ଗୁଳିବିଦ୍ଧ ଦନ୍ତାକୁ ଧରିପାରୁନି ବନ ବିଭାଗ

ଭୁବନେଶ୍ୱର(ବ୍ୟୁରୋ)/ ନରସିଂହପୁର(ସ୍ବ.ପ୍ର.), ୨୭।୭: ଆଠଗଡ଼ ବନଖଣ୍ଡରେ ହାତୀ ଶିକାର ରୋକିବାର ନାଁ ଧରୁନି। ଗତ ମାସରେ ମାଟିତଳୁ ୪ଟି ହାତୀ କଙ୍କାଳ ମିଳିବା ଏବଂ ଗୋଟିଏ ଗୁଳିବିଦ୍ଧ ହାତୀର ମୃତ୍ୟୁ ଘଟଣାକୁ ନେଇ ଆଠଗଡ଼ ବନଖଣ୍ଡ କେବଳ ଓଡ଼ିଶା ନୁହେଁ, ସାରା ଦେଶରେ ଲଜ୍ଜିତ ହୋଇଥିଲା। ଏବେ ପୁଣି ଏକ ଗୁଳିବିଦ୍ଧ ଦନ୍ତାହାତୀ ନରସିଂହପୁର ଜଙ୍ଗଲରେ ବୁଲୁଥିବା ଜଣାପଡ଼ିଛି। ତେବେ ହାତୀଟି ଗୁଳିବିଦ୍ଧ ହୋଇ ନ ଥିବା ପିସିସିଏଫ୍‌ (ବନ୍ୟପ୍ରାଣୀ) ଶଶୀ ପଲ୍‌ କହିଛନ୍ତି। କିନ୍ତୁ ସ୍ଥାନୀୟ ଲୋକେ ହାତୀର କାନରେ ଗୁଳି ବାଜିଥିବା କହୁଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ଗତମାସ ଯେଉଁ ଗୁଳିବିଦ୍ଧ ହାତୀ ଠାବ ହୋଇଥିଲା, ତାହା ଦେହରେ ଗୁଳି ବାଜି ନ ଥିବା ପ୍ରଥମେ ବନ ବିଭାଗ କହିଥିଲା। ସେ ସମୟରେ ଏକ ଗୁଳିବିଦ୍ଧ ହାତୀ ଜଙ୍ଗଲରେ ବୁଲୁଥିବା ଏବଂ ତା’ର ଚିକିତ୍ସା ପାଇଁ ବିଧାୟକ ଦେବୀ ପ୍ରସାଦ ମିଶ୍ର ତାଙ୍କ ଫେସ୍‌ବୁକ ଆକାଉଣ୍ଟରେ ପୋଷ୍ଟ କରିବା ପରେ ରାଜ୍ୟ ବନ ବିଭାଗ ତତ୍ପରତା ଦେଖାଇଥିଲା। ଯଦି ବିଧାୟକ ଏହି ଘଟଣା ଲୋକଲୋଚନକୁ ଆଣି ନ ଥାନ୍ତେ ତେବେ ବନ ବିଭାଗ ତାକୁ ଲୁଚାଇବାରେ ସଫଳ ହୋଇଥାନ୍ତା। ତେଣୁ ଏବେ ଯେଉଁ ଅସୁସ୍ଥ ହାତୀଟି ବୁଲୁଥିବା ଖବର ମିଳିଛି, ତାକୁ ଧରାଯିବା ପରେ ହିଁ ଗୁଳିବିଦ୍ଧ କି ନାହିଁ ସ୍ପଷ୍ଟ ହେବ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।
ଗୁଳିବିଦ୍ଧ ହାତୀଟି ସୋମବାର ପୂର୍ବ ରେଞ୍ଜ ନୂଆଗଡ଼ ଜଙ୍ଗଲରେ ଚଳପ୍ରଚଳ କରୁଥିବାବେଳେ ମଙ୍ଗଳବାର ପଶ୍ଚିମ ରେଞ୍ଜର ଜୟପୁର ପରେ ବାଲିକିଆରି ଜଙ୍ଗଲରେ ବୁଲୁଥିବା ଜଣାପଡ଼ିଥିଲା। ସ୍ଥାନୀୟ ଲୋକେ ଜଙ୍ଗଲକୁ କାଠ ପାଇଁ ଯାଇଥିବା