ବ୍ରାହ୍ମଣୀରେ ପ୍ରଥମ ବନ୍ୟା

ଧର୍ମଶାଳା,୪ା୮(ବଟକୃଷ୍ଣ ପରିଡ଼ା): ଓଡ଼ିଶାର ଦ୍ୱିତୀୟ ବୃହତମ ନଦୀ ବ୍ରହ୍ମଣୀରେ ପ୍ରଥମ ବନ୍ୟାଜଳ ପ୍ରବାହିତ ହୋଇଛି। ଗୁରୁବାର ସନ୍ଧ୍ୟା ୬ଟାସୁଦ୍ଧା ବିପଦ ସଙ୍କେତ ଉପରେ ଜଳ ପ୍ରବାହିତ ହେଉଥିବାବେଳେ ସନ୍ଧ୍ୟା ୭ଟା ସୁଦ୍ଧା ସ୍ଥିର ରହିଛି। ବନ୍ୟାଜଳ କମିବା ସମ୍ଭାବନା ଥିବା ଜାରକା ଜଳ ସମ୍ପଦ ଡିଭିଜନ ପକ୍ଷରୁ ସୂଚନା ଦିଆଯଇଛି।
ଦୁଇଦିନ ଲଗାଣ ବର୍ଷା ସହ ବ୍ରାହ୍ମଣୀ ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଫଳରେ ଏହି ବନ୍ୟା ସୃଷ୍ଟି ହୋଇଛି। ବ୍ରାହ୍ମଣୀର ଉପନଦୀ ସମଲ ବ୍ୟାରେଜର ୭ଟି ଗେଟ ବୁଧବାର ଖୋଲିବା ଫଳରେ ଗୁରୁବାର ସକାଳୁ ବ୍ରାହ୍ମଣୀର ବନ୍ୟାଜଳ ବୃଦ୍ଧି ପାଇ ଜେନାପୁରଠାରେ ଥିବା ବିପଦସଙ୍କେତ ୬୭ ଫୁଟରୁ ୬୭.୨୦ ଫୁଟରେ ପ୍ରବାହିତ ହୋଇଥିଲା। ଫଳରେ ଧର୍ମଶାଳା ବ୍ଲକର ବ୍ରାହ୍ମଣୀ ନଦୀ ଅଞ୍ଚଳ ଗ୍ରାମଗୁଡିକରେ ବନ୍ୟାଜଳ ପ୍ରବେଶ କରିଛି। ଧର୍ମଶାଳା ଅତିରିକ୍ତ କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏହି ବ୍ଲକରେ ୨ ଦିନରେ ୯୮ ମିଲି ମିଟର ବର୍ଷା ହେବା ଫଳରେ ସାହାଣୀଢ଼ିହ, ଜେନାପୁର, ବୃନ୍ଦାଦେଇପୁର, ଗଙ୍ଗାଧରପୁର, ଏଣ୍ଡଳବା, ତାଳଜଙ୍ଗ, କୁମାରୀ ପଞ୍ଚାୟତର ୪୨୦ ହେକ୍ଟର ଧାନଚାଷ ଓ ୩୦ ହେକ୍ଟର ଅଣଚାଷ ଜମି ଜଳମଗ୍ନ ହୋଇଛି। ବର୍ଷା ପାଣି ଦିନେ ଦୁଇ ଦିନ ମଧ୍ୟରେ ନିଷ୍କାସନ ନ ହେଲେ ଫସଲ ପଚିଜିବ। ଜାରକା ଜଳସମ୍ପଦ ବିଭାଗ ଡିଭିଜନ ନିର୍ବାହୀ ଯନ୍ତ୍ରୀ କାମଦେବ ଦାସ କହିଛନ୍ତି, ବ୍ରାହ୍ମଣୀ ନଦୀର ବନ୍ୟାଜଳ ଅପରାହ୍ନ ୪ଟାରୁ ସ୍ଥିର ରହିଛି। ଅଉ ବଢ଼ିବା ସମ୍ଭାବନା ନାହିଁ। ବିପଦ ସଙ୍କେତ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିଲେ ମଧ୍ୟ ଧର୍ମଶାଳା ଓ ରସୁଲପୁର ବ୍ଲକ ପ୍ରତି କୌଣସି ବିପଦ ନାହିଁ। ମାତ୍ର ଏହି ବନ୍ୟାଜଳ ଶୁକ୍ରବାର ବରୀରେ ପହଞ୍ଚତ୍ଲେ କିଛି ସମସ୍ୟା ସୃଷ୍ଟି ହୋଇପାରେ। ବନ୍ୟା ନିୟନ୍ତ୍ରଣ ପାଇଁ ବିଭାଗ ପକ୍ଷରୁ ୬୦ ହଜାର ବାଲି ବସ୍ତା ଗଚ୍ଛିତ ରଖାଯାଇଛି। ଯୋଉଁ ନଦୀବନ୍ଧ ଗୁଡିକରେ ବର୍ଷା ପାଣି ଦ୍ୱାରା ଖାଲ ସୃଷ୍ଟି ହୋଇଛି ସେଗୁଡିକ ମରାମତି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବ୍ରହ୍ମଣୀ ନଦୀର ଉପରମୁଣ୍ଡ ରେଙ୍ଗାଲି ଡ୍ୟାମ ଗେଟ ଖୋଲିବା ସମ୍ଭାବନା ନାହିଁ ବୋଲି ଯନ୍ତ୍ରୀ ଦାସ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଶୋଇଥିବାବେଳେ ଲାଗିଲା ନିଆଁ, ଜଳିଗଲା ସ୍ପେୟାର ପାଟର୍‌ସ ଦୋକାନ ସହ ଦୋକାନୀଙ୍କ ଘର

ନନ୍ଦପୁର/ପାଡୁଆ,୧୧ା୬(ତୁଷାରକାନ୍ତ ମହାନ୍ତି/ଶଙ୍କର ପୂଜାରୀ): କାଳବୈଶାଖୀ ପ୍ରଭାବରେ ଗଛ ଉପୁଡ଼ି କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ବନ୍ଦ ଥିବାବେଳେ ବୁଧବାର ରାତିରେ ପାଡୁଆ ବଜାରରେ…

ଆଜିଠୁ ଫିଫା ବିଶ୍ୱକପ୍‌: ଭାଗନେବେ ୪୮ ଦେଶ

ମେକ୍ସିକୋ ସିଟି (ମେକ୍ସିକୋ), ୧୧ା୬:ବିଶ୍ୱର ସର୍ବାଧିକ ଲୋକପ୍ରିୟ କ୍ରୀଡ଼ା ଭାବେ ବିବେଚନା କରାଯାଉଥିବା ଫିଫା ବିଶ୍ୱକପ୍‌ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ଇତିହାସରେ ପ୍ରଥମଥର ପାଇଁ ଫୁଟ୍‌ବଲ…

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ଘଟଣା: ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ପୁରୁଷବନ୍ଧୁ

କଟକ,୧୦।୬(କାର୍ତ୍ତିକ ସାହୁ): ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ପୋଲିସ ଗିରଫଦାରିରୁ ରକ୍ଷା ପାଇବା ପାଇଁ ତାଙ୍କ…

ମାରପିଟ୍ ସହିନପାରି ଘର ଛାଡ଼ିଥିଲେ ସ୍ତ୍ରୀ, ରାଗରେ ପେଟ୍ରୋଲ ଢାଳି ଶାଶୁ-ଶ୍ୱଶୁରଙ୍କୁ ଜାଳିଦେବାକୁ ଜ୍ୱାଇଁଙ୍କ ଉଦ୍ୟମ

ବାରିପଦା/ମୋରଡା,୧୦/୬(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଜ୍ୱାଇଁ ନିଜ ଶାଶୁ ଓ ଶ୍ୱଶୁରଙ୍କୁ…

ଜଙ୍ଗଲରେ ବଣଭୋଜି ବେଳେ କାଳବୈଶାଖୀର କୋପ: ଗଛ ଡାଳ ପଡ଼ି ଆଖି ବୁଜିଲେ ମହିଳା, ସ୍ତବ୍ଧ ପରିବାର

କୋରାପୁଟ,୧୦।୬ (ଅମିତାଭ ବେହେରା): କୋରାପୁଟରେ ବଣଭୋଜି ବେଳେ ଏକ ଦୁଃଖଦ ଅଘଟଣ ଘଟିଛି। କାଳବୈଶାଖୀ ପ୍ରଭାବରେ ପ୍ରବଳ ପବନ ବହିବା ସମୟରେ ଗଛର ଏକ ବଡ଼ ଡାଳ…

ନନ୍ଦପୁରରେ କାଳବୈଶାଖୀର ତାଣ୍ଡବଲୀଳା: ୩ ଘର ଭାଙ୍ଗିଲା, ୭ ସ୍ଥାନରେ ଗଛ ଉପୁଡ଼ି ଯାତାୟାତ ଠପ୍

ନନ୍ଦପୁର, ୧୦।୬(ତୁଷାର କାନ୍ତ ମହାନ୍ତି): ନନ୍ଦପୁରରେ କାଳବୈଶାଖୀର ତାଣ୍ଡବଲୀଳା ଦେଖିବାକୁ ମିଳିଛି। ବୁଧବାର ଅପରାହ୍ନରେ ପ୍ରାୟ ଘଣ୍ଟାଏ ଧରି ଚାଲିଥିବା ପ୍ରବଳ ବର୍ଷା ଓ ପବନ ଯୋଗୁ…

ତଦନ୍ତ କମିଶନ ଫାଇଲ ଗାଏବ, କ୍ୟାପିଟାଲ ଥାନାରେ FIR ଦେଲେ…

ଭୁବନେଶ୍ବର,୧୦।୬:  ତଦନ୍ତ କମିଶନ ଫାଇଲ ଗାଏବକୁ ନେଇ ବର୍ତ୍ତମାନ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଏନେଇ କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଛି । ଗୃହ ବିଭାଗ…

ଦିଗପହଣ୍ଡି ସହରର ବିକାଶ-ଡ୍ରେନେଜ୍‌ ବ୍ୟବସ୍ଥା: ୫୦ ବର୍ଷର ମାଷ୍ଟର ପ୍ଲାନ୍‌ ପାଇଁ ବ୍ରହ୍ମପୁର MPଙ୍କ ନିର୍ଦ୍ଦେଶ, ଗଠନ ହେଲା…

ଦିଗପହଣ୍ଡି, ୧୦।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଆଗାମୀ ୫୦ ବର୍ଷର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏକ ସୁଚିନ୍ତିତ ମାଷ୍ଟର ପ୍ଲାନ୍ ଓ ସୁଦୃଢ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri