ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ଚାଇନା ବିପଦ

ନ୍ୟୁୟର୍କ, ୫।୩(ଆଇଏଏନ୍‌ଏସ୍‌):ଚାଇନାରୁ ଅନ୍ତର୍ଜାତୀୟ ବ୍ୟବସ୍ଥା ପ୍ରତି ବିପଦ ବଢ଼ୁଥିବାରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ହାଇ ଆଲର୍ଟ ଜାରି କରିଛନ୍ତି। ଏଥିସହିତ ସମଭାବାପନ୍ନ ଦେଶଗୁଡ଼ିକ ସହ ମେଣ୍ଟ ଗଠନ ଲାଗି ବାଇଡେନ ଆହ୍ବାନ ଦେଇଛନ୍ତି। ଆମେରିକା ଭାରତ ସହ ସମ୍ପର୍କକୁ ଆହୁରି ମଜଭୁତ୍‌ କରିବ ବୋଲି ସେ କହିଛନ୍ତି। ବୁଧବାର ବାଇଡେନ୍‌ ଜାରି କରିଥିବା ଅନ୍ତରୀଣ ଜାତୀୟ ସୁରକ୍ଷା ପରାମର୍ଶରେ ଚାଇନାକୁ ଅଲଗା କରାଯାଇଛି। ଚାଇନା ଏପରି ଏକ ପ୍ରତିଦ୍ୱନ୍ଦ୍ୱୀ ଯାହା ନିଜର ବହୁବିଧ ସାମର୍ଥ୍ୟ ବଳରେ ଅନ୍ତର୍ଜାତୀୟ ବ୍ୟବସ୍ଥା ପ୍ରତି ଦୀର୍ଘମିଆଦୀ ଚ୍ୟାଲେଞ୍ଜ ସୃଷ୍ଟି କରିପାରିବ। ଚାଇନାର ପଡୋଶୀମାନଙ୍କୁ ଆମେରିକା ସମର୍ଥନ କରିବା ସହ ଭାରତ ସହିତ ସମ୍ପର୍କ ବଢ଼ାଇବ ବୋଲି ବାଇଡେନ୍‌ ଉକ୍ତ ଦସ୍ତାବିଜ୍‌ରେ କହିଛନ୍ତି। ଚାଇନାର ମୁକାବିଲା ପାଇଁ ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକର ସହଯୋଗ ଜରୁରୀ ହୋଇପଡ଼ିଛି। ଚାଇନା ଏବଂ ରୁଷିଆଠାରୁ ଆମେରିକା ଓ ଏହାର ମିତ୍ରରାଷ୍ଟ୍ରଗୁଡ଼ିକ ପ୍ରତି ସିଧାସଳଖ ବିପଦ ରହିଥିବାବେଳେ ଏହାର ପ୍ରତିରୋଧ କରିବାକୁ ହେବ। ଆମେରିକା ଏକାକୀ ଏହି କାମ କରିପାରିବ ନାହିଁ। ସେଥିପାଇଁ ସାରା ବିଶ୍ୱରେ ଥିବା ଆମର ମିତ୍ର ଓ ସହଯୋଗୀ ରାଷ୍ଟ୍ରଗୁଡ଼ିକୁ ଶକ୍ତିଶାଳୀ ଓ ଆଧୁନିକୀକରଣ କରାଯିବ ବୋଲି ବାଇଡେନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ଖୋଲା ବୁଲୁଛନ୍ତି ଆତଙ୍କବାଦୀ…

ଜେନେଭା,୧୭।୧୧: ଜାତିସଂଘରେ ପାକିସ୍ତାନକୁ ଭାରତ ପକ୍ଷରୁ ଚେତବାନୀ ଦିଆଯାଇଛି। ସୀମା ପାର କରି ଆତଙ୍କବାଦୀମାନେ ଅନୁପ୍ରବେଶ କରୁଥିବା ନେଇ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ରେ...

ରୁଷିଆ ନାଗରିକଙ୍କୁ ଆମେରିକାରେ ପ୍ରବେଶ ମନା…

ଓ୍ବାଶିଂଟନ, ୧୯।୩ : ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ନେଇ ଆମେରିକା ପକ୍ଷରୁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଆମେରିକାରେ ପ୍ରବେଶ ପାଇଁ ରୁଷିଆ ନାଗରିକଙ୍କୁ...

ୟୁକ୍ରେନରେ ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ ତୁରନ୍ତ ବନ୍ଦ ହେବା ଜରୁରୀ: ଜାତିସଂଘ

ନ୍ୟୁୟର୍କ,୧୭ ।୧: ଜାତିସଂଘର ମହାସଚିବ ଏଣ୍ଟୋନିୟୋ ଗୁଟେରସ ସୋମବାର ୟୁକ୍ରେନ୍‌ର ନିପ୍ରୋ ସହରର ଏକ ବଡ ଘରୋଇ କୋଠା ଉପରେ ଆକ୍ରମଣକୁ ନିନ୍ଦା କରିଛନ୍ତି, ଯେଉଁଥିରେ...

ଶପଥ ନେବା ପୂର୍ବରୁ ଭାବୁକ ହେଲେ ବାଇଡେନ

ଓ୍ବାଶିଂଟନ,୨୦।୧ : ଆଜି ଅର୍ଥାତ୍‌ ଜାନୁୟାରୀ ୨୦ରେ ଆମେରିକାର ନୂତନ ରାଷ୍ଟ୍ରପତି ଭାବେ ଜୋ ବାଇଡେନ ଶପଥ ନେବେ। ମାତ୍ର ଏହା ପୂର୍ବରୁ ବାଇଡେନ ତାଙ୍କ...

କରାଚି ନେତା ଗାଇଲେ ‘ସାରେ ଜହାଁସେ ଆଚ୍ଛା, ହିନ୍ଦୁସ୍ତାନ୍‌ ହମାରା’

କରାଚି,୧।୯: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଯେଉଁଠି ପାକିସ୍ତାନ ଭାରତକୁ ନିନ୍ଦା କରିବା ସହ ବହୁ ଭାରତ ବିରୋଧୀ କଥା କହି ଚାଲିଛି। ସେତେବେଳେ...

ଆନି ଏର୍ନକ୍ସଙ୍କୁ ସାହିତ୍ୟରେ ନୋବେଲ

ସ୍ବିଡେନ୍‌,୬।୧୦: ଚଳିତବର୍ଷ ସାହିତ୍ୟ ପାଇଁ ନୋବେଲ ପୁରସ୍କାର ଗୁରୁବାର ଘୋଷଣା କରାଯାଇଛି। ଫରାସୀ ଲେଖକ ଆନି ଏର୍ନକ୍ସଙ୍କୁ ଏହି ପୁରସ୍କାର ମିଳିବ। ଆନି ସେପ୍ଟେମ୍ବର ୧,...

ଭାରତକୁ ସ୍ବାଧୀନତା ଦିବସର ଅଭିନନ୍ଦନ ଜଣାଇଲା ଆମେରିକା

ଓ୍ବାଶିଂଟନ,୧୫।୮: ଭାରତ ଗୁରୁବାର ୭୩ତମ ସ୍ବାଧୀନତା ଦିବସ ଆନନ୍ଦ ଉଲ୍ଲାସର ସହ ପାଳନ କରୁଥିବା ବେଳେ ଏହି ଅବସରରେ ଭାରତର ମିତ୍ର ରାଷ୍ଟ୍ର ଆମେରିକା ମଧ୍ୟ...

କରୋନାକୁ ଜିତିଲେ ୯୩ ବର୍ଷର ବୃଦ୍ଧା !

ଇସ୍ତାନବୁଲ,୧୨।୪: ଇରାନ ପରେ ଏବେ ତୁର୍କୀକୁ କରୋନା ସଂକ୍ରମଣର ହଟ୍‌ସ୍ପଟ ବୋଲି କୁହାଯାଉଛି। ପ୍ରତି ସପ୍ତାହରେ ଏଠାରୁ କରୋନାକୁ ନେଇ ଦୁଃଖଦ ଖବର ଆସୁଥିବା ବେଳେ...

Advertisement
Archives

Model This Week