ବେଳେ ହାତୀଟିକୁ ଆହତ ଅବସ୍ଥାରେ ଦେଖିଥିଲେ। ସେମାନେ ଖବର ଦେବା ପରେ ବନ ବିଭାଗ ଟିମ୍‌ ସମେତ ହାତୀ ଜଗୁଆଳି ପହଞ୍ଚତ୍ ଖୋଜୁଛନ୍ତି। ଗତ ୨୨ତାରିଖରୁ ହାତୀଟିକୁ ଚିହ୍ନଟ କରାଯାଇଥିଲା। ଇତିମଧ୍ୟରେ ୪ ଦିନ ବିତିଗଲାଣି। ସୋମବାର ବନବିଭାଗ ହାତୀର ସନ୍ଧାନ ପାଇ ମଧ୍ୟ ଟ୍ରାଙ୍କୁଲାଇଜ କରିବାରେ ବିଫଳ ହୋଇଥିଲା। ଟ୍ରାଙ୍କୁଲାଇଜ ଲାଗି ଚେଷ୍ଟା କରାଯାଉଥିବା ବେଳେ ହଠାତ୍‌ ହାତୀଟି ମାଡ଼ି ଆସିଥିଲା। ଫଳରେ ବନ ଅଧିକାରୀମାନେ ତଳେ ପଡ଼ିଯାଇଥିଲେ ଏବଂ ଟ୍ରାଙ୍କୁଲାଇଜ କାମ ବନ୍ଦ ରହିଥିଲା। ମଙ୍ଗଳବାର ସକାଳୁ ପୁଣି ବନ କର୍ମଚାରୀ ଓ ସାତକୋଶିଆର ଟିମ୍‌ ପହଞ୍ଚତ୍ ଦୀର୍ଘ ୬ଘଣ୍ଟା ଧରି ଅନୁସନ୍ଧାନ କରି ନିରାଶ ହୋଇଛନ୍ତି। ସେମାନେ ନୂଆଗଡ଼ ଜଙ୍ଗଲରେ ପ୍ରାୟ ୨୦ କି.ମିରୁ ଉର୍ଦ୍ଧ ବାଟ ବୁଲିଥିଲେ ମଧ୍ୟ ହାତୀକୁ ଧରିପାରିନାହାନ୍ତି। ହାତୀଟି ଏବେ ପଶ୍ଚିମାଞ୍ଚଳ ଅଧୀନ ବାରସିଙ୍ଗା ଜଙ୍ଗଲରେ ରହିଛି ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ପ୍ରାଥମିକ ତଦନ୍ତରୁ ହାତୀଟି ଗୁଳିବିଦ୍ଧ ହୋଇ ଆହତ ହୋଇ ନ ଥିବା ରେଞ୍ଜର ପ୍ରଫୁଲ୍ଲ କୁମାର ଦେହୁରୀ ସୂଚନା ଦେଇଛନ୍ତି। ଦୁଇ ଦନ୍ତା ହାତୀ ମଧ୍ୟରେ ସଂଘର୍ଷ କିମ୍ବା କୌଣସି କାଠ ଅବା ବାଉଁଶ ବାଜି ଖଣ୍ଡିଆ ହୋଇଥିବା ଅନୁମାନ କରାଯାଉଛି। କାରଣ ଗୁଳି ବାଜିଥିଲେ ହାତୀଟିର କାନ କଣା ହୋଇଥାନ୍ତା। ଏହି ହାତୀ ନରସିଂହପୁର ନୁହେଁ ବରଂ ଅନୁଗୋଳ ଜଙ୍ଗଲରୁ ଆସିଥିବାରୁ ସେହି ଅଭିମୁଖେ ପଳାଇଯାଉଛି। ବୁଧବାର ତାକୁ ଟ୍ରାଙ୍କୁଲାଇଜ କରି ଚିକିତ୍ସା କରିବା ପାଇଁ ଉଦ୍ୟମ କରାଯିବ ବୋଲି ଦେହୁରୀ କହିଛନ୍ତି। ଏହି ଘଟଣାରୁ ଆଠଗଡ଼ରେ ଏବେ ବି ହାତୀ ଶିକାରୀ ସକ୍ରିୟ ରହିଥିବା ସ୍ପଷ୍ଟ ହେଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri