ବନ ବିଭାଗ ମୁରବି ଶୂନ୍ୟ

ଭୁବନେଶ୍ୱର, ୧୧।୨(ବ୍ୟୁରୋ):ରାଜ୍ୟ ବନ ବିଭାଗ ଏବେ ଏକପ୍ରକାର ମୁରବୀ ଶୂନ୍ୟ ହେଇପଡ଼ିଛି। ପିସିସିଏଫ୍‌ (ଜେନେରାଲ) ଏବଂ ପିସିସିଏଫ୍‌ (ବନ୍ୟପ୍ରାଣୀ) ଭଳି ଦୁଇଟି ମୁଖ୍ୟ ପଦବୀ ଖାଲିପଡ଼ିଛି। ଗତ ଜାନୁୟାରୀ ୩୧ରେ ପିସିସିଏଫ୍‌ ଜେନେରାଲ ତଥା ହେଡ୍‌ ଅଫ୍‌ ଫରେଷ୍ଟ ଫୋର୍ସ ସନ୍ଦୀପ ତ୍ରିପାଠୀ ଅବସର ଗ୍ରହଣ କରିଛନ୍ତି। ସେହିଦିନ ପିସିସିଏଫ୍‌ ବନ୍ୟପ୍ରାଣୀ ହରିଶଙ୍କର ଉପାଧ୍ୟାୟ ମଧ୍ୟ ଅବସର ଗ୍ରହଣ କରିଛନ୍ତି। କିନ୍ତୁ କାମ ଚଳେଇବା ପାଇଁ ଆଡିଶନାଲ ପିସିସିଏଫ୍‌ (ବନ୍ୟପ୍ରାଣୀ) ଶଶୀ ପଲଙ୍କୁ ପିସିସିଏଫ୍‌ (ବନ୍ୟପ୍ରାଣୀ) ଓ ପିସିସିଏଫ୍‌ ଜିତେନ୍ଦ୍ର କୁମାରଙ୍କୁ ପିସିସିଏଫ୍‌ ଜେନେରାଲ ଇନ୍‌ଚାର୍ଜ ଭାବେ ଦାୟିତ୍ୱ ଦିଆଯାଇଛି। ବର୍ତ୍ତମାନ ବିଭାଗରେ କାର୍ଯ୍ୟରତ ସବୁଠାରୁ ବରିଷ୍ଠ ପିସିସିଏଫ୍‌ ହେଲେ ପ୍ରଭାକର ବେହେରା, ସୁଦର୍ଶନ ପଣ୍ଡା ଓ ମାଲୋତ ମୋହନ। ଏମାନେ ଆଉ ଅଳ୍ପକିଛି ମାସ ଭିତରେ ଅବସର ନେଉଥିବାରୁ ଉପରୋକ୍ତ ଦୁଇ ପଦବୀରେ ବସିବା ଆଶା କ୍ଷୀଣ। ତେଣୁ ବରିଷ୍ଠତା ଭିତ୍ତିରେ ଏମାନଙ୍କ ତଳକୁ ଥିବା ରାଜୀବ କୁମାର ଏବେ ଓଏଫ୍‌ଡିସିର ଏମ୍‌ଡି ଅଛନ୍ତି। ରାଜୀବଙ୍କ ସହ କେନ୍ଦ୍ରରୁ ଆଉଜଣେ ଅଧିକାରୀ ଶିଶିର ରଥୋଙ୍କ ନାମ ମଧ୍ୟ ଚର୍ଚ୍ଚା ହେଉଛି।
ରାଜ୍ୟରେ ୩ କ୍ୟାଡର ପିସିସିଏଫ୍‌ ଥିବାବେଳେ ୩ ଏକ୍ସ-କ୍ୟାଡର ପିସିସିଏଫ୍‌ ପଦବୀ ରହିଛି। ତନ୍ମଧ୍ୟରୁ ରାଜ୍ୟ ମାତ୍ର ଗୋଟିଏ କ୍ୟାଡରରେ ନିଜ ମନମୁତାବକ ଅଧିକାରୀ ନିଯୁକ୍ତ କରିପାରିବେ। ଏବେ ପିସିସିଏଫ୍‌ କେନ୍ଦୁପତ୍ର ପଦବୀରେ ଜଣେ ହିଁ ଅଧିକାରୀ ଅଛନ୍ତି। ଆଉ ୨ଟି ସବୁଠୁ ଗୁରୁତ୍ୱପୂର୍ଣ୍ଣ ପିସିସିଏଫ୍‌ ପଦବୀ ହେଲା ପିସିସିଏଫ୍‌ ଜେନେରାଲ ଏବଂ ପିସିସିଏଫ୍‌ ବନ୍ୟପ୍ରାଣୀ। ଏହି ପଦବୀ ଖାଲି ପଡ଼ିବା ପୂର୍ବରୁ ନୂଆ ନିଯୁକ୍ତିର ତୁରନ୍ତ ଆବଶ୍ୟକତା ଥିଲା। ସବୁଠାରୁ ବଡ଼ କଥା ହେଲା ଉକ୍ତ ୨ ପଦବୀ ପୂରଣ ପାଇଁ ଏକ କମିଟି ବସି ପ୍ରାର୍ଥୀ ଚୟନ କରିବ। କମିଟିରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ଜଙ୍ଗଲ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଣେ ବାହାର ରାଜ୍ୟର ପିସିସିଏଫ୍‌ ଏବଂ ଫରେଷ୍ଟ ଡିଜିଙ୍କ ପ୍ରତିନିଧି ସଦସ୍ୟ ରହିବେ। ଏଯାବତ୍‌ ସେହି କମିଟି ବସି ନ ଥିବାରୁ ନୂଆ ନିଯୁକ୍ତି ଶୀଘ୍ର ହେବାର ସମ୍ଭାବନା ନାହିଁ। ଏବେ ମଣିଷ ଓ ବନ୍ୟପ୍ରାଣୀ ଦ୍ବନ୍ଦ୍ୱ ଦିନକୁ ଦିନ ବଢୁଛି। ହଠାତ୍‌ କିଛି ବଡ଼ ଘଟଣା ଘଟିଲେ ପିସିସିଏଫ୍‌ ବନ୍ୟପ୍ରାଣୀ ଏ ଦିଗରେ ନିର୍ଣ୍ଣାୟକ ଭୂମିକା ନେଇଥାନ୍ତି। ସେହିପରି ପିସିସିଏଫ୍‌ ଜେନେରାଲ ତଥା ହେଡ୍‌ ଅଫ୍‌ ଫରେଷ୍ଟ ଫୋର୍ସ ପୂରା ବନ ବିଭାଗର ଦାୟିତ୍ୱ ନେଇଥାନ୍ତି। ଆଉକିଛି ଦିନ ୨ ପ୍ରମୁଖ ପଦବୀ ଖାଲି ପଡ଼ିଲେ ବିଭିନ୍ନ ସମସ୍ୟା ଉପୁଜିବ। କର୍ମଚାରୀଙ୍କ ମନୋବଳ ଭାଙ୍ଗିବା ସହ ବିଭାଗୀୟ ପ୍ରଶାସନିକ ସ୍ଥାଣୁତା ଦେଖାଦେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ତେବେ ଏ ନେଇ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ମୋନା ଶର୍ମାଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ମିଶିଲେ ଦେବଗଡ଼ର ରାଣୀ ଅରୁନ୍ଧତୀ

ଭୁବନେଶ୍ୱର,୧୬।୪: ବିଜେଡିରେ ମିଶିଲେ ସମ୍ବଲପୁରର ଭାଜପା ଏମପି ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ କୁମାରୀ ଦେବୀ। ଆଜି ସେ ବିଜେଡିରେ ସାମିଲ ହୋଇଛନ୍ତି । ସେ...

ସମ୍ବଲପୁରରୁ ଲଢିବେନି ପ୍ରସନ୍ନ ଆଚାର୍ଯ୍ୟ !

ଭୁବନେଶ୍ୱର,୧୬।୪: ସମ୍ବଲପୁରରେ ଟିକେଟକୁ ନେଇ ଅମଙ୍ଗ ଅଛନ୍ତି କି ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ! କିଛି ଏଭଳି ଚର୍ଚ୍ଚା ଏବେ ଜୋର ଧରିଛି...

ଓଭରବ୍ରିଜ୍‌ରୁ ବସ୍‌ ଖସି ଦୁର୍ଘଟଣା: ମୃତକଙ୍କୁ ୩୦ ଲକ୍ଷ କ୍ଷତିପୂରଣ ପ୍ରଦାନ ଦାବି

କଟକ,୧୬ା୪ (କାର୍ତ୍ତିକ ସାହୁ) ଯାଜପୁର ଜିଲା ବାରବାଟୀ ନିକଟରେ ସୋମବାର ରାତିରେ ଓଭରବ୍ରିଜରୁ ପ୍ରାୟ ୩୦ ଫୁଟ ତଳକୁ ଯାତ୍ରୀବାହୀ ବସ୍‌ ଖସି ଦୁର୍ଘଟଣା ଘଟିବାକୁ...

ଭାଜପା ପ୍ରାର୍ଥୀ ତାଲିକା: ପଲିଟିବ ରାଉରକେଲା ବାଜି! ତାଲିକାରେ ୧୬ ନୂଆ ଚେହେରା

ଭୁବନେଶ୍ୱର,୧୬।୪: ପ୍ରାୟ ଦୁଇ ସପ୍ତାହ ପରେ ଆସିଲା ଭାଜପାର ଦ୍ୱିତୀୟ ବିଧାନସଭା ପ୍ରାର୍ଥୀ ତାଲିକା। କାହାର ଟିକେଟ ବଦଳିବ, କାହାର ଟିକେଟ କଟିବ, ସେ ନେଇ...

ଫୁଲ ଧରିଲେ ବିଜେଡିର ପୂର୍ବତନ ବିଧାୟକ ବେଦବ୍ୟାସ ନାୟକ

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ) ପୂର୍ବତନ ବିଜେଡି ବିଧାୟକ ବେଦବ୍ୟାସ ନାୟକ ଆଜି ଶଙ୍ଖ ଛାଡ଼ି ଫୁଲ ଧରିଛନ୍ତି। ଭୁବନେଶ୍ୱରରେ ଏକ ମିଶ୍ରଣ କାର୍ଯ୍ୟକ୍ରମରେ ସେ ତାଙ୍କ...

ବଜ୍ରପାତରେ ୩ ମୃତ

କେନ୍ଦ୍ରାପଡ଼ା,୧୬।୪: କେନ୍ଦ୍ରାପଡ଼ାରେ କାଳବୈଶାଖୀ ବର୍ଷା ସାଙ୍ଗକୁ ଜୋରରେ ପବନ ହୋଇଛି। ତେବେ ବଜ୍ରପାତରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ପାଟକୁରା କୁଦାନଗରୀ ବଙ୍ଗାରିରେ ଜଣେ, କୁଣ୍ଡିଲୋରେ...

୧୮-୧୯ରେ ଜାଳିବ

ଭୁବନେଶ୍ୱର,୧୬।୪(ଅସମାପିକା ସାହୁ): ରାଜ୍ୟକୁ ପୁଣି ଫେରିଛି ତାତି। ଆଜି ୨୯ ସହରରେ ଦିନ ତାପମାତ୍ରା ୪୦ରୁ ଅଧିକ ରେକର୍ଡ କରାଯାଇଛି। ସେହିପରି ଆଜି ବାରିପଦା ରାଜ୍ୟର...

ଆସୁଛି ପଶ୍ଚିମା ଝଡ଼, ଏହି ସବୁ ଜିଲାରେ ବର୍ଷା ସମ୍ଭାବନା!

ଭୁବନେଶ୍ୱର,୧୬।୪: ରାଜ୍ୟକୁ ପୁଣି ଫେରିଛି ତାତି। ଏହି ସ୍ଥିତି ଆଗକୁ ମଧ୍ୟ ଜାରି ରହିବ। ସେଥିପାଇଁ ପାଣିପାଗ ବିଭାଗ ଆସନ୍ତା ୫ ଦିନ ପାଇଁ ପ୍ରବଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri