ବନ ବିଭାଗ ମୁରବି ଶୂନ୍ୟ

ଭୁବନେଶ୍ୱର, ୧୧।୨(ବ୍ୟୁରୋ):ରାଜ୍ୟ ବନ ବିଭାଗ ଏବେ ଏକପ୍ରକାର ମୁରବୀ ଶୂନ୍ୟ ହେଇପଡ଼ିଛି। ପିସିସିଏଫ୍‌ (ଜେନେରାଲ) ଏବଂ ପିସିସିଏଫ୍‌ (ବନ୍ୟପ୍ରାଣୀ) ଭଳି ଦୁଇଟି ମୁଖ୍ୟ ପଦବୀ ଖାଲିପଡ଼ିଛି। ଗତ ଜାନୁୟାରୀ ୩୧ରେ ପିସିସିଏଫ୍‌ ଜେନେରାଲ ତଥା ହେଡ୍‌ ଅଫ୍‌ ଫରେଷ୍ଟ ଫୋର୍ସ ସନ୍ଦୀପ ତ୍ରିପାଠୀ ଅବସର ଗ୍ରହଣ କରିଛନ୍ତି। ସେହିଦିନ ପିସିସିଏଫ୍‌ ବନ୍ୟପ୍ରାଣୀ ହରିଶଙ୍କର ଉପାଧ୍ୟାୟ ମଧ୍ୟ ଅବସର ଗ୍ରହଣ କରିଛନ୍ତି। କିନ୍ତୁ କାମ ଚଳେଇବା ପାଇଁ ଆଡିଶନାଲ ପିସିସିଏଫ୍‌ (ବନ୍ୟପ୍ରାଣୀ) ଶଶୀ ପଲଙ୍କୁ ପିସିସିଏଫ୍‌ (ବନ୍ୟପ୍ରାଣୀ) ଓ ପିସିସିଏଫ୍‌ ଜିତେନ୍ଦ୍ର କୁମାରଙ୍କୁ ପିସିସିଏଫ୍‌ ଜେନେରାଲ ଇନ୍‌ଚାର୍ଜ ଭାବେ ଦାୟିତ୍ୱ ଦିଆଯାଇଛି। ବର୍ତ୍ତମାନ ବିଭାଗରେ କାର୍ଯ୍ୟରତ ସବୁଠାରୁ ବରିଷ୍ଠ ପିସିସିଏଫ୍‌ ହେଲେ ପ୍ରଭାକର ବେହେରା, ସୁଦର୍ଶନ ପଣ୍ଡା ଓ ମାଲୋତ ମୋହନ। ଏମାନେ ଆଉ ଅଳ୍ପକିଛି ମାସ ଭିତରେ ଅବସର ନେଉଥିବାରୁ ଉପରୋକ୍ତ ଦୁଇ ପଦବୀରେ ବସିବା ଆଶା କ୍ଷୀଣ। ତେଣୁ ବରିଷ୍ଠତା ଭିତ୍ତିରେ ଏମାନଙ୍କ ତଳକୁ ଥିବା ରାଜୀବ କୁମାର ଏବେ ଓଏଫ୍‌ଡିସିର ଏମ୍‌ଡି ଅଛନ୍ତି। ରାଜୀବଙ୍କ ସହ କେନ୍ଦ୍ରରୁ ଆଉଜଣେ ଅଧିକାରୀ ଶିଶିର ରଥୋଙ୍କ ନାମ ମଧ୍ୟ ଚର୍ଚ୍ଚା ହେଉଛି।
ରାଜ୍ୟରେ ୩ କ୍ୟାଡର ପିସିସିଏଫ୍‌ ଥିବାବେଳେ ୩ ଏକ୍ସ-କ୍ୟାଡର ପିସିସିଏଫ୍‌ ପଦବୀ ରହିଛି। ତନ୍ମଧ୍ୟରୁ ରାଜ୍ୟ ମାତ୍ର ଗୋଟିଏ କ୍ୟାଡରରେ ନିଜ ମନମୁତାବକ ଅଧିକାରୀ ନିଯୁକ୍ତ କରିପାରିବେ। ଏବେ ପିସିସିଏଫ୍‌ କେନ୍ଦୁପତ୍ର ପଦବୀରେ ଜଣେ ହିଁ ଅଧିକାରୀ ଅଛନ୍ତି। ଆଉ ୨ଟି ସବୁଠୁ ଗୁରୁତ୍ୱପୂର୍ଣ୍ଣ ପିସିସିଏଫ୍‌ ପଦବୀ ହେଲା ପିସିସିଏଫ୍‌ ଜେନେରାଲ ଏବଂ ପିସିସିଏଫ୍‌ ବନ୍ୟପ୍ରାଣୀ। ଏହି ପଦବୀ ଖାଲି ପଡ଼ିବା ପୂର୍ବରୁ ନୂଆ ନିଯୁକ୍ତିର ତୁରନ୍ତ ଆବଶ୍ୟକତା ଥିଲା। ସବୁଠାରୁ ବଡ଼ କଥା ହେଲା ଉକ୍ତ ୨ ପଦବୀ ପୂରଣ ପାଇଁ ଏକ କମିଟି ବସି ପ୍ରାର୍ଥୀ ଚୟନ କରିବ। କମିଟିରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ଜଙ୍ଗଲ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଣେ ବାହାର ରାଜ୍ୟର ପିସିସିଏଫ୍‌ ଏବଂ ଫରେଷ୍ଟ ଡିଜିଙ୍କ ପ୍ରତିନିଧି ସଦସ୍ୟ ରହିବେ। ଏଯାବତ୍‌ ସେହି କମିଟି ବସି ନ ଥିବାରୁ ନୂଆ ନିଯୁକ୍ତି ଶୀଘ୍ର ହେବାର ସମ୍ଭାବନା ନାହିଁ। ଏବେ ମଣିଷ ଓ ବନ୍ୟପ୍ରାଣୀ ଦ୍ବନ୍ଦ୍ୱ ଦିନକୁ ଦିନ ବଢୁଛି। ହଠାତ୍‌ କିଛି ବଡ଼ ଘଟଣା ଘଟିଲେ ପିସିସିଏଫ୍‌ ବନ୍ୟପ୍ରାଣୀ ଏ ଦିଗରେ ନିର୍ଣ୍ଣାୟକ ଭୂମିକା ନେଇଥାନ୍ତି। ସେହିପରି ପିସିସିଏଫ୍‌ ଜେନେରାଲ ତଥା ହେଡ୍‌ ଅଫ୍‌ ଫରେଷ୍ଟ ଫୋର୍ସ ପୂରା ବନ ବିଭାଗର ଦାୟିତ୍ୱ ନେଇଥାନ୍ତି। ଆଉକିଛି ଦିନ ୨ ପ୍ରମୁଖ ପଦବୀ ଖାଲି ପଡ଼ିଲେ ବିଭିନ୍ନ ସମସ୍ୟା ଉପୁଜିବ। କର୍ମଚାରୀଙ୍କ ମନୋବଳ ଭାଙ୍ଗିବା ସହ ବିଭାଗୀୟ ପ୍ରଶାସନିକ ସ୍ଥାଣୁତା ଦେଖାଦେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ତେବେ ଏ ନେଇ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ମୋନା ଶର୍ମାଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

OAS ପରୀକ୍ଷାରେ କମାଲ୍‌ କଲେ ଦେବଗଡର ପିୟୁଷ: ଦ୍ୱିତୀୟ ପ୍ରଚେଷ୍ଟାରେ ହାସଲ କଲେ ସଫଳତା

ଦେବଗଡ଼, ୨୭।୫(ଶଶାଙ୍କ ଶେଖର ଝାଙ୍କର): ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓସିଏସ ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି । ଦେବଗଡ ସହରର ପିୟୁଷ ସାହୁ ୪୦…

ଜୁନ୍‌ ୧ରୁ ଅଗ୍ନିପଥ ଯୋଜନା:ଜାଣନ୍ତୁ କେମିତି କରିବେ ଆବେଦନ

କଟକ,୨୭।୫(କାର୍ତ୍ତିକ ସାହୁ):ଭାରତୀୟ ସେନାରେ ନିଯୁକ୍ତି ପାଇଁ ଅଗ୍ନିପଥ ଯୋଜନା ଏବଂ ନିୟମିତ କ୍ୟାଡ୍‌ର ଅନ୍‌ଲାଇନ ସାଧାରଣ ପ୍ରବେଶିକା ପରୀକ୍ଷା ଆସନ୍ତା ଜୁନ ୧ରୁ ୧୨ ତାରିଖ ପର୍ଯ୍ୟନ୍ତ…

ଏପିଆର କନଷ୍ଟେବଳଙ୍କୁ ଆକ୍ରମଣ, ଅଭିଯୁକ୍ତ ଗିରଫ

ହାଟଡିହୀ/ଛେନାପଦୀ,୨୭l୫(ଶୁଭକାନ୍ତ ନାୟକ/ନିରାକାର ପରିଡା): ଗତ ମାର୍ଚ୍ଚ ମାସ ୩୦ ତାରିଖ ବିଳମ୍ବିତ ରାତିରେ କେନ୍ଦୁଝର ଜିଲା ନନ୍ଦିପଦା ଥାନାର ଜଣେ କାର୍ଯ୍ୟରତ ଏପିଆର କନଷ୍ଟେବଳଙ୍କୁ ଆକ୍ରମଣ ଅଭିଯୋଗରେ…

କନ୍ୟା ଆସିଲେନି, ଫେରିଲେ ୪୨ ବର, ପୂରା ଘଟଣା ଜାଣିଲେ…

ଭୋପାଳ,୨୭ା୫: ବିବାହର ସ୍ବପ୍ନ ଦେଖାଇ ୪୨ଜଣ ଯୁବକଙ୍କଠାରୁ ଟଙ୍କା ଆଦାୟ କଲେ। ଏପରି କି ବିବାହ ପାଇଁ ଦିନ ଏବଂ ସ୍ଥାନ ଧାର୍ଯ୍ୟ କରି ଡକାଇଲେ। ସେହି…

ବରଗଡ଼ ଧନୁଯାତ୍ରା ତୋରଣ ଭଙ୍ଗା ଘଟଣା: ଜନପ୍ରିୟ ସରକାରକୁ ବଦନାମ କରିବାକୁ ଚାଲିଛି ଚକ୍ରାନ୍ତ,ବରଗଡ଼ ଏମପି…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା ସବୁଠି ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାର ତୁରନ୍ତ ଭିଜିଲାନ୍ସ ତଦନ୍ତ କରିବା ପାଇଁ ବରଗଡ଼…

OAS ପରୀକ୍ଷାରେ ବରଗଡ଼ ପୁଅଙ୍କ ବାଜିମାତ୍: ଅଧ୍ୟାପକଙ୍କ ପୁଅ ରାଜ୍ୟରେ ୩ୟ, ମନ୍ଦିର ସେବକଙ୍କ ପୁଅ…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ ବରଗଡ଼ ଜିଲାର ୨ ଜଣ ସଫଳତା ଅର୍ଜନ କରିଛନ୍ତି। ବରଗଡ଼ କଲେଜ ରୋଡ୍‌ ବାସିନ୍ଦା…

କେସିଙ୍ଗା ଝିଅଙ୍କ କମାଲ: OAS ପରୀକ୍ଷାରେ ରଖିଛନ୍ତି ୪ର୍ଥ ର଼୍ୟାଙ୍କ, ଛୁଟୁଛି ଶୁଭେଚ୍ଛାର ସୁଅ

କେସିଙ୍ଗା, ୨୬।୫ (ତୁମେଶ୍ୱର ସାହୁ): ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ (OCS) ପରୀକ୍ଷା-୨୦୨୪ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଏହି…

ସାବଧାନ! ଜୁନ୍ ୩୦ e-KYC ର ଶେଷ ତାରିଖ, ନିୟମ ନମାନିଲେ ଆସିବନି ଗ୍ୟାସ୍‌ ସିଲିଣ୍ଡର…

ନୂଆଦିଲ୍ଲୀ,୨୬।୫: ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗ୍ୟାସ ସିଲିଣ୍ଡର ଯୋଗାଣରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri