ହୀରାକୁଦରୁ ପ୍ରଥମ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୧୨ା୭(ବ୍ୟୁରୋ):ସମ୍ବଲପୁର ହୀରାକୁଦ ଡ୍ୟାମ୍‌ରୁ ରବିବାର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି। ପୂର୍ବାହ୍ନ ୧୧ଟା ସମୟରେ କୋଭିଡ୍‌ କଟକଣା ପାଳନ କରି ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା। ପରେ ୨ଟି ସ୍ଲୁଇସ ଗେଟ୍‌ ଖୋଲାଯାଇଥିଲା। ଏହି ଗେଟ୍‌ ଦେଇ ପ୍ରତି ସେକେଣ୍ଡରେ ଜଳଭଣ୍ଡାରରୁ ୩୦ ହଜାର କ୍ୟୁସେକ ଜଳ ନିଷ୍କାସନ ହେଉଛି। ଏ ନେଇ ଅପର ମହାନଦୀ ବେସିନ ମୁଖ୍ୟଯନ୍ତ୍ରୀ ସୁନୀଳ ନାଏକ କହିଛନ୍ତି, ପୂର୍ବ ନିର୍ଦ୍ଧାରିତ ସମୟରେ ଗେଟ୍‌ ଖୋଲା ଯାଇଥିଲା। ଉପର ମୁଣ୍ଡରେ ବର୍ଷା ଅଭାବ ଯୋଗୁ ଜଳଭଣ୍ଡାରକୁ କମ୍‌ ପରିମାଣର ଜଳ ପ୍ରବେଶ କରୁଛି। ତେଣୁ ପ୍ରଥମେ ୨ ଗେଟ୍‌ ଖୋଲାଯାଇଛି। ଜଳଭଣ୍ଡାରରେ ଜଳସ୍ତର ୬୦୫ ଫୁଟ୍‌ରୁ କମ୍‌ ନ ହେବା ପର୍ଯ୍ୟନ୍ତ ଏହି ୨ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିବ। ୪୮ଘଣ୍ଟା ପରେ ଏହି ଜଳ ମୁଣ୍ଡୁଳିରେ ପହଞ୍ଚତ୍ବ। ଏଥିଯୋଗୁ ତଳ ମୁଣ୍ଡରେ ବନ୍ୟା ହେବାର କୌଣସି ସମ୍ଭାବନା ନାହିଁ। ମହାନଦୀ ଶୁଖିଲା ରହିଥିବାବେଳେ ବର୍ଷା କମ୍‌ ହେଉଛି ବୋଲି ସେ କହିଥିଲେ।
ସନ୍ଧ୍ୟା ୬ଟା ସୁଦ୍ଧା ମିଳିଥିବା ରିପୋର୍ଟ ଅନୁସାରେ ଡ୍ୟାମ୍‌ରେ ଜଳସ୍ତର ୬୦୯.୫୨ ଫୁଟ୍‌ ରହିଥିଲା। ତେବେ ଡ୍ୟାମ୍‌କୁ ୬୦,୮୬୦ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୫୪,୦୫୬ କ୍ୟୁସେକ ଜଳ ନିଷ୍କାସନ କରାଯାଉଛି। ସେହିପରି ବିଦ୍ୟୁତ୍‌ ଉତ୍ପାଦନ ପାଇଁ ୧୯,୮୪୨ କ୍ୟୁସେକ, ଦୁଇଟି ଗେଟ୍‌ ଦେଇ ୨୯,୬୩୬, ବିଭିନ୍ନ କେନାଲରେ ୪୩୦୦ ଓ ଶିଳ୍ପ ପାଇଁ ୨୭୨ କ୍ୟୁସେକ ଜଳ ନିଷ୍କାସନ ହେଉଛି। ରୁଲ୍‌ କର୍ଭ ଅନୁସାରେ ଜଳସ୍ତରକୁ ଦେଖି ଗେଟ୍‌ ସଂଖ୍ୟା ବୃଦ୍ଧି କିମ୍ବା କମ୍‌ କରାଯିବ। ପର୍ଥଲାରେ ୨୧,୭୩୯, ଖଇରମାଲରେ ୪୮,୮୦୦, ବାରମୁଲାରେ ୪୨,୮୦୦, ମୁଣ୍ଡୁଳିରେ ୩୭,୦୦୦ କ୍ୟୁସେକ ଜଳ ପ୍ରବାହିତ ହେଉଛି। ସୂଚନାଯୋଗ୍ୟ ୨୦୧୭ ଜୁଲାଇ ୨୩ରେ ହୀରାକୁଦରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ହୋଇଥିଲା। ସେତେବେଳେ ଜଳସ୍ତର ୬୦୭.୦୬ ଫୁଟ୍‌ ରହିଥିଲା। ସେହିପରି ୨୦୧୮ ଜୁଲାଇ ୨୪ରେ ଜଳସ୍ତର ୬୧୮.୦୦ଫୁଟ୍‌ ରହିଥିବା ବେଳେ ବନ୍ୟାଜଳ ନିଷ୍କାସନ କରାଯାଇଥିଲା। ୨୦୧୯ରେ ବର୍ଷା ଅନୁପାତ କମ୍‌ ଓ ମୌସୁମୀ ବର୍ଷା ବିଳମ୍ବ ହେବାରୁ ନିଷ୍କାସନ ଡେରିରେ ହୋଇଥିଲା। ଜଳସ୍ତର ୬୧୮.୬୯ଫୁଟ୍‌ ରହିଥିବାବେଳେ ଅଗଷ୍ଟ ୧୪ରେ ଜଳ ନିଷ୍କାସନ କରାଯାଇଥିଲା। ୨୦୨୦ ଜୁନ୍‌ ୨୫ରେ ଜଳସ୍ତର ୬୧୦.୫୦ଫୁଟ୍‌ ଥିବାବେଳେ ବନ୍ୟାଜଳ ନିଷ୍କାସନ ହୋଇଥିଲା। ଜଳ ନିଷ୍କାସନ ନେଇ ପୂର୍ବରୁ ସମ୍ବଲପୁର ସମେତ ସୋନପୁର, କଟକ, ବୌଦ୍ଧ, ଖୋର୍ଦ୍ଧା, ଫୁଲବାଣୀ, ଅନୁଗୋଳ, ନୟାଗଡ଼, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ପୁରୀ ଜିଲାପାଳମାନଙ୍କୁ ଅବଗତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?