କମୁଛି ବନ୍ୟାପାଣି, ବଢୁଛି ଦୁର୍ଦ୍ଦଶା

ଯାଜପୁର ଅଫିସ/ଝୁମ୍ପୁରୀ (ଡି.ଏନ.ଏ.),୧୯ା୮: ବୈତରଣୀ ନଦୀର ଜଳ ପତ୍ତନ ହ୍ରାସ ହେବା ପରେ ଯାଜପୁର ଜିଲା ଦଶରଥପୁର ବ୍ଲକରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇଛି। ଏହାସହ ଜଳସମ୍ପଦ ବିଭାଗ ପକ୍ଷରୁ କାଣୀ ନଦୀର ବ୍ରହ୍ମଚାରୀପାଟଣା ଗ୍ରାମଠାରେ ସୃଷ୍ଟି ହୋଇଥିବା ଘାଇର ମରାମତି କାମ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଛି।
ବନ୍ୟା ଯୋଗୁ ବାସହରା ହୋଇ ରିଲିଫ କେନ୍ଦ୍ର, ପଡୋଶୀ, ବନ୍ଧୁବାନ୍ଧବଙ୍କ ଘରେ ଆଶ୍ରୟ ନେଇଥିବା ବନ୍ୟା ବିପନ୍ନମାନେ ମୁଣ୍ଡ ଗୁଞ୍ଜିବାକୁ ରାହା ଖୋଜୁଛନ୍ତି। କେତେଜଣ ରାସ୍ତା ଏବଂ ବନ୍ଧ ଉପରେ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି। ବନ୍ୟାରେ ହଜି ଯାଇଥିବା ସାମଗ୍ରୀକୁ ଖୋଜୁଛନ୍ତି। ମାଟିଘରକୁ ସଜାଡିବାକୁ ଚେଷ୍ଟା କରୁଥିବା ଲୋକଙ୍କ ଦୁର୍ଦ୍ଦଶା ବଢି ଯାଇଛି। ଯେଉଁଘର ବନ୍ୟା ପାଣିରେ ଭିଜି ଠିଆ ହୋଇଛି ସେହିସବୁ ମଧ୍ୟ ବିପଦାପନ୍ନ ହୋଇଛି। କେତେବେଳେ ପଡିଯିବ ତାର ଠିକଣା ନାହିଁ। ଆଗାମୀ ଦିନରେ କେମିତି ରହିବା, ପିଲାଛୁଆଙ୍କୁ ଓ ବନ୍ୟା ପୂର୍ବରୁ ଉଦ୍ଧାର କରିଥିବା ଘର ସାମଗ୍ରୀକୁ କେଉଁଠି ରଖିବା ଆଦି ଚିନ୍ତାରେ ସେମାନେ ବ୍ୟସ୍ତ। ନିଜ କଷ୍ଟ ଉପାର୍ଜିତ ଖାଦ୍ୟ ସାମଗ୍ରୀ ସହ ଘରକରଣା ସାମଗ୍ରୀ ବନ୍ୟା ଜଳରେ ନଷ୍ଟ ହୋଇଯାଇଛି। ସ୍ବଳ୍ପବୃଷ୍ଟିପାତରେ ଯାହା କିଛି ଚାଷ କାମ ଆଗେଇ ଥିଲା ତାହା ବନ୍ୟାପାଣିରେ ଜଳମଗ୍ନ ହୋଇଛି। ଏଥିରେ ବନ୍ୟା ବିପନ୍ନମାନେ ଭାଙ୍ଗି ପଡିଛନ୍ତି। ଏହାସହ କସପା ପଞ୍ଚାୟତର କେତେକ ଗ୍ରାମକୁ ଯୋଗାଯୋଗ ସମ୍ଭବପର ହୋଇଛି। ପ୍ରଶାସନ ତରଫରୁ କସପା ପଞ୍ଚାୟତର ସମସ୍ତ ଗ୍ରାମକୁ ରିଲିଫ୍‌ ସାମଗ୍ରୀ ପଠାଯାଇଥିବାର କୁହାଯାଉଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ ସୁଷମ ବଣ୍ଟନ ହୋଇ ନ ଥିବାର ଅଭିଯୋଗ ହେଉଛି।
ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଧନେଶ୍ୱର ସାମଲ, ଏସ୍‌ସି ଶରତଚନ୍ଦ୍ର ଘଡାଇ, ଏସ୍‌ଡିଓ ଅନ୍ତର୍ଯ୍ୟାମୀ ମହାନ୍ତି, କନିଷ୍ଠ ଯନ୍ତ୍ରୀ ଅରୁଣ କୁମାର ଷଡ଼ଙ୍ଗୀ ପ୍ରମୁଖ ଘାଇ ହୋଇଥିବା ସ୍ଥାନରେ ଉପସ୍ଥିତ ରହି ଘାଇ ମରାମତିର ତଦାରଖ କରିଛନ୍ତି। ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଗୁରୁବାର କସପା, ଦୁଦୁରାଅଣ୍ଟା, ମଲ୍ଲିକାପୁର ଆଦି ପଞ୍ଚାୟତକୁ ପରିଦର୍ଶନ କରିବା ସହିତ ବୈତରଣୀ ଓ କାଣୀ ନଦୀର ବନ୍ଧର ସ୍ଥିତି ଅନୁଧ୍ୟାନ କରିଥିଲେ। ଅପରପକ୍ଷରେ ବୈତରଣୀ ନଦୀର ମୂକୂଳା ମୁହାଣଦେଇ ବନ୍ୟାଜଳ କୟାଁ ପଞ୍ଚାୟତର ଧରମପୁର ଓ ଗହିରାପାଳ ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିବାର ଦେଖାଯାଇଛି। ବନ୍ୟାଜଳ ଗ୍ରାମର ବିଭିନ୍ନ ସାହୀକୁ ସଂଯୋଗ କରୁଥିବା ମୂଖ୍ୟ ରାସ୍ତାଗୁଡିକ ଭରିରହିଛି । ଧରମପୁର ଓ ଗହିରାପାଳ ଗ୍ରାମର ଗୃହପାଳିତ ପଶୁଙ୍କୁ ପେଟା ନଦୀ ପୋଲ ଓ ମୁଖ୍ୟ ରାସ୍ତାର ଶୁଖିଲା ସ୍ଥାନରେ ବନ୍ଧା ଯାଇଛି। ପ୍ରଶାସନ ତରଫରୁ ବ୍ଲକର ୧୧ ପଞ୍ଚାୟତର ୩୩ ଗ୍ରାମର ୧୩୬୬୫ ଗ୍ରାମ ପ୍ରଭବିତ ହୋଇଥିବା କୁହାଯାଉଥିବାବେଳେ ବାସ୍ତବତା କିନ୍ତୁ ତା’ଠାରୁ ଢେର ବେଶି ହେବ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି । ଏଥିସହ ୩୫୭୧ ହେକ୍ଟର କ୍ଷତିଗ୍ରସ୍ତ ହୋଇଯାଇଛି। ଏଥିରେ ଧାନ, ଡାଲିଜାତୀୟ ଫସଲ ଓ ପନିପରିବା ସମ୍ପୂର୍ଣ୍ଣରୂପେ ନଷ୍ଟ ହୋଇଯାଇଛି। ନିତ୍ୟସାମଗ୍ରୀ ବନ୍ୟାଜଳରେ ନଷ୍ଟ ହୋଇଯାଇଥିବାବେଳେ ଅତ୍ୟାବଶ୍ୟକ କପଡା ଖଣ୍ଡେ ପାଇବାକୁ ବିପନ୍ନମାନେ ଅନୁରୋଧ କରୁଥିଲେ ସୁଦ୍ଧା ପ୍ରଶାସନର ଚିନ୍ତା ନାହିଁ। ବନ୍ୟାଜଳ ହ୍ରାସ ପାଇଥିଲେ ସୁଦ୍ଧା ଜିଲାର ସମସ୍ତ ଅଞ୍ଚଳକୁ ମେଡିକାଲ ଟିମ୍‌ ପହଞ୍ଚି ପାରିନାହିଁ। ଫଳରେ ବନ୍ୟାଞ୍ଚଳରେ ଦୂଷିତପାଣି ପିଇ ବନ୍ୟା ବିପନ୍ନମାନେ ନାନା ସଂକ୍ରମିତ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷେ ବନ୍ୟା ଦୁର୍ଗତଙ୍କ ଦୁଃଖ ଅପସରି ନ ଥିବାବେଳେ ଆଉ ଏକ ଲଘୁଚାପ ବର୍ଷା ଲୋକଙ୍କ ନିଦ ହଜେଇ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କୁ ଶ୍ୱାସ, ଇନ୍‌ଫ୍ଲୁଏଞ୍ଜା ରୋଗୀଙ୍କ ତଥ୍ୟ ଦେବେ ସବୁ ହସ୍ପିଟାଲ – ତଥ୍ୟ ନ ଦେଲେ ବ୍ୟାଜ୍ୟାପ୍ତ ହେବ ଲାଇସେନ୍ସ

ଭୁବନେଶ୍ୱର, ୪ା୩ (ବ୍ୟୁରୋ): ରାଜ୍ୟର ସବୁ ସରକାରୀ ଓ ବେସରକାରୀ ହସ୍ପିଟାଲଗୁଡ଼ିକ ସେମାନଙ୍କ ପାଖକୁ ଆସିଥିବା ଶ୍ୱାସ, ଇନ୍‌ଫ୍ଲୁଏଞ୍ଜା ରୋଗୀଙ୍କ ସମ୍ପର୍କରେ ତଥ୍ୟ ଦେବେ। ଯଦି...

ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ

ଭଞ୍ଜନଗର,୨୯।୯(ଡି.ଏନ୍‌.ଏ): ଭଞ୍ଜନଗର ବ୍ଲକ ଭାଲିଆଖାଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅବ୍ୟବସ୍ଥା ଲାଗି ରହିଛି। ମଧ୍ୟାହ୍ନ ଭୋଜନ ଓ ଅନ୍ୟାନ୍ୟ ସୁବିଧା ଠିକ୍‌ ଭାବେ ମିଳିପାରୁ ନାହିଁ।...

ବିରୂପା ସେତୁ ନିର୍ମାଣରେ ଅନିୟମିତତା

ଚଣ୍ଡିଖୋଲ,୨୯ା୧୧(ଡି.ଏନ୍‌.ଏ.): ଯାଜପୁର ଜିଲା ବରୁହାଁ-ବାଲିଚନ୍ଦ୍ରପୁର ପୂର୍ତ୍ତ ବିଭାଗ ରାସ୍ତାର ବିରୂପା ନଦୀର ରୁକୁଟିପାଟ ଓ ମାଣ୍ଡୁକା ମଝିରେ ସେତୁ ନିର୍ମାଣ କାମ ଚାଲିଛି। ତେବେ ଏହି...

ଥାନାରେ ହାଜର ହେଲେ ଓଏଏସ୍‌ ଅଫିସର

ବାଲିଚନ୍ଦ୍ରପୁର,୧୦।୧୧(ସ୍ବ.ପ୍ର.): ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅଞ୍ଚଳର ଜଣେ ଆଦିବାସୀ ନାବାଳିକାଙ୍କୁ ବଳାତ୍କାର ଘଟଣାରେ ଓଏଏସ୍‌ ଅଫିସର ପ୍ରମୋଦ ପୃଷ୍ଟି ରବିବାର ବିଳମ୍ବିତ ରାତିରେ ଥାନାରେ...

ଛତୁଆଗାଡ଼ି ଅଟକ ରଖିଲେ ଅଙ୍ଗନୱାଡି କର୍ମୀ

ବଲସକୁମ୍ପା, ୧୦ା୧୨: ଖଜୁରୀପଡ଼ା ବ୍ଲକର ସମସ୍ତ ଅଙ୍ଗନୱାଡି କର୍ମୀ ଶୁକ୍ରବାର ସକାଳୁ ଦୁତିମେଣ୍ଡି ଗ୍ରାମପଞ୍ଚାୟତ ସମ୍ବେପଦରଠାରେ ଥିବା ଛତୁଆ ପ୍ରସ୍ତୁତ କମ୍ପାନୀରୁ ଗୋଟିଏ ପିକ୍‌ଅପ ଗାଡ଼ିରେ...

ଜାମିନ ପାଇଁ ହାଇକୋର୍ଟ ଗଲେ ଡାକ୍ତର

କଟକ ଅଫିସ,୪। ୮: ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନାରେ ଜଣେ ଆଦିବାସୀ ନାବାଳିକାଙ୍କୁ ବଳାତ୍କାର ଓ ପରେ ଗର୍ଭପାତ କରାଇବା ଘଟଣାରେ ପୂର୍ବତନ ଆଇଆଇସି ଆନନ୍ଦ...

କେସିଙ୍ଗାରେ କେନ୍ଦ୍ରମନ୍ତ୍ରୀ

କେସିଙ୍ଗା,୧୨ା୬(ଡି.ଏନ୍‌.ଏ.): କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଅର୍ଜ୍ଜୁନ ମୁଣ୍ଡା ରବିବାର କେସିଙ୍ଗା ପରିଦର୍ଶନରେ ଆସିଛନ୍ତି। ମନ୍ତ୍ରୀ ଉତ୍‌କେଲା ଏରୋଡ୍ରମ ଫିଲ୍ଡ ପଡ଼ିଆରେ ଓହ୍ଲାଇ ଏକ କାର୍‌ରେ...

ଘାଟିରେ ଓଲଟିଲା ବିଜୁ ଗାଁ ବସ୍‌: ୧୨ ଯାତ୍ରୀ ଆହତ

କେନ୍ଦୁଝର, ୧୬ା୯ (ସ୍ବ.ପ୍ର.): କେନ୍ଦୁଝର ଜିଲା କାଞ୍ଜିପାଣି ଘାଟିରେ ସୋମବାର ଏକ ବିଜୁ ଗାଁ ବସ୍‌ ଓଲଟି ପଡ଼ିବାରୁ ୧୨ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ...

Advertisement
Archives

Model This Week