ଆର୍ମିର ଉଡ଼ନ୍ତା ରାଣୀ

– ଜିତେନ୍ଦ୍ର କୁମାର ନାୟକ

ଇଣ୍ଡିଆନ୍‌ ଆର୍ମିର ଲଢ଼ୁଆ ହେଲିକପ୍ଟରର ପ୍ରଥମ ମହିଳା ପାଇଲଟ କ୍ୟାପଟେନ୍‌ ଅଭିଳାଷା ବାରାକ୍‌ଙ୍କର ପିଲାବେଳେ ସାମରିକ କ୍ଷେତ୍ରରେ ସେବା କରିବାର ଅଭିଳାଷ ନ ଥିଲା। କିନ୍ତୁ ପିତା କଲୋନେଲ୍‌ ଏସ୍‌. ଓମ୍‌ ସିଂ ୨୦୧୧ରେ ସେନାରୁ ଅବସର ନେବା ପରେ ତାଙ୍କ ମନରେ ପରିବର୍ତ୍ତନ ଆସିଥିଲା। ୨୦୧୩ରେ ସେହି ଇଚ୍ଛା ଆହୁରି ବଳବାନ୍‌ ହେଲା ଯେତେବେଳେ ତାଙ୍କ ବଡ଼ଭାଇ ଇଣ୍ଡିଆନ ମିଲିଟାରୀ ଏକାଡେମୀ ପରେଡ୍‌ରେ ଭାଗ ନେଉଥିବା ବେଳର ଦୃଶ୍ୟ ସେ ଦେଖିଲେ। ମିଲିଟାରୀ କ୍ୟାଣ୍ଟନମେଣ୍ଟରେ ବଢ଼ିଥିବା ଅଭିଳାଷାଙ୍କ ଚାରିପାଖରେ ସେନା ୟୁନିଫର୍ମ ପିନ୍ଧା ଲୋକଙ୍କୁ ଦେଖିବା ତାଙ୍କ ପାଇଁ ସାଧାରଣ ଘଟଣା ଲାଗୁଥିଲା। କିନ୍ତୁ ଯେତେବେଳେ ନିଜେ ସେନା ପୋଷାକଧାରୀ ହେଲେ ସେତେବେଳେ ଦାୟିତ୍ୱ ପ୍ରତି ତାଙ୍କ ପ୍ରତିବଦ୍ଧତା ବଢ଼ିଥିଲା। ନିକଟରେ ଆର୍ମିର ଲଢ଼ୁଆ ହେଲିକପ୍ଟରର ପ୍ରଥମ ମହିଳା ପାଇଲଟ ହୋଇ ସେ ଇତିହାସ ରଚିଥିବାରୁ ଅଭିଳାଷାଙ୍କ ବ୍ୟକ୍ତିତ୍ୱ ଏବେ ଆକର୍ଷଣୀୟ ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ଭାରତୀୟ ବାୟୁସେନା ଓ ନୌସେନାରେ ମହିଳାମାନେ ହେଲିକପ୍ଟର ଉଡ଼ାଇ ଆସୁଥିବାରୁ ୨୦୨୧ ପ୍ରାରମ୍ଭରେ ମହିଳା ପାଇଲଟ ନିଯୁକ୍ତି ନେଇ ଆର୍ମି ନିଷ୍ପତ୍ତି ନେଇଥିଲା। ପୂର୍ବରୁ ମହିଳା ଅଧିକାରୀମାନେ ଆର୍ମିର ବିମାନଚଳାଚଳ କ୍ଷେତ୍ରରେ କେବଳ ସ୍ଥଳ ସ୍ତରରେ କାର୍ଯ୍ୟ କରୁଥିଲେ।
ତାମିଲନାଡୁର ଓ୍ବେଲିଙ୍ଗଟନ୍‌ରେ ୧୯୯୪ରେ ଅଭିଳାଷା ଜନ୍ମଗ୍ରହଣ କରିଥିଲେ। ହେଲେ ହରିୟାଣାର ରୋହତକ୍‌ ହେଉଛି ତାଙ୍କ ନିଜ ସହର। ପିତା ଆର୍ମିରେ ଚାକିରି କରିଥିବାରୁ ତାଙ୍କ ପଢ଼ା ବିଭିନ୍ନ ସ୍ଥାନରେ ହୋଇଥିଲା। ହିମାଚଳ ପ୍ରଦେଶର ସନଓ୍ବାରସ୍ଥିତ ଲରେନ୍ସ ସ୍କୁଲରେ ତାଙ୍କ ପ୍ରାଥମିକ ଶିକ୍ଷା ହୋଇଥିଲା। ପରେ ଦିଲ୍ଲୀ ବସନ୍ତବିହାରସ୍ଥିତ ଟାଗୋର ଇଣ୍ଟରନ୍ୟାଶନାଲ ସ୍କୁଲରେ ପଢ଼ିଥିଲେ। ଦିଲ୍ଲୀ ଟେକ୍ନୋଲୋଜିକାଲ ୟୁନିଭର୍ସିଟିରୁ ଇଲେକ୍‌ଟ୍ରୋନିକ୍ସ ଆଣ୍ଡ୍‌ କମ୍ୟୁନିକେଶନ ଇଞ୍ଜିନିୟରିଂରେ ସେ ବିଟେକ୍‌ କରିଥିଲେ। ୨୦୧୪ରେ ସେ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆର୍‌ଡିଓ)ରେ ଟ୍ରେନି ଭାବେ ଯୋଗ ଦେଇଥିଲେ। ସେ ମଧ୍ୟ ଭାରତ ସରକାରଙ୍କ ଇଲେକ୍‌ଟ୍ରୋନିକ୍ସ ଆଣ୍ଡ୍‌ ଇନ୍‌ଫର୍ମେଶନ ଟେକ୍ନୋଲୋଜିରେ ଇଣ୍ଟର୍ନ ଭାବେ କାର୍ଯ୍ୟ କରିଥିଲେ। ତେବେ ଅଭିଳାଷା ୨୦୧୮ରେ ଭାରତୀୟ ଆର୍ମିର ଚେନ୍ନାଇଠାରେ ଅଫିସର ଟ୍ରେନିଂ ଏକାଡେମୀରେ ଯୋଗଦେଇ ସେନାରେ କ୍ୟାରିୟର ଆରମ୍ଭ କରିଥିଲେ। କର୍‌ ଅଫ୍‌ ଆର୍ମି ଏୟାର ଡିଫେନ୍ସରେ ତାଙ୍କ କାର୍ଯ୍ୟ ବରିଷ୍ଠଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଆର୍ମି ଏୟାର ଡିଫେନ୍ସକୁ ପ୍ରେଜେଣ୍ଟେଶନ୍‌ ଅଫ୍‌ କଲର୍ସ ଦିଆଯିବା ବେଳେ ଅଭିଳାଷାଙ୍କୁ କଣ୍ଟିନ୍‌ଜେଣ୍ଟ କମାଣ୍ଡର ଭାବେ ଚୟନ କରାଯାଇଥିଲା। ପରେ ସେ ଆର୍ମି ଏୟାର ଡିଫେନ୍ସ ୟଙ୍ଗ ଅଫିସର୍ସ କୋର୍ସରେ ‘ଏ’ ଗ୍ରେଡ୍‌ ପାଇଥିଲେ। ସେହିପରି ଏୟାର ଟ୍ରାଫିକ୍‌ ମ୍ୟାନେଜ୍‌ମେଣ୍ଟ ଏବଂ ଏୟାର ଲ’ ପାଠ୍ୟକ୍ରମରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇ ପଦୋନ୍ନତି ପାଇଁ ନିଜକୁ ପ୍ରସ୍ତୁତ କରିଦେଇଥିଲେ। ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ ତାଙ୍କ ପାଇଁ ଆସିଥିଲା ଯେତେବେଳେ ସେ ଅଫିସର୍ସ ଟ୍ରେନିଂ ଏକାଡେମୀରୁ ଉତ୍ତୀର୍ଣ୍ଣ ହେବା ପରେ ଆର୍ମି ଏଭିଏସନ୍‌ କର୍‌ ପାଇଁ ଇଚ୍ଛା ବ୍ୟକ୍ତ କରିଥିଲେ। ଫର୍ମ ପୂରଣ ବେଳେ ତାଙ୍କ ବିଶ୍ୱାସ ଥିଲା ସେ ନିଶ୍ଚୟ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ପାରିବେ। ତାହା ହିଁ ହେଲା। ସେ ଇଣ୍ଡିଆନ୍‌ ଆର୍ମିର ପ୍ରଥମ ମହିଳା ଲଢ଼ୁଆ ପାଇଲଟ ଭାବେ ମେ’ ୨୬ରେ ଘୋଷିତ ହେଲେ। ଇତିହାସରେ ଏପରି ନିଜ ନାମକୁ ଲେଖିବା ପରେ ସେ ଆତ୍ମହରା ହୋଇଥିଲେ। ସେ ଏକ ସାକ୍ଷାତ୍‌କାରରେ କହିଛନ୍ତି, ତାଙ୍କ ହୃଦୟ କହୁଥିଲା ନିଶ୍ଚିତ ଇଣ୍ଡିଆନ୍‌ ଆର୍ମିରେ ମହିଳା ଲଢ଼ୁଆ ପାଇଲଟ ଭାବେ ଯୋଗ ଦେବା ଡେରି ହେବ ନାହଁ। ତେବେ ସେ ସେହି ସ୍ଥାନରେ ପ୍ରଥମେ ରହିବା ତାଙ୍କ ପରିବାର ମଧ୍ୟରେ ସେନା ଅଫିସର ହେବାର ଯେଉଁ ଧାରା ଗଡ଼ି ଆସିଥିଲା, ତାହାକୁ ଆଗକୁ ନେବାରେ ସକ୍ଷମ ହୋଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି। ନାସିକ୍‌ରେ ତାଙ୍କୁ ମିଶାଇ ୧୫ ଜଣ ପ୍ରଶିକ୍ଷଣ ନେଉଥିଲେ। ସେମାନଙ୍କ ମଧ୍ୟରୁ ଅଭିଳାଷା ନିଜକୁ ଆଗୁଆ ବୋଲି ପ୍ରମାଣିତ କରିଥିବାରୁ ତାଙ୍କୁ ସବୁଆଡ଼ୁ ଶୁଭେଚ୍ଛା ଛୁଟିବାରେ ଲାଗିଛି। ବାସ୍ତବରେ ଜଣେ ନିଜ କ୍ଷେତ୍ରରେ ଉତ୍କର୍ଷ ଲଭିବାକୁ ଚାହିଁଲେ ଆଶାର ଆକାଶରେ ଉଡ଼ିବା ସମ୍ଭବ ହୋଇଥାଏ। ଏଣୁ ଅଭିଳାଷା ଯୁବପିଢ଼ିଙ୍କ ପାଇଁ ପ୍ରେରଣା ପାଲଟିବା ସ୍ବାଭାବିକ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଖରାଦିନ ଆରମ୍ଭରୁ ବେଙ୍ଗାଲୁରୁ ଜଳ ସଙ୍କଟ ଏବେ ଚିନ୍ତାର ବିଷୟ ହୋଇଛି। ପରିସ୍ଥିତି ଏମିତି ଯେ ସେଠାରେ ଲୋକେ ସହର ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଏହି...

ଅଦୃଶ୍ୟ ଶତ୍ରୁ

ମାୟାଧର ନାୟକ   ସତ୍ୟ, ତ୍ରେତୟା, ଦ୍ୱାପର, କଳିକାଳରେ ଯେତେ ଯୁଦ୍ଧ ହୋଇଯାଇଛି- ଶତ୍ରୁକୁ ଜାଣି ହେଉଥିଲା- କିନ୍ତୁ ଏ ମହାକଳିକାଳରେ ଅଜଣା ରୋଗ ଓ...

ଚୋରକୁ ବୁଦ୍ଧି

ଅଲେଖ ଚନ୍ଦ୍ର ମିଶ୍ର   ‘ଚୋରକୁ ବୁଦ୍ଧି ଶିଖେଇବା’ ଆପ୍ତବାଣୀଟି ଯେଉଁ ପୃଷ୍ଠଭୂମି ଉପରେ ଆଧାରିତ ତାହା ଥିଲା ଏକ ବାସ୍ତବଧର୍ମୀ କାହାଣୀ, ଯାହାର ମର୍ମ...

ଅପ୍ରକାଶ୍ୟ ଋଣ ସମସ୍ୟା

ଗତ କିଛି ବର୍ଷ ମଧ୍ୟରେ କୋଭିଡ୍‌-୧୯ ମହାମାରୀଠାରୁ ଆରମ୍ଭକରି ଉନ୍ନତ-ଅର୍ଥ ବ୍ୟବସ୍ଥାର ସୁଧ ହାର ବୃଦ୍ଧି ଭଳି ଘଟଣା ଭିନ୍ନ ସ୍ଥିତି ସୃଷ୍ଟି କରିଛି। ଏଥିରେ...

ଏଇ ଭାରତରେ

ଦେଶ ଗଠନରେ ଯୁବ ପ୍ରଶାସକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଅନୁଭବ କରିଛନ୍ତି ୨୦୧୧ ବ୍ୟାଚ୍‌ ଭାରତୀୟ ରାଜସ୍ବ ସେବା(ଆଇଆର୍‌ଏସ୍‌) ଅଧିକାରୀ ରବି କପୁର। ସେ...

ରାମ ରାଜ୍ୟ ସମ୍ଭବ କି

ବୈକୁଣ୍ଠନାଥ ମିଶ୍ର   ଆଜିକାଲି ‘ଜୟ ଶ୍ରୀରାମ’ ଉଚ୍ଚାରଣ କରି ବନ୍ଧୁଙ୍କୁ ପ୍ରଥମ ସାକ୍ଷାତରେ ସମ୍ଭାଷିତ କରିବାର ଅଭିନବ ପରମ୍ପରା ସର୍ବତ୍ର ପରିଦୃଷ୍ଟ। ବନ୍ଧୁଙ୍କୁ ସମ୍ଭାଷଣ...

ମତଦାତାଙ୍କ ବୁଦ୍ଧି ବିମୂଢ଼ତା

ଡ.ଛାୟାକାନ୍ତ ଷଡ଼ଙ୍ଗୀ   ସମ୍ପ୍ରତି ଭାରତ ତଥା ବିଭିନ୍ନ ପ୍ରଦେଶରେ ରାଜନୀତିର ବିଚିତ୍ର ଗତି ଦେଖି ମତଦାତାମାନେ ଉଇଲିଅମ ଜେମ୍‌ସଙ୍କ ଭଳି ସମସ୍ୟାର ସମ୍ମୁଖୀନ ହେଲେଣି।...

ବୁଝିହେଉଛି

ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍‌ କେଜ୍‌ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରି ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri