ବନ ବିଭାଗ ଶୋଇଛି, ଜଙ୍ଗଲ ଜଳୁଛି

ନୂଆଗାଁ,୨୦।୨ (ଡି.ଏନ.ଏ.):ନୟାଗଡ଼ ବନଖଣ୍ଡ ମହିପୁର ବନାଞ୍ଚଳ ଅଧୀନ ବିଭିନ୍ନ ଜଙ୍ଗଲରୁ ମୂଲ୍ୟବାନ ଗଛ ସବୁ ଚୋରି ହେଉଥିବା ବେଳେ ଏଥିପ୍ରତି ବନ ବିଭାଗ କର୍ମଚାରୀଙ୍କ ଭ୍ରୁକ୍ଷେପ ନାହିଁ। ସେହିପରି ସାମାନ୍ୟ ଖରା ଆରମ୍ଭ ହୋଇଥିବା ବେଳେ ଜଙ୍ଗଲ ଜଳୁଥିଲେ ମଧ୍ୟ ବନ କର୍ମଚାରୀ ଜାଣି ପାରୁନାହାନ୍ତି।
ଜଙ୍ଗଲର ସୁରକ୍ଷା ପାଇଁ ସରକାର ଅର୍ଥ ବ୍ୟୟ କରୁଛନ୍ତି। ଜଙ୍ଗଲ ସୁରକ୍ଷା ଓ ନୂତନ ଜଙ୍ଗଲ ସୃଷ୍ଟି କରିବାକୁ ତଳସ୍ତରରେ ବନରକ୍ଷୀଙ୍କଠାରୁ ଆରମ୍ଭ କରି ଉଚ୍ଚପଦସ୍ଥ ଅଧିକାରୀମାନେ ନିଯୁକ୍ତି ପାଇଛନ୍ତିି। ଏହାପରେ ମଧ୍ୟ ଜଙ୍ଗଲ ପ୍ରତି କଡା ନଜର ରଖିବା ପାଇଁ ମଜୁରୀ ଦେଇ ଓ୍ୟାଚର ନିଯୁକ୍ତି ମଧ୍ୟ କରାଯାଉଛି। ଏସବୁ ପରେ ବି ମହିପୁର ବନ ବିଭାଗ ଜଙ୍ଗଲକୁ ସୁରକ୍ଷା ଦେଇ ପାରୁନାହିଁ। କର୍ମଚାରୀଙ୍କ ନିଷ୍କ୍ରିୟତାର ସୁଯୋଗ ନେଇ ମହିପୁର ବନାଞ୍ଚଳରେ ଥିବା ବିଶାଳ ଶାଳ ଗଛ ପ୍ରତି କାଠ ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡିଛି। ଫଳର କାହାରିକୁ ଖାତିର ନ କରି ରାଜ ରାସ୍ତା କଡରୁ ଗଛ କାଟି ଗାଡି ଯୋଗେ ବାହାରକୁ ନେଇ ଯାଉଛନ୍ତି। ଦୀର୍ଘଦିନ ହେଲା ନୂଆଗାଁ  ବିଟ୍‌ରେ ବନରକ୍ଷୀଙ୍କ ଅନୁପସ୍ଥିତ କାଠ ମାଫିଆଙ୍କୁ ବେଶ୍‌ ସୁହାଇଛି। ଜଙ୍ଗଲକୁ ସୁରକ୍ଷା ଦେବା ତ ଦୂରର କଥା କାଠ ଚୋରି ହେବା ପରେ ମଧ୍ୟ ମହିପୁର ବନ ବିଭାଗ ଜାଣି ପାରୁନାହାନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କଠାରୁ ଖବର ପାଇବା ପରେ ତପତ୍ରତା ଦେଖାଇ ବଳକା କାଠକୁ ଗୋଟାଇ କର୍ମଚାରୀ ଆଣି ବାହାଦୁରୀ ନେଉଛନ୍ତି। କାଠ ମାଫିଆ ୫୭ ନଂ. ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ ପଞ୍ଚୁପାଣ୍ଡବ ନିକଟ ରାସ୍ତା କଡରୁ ରବିବାର ବଡ଼ ଶାଳ ଗଛ କାଟି ନେଇଥିଲେ ମଧ୍ୟ ବନ କର୍ମଚାରୀଙ୍କ ପାଖରେ ଖବର ନାହିଁ। ସେହିପରି ଯେଉଁ ଜଙ୍ଗଲରେ ନିଆଁ ଲାଗିବ ତାହାର ସୂଚନା ଇଣ୍ଟରନେଟ ମାଧ୍ୟମରେ ବନ ବିଭାଗ ନିକଟରେ ସୂଚନା ପହଞ୍ଚତ୍ବ ବୋଲି ଅଧିକାରୀମାନେ କହୁଛନ୍ତି। ହେଲେ ନୂଆଗାଁ ବ୍ଲକ ନିକଟ ଜଙ୍ଗଲରେ ନିଆଁ ଲାଗିଥିଲେ ମଧ୍ୟ ସେ ଖବର ବନ ବିଭାଗ ପାଖରେ ନାହିଁ। ଏ ସମ୍ପର୍କରେ ନୟାଗଡ଼ ଡିଏଫ୍‌ଓ କ୍ଷମା ଷଡଙ୍ଗୀଙ୍କୁ ପଚାରିବାରେ ସେ ମହିପୁର ରେଞ୍ଜରଙ୍କୁ ଜଣାଇଥିଲେ ବୋଲି କହିଛନ୍ତି। ରେଞ୍ଜର ଅମ୍ରିତ କୁମାର ସାହୁଙ୍କୁ ପଚାରିବାରେ ଷ୍ଟାଫ ପଠାଇ ଘଟଣା ବିଷୟରେ ବୁଝିବାକୁ କହୁଛି। ନୂଆଗାଁ ବିଟରେ ବନରକ୍ଷୀ ନ ଥିବାରୁ ଖାଲମଡା ବନରକ୍ଷୀ ନୂଆଗାଁ ବିଟ ଦାୟିତ୍ୱରେ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri