କେନ୍ଦ୍ରାପଡ଼ାରେ ବନ୍ୟା ସ୍ଥିତି ଗମ୍ଭୀର

କେନ୍ଦ୍ରାପଡ଼ା ଅଫିସ, ୧୮ା୮: କେନ୍ଦ୍ରାପଡ଼ା ଜିଲାରେ ବନ୍ୟା ଜଳସ୍ତର ବଢୁଥିବାରୁ ସ୍ଥିତି ଗମ୍ଭୀର ରହିଛି। ବିଭିନ୍ନ ସ୍ଥାନରେ ନଦୀ ଜଳସ୍ତର ବିପଦ ସଙ୍କେତଠାରୁ ଯଥେଷ୍ଟ ଉପରେ ରହିଛି। ଯଦିଓ ହାଇ ଫ୍ଲଡ ଲେବୁଲକୁ ଏହି ଜଳସ୍ତର ଛୁଇଁନାହିଁ, ତେବେ ପାଣି ପରିମାଣ ବଢ଼ୁଥିବାରୁ ସ୍ଥିତି ଗମ୍ଭୀର ହୋଇଛି। ଲୁଣା, କରାଣ୍ଡିଆ ଦ୍ୱୀପାଞ୍ଚଳର ସମସ୍ତ ୧୩ ଗ୍ରାମ ଅଦ୍ୟାବଧି ପାଣି ଘେରରେ ରହିଛନ୍ତି। ସେହିପରି ଲୁଣା, କରାଣ୍ଡିଆ, ପାଇକା, ଚିତ୍ରୋପତ୍ଳାର ବିଭିନ୍ନ ନଦୀ ବନ୍ଧରେ ଏବେ ସୁଦ୍ଧା ୧୭ଟି ସ୍ଥାନରେ ଘଳିଆ ପଡିଛି। ଜଳସେଚନ ବିଭାଗ, ଜିଲା ଓ ବ୍ଲକ ପ୍ରଶାସନିକ ଅଧିକାରୀଙ୍କ ପ୍ରତ୍ୟକ୍ଷ ନିରୀକ୍ଷଣରେ ଏହାର ମରାମତି କରାଯାଉଛି।

ଅଦ୍ୟାବଧି ଜିଲାର ୩୪ ପଞ୍ଚାୟତର ୮୬ ଗ୍ରାମରେ ବନ୍ୟାଜଳ ପ୍ରବାହିତ ହେଉଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଜିଲାର ୧୦୫ ଗ୍ରାମରେ ବନ୍ୟା ଆଶଙ୍କା କରାଯାଉଛି। ଲଗାଣ ବର୍ଷା ସହ ମହାନଦୀର ବନ୍ୟା ଜଳ ସୋମବାର ଏହି ଜିଲାର ୬ ନଦୀରେ ପ୍ରବାହିତ ହୋଇଥିଲା। ମଙ୍ଗଳବାର ଏହାର ଜଳସ୍ତର ବୃଦ୍ଧି ପାଇଥିବା ବେଳେ ବୁଧବାର ସକାଳ ସୁଦ୍ଧା ବିଭିନ୍ନ ସ୍ଥାନରେ ବିପଦସଙ୍କେତ ଉପରେ ଜଳ ପ୍ରବାହିତ ହୋଇଛି। ଲୁଣା ନଦୀର ଦାନପୁର ଠାରେ ୩୨.୫୫ ଫୁଟ ବିପଦ ସଙ୍କେତ ଥିବାବେଳେ ଅପରାହ୍ନ ୨ଟା ସୁଦ୍ଧା ୩୭.୮୦ ଫୁଟରେ ପହଞ୍ଚତ୍ଛି। ଏଠାରେ ୨୦୧୧ ମସିହାରେ ସର୍ବୋଚ୍ଚ ୩୮.୮୦ ଫୁଟ ଉଚ୍ଚରେ ଜଳ ପ୍ରବାହିତ ହୋଇଥିଲା। ସେହିପରି ଏହି ନଦୀର ମାର୍ଶାଘାଇରେ ୨୨ ଫୁଟ ବିପଦ ସଙ୍କେତ ଥିବା ବେଳେ ୨୫.୪୦ ଫୁଟ, ଡେରାବିଶ ବ୍ଲକର ବସୁପୁରରେ ୨୬.୮୫ ଫୁଟ ଥିବାବେଳେ ୩୪.୮୦ ଫୁଟ, ପୂବାଂଶରେ ୩୫ ଫୁଟ ବିପଦ ସଙ୍କେତ ଥିବା ବେଳେ ୪୦.୨୦ ଫୁଟରେ ଜଳ ପ୍ରବାହିତ ହେଉଛି। ଚିତ୍ରୋପତ୍ଳା ନଦୀ ପାଟକୁରାଠାରେ ଜଳସ୍ତର ବିପଦ ସଙ୍କେତଠାରୁ ପ୍ରାୟ ୮ ଫୁଟ ଉଚ୍ଚରେ ପ୍ରବାହିତ ହେଉଛି। ଏଠାରେ ବିପଦ ସଙ୍କେତ ୨୧.୫୦ ଫୁଟ ଥିବା ବେଳେ ଅପରାହ୍ନ ୨ଟା ସୁଦ୍ଧା ୨୮.୦୫ ଫୁଟ ହୋଇଥିଲା। ଏହି ସ୍ଥାନରେ ସର୍ବାଧିକ ୨୮.୫୦ ଫୁଟ ଜଳସ୍ତର ରହିଥିବା ରେକର୍ଡ ଅଛି।

ଅପରପକ୍ଷରେ ବ୍ରାହ୍ମଣୀ ନଦୀର ଜଳସ୍ତର ଅଦ୍ୟାବଧି ବିପଦ ସଙ୍କେତ ଟପିନାହିଁ। ତେବେ କେନ୍ଦ୍ରାପଡ଼ାର ଇନ୍ଦୁପୁରଠାରେ ବିପଦ ସଙ୍କେତ ୮.୨୩ ମିଟର ଥିବା ବେଳେ ଏଠାରେ ୭.୮ ମିଟର ରହିଛି। ସେହିପରି ଅଳଭାଠାରେ ୪.୮୮ ମିଟର ଥିବା ବେଳେ ଏବେ ୪.୮ ମିଟରରେ ବନ୍ୟାଜଳ ପ୍ରବାହିତ ହେଉଛି। ଜିଲା ଜରୁରିକାଳୀନ ବିଭାଗ ତଥ୍ୟ ଅନୁଯାୟୀ, ବୁଧବାର ସକାଳ ୮ଟା ସୁଦ୍ଧା ମାର୍ଶାଘାଇ, ଗରଦପୁର, ଡେରାବିଶ, ରାଜକନିକା, ପଟ୍ଟାମୁଣ୍ଡାଇ ଓ ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବିଭିନ୍ନ ନଦୀର ବନ୍ୟା ଜଳ ପ୍ରବାହିତ ହେଉଛି। ମୋଟ ୮୬ ପଞ୍ଚାୟତର ୮୯,୯୮୩ ଅଧିବାସୀ ଏଥିରେ ପ୍ରଭାବିତ ହୋଇଛନ୍ତି। ୮୨ଟି ଗ୍ରାମକୁ ବନ୍ୟା ଜଳ ଛୁଇଁଛି। ୫୩୬୯ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ୨୯ଟି ସ୍ଥାନରେ ରନ୍ଧା ଖାଦ୍ୟ ପ୍ରଦାନ ସହ ଅନ୍ୟ ଗ୍ରାମରେ ଶୁଖିଲା ଖାଦ୍ୟ ଓ ପାନୀୟ ଜଳ ବିତରଣ କରାଯାଇଛି। ସେହିପରି ମୋଟ ୧୩,୭୫୯ଟି ଗୃହପାଳିତ ପଶୁ ବନ୍ୟା ଜଳ ଘେରରେ ଅଛନ୍ତି। ୨୧ଟି କଚ୍ଚା ଘର ଭାଙ୍ଗିଛି। ବନ୍ୟାସ୍ଥିତିର ନିରୀକ୍ଷଣ କରୁଥିବା ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ବନ୍ୟା ସ୍ଥିତି ଗମ୍ଭୀର ଅଛି। ଏହାକୁ ପ୍ରଶାସନିକ ସ୍ତରରେ ମୁକାବିଲା କରାଯାଉଛି। ଏହି ବନ୍ୟାରେ ଜଣେ ହେଲେ ମୃତ୍ୟୁ ମୁଖରେ ନ ପଡିବା ପାଇଁ ସ୍ଥାନାନ୍ତରକୁ ଗୁରୁତ୍ୱ ଦିଆଯାଇଛି। ମଙ୍ଗଳବାରଠାରୁ ସ୍ଥାନାନ୍ତର କାର୍ଯ୍ୟ ଚାଲିଛି। ଏଥିପାଇଁ ବୋଟ, ଡଙ୍ଗା ଆଦି ଉପଯୋଗ କରାଯାଉଥିବା ବେଳେ ଓଡ୍ରାଫ, ଏନ୍‌ଡିଆର୍‌ଏଫ୍‌, ଅଗ୍ନିଶମ ବାହିନୀ, ପୋଲିସ ଓ ସମସ୍ତ ପ୍ରଶାସନିକ ଅଧିକାରୀ ନିୟୋଜିତ ହୋଇଛନ୍ତି। ମୋଟ ୧୦୫ଟିରେ ବନ୍ୟା ଜଳ ପ୍ରବେଶ କରିବ ବୋଲି ଆକଳନ କରାଯାଇଛି। ବିଭିନ୍ନ ସ୍ଥାନରେ ନଦୀବନ୍ଧରେ ଘଳିଆ ପଡିଥିବା ସ୍ଥାନରେ ମରାମତି କରାଯାଉଛି। ପାନୀୟ ଜଳ, ସ୍ବାସ୍ଥ୍ୟ ସେବା ଆଦି ପାଇଁ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି। ଆସନ୍ତା ୬ ଘଣ୍ଟା ମଧ୍ୟରେ ବନ୍ୟା ଜଳସ୍ତର ହ୍ରାସ ପାଇବା ସମ୍ଭାବନା ଥିବାରୁ ଜିଲାବାସୀ ବନ୍ୟା କ୍ଷତି ଭୟରୁ ଦୂରେଇ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଟି ଅତଡା ଖସି ଚାଲିଗଲା ୨ ଜୀବନ

କୋରାପୁଟ,୧୮।୮(ସ୍ବ.ପ୍ର.): କୋରାପୁଟ ଜିଲା ବୈପାରୀଗୁଡା ଗୁପ୍ତେଶ୍ୱର ମାଳିପଦର ଜଙ୍ଗଲରେ ଗୁରୁବାର ଏକ ଅଘଟଣ ଘଟିଛି। ମାଟି ଅତଡା ଖସି ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ...

