ରାଜ୍ୟର ପ୍ରଥମ ସୋଲାର ପମ୍ପ ୭ବର୍ଷ ହେଲା ଅଚଳ

ଡେରାବିଶ, ୨୪ା୨(ସ୍ବ.ପ୍ର.):ରାଜ୍ୟର ପ୍ରଥମ ସୌର ଚାଳିତ ପମ୍ପ କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଅନ୍ତର୍ଗତ ଚାଟରାଚକଡ଼ା ପଞ୍ଚାୟତ ଛତାଠାରେ ୨୦୧୬ ମାର୍ଚ୍ଚ ୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ କରାଯାଇଥିଲା। ୯୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ସୋଲାର ପମ୍ପ ଓ ୧ ଲକ୍ଷ ଲିଟର ଜଳଧାରଣ କ୍ଷମତା ବିଶିଷ୍ଟ ଓଭରହେଡ୍‌ ଟାଙ୍କି ନିର୍ମାଣ କରାଯାଇଥିଲା ା ଉଦ୍ଦେଶ୍ୟ ଥିଲା ପ୍ରଥମ ପର୍ଯ୍ୟାୟରେ ପଞ୍ଚାୟତର ୮ ୱାର୍ଡ଼ ଯଥା- ଚାଟରାଚକଡ଼ା, ଛତା ଆଦିବାସୀ ସାହି, ଛତାଠାରେ ଥିବା ପଲିଟେକ୍‌ନିକ୍‌ କଲେଜ, ଡେରାବିଶ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଚାଟରା ଶାସନ, ମଲିଅଙ୍କ, ଗୋପାଳଜୀୟୁ ପାଟଣା ଓ ହାପିମେଳକ ଗ୍ରାମକୁ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ କରିବା। ତେବେ ଏହି ପ୍ରକଳ୍ପ ଅଳ୍ପଦିନ ଚାଲିବା ପରେ ଗ୍ରାମ୍ୟ ପାନୀୟ ଜଳ ବିଭାଗର ଅପାରଗତା ପାଇଁ ସୋଲାର ପମ୍ପଟି ଅଚଳ ହୋଇପଡ଼ିଥିଲା। ପରେ ଅଞ୍ଚଳବାସୀଙ୍କ ପକ୍ଷରୁ ଏହାକୁ ତୁରନ୍ତ କାର୍ଯ୍ୟକ୍ଷମ କରି ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଇ ଦେବା ପାଇଁ ଦାବି କରାଯାଇଥିଲା ା ହେଲେ ବିଭାଗୀୟ କତ୍ତୃୃପକ୍ଷ ଏନେଇ କୌଣସି ପଦକ୍ଷେପ ନେଇ ନ ଥିଲେ ା ପରେ ସରପଞ୍ଚଙ୍କ ତରଫରୁ ଅସ୍ଥାୟୀ ବିଦ୍ୟୁତ୍‌ ସଂଯୋଗ କରାଯାଇ ପ୍ରକଳ୍ପ ଚଳାଇବା ପାଇଁ ଚେଷ୍ଟା କରାଯାଇଥିଲା ା ମାତ୍ର ତାହା ମଧ୍ୟ ସମ୍ଭବପର ହୋଇ ନ ପାରିବାରୁ ସାଧାରଣ ଲୋକେ ପାନୀୟଜଳ ପାଇବାରୁ ୭ ବର୍ଷ ହେବ ବଞ୍ଚିତ ହୋଇଛନ୍ତି ା
୨୦୨୨ରେ ପଞ୍ଚାୟତ ସମିତି ବୈଠକରେ ସ୍ଥାନୀୟ ସରପଞ୍ଚ ମମତା ରାଉତ ତୁରନ୍ତ ପମ୍ପ ହାଉସ୍‌କୁ କାର୍ଯ୍ୟକ୍ଷମ କରିବା ପାଇଁ ଦାବି କରିଥିଲେ ା ସେ ସମୟରେ ପମ୍ପ ହାଉସ୍‌ରେ ଥିବା ସୋଲାର ପମ୍ପଟି ଚୋରି ହୋଇଯାଇଥିବା ଏବଂ ଏ ନେଇ ଥାନାରେ ଅଭିଯୋଗ କରାଯାଇଥିବା କହି ବିଭାଗୀୟ ନିର୍ବାହୀଯନ୍ତ୍ରୀ ତାଙ୍କ ଦାୟିତ୍ୱ ସାରି ଦେଇଥିଲେ ା ଅପରପକ୍ଷେ ସମ୍ପୃକ୍ତ ଗଁାଗୁଡ଼ିକୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ଟେଣ୍ଡର ମାଧ୍ୟମରେ ଜଣେ ଠିକାଦାରଙ୍କୁ କାର୍ଯ୍ୟାଦେଶ ଦିଆଯାଇଥିବା ନିର୍ବାହୀ ଯନ୍ତ୍ରୀ କହିଥିଲେ ା ଇତିମଧ୍ୟରେ ୧ ବର୍ଷ ବିତିଯାଇଥିଲେ ମଧ୍ୟ ପାଇପ୍‌ ବିଛା କାମ ଅଧାରେ ଅଟକିଛି ା ଫଳରେ ଜଳକଷ୍ଟ ଭୋଗୁଥିବା ୮ ୱାର୍ଡ଼ର ଅଧିବାସୀ ପାନୀୟ ଜଳ ପାଇଁ ଅପେକ୍ଷା କରିଛନ୍ତି ା ଏ ସଂକ୍ରାନ୍ତରେ କେନ୍ଦ୍ରାପଡ଼ା ଜିଲା ଚାଷୀ ଶ୍ରମିକ ସଂଘ ସଭାପତି ପଣ୍ଡିତ ଶରତ ମିଶ୍ର ଓ ଚାଟରା ଗ୍ରାମର ଲକ୍ଷ୍ମୀକାନ୍ତ ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ଭେଟି ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ଦାବି ଜଣାଇଥିଲେ ା ହେଲେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆ ନ ଯାଇଥିବାରୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ା ଚଳିତ ବର୍ଷ ଫେବୃୟାରୀ ଦ୍ୱିତୀୟ ସପ୍ତାହରୁ ଗରମ ଅନୁଭୂତ ହେଉଥିବା ବେଳେ ଗାଁଗୁଡ଼ିକରେ ଥିବା ନଳକୂପର ଜଳସ୍ତର କମିବାରେ ଲାଗିଛି ା ଏହାକୁ ନେଇ ଗ୍ରାମବାସୀଙ୍କ ଚିନ୍ତା ବଢ଼ିଛି ା ଏପରି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇରହିଥିବା ବିଭାଗୀୟ କତ୍ତୃପକ୍ଷ ମାର୍ଚ୍ଚ ମାସ ପ୍ରଥମ ସପ୍ତାହ ସୁଦ୍ଧା ଗ୍ରାମବାସୀଙ୍କୁ ପାନୀୟ ଜଳଯୋଗାଇବାରେ ବିଫଳ ହେଲେ ସଂଘ ନେତୃତ୍ୱରେ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବାକୁ ସଭାପତି ମିଶ୍ର ଚେତାବନୀ ଦେଇଛନ୍ତି ା ଏନେଇ ର ନିର୍ବାହୀ ଯନ୍ତ୍ରୀ ନାୟକଙ୍କୁ ବାରମ୍ବାର ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ଫୋନ୍‌ ଉଠାଇ ନ ଥିଲେ ା ତେବେ ଏହି ସୋଲାର ପମ୍ପ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ବିଭୂଦତ୍ତ ଦାସଙ୍କୁ ପଚାରିବାରୁ ସେ କହିଛନ୍ତି, ପାଇପ୍‌ ବିଛାଇବା ପାଇଁ ଟେଣ୍ଡର ନେଇଥିବା ଠିକାଦାର ଅଧାରୁ କାମ ବନ୍ଦ କରିଦେଇଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କୁ ଲିଖିତ ଆକାରରେ ଅବଗତ କରାଯାଇଛି ା ଏଥିପାଇଁ ଆବଶ୍ୟକ ଅନୁଦାନ ପ୍ରଦାନ ପାଇଁ ମଧ୍ୟ ଅନୁରୋଧ କରାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri