ସନ୍ଦେହରେ ଗଣତନ୍ତ୍ରର ମୂଳଦୁଆ

ମ ଦେଶର ଗଣତନ୍ତ୍ରର ସ୍ବଚ୍ଛତା ଉପରେ ପ୍ରଶ୍ନ ଉଠିଛି। ପ୍ରଶ୍ନ ଉଠିଛି ଆମ ନିର୍ବାଚନୀ ବ୍ୟବସ୍ଥା ଉପରେ। ନିର୍ବାଚନ କମିଶନ ପ୍ରସ୍ତୁତ କରୁଥିବା ଭୋଟର ତାଲିକା  ଉପରେ, ଯାହାର ଆଧାରରେ ଦେଶର ପ୍ରତ୍ୟେକ ନାଗରିକ ଭୋଟଦେବା ପାଇଁ ଯୋଗ୍ୟ ବା ଅଯୋଗ୍ୟ ବିବେଚିତ ହୁଅନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ପ୍ରଶ୍ନ ଦେଶର ବିରୋଧୀ ଦଳ ନେତା ତଥ୍ୟ ପ୍ରମାଣ ସହ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଉଠାଇଛନ୍ତି। ଭୋଟ ଚୋରି ପ୍ରଶ୍ନ ଉତ୍ଥାପନର ଗୋଟେ ସପ୍ତାହ ପରେ ନିର୍ବାଚନ କମିଶନ ସାମ୍ବାଦିକ ସମ୍ମିଳନୀକରି ତା’ର ଉତ୍ତର ରଖିଛନ୍ତି। କିନ୍ତୁ ତାଙ୍କ ଉତ୍ତର ଅନେକଙ୍କୁ ସନ୍ତୁଷ୍ଟ କରିପାରିନାହିଁ ଓ ନିର୍ବାଚନ କମିଶନଙ୍କ ସ୍ବଚ୍ଛତା ଏବଂ ନିରପେକ୍ଷତାକୁ ସନ୍ଦେହ ଘେରକୁ ଟାଣିନେଉଛି। ଏପରିକି ନିର୍ବାଚନ କମିଶନ ଅନେକ ପ୍ରଶ୍ନର ଉତ୍ତର ନ ଦେଇ ଏଡ଼ାଇଯାଇଛନ୍ତି ଓ ଅଭିଯୋଗ କରିଥିବା ଅଭିଯୋଗକାରୀଙ୍କୁ ସତ୍ୟପାଠ ଦେବା ପାଇଁ ଆହ୍ବାନ ଦେଇଛନ୍ତି। ଏତିକି ହିଁ ଯଥେଷ୍ଟ ମନେହୁଏ, ନିର୍ବାଚନ କମିଶନ ପରି ଗୋଟେ ସ୍ବତନ୍ତ୍ର ଅନୁଷ୍ଠାନର ନୈତିକ ଦୁର୍ବଳତାକୁ ବୁଝିବା ପାଇଁ। ପୂରା ପ୍ରକରଣରେ ନିର୍ବାଚନ କମିଶନଙ୍କ ପୂର୍ବରୁ ଶାସକ ଦଳ ନେତାମାନେ କୁଦିପଡ଼ି ସାମ୍ନାକୁ ଆସି ନିର୍ବାଚନ କମିଶନଙ୍କ ଢାଲ ସାଜିଛନ୍ତି।
  ଏବେ  ବିହାରରେ ଏସ୍‌ଆଇଆର୍‌(ସ୍ପେଶିଆଲ ଇଣ୍ଟେନ୍‌ସିଭ ରିଭିଜନ)ଚାଲିଛି। ବିହାର ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଭୋଟର ତାଲିକାକୁ ତନ୍ନତନ୍ନକରି ସମୀକ୍ଷା କରିବା ଏହାର ଲକ୍ଷ୍ୟ ହୋଇଥିବା ବେଳେ ଏସ୍‌ଆଇଆର୍‌ର ପ୍ରଥମ ପର୍ଯ୍ୟାୟ ପରେ ବିରୋଧୀ ଦଳ ଓ ବୁଦ୍ଧିଜୀବୀମାନେ ଏହାକୁ ସୁପ୍ରିମକୋର୍ଟଙ୍କ ଦୁଆରକୁଟାଣି ନେଇଛନ୍ତି। ଏସ୍‌ଆଇଆର୍‌ରେ ୬୫ ଲକ୍ଷ ଭୋଟରଙ୍କ ନାମ ଭୋଟର ତାଲିକାରୁ କଟାଯାଇଛି। ଏହାକୁ ଚ୍ୟାଲେଞ୍ଜକରି ଜଣେ ଅଭିଯୋଗକାରୀ ଯୋଗେନ୍ଦ୍ର ଯାଦବ, ମୃତ ଘୋଷଣା କରି ନାମ କଟାଯାଇଥିବା ୩ ଜଣ ଭୋଟରଙ୍କୁ ଆଣି ସୁପ୍ରିମକୋର୍ଟରେ ବିଚାରପତିଙ୍କ ଆଗରେ ଠିଆ କରିଥିଲେ। ଏସବୁ ଘଟଣା ପୁନଶ୍ଚ ନିର୍ବାଚନ କମିଶନଙ୍କ ସ୍ବଚ୍ଛ ଭୂମିକାକୁ ଧୂଆଁଳିଆ କରୁଛି।
ରାଜନୈତିକ ଦଳ ପ୍ରେମରୁ ଊଦ୍ଧର୍‌ବକୁ ଉଠି ନିରପେକ୍ଷ ଭାବେ ଆମ ଗଣତନ୍ତ୍ରର ସ୍ବଚ୍ଛତା କଥା ଚିନ୍ତାକଲେ, ଏପରି ଅଭିଯୋଗ ଓ ପ୍ରତ୍ୟାଭିଯୋଗ ଦେଶର ନାଗରିକ ଭାବେ ଆମ ପାଇଁ ଏକ ନିରାଶାର ବାତାବରଣ ସୃଷ୍ଟିକରୁଛି। ଗଣତନ୍ତ୍ରର ମୂଳଦୁଆ ଦୁର୍ବଳ ହେଲେ ଏହା ସମଗ୍ର ଦେଶକୁ ବିପତ୍ତି ଦିଗରେ ବୋହିନେବ। ଯଦି ସତରେ ଭୋଟର ତାଲିକାକୁ ଉଦ୍ଦେଶ୍ୟମୂଳକ ଭାବେ ଯୋଡ଼େଇ ବା ଛଟେଇ କରାଯାଉଛି (ପ୍ରମାଣ ସହ ଯେପରି ଅଭିଯୋଗମାନ ଆସୁଛି) ତେବେ ଏହା ଦେଶ ସହ ଧୋକାବାଜି। ଏପରି କ୍ଷେତ୍ରରେ ଶାସକ ଓ ବିରୋଧୀ ଦଳର ନେତାମାନେ ଯାହା ବି କରନ୍ତୁ, କିନ୍ତୁ ନିର୍ବାଚନ କମିଶନ ନିଜ ସ୍ବଚ୍ଛତା ପ୍ରଦର୍ଶନ କରିବାର ଆବଶ୍ୟକତା ରହିଛି।
   ଆମ ଚାରିପଟେ ଏକାଧିକ ଦେଶରେ ମୃତ ଗଣତନ୍ତ୍ର ଓ ସ୍ବେଚ୍ଛାଚାରୀ ଶାସନକୁ ଆମେ ଦେଖୁଛନ୍ତି ଏବଂ ସେଠାରେ ସାଧାରଣ ଲୋକଙ୍କର ଦୈନ୍ୟ ପରିସ୍ଥିତିକୁ ଅଳ୍ପେ ବହୁତେ ବୁଝୁଛନ୍ତି। ଟିକେ ଚିନ୍ତା କରନ୍ତୁ – ଯଦି ଏବେର ସରକାର ସମ୍ବିଧାନ ପରିବର୍ତ୍ତନକରି ନିୟମ କରିଦେବେ, ଆସନ୍ତା ସବୁ ସମୟ ପାଇଁ ଦେଶରେ ବର୍ତ୍ତମାନର ଶାସକ ଦଳ ହିଁ ଶାସନ କରିବେ, ତେବେ କ’ଣ ହେବ! ଆମେମାନେ କ’ଣ ଏଥିରେ ରାଜିହୋଇ ଏପରି ହେବାକୁ ଛାଡ଼ି ଦେଇପାରିବା! ନିଶ୍ଚିତ ଭାବେ ଏହାର ଉତ୍ତର ହେବ ‘ନା’। କିନ୍ତୁ ଏବେ ସମୟ ବଦଳିଛି। ଚିରକାଳ କ୍ଷମତାରେ ରହିବା ପାଇଁ ଆଉ ଖଣ୍ଡା, ଭୁଜାଲି, ଗୁଳି, ବନ୍ଧୁକ ଲୋଡ଼ା ନାହିଁ। ଏପରି ରଣକୌଶଳ ବି ପୁରୁଣା ହୋଇଗଲାଣି। ଏହା ପ୍ରଯୁକ୍ତି ଓ ଡାଟାର ଯୁଗ। କମ୍ପ୍ୟୁଟର ସାମ୍ନାରେ ବସି ଆମ ମୁଣ୍ଡକୁ ନିୟନ୍ତ୍ରଣ କରିବା ପାଇଁ ଘମାଘୋଟ ପ୍ରୟାସ ଚାଲୁଛି। ଏବେ ଗୁରୁତ୍ୱପୂର୍ଣ୍ଣ ସ୍ବାଧୀନ ଅନୁଷ୍ଠାନଗୁଡ଼ିକୁ ବ୍ୟବହାରକରି କ୍ଷମତାକୁ ନିରଙ୍କୁଶ କରିବା ପାଇଁ ଯେପରି ଭାବେ ବିରୋଧୀ ସ୍ବରକୁ ଦବେଇବାକୁ ଚେଷ୍ଟା କରାଯାଉଛି, ଏହା ସ୍ବେଚ୍ଛାଚାରିତାର ମୃଦୁ ପଦପାତ ଓ ଗଣତନ୍ତ୍ରର ଦୁର୍ବଳୀକରଣ ପ୍ରକ୍ରିୟା ବୋଲି ବୁଝିବାକୁ ହେବ। ଏହି ଧାରାରେ କେହି ଯଦି ନିର୍ବାଚନ କମିଶନଙ୍କୁ ନିୟନ୍ତ୍ରଣକୁ ନେଇ ନିର୍ବାଚନମଣ୍ଡଳୀ ଅନୁଯାୟୀ ହିସାବ ନିକାଶକରି କେବଳ ସମର୍ଥିତ ଭୋଟରମାନଙ୍କୁ ଲିଷ୍ଟରେ ଯୋଡ଼ିବ ଓ ବିରୋଧୀମାନଙ୍କୁ ଲିଷ୍ଟରୁ କାଟିବାରେ ସଫଳ ହେବ, ତେବେ ସେହି ଦଳ ନିରଙ୍କୁଶ ଭାବେ ନିଜ ପାଖରେ କ୍ଷମତା ରଖିବାରେ ସଫଳ ହେବ। ତେଣୁ ଏପରି ପରିସ୍ଥିତିରେ ରାଜନୀତି ଓ ନିଜ ପସନ୍ଦ ନାପସନ୍ଦରୁ ଊଦ୍ଧର୍‌ବକୁ ଉଠି ନିର୍ବାଚନ କମିଶନଙ୍କୁ ଅନେକ ଦୃଢ଼ ପଦକ୍ଷେପ ନେଇ ନିର୍ବାଚନ ବ୍ୟବସ୍ଥାରେ ସ୍ବଚ୍ଛତା ଆଣିବାକୁ ହେବ। ତା’ହେଲେ ହିଁ ନିର୍ବାଚନ କମିଶନ ନିଜ ଗାରିମାର ପ୍ରତିଷ୍ଠା କରିପାରିବେ ଓ ଲୋକଙ୍କ ବିଶ୍ୱାସଭାଜନ ହୋଇପାରିବେ।
ପ୍ରଥମେ ତ ନିର୍ବାଚନ କମିଶନ କମ୍ପ୍ୟୁଟରୀକୃତ ମେଶିନ ପଠନୀୟ ଫର୍ମାଟରେ(ମେଶିନ ରିଡେବୁଲ) ଭୋଟର ଲିଷ୍ଟକୁ ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ କରିବା ଆବଶ୍ୟକ। ଏହା ଦ୍ବାରା କିଛି ବି କାହାକୁ ଅଛପା ରହିବ ନାହିଁ। ମୁକ୍ତ ତଥ୍ୟ ଓ ସୂଚନା ଗଣତନ୍ତ୍ରର ବିଭବ। ଯାହାର ନାମ ଭୋଟର ଲିଷ୍ଟରୁ କଟାଯାଉଛି, ତା’ର ସ୍ପଷ୍ଟ କାରଣ ଉଲ୍ଲେଖ ହେଉ ଓ ଏହା ସର୍ବସାଧାରଣରେ ଉପଲବ୍ଧ ହେଉ। ଏଥିସହ ଭୋଟ କେନ୍ଦ୍ର ବାହାରର ସିସି ଟିଭି ରେକର୍ଡିଂ ସଂରକ୍ଷିତକରି ରଖାଯାଉ ଓ ଅନୁରୋଧକାରୀଙ୍କୁ ଦେବା ପାଇଁ ନିର୍ବାଚନ କମିଶନ ପଛଘୁଞ୍ଚା ଦିଅନ୍ତୁ ନାହିଁ। ଫର୍ମ ୧୭- ସି’କୁ ଅନ୍ତତଃ ପକ୍ଷେ ବୁଥ୍‌ ସ୍ତରରେ ସାର୍ବଜନୀନ କରାଯାଉ। ଫଳରେ ଲୋକମାନେ ଜାଣିପାରିବେ ସେମାନଙ୍କ ବୁଥ୍‌ରେ ସମୁଦାୟ କେତେ ଭୋଟ ପଡ଼ିଲା। ଏମିତି ହେଲେ ପରବର୍ତ୍ତୀ ସମୟରେ ସମୁଦାୟ ଭୋଟ ସଂଖ୍ୟାରେ ନକଲି ଭୋଟ ଯୋଡ଼ିହେବ ନାହିଁ କି ବୈଧ ଭୋଟ କାଟିହେବ ନାହିଁ। ଫର୍ମ – ୬ ମାଧ୍ୟମରେ ଯେଉଁ ନୂଆ ଭୋଟର ଯୋଡ଼ିହେଲେ ତାହାର ସୂଚନା ବୁଥ୍‌ ସ୍ତରରେ ଲୋକଙ୍କ ପାଇଁ ଉପଲବ୍ଧ ହେଉ। ସମସ୍ତେ ଜାଣିବେ କେଉଁ ନୂଆ ଭୋଟର ଲିଷ୍ଟରେ ଯୋଡ଼ି ହେଲେ ଓ ଏହା ବୈଧ କି ଅବୈଧ। ପ୍ରକ୍ରିୟା ଯେତେ ଯେତେ ମୁକ୍ତ, ସ୍ପଷ୍ଟ ଓ ଲୋକଙ୍କ ପାଇଁ ଉପଲବ୍ଧ ହେବ, ସନ୍ଦେହ ସେତେ କମ୍‌ ହେବ। ଏହା ଗଣତନ୍ତ୍ରର ଭାବନାକୁ ଦୃଢ଼କରିବ ଓ ଦେଶ ଶକ୍ତିଶାଳୀ ହେବ। ସମସ୍ତ ତଥ୍ୟ ସାର୍ବଜନୀନ ହେଲେ ଓ ମେଶିନ ପଠନୀୟ ଫର୍ମାଟ୍‌ରେ ଉପଲବ୍ଧ ହେଲେ ସାଧାରଣ ନାଗରିକମାନେ ତା’ର ସମୀକ୍ଷା କରିପାରିବେ ଓ କୌଣସି ତ୍ରୁଟିକୁ ଉଜାଗରକରି ସଂଶୋଧନ ପାଇଁ ଦାବି କରିପାରିବେ। ଆମ ଗଣତନ୍ତ୍ରକୁ ସ୍ବଚ୍ଛ ତଥା ସମୃଦ୍ଧ କରିବା ଓ ସେଥିରେ ଜନଭାଗୀଦାରିକୁ ନିଶ୍ଚିତ କରିବା ହିଁ ଅସଲ ସ୍ବାଧୀନତା। ଏହାକୁ କେବଳ ରାଜନୈତିକ ଦଳଙ୍କ ହାତରେ କି କୌଣସି ଅନୁଷ୍ଠାନ ହାତରେ ଏକପାଖିଆ ଭାବେ ଛାଡ଼ିଦେଲେ ଚଳିବ ନାହିଁ।
ବିଚିତ୍ର ବିଶାଳ
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର
ମୋ:  ୯୪୩୮୪୬୮୪୭୪

Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ ଚକାତଳେ ଚାଲିଗଲା ଶିଶୁକନ୍ୟାର ଜୀବନ

ସୋରଡ଼ା,୧୩ା୯(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ଢଉପଦା ଗ୍ରାମ ନିକଟରେ ବସ୍‌ଚକା ତଳେ ଚାପି ହୋଇ ଜଣେ ଶିଶୁକନ୍ୟାର ଜୀବନ ଚାଲିଯାଇଛି। ମୃତକ ଜଣକ ସେହି…

ପୁଣି ୪ ଗେଟ୍‌ ଖୋଲିଲା ହୀରାକୁଦ

ସମ୍ବଲପୁର,୧୩ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବନ୍ୟା ଜଳ ପ୍ରବେଶ ପରିମାଣର ବୃଦ୍ଧି ପାଇଛି। ଏହାସହ ଜଳଭଣ୍ଡାରର…

ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ, ସନ୍ଦେହ ଘେରରେ ଘରମାଲିକ

ତୁମୁଡ଼ିବନ୍ଧ,୧୩ା୯(ଦୀପକ କୁମାର ପରାସେଠ): ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ। ଏପରି ଏକ ସମ୍ବେଦନଶୀଳ ତଥା ଅମାନୁଷିକ ଘଟଣା କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ…

‘ଗାଡ଼ି ଗଭୀର ଖାଲ ଆଡ଼କୁ ମାଡ଼ିଚାଲିଛି; ବ୍ରେକ ଲଗାଇବାର ସମୟ ଆସିଯାଇଛି’ AIକୁ ନେଇ ଆମେରିକୀୟ ଆଇନ ପ୍ରଣେତାଙ୍କ ଚେତାବନୀ

ଓ୍ବାଶିଂଟନ,୧୩।୯: ଆମେରିକାର ସିନେଟର ବର୍ନି ସାଣ୍ଡର୍ସ ରବିବାର କହିଛନ୍ତି ଯେ AI (କୃତ୍ରିମ ବୁଦ୍ଧିମତ୍ତା) ବିକାଶର ଗତି ମନ୍ଥର କରିବା ପାଇଁ ଡାରିଓ ଆମୋଡେଇ, ସାମ ଅଲ୍ଟମ୍ୟାନ…

ୟୁଏଇରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶା ପାଇଁ ଆଣିଛନ୍ତି ଖୁସିଖବର, କହିଲେ ଏଥର ଆମ…

ଭୁବନେଶ୍ୱର,୧୩ା୯: ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ସାରି ରବିବାର ଓଡ଼ିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଆଜି…

ଘର କାମ ସାରି ବାହାରେ ଥିବାବେଳେ ଯୁବକଙ୍କୁଦୁଇ ରାଉଣ୍ଡ ଗୁଳି

ସୋରଡ଼ା, ୧୩।୯ (ରଜନୀ ମହାପାତ୍ର): ଗଞ୍ଜାମ ଜିଲାର ବଡ଼ଗଡ଼ ଥାନା ଅଧୀନ ଯୋଡ଼ାବନ୍ଧ ଛକ ନିକଟରେ ଗୁଳିକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ…

ନୂଆଁଖାଇରେ ସମ୍ବଲପୁରୀ ଲୁଗାର କ୍ରେଜ୍‌, ବଢ଼ୁଛି ବେପାର: ବଜାରରେ ଜମୁଛି ଭିଡ଼

ଅମରପାଲି, ୧୩/୯ (ପୀତାମ୍ବର ସାହୁ): ନୂଆଁଖାଇ ପର୍ବକୁ ଆଉ କିଛି ଦିନ ବାକି ଥିବାବେଳେ ପଶ୍ଚିମ ଓଡ଼ିଶାର ବଜାରରେ ଦେଖାଦେଇଛି ଉତ୍ସବର ରଙ୍ଗ। ନୂଆଁଖାଇରେ ନୂଆ ପୋଷାକ…

ବିରଳ ପ୍ରଜାତିର ସବୁଜ ଶାମୁକା, ଏଥିରୁ ପ୍ରସ୍ତୁତ ହୁଏ ବିଭିନ୍ନ ରୋଗର ମହୌଷଧି

ମହାକାଳପଡ଼ା,୧୩ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ନୀଳ ଜଳରାଶିର ସାମୁଦ୍ରିକ ବିରଳ ସବୁଜ ଶାମୁକା ଅନ୍ୟତମ। ଗହୀରମଥା ଅଞ୍ଚଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?