ବଦଳୁଛି ବିଦ୍ୟାଳୟ ରୂପ, ବଦଳୁନି ଶିକ୍ଷା ବ୍ୟବସ୍ଥା

ସୁନାବେଡ଼ା,୧୪ ।୮(ସ୍ବ.ପ୍ର.): ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ମାତ୍ର ଶିକ୍ଷା ଓ ଶିକ୍ଷାଦାନ ମାନ ବଦଳୁନି। କୋରାପୁଟ ବ୍ଲକ ଅଧୀନରେ ଥିବା ପଦ୍ମପୁର ଗ୍ରାମପଞ୍ଚାୟତର ନିଘାମାନିଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟରେ ଏପରି ଦେଖିବାକୁ ମିଳିଛି। ୫-ଟି ଯୋଜନାରେ ଗତ କିଛି ମାସ ତଳେ ବିଦ୍ୟାଳୟର ଉନ୍ନତୀକରଣ କରାଯାଇଛି। ମାତ୍ର ଶିକ୍ଷକଙ୍କ ସଂଖ୍ୟା ବୃଦ୍ଧି କରାଯାଇନାହିଁ। ଏଠାରେ ପଢୁଥିବା ପ୍ରାୟ ୪ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କ ପାଇଁ ରହିଛନ୍ତି ମାତ୍ର ୬ ଶିକ୍ଷକ। ସରକାର ସ୍କୁଲଗୁଡିକର ପୁନରୁଦ୍ଧାର କରୁଥିବା ବେଳେ ଶିକ୍ଷକ ଅଭାବକୁ ଗୁରୁତ୍ୱ ଦେଉ ନ ଥିବା ଅଭିଭାବକଙ୍କ ପକ୍ଷରୁ ଅଭିଯୋଗ ହେଉଛି। ଏହା ବ୍ୟତୀତ ଏଠାରେ ପ୍ରାୟ ବର୍ଷେରୁ ଊର୍ଦ୍ଧ୍ୱ ହେଲା ବିଜ୍ଞାନ ଶିକ୍ଷକ ନାହାନ୍ତି। ଫଳରେ ଛାତ୍ରୀଛାତ୍ରଙ୍କ ପାଠପଢ଼ାରେ ଅସୁବିଧା ସୃଷ୍ଟି ହେଉଛି। ସେଥିଲାଗି ଛାତ୍ରୀଛାତ୍ରମାନେ ଠିକ୍‌ରେ ପାଠ ପଢ଼ିପାରୁନାହାନ୍ତି । ଏ ନେଇ ସ୍କୁଲ ପରିଚାଳନା କମିଟି ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ନିକଟରେ ପୁଣି ଥରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ଲାଗି ପରିଚାଳନା କମିଟି ଜିଲା ଶିକ୍ଷାଧିକାରୀଙ୍କ ନିକଟକୁ ଏକ ପତ୍ର ଲେଖିଛନ୍ତି। ଏହାର ଏକ ନକଲ ସ୍ଥାନୀୟ ବିଧାୟକଙ୍କ ନିକଟକୁ ପଠାଯାଇଥିବା ସ୍କୁଲ ପରିଚାଳନା କମିଟି ସଦସ୍ୟ ସନ୍ତୋଷ ଶତପଥୀ, ଜିତେନ୍ଦ୍ର ସାହୁ, ତ୍ରିପତି ପାଣିଗ୍ରାହୀ, ସୁବୋଧ ଚେଟି,ଏସ୍‌.ଏନ୍‌. ସାହୁ, ମଙ୍ଗଳା ମାଝି,ମୁନି ଖରା, କୁନୁ ବେନିଆ ପ୍ରମୁଖ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୋର୍ଦ୍ଧାରେ ପତାକା ଉତ୍ତୋଳନ କଲେ ଜିଲାପାଳ

ଖୋର୍ଦ୍ଧା,୧୫।୮: ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ୮୦ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ବିଜେବି ହାଇସ୍କୁଲ ଖେଳପଡିଆରେ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ଜଲାପାଳ ଅମ୍ରିତ ଋତୁରାଜ…

କେସିଙ୍ଗାରେ ପାଳିତ ହେଲା ୮୦ ତମ ସ୍ବାଧୀନତା ଦିବସ

କେସିଙ୍ଗା,୧୫।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନଏସି କାର୍ଯ୍ୟାଳୟରେ ଅଧ୍ୟକ୍ଷ ନୃପରାଜ ଯାଦବ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେହିପରି ବିଦ୍ୟାପୀଠ ଖେଳ ପଡିଆରେ ନାଗରିକକମିଟି ପକ୍ଷରୁ…

୪୯ ନମ୍ବର ଜାତୀୟ ରାଜପଥରେ ଭୂସ୍ଖଳନ, ଯାତାୟାତ ବାଧାପ୍ରାପ୍ତ

କେନ୍ଦୁଝର,୧୫।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ୪୯ ନମ୍ବର ଜାତୀୟ ରାଜପଥ କାଞ୍ଜିପାଣି ଥାନା ଅନ୍ତର୍ଗତ କାଞ୍ଜିପାଣି ଘାଟି ଓ…

ବ୍ରିଜ୍‌ ଉପରେ ସେଲ୍‌ଫି ନେଉନେଉ ନଦୀକୁ ଖସିପଡ଼ିଲେ ଯୁବତୀ, ଆଉ ତା’ ପରେ…

ବଲାଙ୍ଗୀର/ସଇଁନ୍ତଳା,୧୫ା୮(ସୁନିଲ କୁମାର ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁନ୍ତଳା ଥାନା ଅନ୍ତର୍ଗତ ବେଲଗାଁ ବ୍ରିଜ ଉପରେ ଜଣେ ଯୁବତୀ ସେଲ୍‌ଫି ନେଉଥିଲେ। ଏହି ସମୟରେ ହଠାତ୍‌…

ଧାର୍ମିକ ପତାକା ଅସମ୍ମାନକୁ ନେଇ ୨ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା

ଖଇରା,୧୫ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ପତାକାକୁ ଅନ୍ୟ ଏକ ସମ୍ପ୍ରଦାୟର କିଛି ଯୁବକ ଅସମ୍ମାନ ପ୍ରଦର୍ଶନ…

କୁନି କୁନି ଶିଶୁ ପାଳିଲେ ୮୦ତମ ସ୍ୱାଧୀନତା ଦିବସ: ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଚିଲେ…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ିଠାରେ ନୂତନ ଭାବେ ସ୍ଥାପିତ ଭିକ୍ଟୋରିଆ ସ୍କୁଲ୍‌ ଅଫ୍‌ ନଲେଜ୍‌ ବିଦ୍ୟାଳୟର କୁନି କୁନି ଶିଶୁମାନେ…

କୋରାପୁଟରେ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ସମ୍ପଦ ସ୍ୱାଇଁ

କୋରାପୁଟ, ୧୪।୮ (ଅମିତାଭ ବେହେରା): କୋରାପୁଟ ପୋଲିସ ପଡ଼ିଆରେ ଶନିବାର ୮୦ତମ ଜିଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି…

ରାଇକିଆରେ ୮୦ତମ ସ୍ବାଧୀନତା ଦିବସ

ରାଇକିଆ,୧୫ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ଶନିବାର ୮୦ତମ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ରତିକୂଳ ପାଗ ସତ୍ତ୍ବେ ବିଜୟ ହାଇସ୍କୁଲଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଇକିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri