈଠକରେ ସୂଚନା ପ୍ରଦାନ କରି ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା ଫ୍ରାନ୍ସ ପ୍ରତିନିଧି ମଣ୍ଡଳୀଙ୍କୁ ସ୍ବାଗତ କରିବା ସହ ସମସ୍ତଙ୍କ ସହିତ ପରିଚିତ କରାଇଛନ୍ତି। ଓଡ଼ିଶାରେ ରହିଥିବା ନୀଳ ଅର୍ଥନୀତି (ସାମୁଦ୍ରିକ ଏବଂ ଉପକୂଳ ଉତ୍ପାଦ), ଅକ୍ଷୟ ଶକ୍ତି, ସ୍ମାର୍ଟ ସିଟି ପରିଚାଳନା ଉପରେ ଆଲୋକ ଚିତ୍ର ମାଧ୍ୟମରେ ତଥ୍ୟ ପ୍ରଦାନ କରାଯାଇଛି। ମନ୍ତ୍ରୀ ମିଶ୍ର ଓଡ଼ିଶାର ସୁଦୀର୍ଘ ଉପକୂଳରେ ଅନେକ ପର୍ଯ୍ୟଟନ ସମ୍ଭାବନା ରହିଥିବା ଦର୍ଶାଇ ଫ୍ରାନ୍ସରେ କରାଯାଇଥିବା ଆଧୁନିକ ପର୍ଯ୍ୟଟନ ଭିତ୍ତିଭୂମି ଭଳି ଏଠାରେ ବିକାଶ କରାଇବାକୁ ପ୍ରସ୍ତାବ ରଖିଛନ୍ତି। ଏହାଛଡ଼ା ରାଜ୍ୟର ବଳକା ବିଦ୍ୟୁତ୍‌ ଶକ୍ତି, ଗମନାଗମନର ସୁବିଧା, ରାଜ୍ୟରେ ଆନ୍ତର୍ଜାତିକ ବିମାନବନ୍ଦର, ଭରପୂର ଖଣିଜ ସମ୍ପଦ ଏବଂ କୁଶଳୀ ମାନବ ସମ୍ବଳ ପ୍ରଭୃତି ରାଜ୍ୟକୁ ବହୁ କ୍ଷେତ୍ରରେ ଅଗ୍ରଣୀ କରିପାରିଛି ବୋଲି ସେ ଦର୍ଶାଇଛନ୍ତି ା ସେହିପରି ଆମେ ଆମର ଉନ୍ନତ ଭିତ୍ତିଭୂମି ବିକାଶ କରି କ୍ରୀଡ଼ା ମାନଚିତ୍ରରେ ବିଶ୍ବରେ ଆମର ଉପସ୍ଥିତି ଜାହିର କରିପାରିଥିବା ଦୃଷ୍ଟିରୁ ଏହିସବୁ କ୍ଷେତ୍ରରେ ଆମେ ଫ୍ରାନ୍ସ ସହ ସହଯୋଗ କରି ଆଗକୁ ବଢ଼ିପାରିବୁ ା ଆମେ ବିଶ୍ବର ସବୁ ଦେଶ ସହ ବାଣିଜି୍ୟକ କାରବାର ପାଇଁ ଦ୍ବାର ଉନ୍ମୁକ୍ତ ରଖିଛୁ ବୋଲି ସେ କହିଛନ୍ତି ା ଏହି ଦ୍ବିପାକ୍ଷିକ ଆଲୋଚନା ବୈଠକରେ ଓଡ଼ିଶା ସରକାରଙ୍କ ତରଫରୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ସଚିବ ସଞ୍ଜୟ କୁମାର ସିଂ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ସଚିବ ଆର୍‌. ରଘୁପ୍ରସାଦ, ଇଡ୍‌କୋ ପରିଚାଳନା ନିର୍ଦ୍ଦେଶକ ନୀତିନ ଭାନୁଦାସ ଜାଓ୍ବଲେ ପ୍ରମୁଖ ଯୋଗ ଦେଇଛନ୍ତି। ଫ୍ରାନ୍ସ ପ୍ରତିନିଧି ଦଳ ତାଙ୍କର ଓଡ଼ିଶା ରହଣି କାଳରେ ପୁରୀ, କୋଣାର୍କ, ଭୁବନେଶ୍ବରର ସି-ଫୁଡ୍‌ ପାର୍କ, ଇନ୍‌ଫୋଭ୍ୟାଲି, ଜାଭିୟର ୟୁନିଭର୍ସିଟି, ଧଉଳିଗିରି, ଉଦୟଗିରି ପ୍ରଭୃତି ସ୍ଥାନ ବୁଲି ଦେଖିବା କାର୍ଯ୍ୟକ୍ରମ ରହିଛି ା


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri