ଜୁନାଗଡ଼ରେ ପ୍ରଥମ ଟିକା ନେଲେ ଏହି ସଫେଇ କର୍ମଚାରୀ

ଜୁନାଗଡ଼,୧୬।୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶନିବାର କୋଭିଡ-୧୯ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଥିରେ ଜୁନାଗଡ଼ ବିଡିଓ ଦୁଲାରାମ ମାରାଣ୍ଡି ଅତିଥି ଭାବେ ଯୋଗଦେଇ ଏହି ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପ୍ରଥମ ବ୍ୟକ୍ତି ଭାବେ ଡାକ୍ତରଖାନାର ସଫେଇ କର୍ମଚାରୀ ଅଶୋକ ବାଗଙ୍କୁ ଟିକା ଦିଆଯାଇଛି। ପ୍ରଥମ ଦିନରେ ସ୍ବାସ୍ଥ୍ୟ ବିଭାଗର ୧୦୦ ଜଣ କର୍ମଚାରୀ ଟିକା ନେବେ ବୋଲି ଜଣାପଡ଼ିଛି। ଏହି ଟିକାକରଣ କାର୍ଯ୍ୟକ୍ରମ ଶୁଭାରମ୍ଭ ସମୟରେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଭଗବାନ ପଣ୍ଡା,ତହସିଲାଦର ବେଦବ୍ୟାସ ଭୋଇ, ଗୋଷ୍ଠୀ କାର୍ଯ୍ୟକ୍ରମ ପ୍ରବନ୍ଧକ ସୁମେଶ୍ୱର ନାଏକ, ଡାକ୍ତର ବିବେକାନନ୍ଦ ମହାନନ୍ଦ,ଏମ୍‌ପି ପ୍ରତିନିଧି ମୁକେଶ ଅଗ୍ରୱାଲ ପ୍ରମୁଖଙ୍କ ସହ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ। କୋଭିଡ୍‌ ଟିକା ସୁରକ୍ଷିତ ଏଥିରେ କୌଣସି ଲୋକ ଭୟଭୀତ ହେବାର ନାହିଁ ବୋଲି ଜୁନାଗଡ଼ ଭାରପ୍ରାପ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଭଗବାନ ପଣ୍ଡା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା ବିତ୍ପାତ : ସ୍କୁଲ ଛୁଟି ; ବିଳମ୍ବ ନିଷ୍ପତ୍ତି ଯୋଗୁ ହଇରାଣ

ବ୍ରହ୍ମପୁର ଅଫିସ୍‌,୨୬ା୯-ଓଡ଼ିଶା ଉପକୂଳରେ ସୃଷ୍ଟ ପୂର୍ଣ୍ଣିବଳୟ ପ୍ରଭାବରେ ଗତ ୩ ଦିନ ହେଲା ବର୍ଷା ଲାଗି ରହିଛି । ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗଞ୍ଜାମ...

ବାଂଲାଦେଶୀ ମତ୍ସ୍ୟଜୀବୀଙ୍କୁ ପ୍ରତ୍ୟର୍ପଣ କଲା କୋଷ୍ଟଗାର୍ଡ

ପାରାଦୀପ,୧୦ା୧(ସ୍ବ.ପ୍ର.): ଗତ ଡିସେମ୍ବର ୨୬ରେ ଉଦ୍ଧାର କରାଯାଇଥିବା ୨୦ ଜଣ ବାଂଲାଦେଶୀ ମତ୍ସ୍ୟଜୀବୀ ଓ ସେମାନଙ୍କ ବୋଟ୍‌କୁ ଭାରତୀୟ ତଟରକ୍ଷୀ ବାହିନୀ (କୋଷ୍ଟଗାର୍ଡ) ରବିବାର ବାଂଲାଦେଶ...

ରାଜଧାନୀରେ ଆଦିବାସୀ ନାବାଳିକାଙ୍କୁ ବଳାତ୍କାର ଘଟଣା: ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ଅଧ୍ୟକ୍ଷାଙ୍କ ତଦନ୍ତ

ଚଣ୍ଡିଖୋଲ/ବାଲିଚନ୍ଦ୍ରପୁର,୬।୧୧(ଡି.ଏନ.ଏ.): ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅଞ୍ଚଳର ଆଦିବାସୀ ନାବାଳିକାଙ୍କୁ ବିଏମ୍‌ସି(ଭୁବନେଶ୍ୱର ମ୍ୟୁନିସିପାଲ୍‌ଟି କର୍ପୋରେଶନର) ଜଣେ ଡେପୁଟି କମିଶନରଙ୍କ ଘରେ ବଳାତ୍କାର କରାଯିବା ଘଟଣା ନେଇ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଆର୍ଥିକ ସହାୟତା

ପାଟଣା,୩ା୫(ସ୍ବ.ପ୍ର.): କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ଯୋଜନା ହାତକୁ ନିଆଯାଇଛି। ଏହାର ମୁକାବିଲା ପାଇଁ...

ଦୀର୍ଘ ୭ ମାସ ପରେ ଖୋଲିଲା ଆହାର କେନ୍ଦ୍ର

ବେଲପାହାଡ଼,୨ା୧୧(ଡି.ଏନ୍‌.ଏ.): ଦୀର୍ଘ ୭ ମାସ ଧରି କରୋନା ସଂକ୍ରମଣ ଯୋଗୁ ବନ୍ଦ ରହିଥିବା ବେଲପାହାଡ଼ ଆହାରକେନ୍ଦ୍ର ସୋମବାରରୁ ପୁନଃ ଖୋଲିଛି। ଏହି ଅବସରରେ ଝାରସୁଗୁଡ଼ା ଉପଜିଲାପାଳ...

ଢାବାରେ ନାବାଳକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ଆଇଆଇସିଙ୍କୁ ଆକ୍ରମଣ ମାମଲାରେ ୧୩ ଗିରଫ

ବାଲିଆପାଳ,୧।୮(ସ୍ବ.ପ୍ର.)-ବାଲେଶ୍ୱର ଜିଲା ବାଲିଆପାଳ ଥାନା ଇଡ଼କୋଛକ ସ୍ଥିତ ରାଜଧାନୀ ଢାବାରେ ନାବାଳକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ୭ଦିନ ପୂରିଲାଣି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା...

ହିଣ୍ଡାଲକୋ ପକ୍ଷରୁ କରୋନା ପ୍ରତିଷେଧକ ପାଇଁ ସାନିଟାଇଜ

ସମ୍ବଲପୁର, ୬।୪ (ବ୍ୟୁରୋ)- ହୀରାକୁଦ ହିଣ୍ଡାଲକୋ ପକ୍ଷରୁ କରୋନା ଭୂତାଣୁ ପ୍ରତିଷେଧକ ଭାବେ ବିବିଧ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି କ୍ରମରେ ହୀରାକୁଦସ୍ଥିତ କମ୍ପାନୀ...

ବରଗଡ଼ରେ ପୁଣି ୨ ନୂଆ କରୋନା ପଜିଟିଭ ଚିହ୍ନଟ: କଟାପାଲି ଗ୍ରାମକୁ କଣ୍ଟେନମେଣ୍ଟ, ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ବଫର ଜୋନ ଘୋଷଣା

ବରଗଡ଼ ଅଫିସ,୨୦।୬: ବରଗଡ଼ ଜିଲାରେ ଶନିବାର ପୁଣି ୨ଜଣ ନୂଆ କରୋନା (କୋଭିଡ -୧୯) ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା...

Advertisement
Archives

Model This Week