୧୮ କୋଟିରୁ ଅଧିକ ଟଙ୍କାରେ ବିକ୍ରି ହେବ ଏହି ୫ ଶବ୍ଦ ଥିବା ଟୁଇଟ୍‌

ଓ୍ବାଶିଂଟନ,୭।୩: ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟୁଇଟର ସିଇଓ ଜ୍ୟାକ୍‌ ଡୋର୍ସି ତାଙ୍କ ପ୍ରଥମ ଟୁଇଟ୍‌ ନିଲାମ କରିବେ। ୨୧ ମାର୍ଚ୍ଚ ୨୦୦୬ରେ କରାଯାଇଥିବା ଏହି ଟୁଇଟ୍‌ରେ ସେ ଲେଖିଥିଲେ ଯେ, ସେ ତାଙ୍କ ଟୁଇଟର ଆକାଉଣ୍ଟକୁ ପ୍ରସ୍ତୁତ କରୁଛନ୍ତି। (just setting up my twttr). ଯାହାକି ସୋସିଆଲ ମିଡିଆରେ ବର୍ତ୍ତମାନ ସୁଦ୍ଧା ସବୁଠୁ ପ୍ରସିଦ୍ଧ ଟୁଇଟ୍‌।

ଟୁଇଟ୍‌ ବିକ୍ରି କରୁଥିବା ଓ୍ବେବ୍‌ସାଇଟ୍‌ https://v.cent.co/ ମାଧ୍ୟମରେ ଡୋର୍ସିଙ୍କ ଟୁଇଟ୍‌କୁ ନିଲାମ କରାଯାଉଛି। ଏହାକୁ କିଣୁଥିବା ବ୍ୟକ୍ତିଙ୍କୁ ଡୋର୍ସିଙ୍କ ଅଟୋଗ୍ରାଫ୍‌ ସହିତ ଟୁଇଟ୍‌ ସାର୍ଟିଫିକେଟ୍‌ ଦିଆଯିବ।

ରବିବାର ସକାଳେ ଡୋର୍ସି ଏହି ଟୁଇଟ୍‌କୁ ସବୁଠୁ ଅଧିକ ୧୮.୨ କୋଟିରେ ନିଲାମ ଲଗାଇଛନ୍ତି। ମାଲେସିଆର ଏକ କମ୍ପାନୀ ବ୍ରିଜ୍‌ ଓରାକିଲର ସିଇଓ ସିନା ଇଷ୍ଟଭୀ ଡୋର୍ସିଙ୍କ ଏହି ଟୁଇଟ୍‌ ପାଇଁ ଏତେ ପରିମାଣର ଅଫର ଦେଇଛନ୍ତି। ଏହା ପୂର୍ବରୁ ଅନ୍ୟ ଜଣେ ଏହି ବ୍ୟକ୍ତି ଟୁଇଟ୍‌ ପାଇଁ ୧୪.୬ କୋଟି ଟଙ୍କା ନିଲାମ ଡାକିଥିଲେ।

ଡୋର୍ସିଙ୍କ ପ୍ରଥମ ଟୁଇଟ୍‌ କିଣିବାର ଅର୍ଥ ହେଉଛି ଯେ, ସେହି ଟୁଇଟ୍‌ ପାଇଁ କ୍ରେତାଙ୍କର ଏକ ଡିଜିଟାଲ ସାର୍ଟିଫିକେଟ ରହିବ। ସାମ୍ପ୍ରତିକ ସମୟରେ ଭର୍ଚୁଆଲ ସାମଗ୍ରୀ କ୍ରୟ ଏବଂ ବିକ୍ରୟ ଚାଲିଛି। କିଛି ଦିନ ପୂର୍ବରୁ ୧୦ ସେକେଣ୍ଡର ଏକ ଭିଡିଓ କ୍ଲିପ୍‌କୁ ୪୮.୨ କୋଟିରେ ବିକ୍ରି କରାଯାଇଥିଲା। ଡୋର୍ସିଙ୍କ ଏହି ଟୁଇଟ୍‌ ସୋସିଆଲ ମିଡିଆରେ ସାଧାରଣ ଲୋକଙ୍କ ପାଇଁ ରହିବ। ଏହାକୁ କେତେଦିନ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ରଖିବାକୁ ଚାହୁଁଛନ୍ତି ତାହା ତହା ଡୋର୍ସି ଏବଂ ଟୁଇଟର ଉପରେ ନିର୍ଭର କରେ।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନରେ ପୁଣି କାର୍ଯ୍ୟ ଆରମ୍ଭ କରିବ ଭାରତୀୟ ଦୂତାବାସ

ନୂଆଦିଲ୍ଲୀ/କ୍ୱିଭ୍‌,୧୩।୫: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଥିବା ବେଳେ ଭାରତୀୟ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରୁଷିଆ...

୯ ବର୍ଷରେ ବିଶ୍ୱ ରେକର୍ଡ

ହାଇଦ୍ରାବାଦ: ହାଇଦ୍ରାବାଦର ବାଳକ ଏସ୍‌.ପି. ଶଙ୍କର। ମାତ୍ର ୯ ବର୍ଷ ବୟସରେ ସେ ବିଭିନ୍ନ ଶୈଳୀରେ ରୁବିକ୍ସ କ୍ୟୁବ୍‌ ସମାଧାନ କରି ଆନ୍ତର୍ଜାତୀୟ ସ୍ତରର ପୁରସ୍କାର...

କରୋନା ଆକ୍ରାନ୍ତଙ୍କ ସହ ଡାକ୍ତରଖାନାରେ ଶାରୀରିକ ସମ୍ପର୍କ ରଖିଲେ ସ୍ବାସ୍ଥ୍ୟକର୍ମୀ, ଫଟୋ ଭାଇରାଲ ପରେ…

ଜାକର୍ତ୍ତା,୧।୧: ଇଣ୍ଡୋନେସିଆରେ ଜଣେ ସ୍ବାସ୍ଥ୍ୟକର୍ମୀ କରୋନା ଆକ୍ରାନ୍ତଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଘଟଣା ସାମ୍ନାକୁ ଆସିବା ପରେ ଏହି ପୁରୁଷ ସ୍ବାସ୍ଥ୍ୟକର୍ମୀଙ୍କୁ ନିଲମ୍ବନ କରାଯିବା...

୩ ଲକ୍ଷ ଡଲାରରେ ଏଲ୍‌ଭିସ୍‌ଙ୍କ ଜେଟ୍‌ ନିଲାମ

ଓ୍ବାଶିଂଟନ୍‌, ୧୬।୨: ହଲିଉଡ୍‌ର ପ୍ରଖ୍ୟାତ ଅଭିନେତା ତଥା ଗୀତିକାର ଏଲଭିସ୍‌ ପ୍ରେସଲିଙ୍କ ପ୍ରାଇଭେଟ୍‌ ଜେଟ୍‌ ହୋଇଛି। ନ୍ୟୁମେକ୍ସିକୋର ରୋଜ୍‌ଓ୍ବେଲ୍‌ ଇଣ୍ଟରନ୍ୟାଶନାଲ ଏୟାର ସେଣ୍ଟରରେ ଏଲଭିସ୍‌ଙ୍କ ଜେଟ୍‌...

ଯାଆଁଳା ପିଲାଙ୍କୁ ଚିହ୍ନିପାରିଲେନି ମା’, ନେଲେ ପୋଲିସର ସହାୟତା

କୁହାଯାଏ, ମା’ ଏବଂ ପିଲାମାନଙ୍କ ମଧ୍ୟରେ ସମ୍ପର୍କ ଗର୍ଭାବସ୍ଥାରୁ ହିଁ ସଂଯୁକ୍ତ ହୋଇଥାଏ। ପିଲାଙ୍କ ପାଟି ନ ଫିଟିବା ଯାଏ ବିନା ଦ୍ୱିଧାରେ ମା’ ସବୁ...

୬ ବର୍ଷର କନ୍ୟାକୁ ପୋଷ୍ୟ ଭାବେ ଗ୍ରହଣ କଲେ ଦମ୍ପତି, ପରେ ଯାହା ଘଟିଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ

୨୦୦୯ରେ ଆସିଥିବା ଏକ ହଲିଉଡ୍‌ ଫିଲ୍ମ ‘ଅର୍ଫାନ’ ଯଦି ଦେଖିଥିବେ ତେବେ ଏଥିରେ ଏକ ଛୋଟ ପିଲା କରିଥିବା ଅଭିନୟ ମଧ୍ୟ ଦେଖିଥିବେ। ଗୋଟିଏ ପରିବାର...

ଗାଇଡ୍‌ଙ୍କ ପ୍ରେମରେ ବିଦେଶିନୀ

ବେଙ୍ଗାଲୁରୁ: କର୍ନାକଟର ବାସିନ୍ଦା ଅନନ୍ତରାଜୁ ନିକଟରେ (ନଭେମ୍ବର ୨୫) ହମ୍ପିର ବିରୁପାକ୍ଷ ମନ୍ଦିରରେ ବେଲ୍‌ଜିୟମ୍‌ର ଝିଅଙ୍କୁ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିଛନ୍ତି। ରିପୋର୍ଟ ଅନୁସାରେ,...

ଚେତୁନି ଚାଇନା, ପୁଣି ଚଳାଇଛି ପଶୁପକ୍ଷୀଙ୍କ ଅଙ୍ଗରୁ ଔଷଧ ପ୍ରସ୍ତୁତି ପ୍ରୟାସ

ନୂଆଦିଲ୍ଲୀ: ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା ମହାମାରୀ କରୋନା ଭୂତାଣୁ ଆଜି ସମଗ୍ର ବିଶ୍ୱକୁ ଗ୍ରାସ କରିସାରିଲାଣି। ଏଥିରେ ଲକ୍ଷାଧିକ ଲୋକ ଆକ୍ରାନ୍ତ ହୋଇଥିବା...

Advertisement
Archives

Model This Week