ସୃଷ୍ଟିର ଆଦ୍ୟ ଶବ୍ଦ

ଡ. ନରେନ୍ଦ୍ର ସେଠୀ

ପୂର୍ବରୁ ବିଜ୍ଞାନ ଜଗତରେ ଏହି ବିଶ୍ୱାସ ଥିଲା ଯେ ମହାକାଶରେ କୌଣସି ଶବ୍ଦ ତରଙ୍ଗର ଉପସ୍ଥିତି ନାହିଁ ବା ସୁଦୂର ମହାକାଶରେ କୌଣସି ଶବ୍ଦ ସୃଷ୍ଟି ହୁଏ ନାହିଁ I କାରଣ ବିଜ୍ଞାନ ଅନୁସାରେ ଶୂନ୍ୟରେ ଶବ୍ଦ ତରଙ୍ଗ ଗତି କରିପାରେନି I କିନ୍ତୁ ଏଇ କିଛିଦିନ ତଳେ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସାର ବୈଜ୍ଞାନିକମାନେ ଅତ୍ୟାଧୁନିକ ଯନ୍ତ୍ରପାତି ସାହାଯ୍ୟରେ ପୃଥିବୀଠାରୁ ଅଢ଼େଇକୋଟି ଆଲୋକ ବର୍ଷ ଦୂରରେ ଥିବା ଏକ କୃଷ୍ଣ ଗର୍ତ୍ତର ଶବ୍ଦ ରେକର୍ଡ କରିବାରେ ସକ୍ଷମ ହୋଇଛନ୍ତି I ଏହି ଶବ୍ଦ ତରଙ୍ଗକୁ ନାସା ସର୍ବବିଦିତ କଲାପରେ ବିଶେଷ କରି ହିନ୍ଦୁଧର୍ମର ଅଧ୍ୟୟନରତ ଧର୍ମାଭିଳାଷୀମାନଙ୍କ ଭିତରେ ଏକ ଆଲୋଡ଼ନ ସୃଷ୍ଟି ହୋଇଛି I ଏହି ଶବ୍ଦ ତରଙ୍ଗକୁ ଆଖି ବନ୍ଦ କରି ଶୁଣିଲେ ଗଭୀର ଧ୍ୟାନରେ ଥିବା ସନ୍ନ୍ୟାସୀ ମୁଖରୁ ନିଃସୃତ ଓଁ ଧ୍ୱନି ଭଳି ଲାଗୁଛି I ଅନେକେ ଏହାକୁ ବିଶ୍ୱର ପ୍ରଥମ ଶବ୍ଦ କହୁଛନ୍ତି, ଯାହା ଭାରତୀୟ ମୁନିଋଷିମାନେ ମତ ପ୍ରକାଶ କରିଆସିଥିଲେ I ତେଣୁ ଏପର୍ଯ୍ୟନ୍ତ ଯେଉଁ ଭ୍ରାନ୍ତଧାରଣା ଥିଲା ଯେ ମହାକାଶରେ କୌଣସି ଶବ୍ଦ ନାହିଁ, ତାହା ଭୁଲ୍‌ ପ୍ରମାଣିତ ହୋଇଛି I ହିନ୍ଦୁ ଧର୍ମରେ କୌଣସି ମନ୍ତ୍ର ପୂର୍ବରୁ ଓଁର ଉଚ୍ଚାରଣ କରାଯାଇ ଥାଏ। ବୌଦ୍ଧ, ଜୈନ, ଶିଖ୍‌ ଇତ୍ୟାଦି ଧର୍ମରେ ମଧ୍ୟ ଓଁ ଶବ୍ଦକୁ ଧାର୍ମିକ ମହତ୍ତ୍ୱ ଦିଆଯାଇଛି। ଓଁର ଆକ୍ଷରିକ ଅର୍ଥ ହେଲା ‘ସବୁକିଛି ଓ ସମସ୍ତେ’। ଅର୍ଥାତ୍‌ ଓଁ ମାନେ ସମଗ୍ର ବ୍ରହ୍ମାଣ୍ଡକୁ ସୂଚାଇ ଥାଏ।
ଏହି ମନ୍ତ୍ରର ମର୍ମ ଜାଣିବା ପାଇଁ ବୈଜ୍ଞାନିକମାନେ ପରିମାଣ ଭୌତିକ ବିଜ୍ଞାନ ବା କ୍ୱାଣ୍ଟମ ଫିଜିକ୍ସ ସାହାଯ୍ୟରେ ଚେଷ୍ଟା କରିଛନ୍ତି। ବୈଜ୍ଞାନିକ ତଥ୍ୟ ଅନୁଯାୟୀ ବିଶ୍ୱର ସବୁ ଟିକିନିଖି ପଦାର୍ଥ ସୂକ୍ଷ୍ମ ସ୍ତରରେ ଭାଓଲିନର ଛୋଟ କମ୍ପନ ତାର ତରଙ୍ଗ ସଦୃଶ ଗଠିତ। ସେହି ଛୋଟ ତରଙ୍ଗ ତାରଗୁଡିକ ବିଭିନ୍ନ ପ୍ରକାର କମ୍ପନ କରି ଭିନ୍ନ ଭିନ୍ନ ପଦାର୍ଥର ଓଜନ ଓ ଆକାର ଦେଇ ସୂକ୍ଷ୍ମ କଣିକାକୁ ଆକାର ଦିଅନ୍ତି ଯାହାକୁ ଅଣୁ ପରମାଣୁ କୁହାଯାଏ। ସେହି ସମାନ ତରଙ୍ଗ ଥିବା ସୂକ୍ଷ୍ମ କଣିକାଗୁଡ଼ିକ ମିଶି ପଦାର୍ଥକୁ ତିଆରି କରନ୍ତି। ସୂକ୍ଷ୍ମରୁ ସ୍ଥୂଳ ଦୁନିଆରେ ଆସିଲେ ସେହି ତରଙ୍ଗ ବା କମ୍ପନ ସାରା ବିଶ୍ୱରେ ଗୁଞ୍ଜରିତ ହେଉଥାଏ। ତେଣୁ ଆଧୁନିକ ବିଜ୍ଞାନରେ ଷ୍ଟ୍ରିଙ୍ଗ ଥିଓରିକୁ ସର୍ବୋଚ୍ଚ ମାନ୍ୟତା ଦିଆଯାଇଛି, ଯାହାକୁ ନେଇ ସାରା ବିଶ୍ୱ ପରସ୍ପର ସହ ଏକ ସନ୍ତୁଳନ ରକ୍ଷା କରି ରହିଛି। ଓଁ ଶବ୍ଦର ତରଙ୍ଗକୁ ପରୀକ୍ଷା କରି ଦେଖାଗଲା ଯେ ଏହି ଶବ୍ଦର ତରଙ୍ଗ ପ୍ରତ୍ୟେକ ପଦାର୍ଥର ଅଣୁ ପରମାଣୁରେ ଅଛି। ଓଁର କମ୍ପନ ତରଙ୍ଗ ବ୍ରହ୍ମାଣ୍ଡୀୟ ତରଙ୍ଗ ସହ ମେଳ ଖାଇ ସାରା ବିଶ୍ୱ ସହ ଆମକୁ ଆମ ଅଜାଣତରେ ସମ୍ପର୍କରେ ରଖେ। ଯେଉଁଥିପାଇଁ ହିନ୍ଦୁଧର୍ମରେ ଓଁକୁ ଶବ୍ଦ ବ୍ରହ୍ମର ଆଖ୍ୟା ଦିଆଯାଇଛି। ଓଁ ଶବ୍ଦର ଆଉ ଏକ ବୈଜ୍ଞାନିକ ବ୍ୟାଖ୍ୟାନ ହେଲା ଏହାର ଧ୍ୱନି। ବର୍ଣ୍ଣମାଳାର ଭିନ୍ନ ଭିନ୍ନ ଅକ୍ଷର ଉଚ୍ଚାରଣ କଲେ ଭିନ୍ନ ଭିନ୍ନ ଶବ୍ଦ ତରଙ୍ଗ ବାହାରେ ଏହା ଶରୀରର ଏକ ବିଶିଷ୍ଟ ଅଙ୍ଗ ସହ ସନ୍ତୁଳନ କରି କମ୍ପନ କରିଥାଏ। ସେହିପରି ଓଁ ଉଚ୍ଚାରଣରେ ଏକ ଅଲଗା ଶବ୍ଦ ତରଙ୍ଗ ବାହାରି ଥାଏ, ଯାହାର ଶବ୍ଦ ଆବୃତ୍ତି ୪୩୨Hz। ଯାହା ମନୁଷ୍ୟର ଶୁଣିବା ସୀମା ୨୦Hzରୁ ୨୦୦୦୦Hz ଭିତରେ ଓ ଖୁବ୍‌ ନିମ୍ନସ୍ତରରେ। ଏହାର ଅର୍ଥ ହେଲା ଓଁ ଶବ୍ଦର ଧ୍ୱନି ତରଙ୍ଗ ବହୁତ ଲମ୍ବା ଓ ଏହା ଶୁଣା ନ ଗଲେ ମଧ୍ୟ ବ୍ୟାପକ ପରିସୀମା ପର୍ଯ୍ୟନ୍ତ ପ୍ରଭାବ ପକାଇ ଥାଏ। ତେଣୁ ଓଁର ଠିକ୍‌ ଉଚ୍ଚାରଣ କରି ଶରୀରକୁ ଅଦୃଶ୍ୟ ଭାବରେ ସମଗ୍ର ବିଶ୍ୱ ସହିତ ଯୋଡିଦିଏ।
ଏଠାରେ କହିରଖିବା ଉଚିତ ହେବ ଯେ ଓଁ ଶବ୍ଦର ତରଙ୍ଗ ଆବୃତ୍ତି ପୃଥିବୀ ନିଜ ଅକ୍ଷ ଚାରିପଟେ ବୁଲୁଥିବା ବେଳର ତରଙ୍ଗ ଆବୃତ୍ତି ସହ ସମାନ। ଅନ୍ୟ ଅର୍ଥରେ ପୃଥିବୀ ମଧ୍ୟ ସର୍ବଦା ଓଁ ଉଚ୍ଚାରଣ କରୁଛି ବୋଲି କହିଲେ ଭୁଲ୍‌ ହେବନି। ଉଲ୍ଲେଖଯୋଗ୍ୟ ଯେ ଭେଷଜ ଶାସ୍ତ୍ରରେ ଶବ୍ଦ ଓ ଶବ୍ଦ ତରଙ୍ଗ ବ୍ୟବହାର କରି ଉପଚାର କରିବାର ଉଦାହରଣ ରହିଛି। ସେହିପରି ଓଁ ଶବ୍ଦ ଉଚ୍ଚାରଣ ଦ୍ୱାରା ଶରୀର ଭିତରେ ଆଶ୍ଚର୍ଯ୍ୟଜନକ ପ୍ରଭାବ ପଡ଼ିଥିବାର ପ୍ରାମାଣିକ ତଥ୍ୟ ରହିଛି। ଆଧୁନିକ ବିଜ୍ଞାନ ସାହାଯ୍ୟରେ ଶବ୍ଦ ତରଙ୍ଗର ତର୍ଜମା ଏବଂ ଓଁ ଜପ ବେଳେ ମସ୍ତିଷ୍କର ଚୁମ୍ବକୀୟ ଚିତ୍ର ଅଧ୍ୟୟନ କରି ଅନେକ ତଥ୍ୟ ଜଣାପଡ଼ିଛି। ଏହା ମଧ୍ୟରେ ମନ ଶାନ୍ତ ହେବା, ହୃତ୍‌ପିଣ୍ଡର ବେଗ ସନ୍ତୁଳିତ ହେବା ଓ ସର୍ବୋପରି ମସ୍ତିଷ୍କକୁ ଶାନ୍ତି ଓ ଶୀତଳତା ପ୍ରଦାନ କଲା ଭଳି ପ୍ରଭାବ ପଡ଼ିଥାଏ। ଓଁ ଶବ୍ଦର ସମୟ ତରଙ୍ଗ ଗବେଷଣା କରି ୨ଜଣ ବୈଜ୍ଞାନିକ ଏକ ଖ୍ୟାତିସମ୍ପନ୍ନ ବିଜ୍ଞାନ ପତ୍ରିକାରେ କିଛିବର୍ଷ ତଳେ ତାଙ୍କର ଗଣେଷଣା ପ୍ରକାଶ କରିଥିଲେ। ଗାଣିତିକ ମଡେଲ ସାହାଯ୍ୟରେ ସେମାନେ ଓଁ ଜପ କରୁଥିବା ଲୋକମାନଙ୍କ ଭିତରେ ଗବେଷଣା କରି ଅତି ରୋଚକ ତଥ୍ୟ ଉପସ୍ଥାପନ କରିଥିଲେ। ସେହି ଗବେଷଣା ଅନୁସାରେ ଓଁ ଜପ ସମୟ ସୀମା ଅନୁସାରେ ମନୁଷ୍ୟର ଧୈର୍ଯ୍ୟ ଓ ଏକାଗ୍ରତା ବଢ଼ିଥାଏ। ଏହା ସହିତ ଓଁ ଉଚ୍ଚାରଣ କଲେ ମନରୁ ଅଯଥା ଶୋଚନା ଓ କ୍ଳେଶ ଦୂର ହେଇଥାଏ ବୋଲି ପ୍ରମାଣିତ କରିଥିଲେ। ଓଁ ଶବ୍ଦର ବୈଜ୍ଞାନିକ ଅର୍ଥ ଓ ତର୍ଜମା କଲେ ଏହାକୁ କୌଣସି ଧର୍ମ ସହ ଯୋଡ଼ିବା ଭୁଲ୍‌ ହେବ। ବରଂ ଓଁ ଏକ ଭୌଗୋଳିକ ଶବ୍ଦ ତରଙ୍ଗ ସୃଷ୍ଟି କରୁଥିବା ଶବ୍ଦ, ଯାହା ଆମକୁ ବିଶ୍ୱ ସହ ଯୋଡ଼ିଦିଏ। ମନକୁ ଶାନ୍ତ ଓ ମସ୍ତିଷ୍କକୁ ବିଶ୍ରାମ ଦେଇ ଚରମ ଆନନ୍ଦ ପ୍ରଦାନ କରିଥାଏ। ଓଁ ପ୍ରାଚୀନ ଭାରତୀୟ ମୁନି ଋଷିମାନଙ୍କର ଅଧ୍ୟୟନ ଓ ଗବେଷଣାର ଫଳ, ଯାହା ବିଶ୍ୱକୁ ଉପହାର ସ୍ବରୂପ ମିଳିଛି। ଏହାକୁ ଉଚ୍ଚାରଣ କଲେ କୌଣସି ବ୍ୟକ୍ତି କିମ୍ବା ଦେବତା ବିଶେଷଙ୍କୁ ଦର୍ଶାଇ ନ ଥାଏ। ଗୁରୁ ଗ୍ରନ୍ଥସାହିବରେ ଏକ ସୁନ୍ଦର ପଂକ୍ତି କହେ ‘ଏକ ଓଁକାର ଶତ ନାମ, କରତା ପୁରଖ..,’ ଅର୍ଥାତ୍‌ କେବଳ ଓଁ ଭିତରେ ସବୁ କିଛି। ହଜାର ହଜାର ବର୍ଷ ତଳେ ଓଁ ପରି ଏକ ଅଦ୍ଭୁତ ଶବ୍ଦ ଭାରତର ମୁନି ଋଷିମାନେ ଉପହାର ଦେଇଯାଇଛନ୍ତି ଯାହାର ଉଚ୍ଚାରଣରେ ଏକ ବୈଶ୍ୱିକ ଧ୍ୱନି ତରଙ୍ଗ ତିଆରି ହୁଏ ଓ ଆମକୁ ସାରା ବିଶ୍ୱ ସହ ଅଦୃଶ୍ୟ ସମ୍ପର୍କର ସୂତାଖିଅରେ ଯୋଡି ଦିଏ। ତେବେ ମହାକାଶରୁ ଭାସି ଆସୁଥିବା ଏହି ଶବ୍ଦର ଏପରି ଧର୍ମୀୟ ବ୍ୟାଖ୍ୟା ବିଜ୍ଞାନ ପାଖରେ ଅନ୍ଧବିଶ୍ୱାସ ହୋଇପାରେ। ମାତ୍ର ଯଦି ବିଶ୍ୱାସ କରାଯାଏ ସମଗ୍ର ସୃଷ୍ଟିର ଆଦ୍ୟ ଶବ୍ଦ ‘ଓଁ’ ତେବେ ଏଥିରେ ସନ୍ଦେହ ନାହିଁ I
ମୋ- ୭୦୦୪୦୬୮୧୧୦


Enter your email to get our daily news in your inbox.

All Right Reserved By Dharitri.Com

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri