ଖବର ପ୍ରକାଶିତ ପରେ ଜଙ୍ଗଲ ବିଭାଗର ତତ୍ପରତା, ଧରା ହେଲା ଗୋଠ ଛଡା ଭାଲୁ

କୋକସରା,୨୦।୧: (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଦୀର୍ଘଦିନ ଧରି କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡ଼ଙ୍ଗା ପଞ୍ଚାୟତ ଶିଉନି ଗ୍ରାମ ଅଞ୍ଚଳରେ ଏକ ଗୋଠ ଛଡା ଭାଲୁ ଦିନ ଦ୍ବିପ୍ରହରରେ ଗାଁର ବିଭିନ୍ନ ସ୍ଥାନରେ ବୁଲୁଥିଲା। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଯାଇଥିଲା। ଏନେଇ ବିଭିନ୍ନ ଗଣମାଧ୍ୟମ ସମେତ ଧରିତ୍ରୀ ଖବରକାଗଜରେ ଲଗାତାର ଖବର ପ୍ରକାଶିତ ହୋଇଥିଲା। ଏ ସମ୍ପର୍କିତ ଘଟଣାଟି କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଅଧିକାରୀ ଆର. କାଳାଇ ଭେନନଙ୍କ ଦୃଷ୍ଟି ଗୋଚର ହେବାପରେ ସୋମବାର ଦକ୍ଷିଣ ବନଖଣ୍ଡ ଜୀବଜନ୍ତୁ ଉଦ୍ଧାରକାରୀ ଦଳର ଏକ ଟିମ ସାରେ ଶିଉନି ଗ୍ରାମରେ ପହଞ୍ଚି ନିକଟସ୍ଥ ଏକ ପରିତ୍ୟକ୍ତ ରାଇସ ମିଲ୍‌ ମଧ୍ୟରୁ ଭାଲୁକୁ ଟ୍ରାଙ୍କୁଲାଇଜ୍‌ କରି ଜନ୍ତାରେ ନେଇ ଯାଇଛନ୍ତି। ଏହି ସମୟରେ ଧର୍ମଗଡ଼ ରେଞ୍ଜ ଅଫିସର ଭବାନୀ ଶଙ୍କର କାଉର୍‌, ଆମପାଣି ଫରେଷ୍ଟର ଚିତ୍ତରଞ୍ଜନ ବେହେରା, କୋକସରା ପ୍ରାଣୀ ଚିକିତ୍ସା ଅଧିକାରୀ ସୁଜିତ କୁମାର ଶତପଥୀ, ଖରିଆର ସଂଗ୍ରାମ କେଶରୀ, ସମେତ ରେପିଡ଼ ଆକ୍ସନ ଫୋର୍ସ କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଟିମ ଉପସ୍ଥିତ ଥିଲେ। ତେବେ ଦୀର୍ଘଦିନ ପରେ ଆତଙ୍କ ସୃଷ୍ଟି କରିଥିବା ଭାଲକୁ ଉଦ୍ଧାର ପରେ ସ୍ଥାନୀୟ ଗ୍ରାମବାସୀମାନେ ଆଶ୍ୱସ୍ତ ହୋଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

୩୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ

ମୁମ୍ବାଇ,୧୮ା୮: ମୁମ୍ବାଇର ଜବାହରଲାଲ ନେହେରୁ ବନ୍ଦର ନିକଟ କଣ୍ଟେନର ଫ୍ରେଇଟ୍‌ ଷ୍ଟେଶନରେ ମକା ଚାଲାଣ ଭିତରୁ ୫୫ କେ.ଜି. ମେଥାମ୍ଫେଟାମାଇନ୍‌ ଜବତ ହୋଇଛି। ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟ…

ଶାହରୁଖଙ୍କ ଘରେ ସାପ

ମୁମ୍ବାଇ,୧୮ା୮: ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ୍‌ଙ୍କ ମୁମ୍ବାଇ ବାସଭବନ ମାନତ୍‌ରୁ ସୋମବାର ରାତିରେ ୨ଟି ସାପ ଦେଖିବାକୁ ମିଳିଥିଲା। ବାସଭବନ ବଗିଚାର ଏକ ସେଡ୍‌ ତଳେ ସାପ…

ହୋଇଗଲା କି Ayesha Khanଙ୍କ ନିର୍ବନ୍ଧ? ମିଷ୍ଟ୍ରି ମ୍ୟାନ୍‌ଙ୍କ ସହ ରୋମାଣ୍ଟିକ ଫଟୋ ଶେୟାର କରି ଚମକାଇଲେ

ମୁମ୍ବାଇ: ଟିଭି ଏବଂ ବଲିଉଡ଼ର ଜଣାଶୁଣା ଅଭିନେତ୍ରୀ ଆୟଶା ଖାନ ପ୍ରାୟତଃ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରୁହନ୍ତି। ’ବିଗ ବସ 17’ ରୁ ଆରମ୍ଭ…

ଲଗାଣ ବର୍ଷା: ଏହି ଜିଲାରେ ବନ୍ଦ ରହିବ ସମସ୍ତ ସ୍କୁଲ

ସୁନ୍ଦରଗଡ଼, ୧୮ା୮(ଜୟ ନାରାୟଣ ମେଣ୍ଡୁଳି)- ଲଗାଣ ବର୍ଷା ସହ ପ୍ରତିକୂଳ ପାଗ ଜାରି ରହିଥିବାରୁ ଛାତ୍ରୀଛାତ୍ରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ଜିଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ବୁଧବାର…

ମହିଳା ହକି ବିଶ୍ୱକପ୍‌ରେ ଭାରତର ବଡ଼ ବିଜୟ

ଆମଷ୍ଟେଲଭିନ୍‌,୧୮ା୮: ଓଡ଼ିଆ ଝିଅ ସୁନେଲିତା ଟପ୍ପୋଙ୍କ ଗୋଲ ବଳରେ ଚଳିତ ଏଫ୍‌ଆଇଏଚ୍‌ ମହିଳା ହକି ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ଗ୍ରୁପ୍‌ ମ୍ୟାଚ୍‌ରେ ଭାରତ ୬-୧ ଗୋଲରେ ଦକ୍ଷିଣ…

ପାଳିବନ୍ଧ ପଞ୍ଚାୟତ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ ଆଣିଲେ ପୂର୍ବତନ ସମିତି ସଭ୍ୟ, କେଉଁ ନିୟମରେ ସର୍ଭେ…

ଗଞ୍ଜାମ,୧୮।୮(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତରେ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ଅନିୟମିତତା ହେଉଥିବା ଅଭିଯୋଗ ହୋଇଆସୁଥିବା ବେଳେ ଏବେ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି…

ଥୁଆମୂଳ ରାମପୁରରେ ବିପର୍ଯ୍ୟସ୍ତ ଆଲୋକୀକରଣ ବ୍ୟବସ୍ଥା: ୧୦ ଲକ୍ଷର ସୋଲାର ହାଇମାକ୍ସ ଲାଇଟ୍ ଅଚଳ, ତହସିଲରୁ ମାର୍କେଟ୍ ଯାଏ ଅନ୍ଧାର

ଥୁଆମୂଳ ରାମପୁର,୧୮।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ସଦର ମହକୁମାରେ ଆଲୋକୀକରଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଗୋଟିଏ ପଟେ ମାନ୍ୟବର ରାଜ୍ୟସଭା MP ସୁଜିତ…

ହାଟଡିହୀ: ଶ୍ରେଷ୍ଠ ବୁଥ୍ ସ୍ତରୀୟ ଅଧିକାରୀ ଭାବେ ଜିତେନ୍ଦ୍ର କୁମାର ସମ୍ବର୍ଦ୍ଧିତ, ଛୁଟିଛି ଶୁଭେଚ୍ଛାର…

ହାଟଡିହୀ/ଛେନାପଦୀ,୧୮।୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): ଭାରତର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସଂଯୋଜନାରେ ସାରା ଓଡ଼ିଶାରେ ସ୍ୱତନ୍ତ୍ର ସଂଘନ ସଂଶୋଧନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri