ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ଚାଇନା ବିପଦ

ନ୍ୟୁୟର୍କ, ୫।୩(ଆଇଏଏନ୍‌ଏସ୍‌):ଚାଇନାରୁ ଅନ୍ତର୍ଜାତୀୟ ବ୍ୟବସ୍ଥା ପ୍ରତି ବିପଦ ବଢ଼ୁଥିବାରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ହାଇ ଆଲର୍ଟ ଜାରି କରିଛନ୍ତି। ଏଥିସହିତ ସମଭାବାପନ୍ନ ଦେଶଗୁଡ଼ିକ ସହ ମେଣ୍ଟ ଗଠନ ଲାଗି ବାଇଡେନ ଆହ୍ବାନ ଦେଇଛନ୍ତି। ଆମେରିକା ଭାରତ ସହ ସମ୍ପର୍କକୁ ଆହୁରି ମଜଭୁତ୍‌ କରିବ ବୋଲି ସେ କହିଛନ୍ତି। ବୁଧବାର ବାଇଡେନ୍‌ ଜାରି କରିଥିବା ଅନ୍ତରୀଣ ଜାତୀୟ ସୁରକ୍ଷା ପରାମର୍ଶରେ ଚାଇନାକୁ ଅଲଗା କରାଯାଇଛି। ଚାଇନା ଏପରି ଏକ ପ୍ରତିଦ୍ୱନ୍ଦ୍ୱୀ ଯାହା ନିଜର ବହୁବିଧ ସାମର୍ଥ୍ୟ ବଳରେ ଅନ୍ତର୍ଜାତୀୟ ବ୍ୟବସ୍ଥା ପ୍ରତି ଦୀର୍ଘମିଆଦୀ ଚ୍ୟାଲେଞ୍ଜ ସୃଷ୍ଟି କରିପାରିବ। ଚାଇନାର ପଡୋଶୀମାନଙ୍କୁ ଆମେରିକା ସମର୍ଥନ କରିବା ସହ ଭାରତ ସହିତ ସମ୍ପର୍କ ବଢ଼ାଇବ ବୋଲି ବାଇଡେନ୍‌ ଉକ୍ତ ଦସ୍ତାବିଜ୍‌ରେ କହିଛନ୍ତି। ଚାଇନାର ମୁକାବିଲା ପାଇଁ ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକର ସହଯୋଗ ଜରୁରୀ ହୋଇପଡ଼ିଛି। ଚାଇନା ଏବଂ ରୁଷିଆଠାରୁ ଆମେରିକା ଓ ଏହାର ମିତ୍ରରାଷ୍ଟ୍ରଗୁଡ଼ିକ ପ୍ରତି ସିଧାସଳଖ ବିପଦ ରହିଥିବାବେଳେ ଏହାର ପ୍ରତିରୋଧ କରିବାକୁ ହେବ। ଆମେରିକା ଏକାକୀ ଏହି କାମ କରିପାରିବ ନାହିଁ। ସେଥିପାଇଁ ସାରା ବିଶ୍ୱରେ ଥିବା ଆମର ମିତ୍ର ଓ ସହଯୋଗୀ ରାଷ୍ଟ୍ରଗୁଡ଼ିକୁ ଶକ୍ତିଶାଳୀ ଓ ଆଧୁନିକୀକରଣ କରାଯିବ ବୋଲି ବାଇଡେନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଝି ସମୁଦ୍ରରେ ବୁଡ଼ିଗଲା ବୋଟ୍‌, ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି , ନିଖୋଜ ଅଛନ୍ତି ଅନେକ ଯାତ୍ରୀ

ନିକୋସିଆ,୩୦ା୮: ଉତ୍ତର ସାଇପ୍ରସ୍‌ ଉପକୂଳରେ ଏକ ବୋଟ୍‌ ରବିବାର ବୁଡ଼ିଯାଇ ୭ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଯାତ୍ରୀ ନିଖୋଜ ଅଛନ୍ତି। ଏନେଇ ମୃତ୍ୟୁ ସଂଖ୍ୟା…

ବସ୍‌ ମାଲିକ ସଂଘର ପୂର୍ବତନ ସମ୍ପାଦକଙ୍କ ପରଲୋକ, ଝୁରୁଛନ୍ତି ଅଞ୍ଚଳବାସୀ

ଭଞ୍ଜନଗର,୩୦ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଘୁମୁସର ଘରୋଇ ବସ୍‌ ମାଲିକ ସଂଘ ଭଞ୍ଜନଗରର ପୂର୍ବତନ ସମ୍ପାଦକ ତଥା ବର୍ତ୍ତମାନର ଉପସଭାପତି ସୁବାସ ଚନ୍ଦ୍ର ଦିହୁଡିଙ୍କର ରବିବାର ଅପରାହ୍ନରେ…

ଶାଳକଙ୍କୁ ଏସିଡ୍‌ ଫିଙ୍ଗି ବନ୍ଧା ହେଲେ ଭିଣୋଇ

ବ୍ରହ୍ମପୁର,୩୦ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ପୋଲିସ ଏସିଡ ମାଡ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି l ସେ ହେଲେ ପାଟପୁର ଥାନା ପୋଡାମାରି ବଜାର…

ନାବାଳିକା ଛାତ୍ରୀଙ୍କୁ ଅପହରଣ କରିନେଲେ ୨୨ ବର୍ଷୀୟ ଯୁବକ, ଗାଁରେ ଉତ୍ତେଜନା ପରେ…

ହାଟଡିହୀ/ଛେନାପଦୀ,୩୦ା୮(ଶୁଭକାନ୍ତ ନାୟକ/ନିରାକାର): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହାକୁ…

ଓଡ଼ିଆ ସାହିତ୍ୟର ଜଣେ ଅମର ନକ୍ଷତ୍ର ଥିଲେ ସ୍ବଭାବ କବି ଗଙ୍ଗାଧର ମେହେର, ତାଙ୍କ କଲମ ଚାଳନାରେ ଥିଲା…

କେସିଙ୍ଗା,୩୦ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ସମାରୋହ ଅନୁଷ୍ଠାନର ସଭାପତି ଯାଜ୍ଞସେନୀ ସାହାଙ୍କ…

ନିଟ୍‌ରେ ସଫଳ ଦୁଇ ଭଉଣୀଙ୍କ ଡାକ୍ତରୀ ପାଠରେ ଅର୍ଥ ସାଜିଛି ବାଧକ, ସ୍ବପ୍ନରେ ରହିଯିବ କି ଉଭୟଙ୍କ…

କର୍ଲାମୁଣ୍ଡା,୩୦ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ଗ୍ରାମର ଏକ ମେଧାବୀ ପରିବାରର ଦୁଇ ଭଉଣୀ ଏକାସାଙ୍ଗେ ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିବା…

ଭୟଙ୍କର ଦୁର୍ଘଟଣା: ୨୭୦ ଲୋକଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ିଲା, ଏବେ ବି ଜାରିରହିଛି…

ଆଙ୍କରା,୩୦ା୮: ଉତ୍ତର ସାଇପ୍ରସ ଉପକୂଳରେ ଏକ ଭୟଙ୍କର ଡଙ୍ଗା ବୁଡ଼ି ଦୁର୍ଘଟଣା ଘଟିଛି। ରବିବାର ଅପରାହ୍ନରେ ଉତ୍ତର ସାଇପ୍ରସର କାଇରେନିଆ ବନ୍ଦରରୁ ତୁର୍କୀର ମର୍ସିନ ପ୍ରଦେଶସ୍ଥିତ ତାସୁକୁ…

୩୨ କେଭି ବିଦ୍ୟୁତ୍‌ ତାରରେ ବାଜିଗଲା ଛାତ୍ରଙ୍କ ହାତ, ଚାଲିଗଲା ଜୀବନ

ପାତ୍ରପୁର,୩୦ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ତହସିଲ ଜରଡ଼ା ଥାନା ଅନ୍ତର୍ଗତ ଭୈରପୁର ଗ୍ରାମର ସୁଶାନ୍ତ ପ୍ରଧାନଙ୍କ ପୁଅ ଚନ୍ଦନ( ୧୬)ଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri