କ୍ଷତି ସହୁଛନ୍ତି ମାଛଚାଷୀ

ବାରିପଦା ଅଫିସ,୨୮ା୭- ମହାମାରୀ କରୋନା ସଂକ୍ରମଣ ସମୟରେ ମୟୂରଭଞ୍ଜ ଜିଲାରେ ମଧୁରଜଳ ମାଛଛାଷ ଜୀବନ ଜୀବକାରେ ସହାୟକ ହୋଇଛି। ତାଲିମପ୍ରାପ୍ତ ଚାଷୀମାନେ ସ୍ବଳ୍ପ ପୁଞ୍ଜି ବିନିଯୋଗରେ ମାଛଚାଷ କରି ବିକଳ୍ପ ରୋଜଗାର ଆପଣାଇ ପାରିଛନ୍ତି । ଆବଶ୍ୟକତା ଭିତ୍ତିରେ ମାଛ ଉତ୍ପାଦନ ହେଉଥିବା ବେଳେ ବିକ୍ରି ପାଇଁ ସ୍ବତନ୍ତ୍ର ବଜାର କିମ୍ବା ଶୀତଳଭଣ୍ଡାର ନ ଥିବାରୁ ଅଳ୍ପ ଦାମରେ ମାଛ ବିକିି ଚାଷୀମାନେ ବିଶେଷ ଲାଭବାନ ହୋଇପାରୁ ନାହାନ୍ତି। ଫଳରେ ମାଛ ଚାଷ ପ୍ରତି ବିମୁଖ ହେଉଥିବା ପ୍ରକାଶ କରିଛନ୍ତି।
ସୂଚନା ଅନୁଯାୟୀ, ଜିଲାରେ ୧୩ହଜାର ୪୪ ମାଛଚାଷୀ ରହିଛନ୍ତି। ମାଛ ଚାଷ ପାଇଁ ୨୪ହଜାର ୩୦୪ଟି ଜଳାଶୟ ରହିଛି। ମୋଟ ୧୦ହଜାର ୬୭୪ ହେକ୍ଟର ଜମିରେ ବାର୍ଷିକ ୩୦ହଜାର ୩୨୧ମେଟ୍ରିକ ଟନ୍‌ ମାଛ ଉତ୍ପାଦନ ହେଉଛି। ସେହିଭଳି ୧୦୨ କୈବର୍ତ୍ତ (ମାଛଧରାଳୀ) ଗ୍ରାମରେ ୨୨୬୧ପରିବାର ଏହି ବୃତ୍ତି ଉପରେ ନିର୍ଭରଶୀଳ ା ୧୭ହଜାର ୫୦୪ ଘରୋଇ ପୋଖରୀ, ୩୬୧ ଏମ୍‌ଜିଏନ୍‌ଆର୍‌ଇଜିଏସ ଜଳାଶୟ, ୩୪୭ କିଚେନପଣ୍ଡ, ୫ହଜାର ୭୪୩ ପଞ୍ଚାୟତ ପୋଖରୀ, ୨୭୬ଟି ଅନ୍ୟାନ୍ୟ ଜଳାଶୟ, ୬୧ଟି ଏମ୍‌ଆଇପିଏସ୍‌ ଜଳଉତ୍ସ ଓ ଜମ୍ଭୀରା, ଖଡ଼ଖାଇ, ନେସା, ନେଦାମ, ବାଙ୍କବଳ, ସୁନେଇ, କାଳ, ପାଉଁଶିଆ, ହଳଦିଆ, ବଡ଼ଯୋଡ଼ ଓ ଦେଓ ଭଳି ୧୨ଟି ଜଳାଶୟରେ ମଧୁର ମାଛଚାଷ କରାଯାଉଛି। ମାଛ ବିକ୍ରି ପାଇଁ ସ୍ବତନ୍ତ୍ର ବଜାର କିମ୍ବା ଶୀତଳ ଭଣ୍ଡାର ନ ଥିବାରୁ ବାଧ୍ୟ ହୋଇ କମ୍‌ ଦାମରେ ବିକ୍ରି କରୁଛନ୍ତି ବୋଲି ହରିପୁର ଗ୍ରାମର ଚାଷୀ ଚିତ୍ତ ରଞ୍ଜନ କାଣ୍ଡ, ଦେବେନ୍ଦ୍ର କାଣ୍ଡ ଓ ବିଶ୍ୱମ୍ବର ପଣ୍ଡିତ ପ୍ରକାଶ କରିଛନ୍ତି। ସେହିପରି ଜିଲାର ବାରିପଦାଠାରେ ଗୋଟିଏ ମାତ୍ର ଶିମିଳିପାଳ ଆକ୍ୱା ଫ୍ରେସ ବିକ୍ରୟ କେନ୍ଦ୍ର ରହିଥିବା ବେଳେ ରାଇରଙ୍ଗପୁର, ଯଶିପୁର, ଶୁକୃଳି, ରରୁଆଁ ଆଦି ଅଞ୍ଚଳର ଚାଷୀମାନେ ଏଠାକୁ ଆଣି ମାଛ ବିକ୍ରି କରିବା ସମ୍ଭବ ହୋଇପାରୁ ନାହିଁ ା ଓମ୍ବାଡ୍ସ ଯୋଜନାରେ ପୂର୍ବରୁ ଜିଲାର ଯଶିପୁର, କୁସୁମୀ ଓ ରାଇରଙ୍ଗପୁର ବ୍ଲକରେ ବାୟୋଫ୍ଲଗ ଓ ପୋଖରୀ ମାଛଚାଷ ପାଇଁ ପୂର୍ଣ୍ଣ ରିହାତି ଯୋଜନା କାର୍ଯ୍ୟକାରୀ ହୋଇଥିବା ବେଳେ ଚଳିତବର୍ଷ ଆଉ ୨୩ଟି ବ୍ଲକରେ ଏହି ଯୋଜନା କାର୍ଯ୍ୟକାରୀ ହୋଇଛି। ଜିଲାବାସୀଙ୍କୁ ବାୟୋଫ୍ଲଗ ଓ ପୋଖରୀ ମାଛଚାଷ ପ୍ରକଳ୍ପ ପାଇଁ ସମ୍ପୂର୍ଣ୍ଣ ରିହାତି ଯୋଜନାରେ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ଯୋଗାଇ ଦିଆଯାଉଛି। ଏଥି ସହିତ ମୋ ପୋଖରୀ ଯୋଜନା ଓ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାରେ ଚାଷୀଙ୍କୁ ସାମିଲ କରାଯାଉଛି। ସେହିପରି ମହିଳା ସ୍ବୟଂସହାୟିକା ଗୋଷ୍ଠୀଙ୍କୁ ୬୦ପ୍ରତିଶତ ରିହାତିରେ ମାଛଚାଷ ସହାୟତା ଦିଆଯାଉଛି ା ମାଛ ଉପତ୍ାଦନକୁ ଲକ୍ଷ୍ୟ କରି ସରକାର ବିକ୍ରି ବ୍ୟବସ୍ଥା କରିପାରିଲେ ବହୁ ଚାଷୀ ଅଧିକ ଲାଭବାନ ହୋଇପାରନ୍ତେ। ଏ ସମ୍ପର୍କରେ ଜିଲା ମତ୍ସ୍ୟ ଅଧିକାରୀଙ୍କ ଦାୟିତ୍ୱରେ ଥିବା ଏଡିଏଫ୍‌ଓ ପ୍ରଦୀପ୍ତ କିଶୋର ଭୂୟାଁ କୁହନ୍ତି, ବଜାର ବ୍ୟବସ୍ଥା ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି ା ସରକାରୀ ନିର୍ଦ୍ଦେଶ ଆସିଲେ ତୁରନ୍ତ ବିକ୍ରି ବ୍ୟବସ୍ଥା କରାଯିବ। ତେବେ ଜିଲାର ଉଦଳା, ଯଶିପୁର, ରାଇରଙ୍ଗପୁର ଓ ବେତନଟୀଠାରେ ସ୍ବତନ୍ତ୍ର ବଜାର ସୃଷ୍ଟି କରିବାକୁ ପ୍ରତାପପୁର ଗ୍ରାମର ପୁଲିନ କୁମାର ବେହେରା, ବୈଦ୍ୟପୁର ଗ୍ରାମର ବିପ୍ଳବ ଭୂୟାଁ, ପାର୍ଥସାରଥି ପଣ୍ଡା ପ୍ରମୁଖ ଚାଷୀମାନେ ଦାବି କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀ ବୋଟ୍‌ ଟ୍ରାଜେଡି: ମିଳିଲା ଆଉ ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡି ଘଟଣାରେ ଆଉ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହାକୁ ମିଶାଇ ମୋଟ ୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି...

ଅସମ୍ଭାଳ ତାତି, ଅଂଶୁଘାତରେ ୨୮ ଆକ୍ରାନ୍ତ ଡାକ୍ତଖାନାରେ ଭର୍ତ୍ତି

ସୁନ୍ଦରଗଡ,୨୦।୪: ଅସମ୍ଭାଳ ହେଲାଣି ତାତି। ଆଉ ବଢ଼ିବାରେ ଲାଗିଛି ରାଜ୍ୟରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା। ସୁନ୍ଦରଗଡରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି। ପିଏଚସିରୁ ଜିଲା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଘିଅପଡା,୨୦।୪ ( ଶ୍ରୀକାନ୍ତ ସାହୁ): ଶନିବାର ସକାଳ ୮ ଘଣ୍ଟା ସମୟରେ ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଗୌଡଦଇ ନିକଟରେ ଏକଯୁବକଙ୍କ ରକ୍ତାକ୍ତ ମୃତଦେହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri