ଦୋଷ ସ୍ବୀକାର କଲେ ପୂର୍ବତନ କିରାଣି

କୋଣାର୍କ, ୪।୬(ଡି.ଏନ୍‌.ଏ.): କୋଣାର୍କ ଭଗବତୀ ମହାବିଦ୍ୟାଳୟର ୨୨ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ ଘଟଣାରେ ସମ୍ପୃକ୍ତ ପୂର୍ବତନ କିରାଣି ଅଭିଯୋଗର ୪ସପ୍ତାହ ପରେ ଶନିବାର ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିଛନ୍ତି। ନିଜ ସପକ୍ଷରେ ଦୋଷକୁ ସ୍ବୀକାର କରିବା ସହ ସଫେଇ ଦେଇ କହିଥିଲେ, ଏସବୁ କେମିତି ହେଲା କିଛି ଜାଣିନି। ମୁଁ ଯଦି ଏକୁଟିଆ ଟଙ୍କା ନେଲି, ତେବେ ଆକାଉଣ୍ଟ ଅଧିକାରୀ କ’ଣ କରୁଥିଲେ? ଅନ୍ୟମାନେ ରସିଦ କାଟୁଥିଲେ। ହାୟର ଅଥରିଟି ଦସ୍ତଖତ କରିବା ପରେ ମୁଁ କିଛି ନ ଦେଖି ଦସ୍ତଖତ କରିଦେଉଥିଲି। ଏହି ଘଟଣାରେ ଅନ୍ୟମାନେ ମଧ୍ୟ ସମ୍ପୃକ୍ତ ଥିବା ନେଇ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ପୂର୍ବତନ କିରାଣି। ତେବେ ପୂର୍ବତନ କିରାଣିଙ୍କ ମତକୁ ନେଇ ଏବେ ସବୁଠି ନାନା ଚର୍ଚ୍ଚା ହେବାରେ ଲାଗିଛି।
ଉକ୍ତ ପୂର୍ବତନ କିରାଣି କାର୍ଯ୍ୟରତ ସମୟରେ ୨୦୧୭ରୁ ୨୦୨୨ ଡିସେମ୍ବର ମଧ୍ୟରେ ଜାଲ୍‌ ରସିଦ ବ୍ୟବହାର କରି ୨୨ଲକ୍ଷ ୮୭ହଜାର ୩୭୫ଟଙ୍କା ହଡ଼ପ କରିଥିବା ଆକାଉଣ୍ଟସ ଯାଞ୍ଚ କମିଟି କୋଣାର୍କ କଲେଜ ଅଧ୍ୟକ୍ଷଙ୍କୁ ଗତ ୨୮ତାରିଖରେ ରିପୋର୍ଟ ପ୍ରଦାନ କରିଥିଲା। କଲେଜ ଅଧ୍ୟକ୍ଷ ଅବତାର ମିଶ୍ର ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକଙ୍କୁ ୨୯ ତାରିଖରେ ପତ୍ର ଲେଖି ପୂର୍ବତନ କିରାଣିଙ୍କ ଏହି କାରନାମା ସମ୍ପର୍କରେ ଅବଗତ କରିବା ସହିତ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିବେଦନ କରିଥିଲେ। ସମ୍ପ୍ରତି କଲେଜର ସଭାପତି ଦାୟିତ୍ୱରେ ଥିବା ପୁରୀ ଉପଜିଲାପାଳ ଭବତାରଣ ସାହୁ ଅର୍ଥ ତୋଶରପାତ ସମ୍ପର୍କରେ ତଦନ୍ତ କରିବା ପାଇଁ ଶୁକ୍ରବାର ପୂର୍ବତନ କିରାଣି ଓ କଲେଜ ଅଧ୍ୟକ୍ଷଙ୍କୁ ପୁରୀ ଡାକି ପଚାରିଥିଲେ। ଉତ୍ତରରେ ପୂର୍ବତନ କିରାଣି ଜଣକ ନିଜ ଦୋଷ ସ୍ବୀକାର କରିଥିଲେ ମଧ୍ୟ ଏତେ ଟଙ୍କା ହଡ଼ପ କରିନାହିଁ ବୋଲି କହିଥିଲେ। ନିଜର ପକ୍ଷ ରଖିବା ପାଇଁ ସେ ସମୟ ମାଗିବାରୁ ଉପଜିଲାପାଳ ୩ଦିନ ସମୟ ଦେଇଛନ୍ତି। ଉପଜିଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ପୂର୍ବତନ କିରାଣି ଶନିବାର ଉକ୍ତ କଲେଜ ପରିସରକୁ ଆସି ଆକାଉଣ୍ଟ କମିଟିର ଯାଞ୍ଚ ରିପୋର୍ଟକୁ ଦେଖିଛନ୍ତି। ସମ୍ପ୍ରତି ଆକାଉଣ୍ଟାଣ୍ଟ ଦାୟିତ୍ୱରେ ଥିବା ଅଶୋକ କୁମାର ସାହୁ ଆକାଉଣ୍ଟସ କମିଟିର ଯାଞ୍ଚ ରିପୋର୍ଟକୁ ତାଙ୍କୁ ଦେଖାଇଥିଲେ। ଏହି ସମୟରେ ପୂର୍ବତନ କିରାଣିଙ୍କ ସ୍ବାମୀ ସେଠାରେ ଉପସ୍ଥିତ ରହି ଗଣମାଧ୍ୟମକୁ କହିଥିଲେ, ଏହି ଘଟଣା ସହ ଅନ୍ୟ ଯେଉଁମାନେ ସମ୍ପୃକ୍ତ, ସେମାନଙ୍କର ମଧ୍ୟ ତଦନ୍ତ ହେବା ଆବଶ୍ୟକ। ଏଥିରୁ ସ୍ପଷ୍ଟ ଯେ, ଏହି ଆର୍ଥିକ ଅନିୟମିତତା ସହିତ ପୂର୍ବତନ ଅଧ୍ୟକ୍ଷଙ୍କ ସମେତ ଆକାଉଣ୍ଟ ଅଧିକାରୀ ଦାୟିତ୍ୱରେ ଥିବା କେତେକ ଅଧ୍ୟାପକ ଓ କର୍ମଚାରୀ ସମ୍ପୃକ୍ତ ଅଛନ୍ତି। ଅପରପକ୍ଷେ ଅର୍ଥ ହରିଲୁଟ କରି ଧରାପଡ଼ିବା ପରେ ନିଜର ଦୋଷ ସ୍ବୀକାର କରିଥିବା ପୂର୍ବତନ କିରାଣିଙ୍କ ବିରୋଧରେ ତୁରନ୍ତ ଆପରାଧିକ ମାମଲା ଦାଏର କରାଯିବା ସହିତ ଏହି ଆର୍ଥିକ ଅନିୟମିତତାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଧିବଦ୍ଧ ତଦନ୍ତ କରାଯିବାକୁ କଲେଜର ପୁରାତନ ଛାତ୍ର ସଂଘ ଦାବି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍

ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…

ବୁଧାଦ୍ଧିତ୍ୟ ରାଜଯୋଗ: ୫ ରାଶିଙ୍କ ହୁ ହୁ ହୋଇ ବଢିବ ଧନ! ମିଳିବ ମନଲାଖି ଚାକିରି…

ଅଗଷ୍ଟ ମାସରେ ଗ୍ରହମାନଙ୍କ ସ୍ଥିତି ଏବଂ ସଂଯୋଗ ଯୋଗୁଁ କେତେକ ରାଶିର ଜାତକଙ୍କୁ ବଡ଼ ଲାଭ ମିଳିପାରେ। ଏହି ସମୟରେ ସିଂହ ରାଶିରେ ସୂର୍ଯ୍ୟ, ବୁଧ ଏବଂ…

ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ପ୍ରସାର ପାଇଁ ଆହ୍ବାନ

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଶନିବାର ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରମୋଦ ପଣ୍ଡାଙ୍କ ବାସଭବନରେ ଆୟୋଜିତ ସଭାରେ ପୁରୀ ଗୋବର୍ଦ୍ଧନ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ନେସଲେ, ପେପ୍ସିକୋରୁ ଡୋମିନୋଜ୍… ଭ୍ରାମକ ବିଜ୍ଞାପନ ପାଇଁ ୧୫୦ରୁ ଅଧିକ କମ୍ପାନୀକୁ ନୋଟିସ୍!

ନୂଆଦିଲ୍ଲୀ,୨୩ା୮: ଭାରତର ଖାଦ୍ୟ ସୁରକ୍ଷା ନିୟାମକ ସଂସ୍ଥା ‘ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ’ (FSSAI) ଦେଶର କେତେକ ପ୍ରମୁଖ ଖାଦ୍ୟ ଏବଂ ପାନୀୟ (Food…

କୁଲଦୀପ ଯାଦବଙ୍କୁ ଦ୍ୱିତୀୟ ଟେଷ୍ଟରୁ କାହିଁକି ବାଦ ଦିଆଗଲା? ବିସିସିଆଇ ପ୍ରକୃତ କାରଣ ପ୍ରକାଶ କଲା

ନୂଆଦିଲ୍ଲୀ,୨୩।୮: କୁଲଦୀପ ଯାଦବ ବର୍ତ୍ତମାନ କଲମ୍ବୋରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳୁନାହାଁନ୍ତି। ତାଙ୍କ ସ୍ଥାନରେ ଅଫ ସ୍ପିନର ସାରାଂଶ ଜୈନଙ୍କୁ ପ୍ଲେଇଂ ଏକାଦଶରେ ସାମିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri