ଆର୍ମିର ଉଡ଼ନ୍ତା ରାଣୀ

– ଜିତେନ୍ଦ୍ର କୁମାର ନାୟକ

ଇଣ୍ଡିଆନ୍‌ ଆର୍ମିର ଲଢ଼ୁଆ ହେଲିକପ୍ଟରର ପ୍ରଥମ ମହିଳା ପାଇଲଟ କ୍ୟାପଟେନ୍‌ ଅଭିଳାଷା ବାରାକ୍‌ଙ୍କର ପିଲାବେଳେ ସାମରିକ କ୍ଷେତ୍ରରେ ସେବା କରିବାର ଅଭିଳାଷ ନ ଥିଲା। କିନ୍ତୁ ପିତା କଲୋନେଲ୍‌ ଏସ୍‌. ଓମ୍‌ ସିଂ ୨୦୧୧ରେ ସେନାରୁ ଅବସର ନେବା ପରେ ତାଙ୍କ ମନରେ ପରିବର୍ତ୍ତନ ଆସିଥିଲା। ୨୦୧୩ରେ ସେହି ଇଚ୍ଛା ଆହୁରି ବଳବାନ୍‌ ହେଲା ଯେତେବେଳେ ତାଙ୍କ ବଡ଼ଭାଇ ଇଣ୍ଡିଆନ ମିଲିଟାରୀ ଏକାଡେମୀ ପରେଡ୍‌ରେ ଭାଗ ନେଉଥିବା ବେଳର ଦୃଶ୍ୟ ସେ ଦେଖିଲେ। ମିଲିଟାରୀ କ୍ୟାଣ୍ଟନମେଣ୍ଟରେ ବଢ଼ିଥିବା ଅଭିଳାଷାଙ୍କ ଚାରିପାଖରେ ସେନା ୟୁନିଫର୍ମ ପିନ୍ଧା ଲୋକଙ୍କୁ ଦେଖିବା ତାଙ୍କ ପାଇଁ ସାଧାରଣ ଘଟଣା ଲାଗୁଥିଲା। କିନ୍ତୁ ଯେତେବେଳେ ନିଜେ ସେନା ପୋଷାକଧାରୀ ହେଲେ ସେତେବେଳେ ଦାୟିତ୍ୱ ପ୍ରତି ତାଙ୍କ ପ୍ରତିବଦ୍ଧତା ବଢ଼ିଥିଲା। ନିକଟରେ ଆର୍ମିର ଲଢ଼ୁଆ ହେଲିକପ୍ଟରର ପ୍ରଥମ ମହିଳା ପାଇଲଟ ହୋଇ ସେ ଇତିହାସ ରଚିଥିବାରୁ ଅଭିଳାଷାଙ୍କ ବ୍ୟକ୍ତିତ୍ୱ ଏବେ ଆକର୍ଷଣୀୟ ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ଭାରତୀୟ ବାୟୁସେନା ଓ ନୌସେନାରେ ମହିଳାମାନେ ହେଲିକପ୍ଟର ଉଡ଼ାଇ ଆସୁଥିବାରୁ ୨୦୨୧ ପ୍ରାରମ୍ଭରେ ମହିଳା ପାଇଲଟ ନିଯୁକ୍ତି ନେଇ ଆର୍ମି ନିଷ୍ପତ୍ତି ନେଇଥିଲା। ପୂର୍ବରୁ ମହିଳା ଅଧିକାରୀମାନେ ଆର୍ମିର ବିମାନଚଳାଚଳ କ୍ଷେତ୍ରରେ କେବଳ ସ୍ଥଳ ସ୍ତରରେ କାର୍ଯ୍ୟ କରୁଥିଲେ।
ତାମିଲନାଡୁର ଓ୍ବେଲିଙ୍ଗଟନ୍‌ରେ ୧୯୯୪ରେ ଅଭିଳାଷା ଜନ୍ମଗ୍ରହଣ କରିଥିଲେ। ହେଲେ ହରିୟାଣାର ରୋହତକ୍‌ ହେଉଛି ତାଙ୍କ ନିଜ ସହର। ପିତା ଆର୍ମିରେ ଚାକିରି କରିଥିବାରୁ ତାଙ୍କ ପଢ଼ା ବିଭିନ୍ନ ସ୍ଥାନରେ ହୋଇଥିଲା। ହିମାଚଳ ପ୍ରଦେଶର ସନଓ୍ବାରସ୍ଥିତ ଲରେନ୍ସ ସ୍କୁଲରେ ତାଙ୍କ ପ୍ରାଥମିକ ଶିକ୍ଷା ହୋଇଥିଲା। ପରେ ଦିଲ୍ଲୀ ବସନ୍ତବିହାରସ୍ଥିତ ଟାଗୋର ଇଣ୍ଟରନ୍ୟାଶନାଲ ସ୍କୁଲରେ ପଢ଼ିଥିଲେ। ଦିଲ୍ଲୀ ଟେକ୍ନୋଲୋଜିକାଲ ୟୁନିଭର୍ସିଟିରୁ ଇଲେକ୍‌ଟ୍ରୋନିକ୍ସ ଆଣ୍ଡ୍‌ କମ୍ୟୁନିକେଶନ ଇଞ୍ଜିନିୟରିଂରେ ସେ ବିଟେକ୍‌ କରିଥିଲେ। ୨୦୧୪ରେ ସେ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆର୍‌ଡିଓ)ରେ ଟ୍ରେନି ଭାବେ ଯୋଗ ଦେଇଥିଲେ। ସେ ମଧ୍ୟ ଭାରତ ସରକାରଙ୍କ ଇଲେକ୍‌ଟ୍ରୋନିକ୍ସ ଆଣ୍ଡ୍‌ ଇନ୍‌ଫର୍ମେଶନ ଟେକ୍ନୋଲୋଜିରେ ଇଣ୍ଟର୍ନ ଭାବେ କାର୍ଯ୍ୟ କରିଥିଲେ। ତେବେ ଅଭିଳାଷା ୨୦୧୮ରେ ଭାରତୀୟ ଆର୍ମିର ଚେନ୍ନାଇଠାରେ ଅଫିସର ଟ୍ରେନିଂ ଏକାଡେମୀରେ ଯୋଗଦେଇ ସେନାରେ କ୍ୟାରିୟର ଆରମ୍ଭ କରିଥିଲେ। କର୍‌ ଅଫ୍‌ ଆର୍ମି ଏୟାର ଡିଫେନ୍ସରେ ତାଙ୍କ କାର୍ଯ୍ୟ ବରିଷ୍ଠଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଆର୍ମି ଏୟାର ଡିଫେନ୍ସକୁ ପ୍ରେଜେଣ୍ଟେଶନ୍‌ ଅଫ୍‌ କଲର୍ସ ଦିଆଯିବା ବେଳେ ଅଭିଳାଷାଙ୍କୁ କଣ୍ଟିନ୍‌ଜେଣ୍ଟ କମାଣ୍ଡର ଭାବେ ଚୟନ କରାଯାଇଥିଲା। ପରେ ସେ ଆର୍ମି ଏୟାର ଡିଫେନ୍ସ ୟଙ୍ଗ ଅଫିସର୍ସ କୋର୍ସରେ ‘ଏ’ ଗ୍ରେଡ୍‌ ପାଇଥିଲେ। ସେହିପରି ଏୟାର ଟ୍ରାଫିକ୍‌ ମ୍ୟାନେଜ୍‌ମେଣ୍ଟ ଏବଂ ଏୟାର ଲ’ ପାଠ୍ୟକ୍ରମରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇ ପଦୋନ୍ନତି ପାଇଁ ନିଜକୁ ପ୍ରସ୍ତୁତ କରିଦେଇଥିଲେ। ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ ତାଙ୍କ ପାଇଁ ଆସିଥିଲା ଯେତେବେଳେ ସେ ଅଫିସର୍ସ ଟ୍ରେନିଂ ଏକାଡେମୀରୁ ଉତ୍ତୀର୍ଣ୍ଣ ହେବା ପରେ ଆର୍ମି ଏଭିଏସନ୍‌ କର୍‌ ପାଇଁ ଇଚ୍ଛା ବ୍ୟକ୍ତ କରିଥିଲେ। ଫର୍ମ ପୂରଣ ବେଳେ ତାଙ୍କ ବିଶ୍ୱାସ ଥିଲା ସେ ନିଶ୍ଚୟ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ପାରିବେ। ତାହା ହିଁ ହେଲା। ସେ ଇଣ୍ଡିଆନ୍‌ ଆର୍ମିର ପ୍ରଥମ ମହିଳା ଲଢ଼ୁଆ ପାଇଲଟ ଭାବେ ମେ’ ୨୬ରେ ଘୋଷିତ ହେଲେ। ଇତିହାସରେ ଏପରି ନିଜ ନାମକୁ ଲେଖିବା ପରେ ସେ ଆତ୍ମହରା ହୋଇଥିଲେ। ସେ ଏକ ସାକ୍ଷାତ୍‌କାରରେ କହିଛନ୍ତି, ତାଙ୍କ ହୃଦୟ କହୁଥିଲା ନିଶ୍ଚିତ ଇଣ୍ଡିଆନ୍‌ ଆର୍ମିରେ ମହିଳା ଲଢ଼ୁଆ ପାଇଲଟ ଭାବେ ଯୋଗ ଦେବା ଡେରି ହେବ ନାହଁ। ତେବେ ସେ ସେହି ସ୍ଥାନରେ ପ୍ରଥମେ ରହିବା ତାଙ୍କ ପରିବାର ମଧ୍ୟରେ ସେନା ଅଫିସର ହେବାର ଯେଉଁ ଧାରା ଗଡ଼ି ଆସିଥିଲା, ତାହାକୁ ଆଗକୁ ନେବାରେ ସକ୍ଷମ ହୋଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି। ନାସିକ୍‌ରେ ତାଙ୍କୁ ମିଶାଇ ୧୫ ଜଣ ପ୍ରଶିକ୍ଷଣ ନେଉଥିଲେ। ସେମାନଙ୍କ ମଧ୍ୟରୁ ଅଭିଳାଷା ନିଜକୁ ଆଗୁଆ ବୋଲି ପ୍ରମାଣିତ କରିଥିବାରୁ ତାଙ୍କୁ ସବୁଆଡ଼ୁ ଶୁଭେଚ୍ଛା ଛୁଟିବାରେ ଲାଗିଛି। ବାସ୍ତବରେ ଜଣେ ନିଜ କ୍ଷେତ୍ରରେ ଉତ୍କର୍ଷ ଲଭିବାକୁ ଚାହିଁଲେ ଆଶାର ଆକାଶରେ ଉଡ଼ିବା ସମ୍ଭବ ହୋଇଥାଏ। ଏଣୁ ଅଭିଳାଷା ଯୁବପିଢ଼ିଙ୍କ ପାଇଁ ପ୍ରେରଣା ପାଲଟିବା ସ୍ବାଭାବିକ।


Enter your email to get our daily news in your inbox.

All Right Reserved By Dharitri.Com

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?