Odisha Elections 2024

୪୮ବର୍ଷର ସ୍ମୃତି ବଖାଣୁଛି ବନ୍ୟା ଆଶ୍ରୟସ୍ଥଳୀ

ବାରିପଦା,୨୨ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବୁଢ଼ାବଳଙ୍ଗ ନଦୀର ବନ୍ୟା ଦାଉରୁ ରକ୍ଷା ପାଇବା ପାଇଁ ମାଟିରେ ନିର୍ମାଣ ହୋଇଛି ବନ୍ୟା ଆଶ୍ରୟସ୍ଥଳୀ। ମଣିଷଠାରୁ ଆରମ୍ଭ କରି ଗୃହପାଳିତ ପଶୁପକ୍ଷୀ ଏଠାରେ ଆଶ୍ରୟ ନେଇଥାନ୍ତି। କାଳକ୍ରମେ ଏହି ଆଶ୍ରୟସ୍ଥଳୀ ଏବେ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି । ୪୮ବର୍ଷ ଧରି ଆଶ୍ରୟସ୍ଥଳୀର ସ୍ମୃତି ବଖାଣୁଛନ୍ତି ଅଞ୍ଚଳବାସୀ। ହେଲେ ଆଶ୍ରୟସ୍ଥଳୀ ନିର୍ମାଣର ପ୍ରକୃତ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସାଧିତ ହୋଇପାରୁନାହିଁ ।
ମୟୂରଭଞ୍ଜ ଜିଲା ବଡ଼ସାହି ନିର୍ବାଚନ ମଣ୍ଡଳୀ ଅଧୀନ ବଡ଼ସାହି ବ୍ଲକ ଶିଆଳିଘାଟି ପଞ୍ଚାୟତ ବାଘୁଆପାଳ ଗ୍ରାମରେ ରହିଛି ଏହି ବନ୍ୟା ଆଶ୍ରୟସ୍ଥଳୀ। ବୁଢ଼ାବଳଙ୍ଗର ଉଦ୍‌ବୃତ୍ତ ଜଳ ଗ୍ରାମରେ ପଶି ବ୍ୟାପକ କ୍ଷୟକ୍ଷତି ଘଟାଇଥାଏ। ୧୯୭୩ରେ ହୋଇ ଥିବା ବନ୍ୟାରେ ଅନେକ ଧନଜୀବନ ହାନି ହୋଇଥିଲା। ବାଘୁଆପାଳ ଗ୍ରାମଟି ସମ୍ପୂର୍ଣ୍ଣ ବାଲିଚର ହୋଇପଡ଼ିଥିଲା। ଗ୍ରାମରେ ମାତ୍ର ହାତଗଣତି ୩/୪ଟି ପକ୍କାଘର ଥିବାରୁ ଗାଁ ଲୋକେ ଉକ୍ତ ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଥିଲେ। ଖବର ପ୍ରଚାରିତ ହେବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଲୀରୁ ଏକ ସ୍ବତନ୍ତ୍ର ଟିମ୍‌ ପରିଦର୍ଶନରେ ଆସିଥିଲେ। ଅଞ୍ଚଳବାସୀଙ୍କୁ ବନ୍ୟା ଦାଉରୁ ସୁରକ୍ଷା ଦେବା ପାଇଁ ୧୦ଫୁଟ ଉଚ୍ଚ ଓ ୮୦ ଫୁଟ ଲମ୍ବ ଏବଂ ଓସାର ବିଶିଷ୍ଟ ବର୍ଗକ୍ଷେତ୍ର ସଦୃଶ ଏକ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିବାକୁ ଯୋଜନା ପ୍ରସ୍ତୁତ କଲେ। ଚାରିପଟେ ପଥର ପ୍ୟାକିଂ ଦେଇ ମାଟିରେ ଏକ ଆଶ୍ରୟସ୍ଥଳୀ ନିର୍ମାଣ କରିବା ପାଇଁ ସ୍ଥିର ହେଲା। ୨ ବର୍ଷ ପରେ ୧୯୭୫ରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ନଦୀରେ ଜଳ ବୃଦ୍ଧି ପାଇଲେ ବାଘୁଆପାଳ, ପତରାପଦା, ମାଙ୍କଡ଼ାପାଳ ଓ ଭଞ୍ଜବାଟୀ ଆଦି ଆଖପାଖ ଗ୍ରାମର ଲୋକ ଓ ଗୃହପାଳିତ ପ୍ରାଣୀ ଏଠାରେ ଆଶ୍ରୟ ନେଉଥିଲେ। ଗ୍ରାମର ୭୫ ବର୍ଷୀୟ ଦେବେନ୍ଦ୍ର ପାତ୍ର କୁହନ୍ତି, ବନ୍ୟା ସମୟରେ ବର୍ଷା ଓ ଘଡ଼ଘଡ଼ିରୁ ବର୍ତ୍ତିବା ପାଇଁ ଲୋକେ ପଲିଥିନ ତମ୍ବୁ ଟାଣି ରହୁଥିଲେ। ପ୍ରାକ୍ତନ ଶିକ୍ଷକ ରାଧାକୃଷ୍ଣ ପାତ୍ର କୁହନ୍ତି, ପୂର୍ବରୁ ବୁଢାବଳଙ୍ଗ ନଦୀ ଗର୍ଭରେ ତିନୋଟି ରାଜସ୍ବ ଗ୍ରାମ ମୁକ୍ତାପୁର, ନୀଳକଣ୍ଠପୁର ଓ କୁଆପାଳ ଗ୍ରାମ ଲୀନ ହୋଇଯାଇଛି। ଅନେକ ମୃତାହତ ହୋଇଥିବା ବେଳେ ଗାଁଗୁଡ଼ିକରେ ବାଲିର ପାହାଡ଼ ଛିଡ଼ା ହୋଇଛି। ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶିରିଶ ଚନ୍ଦ୍ର ଗିରି କୁହନ୍ତି, ଦ୍ବୀପ ସଦୃଶ ଗ୍ରାମରେ ଛାତ ଘର ବିଶିଷ୍ଟ ବନ୍ୟା ଆଶ୍ରୟସ୍ଥଳୀ ନ ଥିବାରୁ ଅନେକ ଲୋକ ଗାଁ ଛାଡ଼ି ଉଚ୍ଚ ସ୍ଥାନକୁ ପଳାଇ ଯାଇଛନ୍ତି। ଗାଁରେ ପକ୍କା ଘର ହୋଇଥିଲେ ମଧ୍ୟ ୨୦୧୩ ବନ୍ୟାରେ ସମସ୍ତଙ୍କ ଘରେ ପାଣି ପଶିଥିଲା। ଏକ ବୃହତ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିବାକୁ ଗ୍ରାମବାସୀ ବ୍ଲକ ଓ ଜିଲା ପ୍ରଶାସନ ନିକଟରେ ଗୁହାରି କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରିନାହିଁ। କିଛି ଦିନ ପୂର୍ବେ ମୟୂରଭଞ୍ଜ ଜିଲା ଗସ୍ତରେ ଆସିିଥିବା ୫-ଟି ସଚିବଙ୍କ ଜନଶୁଣାଣି କାର୍ଯ୍ୟକ୍ରମରେ ଗ୍ରାମବାସୀ ଅଭିଯୋଗ କରିଥିବା ନେଇ ପ୍ରକାଶ କରିଛନ୍ତି। ବାଘୁଆପାଳ ଗାଁକୁ ସୁରକ୍ଷା ଯୋଗାଇ ଦିଆ ନ ଗଲେ ଆଗାମୀ ଦିନରେ ମାନଚିତ୍ରରେ କେବଳ ଏହି ଗାଁର ନାମ ସ୍ଥାନିତ ହୋଇ ରହିବ ବୋଲି ଗ୍ରାମର ଆନନ୍ଦ ଶଙ୍କର ପାତ୍ର, ପ୍ରଫୁଲ୍ଲ ପାତ୍ର, କୁଳମଣି ଗିରି,ଦୀନେଶ ଜେନା ଓ ରାଧାକୃଷ୍ଣ ପାତ୍ର ପ୍ରମୁଖ କହିଛନ୍ତି। ଏ ସମ୍ପର୍କରେ ଜିଲା ଜରୁରୀକାଳୀନ ଅଧିକାରୀ ସୁଜୟ ପତି କୁହନ୍ତି, ଖୁବ୍‌ଶୀଘ୍ର ବଡ଼ସାହି ବିଡିଓ ଏବଂ ତହସିଲଦାର କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଟିଟିଲାଗଡ଼ରେ ଇଭିଏମ୍‌ ଅଚଳ, ମତଦାନ ବିଳମ୍ବ

ଟିଟିଲାଗଡ଼,୨୦ା୫: ବଲାଙ୍ଗୀର ଜିଲା ଟିଟିଲାଗଡ଼ର ୧୯୧ ନଂ ବୁଥ୍‌ରେ ଇଭିଏମ୍‌ ଅଚଳ ହେବାରୁ ମତଦାନରେ ବିଳମ୍ବ ହୋଇଛି। ୭ଟାରେ ବୁଥ୍‌ ଖୋଲିବା ପରେ ଭୋଟରମାନେ ଲମ୍ବା...

ପୁରୀରେ ରୋଡ୍‌ ଶୋ’ କଲେ ମୋଦି

ପୁରୀ,୨୦ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସୋମବାର ପୁରୀରେ ପହଞ୍ଚି ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ବଡ଼ଦାଣ୍ଡରୁ ରୋଡ୍‌...

Video: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦେଖନ୍ତୁ ଭିଡିଓ

ପୁରୀ,୨୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଶ୍ରୀମନ୍ଦିରରେ ପହଞ୍ଚିଛନ୍ତି। ଶ୍ରୀଜିଉଙ୍କ ଦର୍ଶନ ପରେ ପ୍ରଧାନମନ୍ତ୍ରୀ ପୁରୀରେ ରୋଡ୍‌ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ବାଇଶି...

ଗଛରେ ପିଟିହେଲା ନଡ଼ିଆ ବୋଝେଇ ଟ୍ରକ୍‌: ଡ୍ରାଇଭରଙ୍କ ଜୀବନ ଗଲା, ହେଲପର ଗୁରୁତର

ପଟାଙ୍ଗି,୨୦ା୫(ଶରତ ଧଳ): ଭାରସାମ୍ୟ ହରାଇ ଏକ ନଡ଼ିଆ ବୋଝେଇ ମିନି ଟ୍ରକ୍‌ ଗଛରେ ପିଟି ହେବାରୁ ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ତାଙ୍କ ବାମ ଗୋଡ଼...

ଦାରିଙ୍ଗବାଡ଼ିରେ ମତଦାନ ଆରମ୍ଭ: ଭୋଟ୍‌ ଦେଲେ ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ

ଦାରିଙ୍ଗବାଡ଼ି,୨୦ା୫(ଅରୁଣ ସାହୁ): ଗଣତନ୍ତ୍ରର ମହାନ ପର୍ବ ତଥା ସାଧାରଣ ନିର୍ବାଚନ ସକାଳ ୭ଟାରେ ଶାନ୍ତି ଶୃଙ୍ଖଳାର ସହ ଆରମ୍ଭ ହୋଇଯାଇଛି। ଏହି କ୍ରମରେ କନ୍ଧମାଳ ଜିଲା...

ଶ୍ରୀମନ୍ଦିରରେ ମୋଦି

ପୁରୀ,୨୦ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଶ୍ରୀମନ୍ଦିରରେ ପହଞ୍ଚିଛନ୍ତି।  ପ୍ରଧାନମନ୍ତ୍ରୀ ପ୍ରଥମେ ଗରୁଡ଼ ସ୍ତମ୍ଭ ନିକଟରେ ଦୀପ ଦାନ କରି ଭିତରକୁ ପ୍ରବେଶ କରିଛନ୍ତି। ଏହି...

ବିଜେଡି-ଭାଜପା କର୍ମୀ ଗଣ୍ଡଗୋଳ: ୪ ଗିରଫ

ରାଉରକେଲା, ୧୯ା୫(ସଙ୍ଗୀତା ଜେନା): ରଘୁନାଥପାଲି ଥାନା ଅନ୍ତର୍ଗତ ଗଙ୍ଗାଧରପାଲି ବସ୍ତି ଅଞ୍ଚଳରେ ହୋଇଥିବା ବିଜେଡି ଓ ଭାଜପା ଗଣ୍ଡଗୋଳ ମାମଲାରେ ରବିବାର ପୋଲିସ ୨ଟି ପୃଥକ...

ଶାଢ଼ି ବାଣ୍ଟି ଧରାପଡ଼ିଲେ ୨ଯୁବକ

ବରଗଡ଼,୧୯।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସୋମବାର ସାଧାରଣ ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ହେବ। ତେବେ ଭୋଟରଙ୍କୁ ନିଜ ସପକ୍ଷକୁ ଟାଣିବା ପାଇଁ ମତଦାନ ପୂର୍ବରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri