କ୍ଷତି ସହୁଛନ୍ତି ମାଛଚାଷୀ

ବାରିପଦା ଅଫିସ,୨୮ା୭- ମହାମାରୀ କରୋନା ସଂକ୍ରମଣ ସମୟରେ ମୟୂରଭଞ୍ଜ ଜିଲାରେ ମଧୁରଜଳ ମାଛଛାଷ ଜୀବନ ଜୀବକାରେ ସହାୟକ ହୋଇଛି। ତାଲିମପ୍ରାପ୍ତ ଚାଷୀମାନେ ସ୍ବଳ୍ପ ପୁଞ୍ଜି ବିନିଯୋଗରେ ମାଛଚାଷ କରି ବିକଳ୍ପ ରୋଜଗାର ଆପଣାଇ ପାରିଛନ୍ତି । ଆବଶ୍ୟକତା ଭିତ୍ତିରେ ମାଛ ଉତ୍ପାଦନ ହେଉଥିବା ବେଳେ ବିକ୍ରି ପାଇଁ ସ୍ବତନ୍ତ୍ର ବଜାର କିମ୍ବା ଶୀତଳଭଣ୍ଡାର ନ ଥିବାରୁ ଅଳ୍ପ ଦାମରେ ମାଛ ବିକିି ଚାଷୀମାନେ ବିଶେଷ ଲାଭବାନ ହୋଇପାରୁ ନାହାନ୍ତି। ଫଳରେ ମାଛ ଚାଷ ପ୍ରତି ବିମୁଖ ହେଉଥିବା ପ୍ରକାଶ କରିଛନ୍ତି।
ସୂଚନା ଅନୁଯାୟୀ, ଜିଲାରେ ୧୩ହଜାର ୪୪ ମାଛଚାଷୀ ରହିଛନ୍ତି। ମାଛ ଚାଷ ପାଇଁ ୨୪ହଜାର ୩୦୪ଟି ଜଳାଶୟ ରହିଛି। ମୋଟ ୧୦ହଜାର ୬୭୪ ହେକ୍ଟର ଜମିରେ ବାର୍ଷିକ ୩୦ହଜାର ୩୨୧ମେଟ୍ରିକ ଟନ୍‌ ମାଛ ଉତ୍ପାଦନ ହେଉଛି। ସେହିଭଳି ୧୦୨ କୈବର୍ତ୍ତ (ମାଛଧରାଳୀ) ଗ୍ରାମରେ ୨୨୬୧ପରିବାର ଏହି ବୃତ୍ତି ଉପରେ ନିର୍ଭରଶୀଳ ା ୧୭ହଜାର ୫୦୪ ଘରୋଇ ପୋଖରୀ, ୩୬୧ ଏମ୍‌ଜିଏନ୍‌ଆର୍‌ଇଜିଏସ ଜଳାଶୟ, ୩୪୭ କିଚେନପଣ୍ଡ, ୫ହଜାର ୭୪୩ ପଞ୍ଚାୟତ ପୋଖରୀ, ୨୭୬ଟି ଅନ୍ୟାନ୍ୟ ଜଳାଶୟ, ୬୧ଟି ଏମ୍‌ଆଇପିଏସ୍‌ ଜଳଉତ୍ସ ଓ ଜମ୍ଭୀରା, ଖଡ଼ଖାଇ, ନେସା, ନେଦାମ, ବାଙ୍କବଳ, ସୁନେଇ, କାଳ, ପାଉଁଶିଆ, ହଳଦିଆ, ବଡ଼ଯୋଡ଼ ଓ ଦେଓ ଭଳି ୧୨ଟି ଜଳାଶୟରେ ମଧୁର ମାଛଚାଷ କରାଯାଉଛି। ମାଛ ବିକ୍ରି ପାଇଁ ସ୍ବତନ୍ତ୍ର ବଜାର କିମ୍ବା ଶୀତଳ ଭଣ୍ଡାର ନ ଥିବାରୁ ବାଧ୍ୟ ହୋଇ କମ୍‌ ଦାମରେ ବିକ୍ରି କରୁଛନ୍ତି ବୋଲି ହରିପୁର ଗ୍ରାମର ଚାଷୀ ଚିତ୍ତ ରଞ୍ଜନ କାଣ୍ଡ, ଦେବେନ୍ଦ୍ର କାଣ୍ଡ ଓ ବିଶ୍ୱମ୍ବର ପଣ୍ଡିତ ପ୍ରକାଶ କରିଛନ୍ତି। ସେହିପରି ଜିଲାର ବାରିପଦାଠାରେ ଗୋଟିଏ ମାତ୍ର ଶିମିଳିପାଳ ଆକ୍ୱା ଫ୍ରେସ ବିକ୍ରୟ କେନ୍ଦ୍ର ରହିଥିବା ବେଳେ ରାଇରଙ୍ଗପୁର, ଯଶିପୁର, ଶୁକୃଳି, ରରୁଆଁ ଆଦି ଅଞ୍ଚଳର ଚାଷୀମାନେ ଏଠାକୁ ଆଣି ମାଛ ବିକ୍ରି କରିବା ସମ୍ଭବ ହୋଇପାରୁ ନାହିଁ ା ଓମ୍ବାଡ୍ସ ଯୋଜନାରେ ପୂର୍ବରୁ ଜିଲାର ଯଶିପୁର, କୁସୁମୀ ଓ ରାଇରଙ୍ଗପୁର ବ୍ଲକରେ ବାୟୋଫ୍ଲଗ ଓ ପୋଖରୀ ମାଛଚାଷ ପାଇଁ ପୂର୍ଣ୍ଣ ରିହାତି ଯୋଜନା କାର୍ଯ୍ୟକାରୀ ହୋଇଥିବା ବେଳେ ଚଳିତବର୍ଷ ଆଉ ୨୩ଟି ବ୍ଲକରେ ଏହି ଯୋଜନା କାର୍ଯ୍ୟକାରୀ ହୋଇଛି। ଜିଲାବାସୀଙ୍କୁ ବାୟୋଫ୍ଲଗ ଓ ପୋଖରୀ ମାଛଚାଷ ପ୍ରକଳ୍ପ ପାଇଁ ସମ୍ପୂର୍ଣ୍ଣ ରିହାତି ଯୋଜନାରେ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ଯୋଗାଇ ଦିଆଯାଉଛି। ଏଥି ସହିତ ମୋ ପୋଖରୀ ଯୋଜନା ଓ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାରେ ଚାଷୀଙ୍କୁ ସାମିଲ କରାଯାଉଛି। ସେହିପରି ମହିଳା ସ୍ବୟଂସହାୟିକା ଗୋଷ୍ଠୀଙ୍କୁ ୬୦ପ୍ରତିଶତ ରିହାତିରେ ମାଛଚାଷ ସହାୟତା ଦିଆଯାଉଛି ା ମାଛ ଉପତ୍ାଦନକୁ ଲକ୍ଷ୍ୟ କରି ସରକାର ବିକ୍ରି ବ୍ୟବସ୍ଥା କରିପାରିଲେ ବହୁ ଚାଷୀ ଅଧିକ ଲାଭବାନ ହୋଇପାରନ୍ତେ। ଏ ସମ୍ପର୍କରେ ଜିଲା ମତ୍ସ୍ୟ ଅଧିକାରୀଙ୍କ ଦାୟିତ୍ୱରେ ଥିବା ଏଡିଏଫ୍‌ଓ ପ୍ରଦୀପ୍ତ କିଶୋର ଭୂୟାଁ କୁହନ୍ତି, ବଜାର ବ୍ୟବସ୍ଥା ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି ା ସରକାରୀ ନିର୍ଦ୍ଦେଶ ଆସିଲେ ତୁରନ୍ତ ବିକ୍ରି ବ୍ୟବସ୍ଥା କରାଯିବ। ତେବେ ଜିଲାର ଉଦଳା, ଯଶିପୁର, ରାଇରଙ୍ଗପୁର ଓ ବେତନଟୀଠାରେ ସ୍ବତନ୍ତ୍ର ବଜାର ସୃଷ୍ଟି କରିବାକୁ ପ୍ରତାପପୁର ଗ୍ରାମର ପୁଲିନ କୁମାର ବେହେରା, ବୈଦ୍ୟପୁର ଗ୍ରାମର ବିପ୍ଳବ ଭୂୟାଁ, ପାର୍ଥସାରଥି ପଣ୍ଡା ପ୍ରମୁଖ ଚାଷୀମାନେ ଦାବି କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବିରୂପା ନଦୀକୁ ଡେଇଁଲେ ଦମ୍ପତ୍ତି, ସ୍ତ୍ରୀ ଉଦ୍ଧାର, ସ୍ବାମୀ ଏବେ ବି…

ବରୀ,୧୪।୯(ମହେନ୍ଦ୍ର ସ୍ବାଇଁ/ଶୁଭାଶିଷ ରାଉତ ): ବିରୂପା ନଦୀର ବାଲିକୁଦା ସେତୁ ଉପରୁ ଜଣେ ଦମ୍ପତ୍ତି ଡେଇଁ ପଡିଛନ୍ତି। ସ୍ଥାନୀୟ ଲୋକମାନେ ଉଭୟଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା…

ଘରେ ଶୋଇଥିଲେ ବ୍ୟବସାୟୀ: ହଠାତ୍‌ ଲାଗିଲା ନିଆଁ, ଆଉ ତା’ପରେ…

ରାଉରକେଲା,୧୪।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ ଥାନା ଅନ୍ତର୍ଗତ ମଧୁସୂଦନ ପଲ୍ଲୀରେ ରବିବାର ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ନିଆଁରେ ପୋଡ଼ି ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।…

ଦାୟିତ୍ୱରୁ ଦୂରେଇ ଯାଉଛି ପୋଲିସର ମାନବାଧିକାର ସୁରକ୍ଷା ସେଲ୍‌

କଟକ ସଦର, ୧୪/୯ (ସୁଶାନ୍ତ କୁମାର ଜେନା): ବିଭିନ୍ନ ଫୌଜଦାରୀ ମାମଲାର ରାୟକୁ ସୁପ୍ରିମକୋର୍ଟ ଓ ହାଇକୋର୍ଟ ସମୟକୁ ସମୟ ସମୀକ୍ଷା କରି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ…

ଆସନ୍ତାକାଲି ନୂଆଖାଇ: ପୂଜା ପାଇଁ ଘର ଘର ବୁଲି ଚାଉଳ ସଂଗ୍ରହ

କେସିଙ୍ଗା, ୧୪।୯ (ତୁମେଶ୍ୱର ସାହୁ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇକୁ ନେଇ ସବୁଠି ଉତ୍ସାହ ଓ ଆନନ୍ଦର ପରିବେଶ। ଆସନ୍ତାକାଲି ନୂଆଖାଇ ପାଳନ ହେବାକୁ ଥିବାବେଳେ ଗରିବଠାରୁ…

‘ଢେମ୍‌ସା ନୃତ୍ୟ ଆନ୍ଧ୍ରପ୍ରଦେଶର’ ଗୁଗ୍‌ଲରେ ଉଲ୍ଲେଖ ନେଇ ବଢ଼ୁଛି ଅସନ୍ତୋଷ

ପଟ୍ଟାଙ୍ଗି,୧୪ା୯(ଶରତ କୁମାର ଧଳ):କୋରାପୁଟ କଫି ଏବେ ବ୍ରିକ୍ସ ସମ୍ମିଳନୀରେ ବିଶ୍ୱ ପ୍ରତିନିଧିମାନଙ୍କୁ ପରଷା ଯାଉଛି। କୋରାପୁଟ କଫିକୁ ବିଶ୍ୱ ଦରବାରରେ ପରିଚିତ କରାଇବା ପାଇଁ ଚେଷ୍ଟା ଜାରି…

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?