ବିଧାୟକ ପ୍ରତିନିଧିଙ୍କ ଭାଇଙ୍କୁ ଅପହରଣ: ବ୍ୟବହୃତ ଗାଡି ଜବତ

ବାସୁଦେବପୁର,୧୬।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବିଧାୟକଙ୍କ ପ୍ରତିନିଧି ଅସିତ କୁମାର ଦାଶଙ୍କ ବଡ଼ ଭାଇ ଅଶୋକ କୁମାରଙ୍କୁ ଶନିବାର ରାତିରେ ଅପହରଣ କରାଯାଇଥିବା ବାସୁଦେବପୁର ଥାନାରେ...

ବର୍ଜ୍ୟବସ୍ତୁରୁ ବଗିଚା

କାମାକ୍ଷାନଗର, ୧୭।୧(ଡି.ଏନ୍‌.ଏ.) ଅଗଣାରେ ହସୁଛି ରଙ୍ଗବେରଙ୍ଗ ଫୁଲ। କେଉଁଠି ସେବତୀ, ଗେଣ୍ଡୁ, ସଦାବିହାରୀ ତ ଆଉ କେଉଁଠି ଡାଲିଆ, ବରବିନା, ଦାଇଁଥସ୍‌, ପେଟୁନିଆ, ଇମ୍ପ୍ରେସନ, ଜେର୍‌ବେରା,...

ଆଧ୍ୟାତ୍ମିକ ସହର ଅସୁରକ୍ଷିତ

ପୁରୀ ଅଫିସ,୨୫।୫: ଦିନକୁ ଦିନ ଆଧ୍ୟାତ୍ମିକ ସହର ପୁରୀ ଅଶାନ୍ତ ଏବଂ ଅସୁରକ୍ଷିତ ହୋଇପଡ଼ୁଛି। ପ୍ରାୟ ପ୍ରତିଦିନ ଦାଦାବଟି, ଲୁଟ, ବ୍ରାଉନସୁଗାର ଓ ଗଞ୍ଜେଇ କାରବାର...

ରଥାରୂଢ ହେଲେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ ଅଫିସ,୯।୭: ଜନ୍ମବେଦୀରେ ସରିଲା ମହାପ୍ରଭୁଙ୍କ ଲୀଳାଖେଳା। ଆଜି ଭଉଣୀଙ୍କୁ ଧରି ଶ୍ରୀମନ୍ଦିରକୁ ଫେରିବେ ମହାପ୍ରଭୁ। ଭୋର୪ଟାରୁ ଠାକୁରଙ୍କ ନୀତିକାନ୍ତି ପରେ ଆରମ୍ଭ ହୋଇଥିଲା ପହଣ୍ଡି...

ସର୍ବାଧିକ ଆକ୍ଟିଭ୍‌ କେସ୍‌ ମାମଲା: ଖୋର୍ଦ୍ଧାକୁ ଟପି ଶୀର୍ଷରେ ପହଞ୍ଚିଲା ଯାଜପୁର

ଭୁବନେଶ୍ୱର,୩୦।୪(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ଯାଜପୁରରୁ ଆଉ ୧୪ଜଣ ପଜିଟିଭ୍‌ ଚିହ୍ନଟ ହେବା ପରେ ଏବେ ଏହି ସଂଖ୍ୟା...

୩୬୦ ଲିଟର ମଦ ଜବତ, ୪ ଗିରଫ

ଢେଙ୍କାନାଳ ଅଫିସ, ୨୩।୪: ଢେଙ୍କାନାଳ ଜିଲା ଅବକାରୀ ମୋବାଇଲ ସ୍କ୍ବାଡ୍‌ ପକ୍ଷରୁ ବୁଧବାର ଭୋର ସମୟରେ ସଦର ଥାନା ବେଲଟିକିରି, କାଙ୍କଡ଼ପାଳ ଏବଂ ସିମିଳିଆ ଅଞ୍ଚଳରେ ଚଢ଼ାଉ...

ଗଜପତି ମୋ’ ପାଇଁ ସ୍ବତନ୍ତ୍ର: ନବୀନ

ଭୁବନେଶ୍ୱର (ବ୍ୟୁରୋ)/ପାରଳାଖେମୁଣ୍ଡି (ଡି.ଏନ୍‌.ଏ.)୫। ୧୦:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଗଜପତି ଜିଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ...

Advertisement
Archives

Model This Week