ଆଗୁଆ ଗୋଟି

ଭାରତରେ ସ୍ୱାଧୀନତା ପରଠାରୁ ସୁବିଧାବାଦୀ ରାଜନୀତି ଗଡ଼ିଆସିଛି। କଂଗ୍ରେସ ସର୍ବଦା ଭୋଟ୍‌କୁ ଆଖି ଆଗରେ ରଖି ସଂଖ୍ୟାଲଘୁଙ୍କୁ ସନ୍ତୁଷ୍ଟ କରି ସଂଖ୍ୟାଗରିଷ୍ଠଙ୍କୁ ଦମନ କରିଥିଲା। ଦଳର ଏଭଳି ଆଚରଣ ଦେଖି ଜନସାଧାରଣ ବିରକ୍ତ ହୋଇ ଶାସନ ବଦଳାଇ ଦେଲେ। ଆଶା ଥିଲା ପରବର୍ତ୍ତୀ ନେତୃତ୍ୱ ସମତୁଲତା ବଜାୟ ରଖି ଦେଶକୁ ଦିଗ୍‌ଦର୍ଶନ ଦେବେ। କିନ୍ତୁ ତା’ ପରିବର୍ତ୍ତେ ଭାଜପା ହିନ୍ଦୁ ରାଷ୍ଟ୍ର ଗଠନ ଉଦ୍ଦେଶ୍ୟ ରଖି ସଂଖ୍ୟାଲଘୁଙ୍କ ପ୍ରତି ଅବିଚାର କଲା। ରାମରାଜ୍ୟର କଥା ଉଠାଇଲା। ବାସ୍ତବରେ ଯଦି ରାମରାଜ୍ୟ ଥିଲା, ତା’ହେଲେ ତାହାର ଶାସନ କେବଳ ଉତ୍ତର ଭାରତରେ ସୀମିତ ଥିଲା। ଏପରି କି ଓଡ଼ିଶାରେ ତା’ର ପ୍ରଭାବ ଅନୁଭୂତ ହୋଇଥିବାର ଦେଖାଯାଇ ନାହିଁ। ଯେଉଁମାନେ ରାମାୟଣ ପଢ଼ିଥିବେ ସେମାନେ ଏହି କଥାରେ ଏକମତ ହେବେ।
ଭାରତକୁ ଆଫଗାନ୍‌ ରାଜାମାନେ ଆସି ଶାସନ କରିଛନ୍ତି। କିନ୍ତୁ ଦକ୍ଷିଣ ଭାରତକୁ ଅକ୍ତିଆର କରିନାହାନ୍ତି। ମୋଗଲଙ୍କ ଦ୍ୱାରା କେରଳ କିମ୍ବା ତାମିଲନାଡୁ ଶାସିତ ନ ଥିଲା। ଉଭୟ ଆଫଗାନୀ ଓ ମୋଗଲ ଶାସନ କଳିଙ୍ଗ ଉପରେ ପଡ଼ି ନ ଥିଲା। ଏବର ସ୍ଥିତି ଦେଖିଲେ ବାଂଲାଦେଶ ସହ ଭାରତର ସମ୍ପର୍କ ଦୀର୍ଘବର୍ଷ ଧରି ଭଲ ରହିଆସିଥିଲା। ହେଲେ ନିକଟରେ ସେଠାରେ ହିନ୍ଦୁ ମନ୍ଦିର ଭଙ୍ଗାରୁଜା କରାଯାଇଛି। ଭାରତରେ ଆଭ୍ୟନ୍ତରୀଣ ବିଶୃଙ୍ଖଳା ଯୋଗୁ ସଂଖ୍ୟାଲଘୁଙ୍କ ପ୍ରତି ପ୍ରଦର୍ଶନ କରାଯାଉଥିବା ବ୍ୟବହାରର ଏହା ପ୍ରତିଫଳନ ବୋଲି କୁହାଗଲାଣି। ପଡ଼ୋଶୀ ମୁସଲମାନ ରାଷ୍ଟ୍ର ଆମ ଚାରିପଟେ ଘେରିକି ରହିଛନ୍ତି। ସେଥିପାଇଁ ଭାରତର ଆଭ୍ୟନ୍ତରୀଣ ରାଜନୀତି ଓ ନୀତି ସକାଶେ ଆମର ବହିର୍ବ୍ୟାପାର ସମ୍ପର୍କ ଉପରେ କୁପ୍ରଭାବ ପଡ଼ୁଛି। ଏପଟେ ଆଜିର ସରକାର ଓ ରାଜନେତା କହୁଛନ୍ତି, ଭାରତୀୟ ପାସ୍‌ପୋର୍ଟର ମାନ ବୃଦ୍ଧି ପାଇଛି। କିନ୍ତୁ ଭାରତୀୟ ପାସ୍‌ପୋର୍ଟଧାରୀଙ୍କ ଗୁରୁତ୍ୱ ଅନ୍ୟ ଦେଶରେ ଦୁଇ ପଇସିଆ ହୋଇଯାଇଛି। ଆମେ କୂପମଣ୍ଡୁକ ହେଲେ ହେବ ନାହିଁ। ସବୁବେଳେ ରାଜନେତାଙ୍କୁ ଦୋଷ ଦେଲେ ସମସ୍ୟାର ସମାଧାନ ଆସିବ ନାହିଁ। ତା’ର ମୁଖ୍ୟ କାରଣ ହେଲା ଏକ ଗଣତାନ୍ତ୍ରିକ ଦେଶରେ ରାଜନେତାମାନେ ହେଉଛନ୍ତି ଜନସାଧାରଣଙ୍କ ଆଇନା। ସାଧାରଣ ଲୋକେ ଯେଉଁଥିରେ ଅଧିକ ଆଗ୍ରହ ଦେଖାଇବେ ରାଜନେତା ତାହା ହିଁ କରିବାକୁ ବାଧ୍ୟ। ନଚେତ୍‌ ଭୋଟ୍‌ ମିଳିବ ନାହିଁ। ଭାରତରେ ଆଜିର ସ୍ଥିତି ପାଇଁ ନା କଂଗ୍ରେସ ନା ଭାଜପା ଦାୟୀ। ସେଥିପାଇଁ ଆମେ ଜନସାଧାରଣ ଦାୟୀ।
ଏହି ପରିପ୍ରେକ୍ଷୀରେ ସମାଜବାଦୀ ପାର୍ଟି (ଏସ୍‌ପି) ନେତା ଅଖିଳେଶ ଯାଦବ ନିକଟରେ ଦେଇଥିବା ମନ୍ତବ୍ୟକୁ ଦେଖାଯାଉ। ଅକ୍ଟୋବର ୩୧ରେ ସର୍ଦ୍ଦାର ପଟେଲଙ୍କ ୧୪୬ତମ ଜୟନ୍ତୀ ପାଳନ ଅବସରରେ ଉତ୍ତର ପ୍ରଦେଶର ହାର୍ଦ୍ଦୋଇଠାରେ ଅଖିଳେଶ କହିଥିଲେ ଯେ, ମହାତ୍ମା ଗାନ୍ଧୀ, ସର୍ଦ୍ଦାର ପଟେଲ, ମହମ୍ମଦ ଅଲ୍ଲୀ ଜିନ୍ନା ଏକ ସଙ୍ଗେ ପଢ଼ୁଥିଲେ ଓ ଭାରତର ସ୍ୱାଧୀନତା ପାଇଁ ଲଢ଼ିଥିଲେ। ଅଖିଳେଶଙ୍କ ଏହି ମନ୍ତବ୍ୟ ଏବେ ବିବାଦୀୟ ହୋଇଯାଇଛି। ସେ ଏହି ମତ ଦେଇ ଯେଉଁଠାରେ ପ୍ରଭାବ ପକାଇବା କଥା ପକାଇ ପାର୍‌ ହୋଇଗଲେଣି। ଅନ୍ୟମାନେ ବିଚଳିତ। ଭାଜପା, ବିଏସ୍‌ପି, ଅଲ୍‌ ଇଣ୍ଡିଆ ମଜ୍‌ଲିସ-ଇ-ଇତେହାଦୁଲ ମୁସ୍‌ଲିମିନ୍‌ (ଏଆଇଏମ୍‌ଆଇଏମ୍‌) ଭଳି ରାଜନୈତିକ ଦଳ ଅଖିଳେଶଙ୍କୁ ସମାଲୋଚନା କରିଛନ୍ତି। ବିଶେଷକରି ଏଆଇଏମ୍‌ଆଇଏମ୍‌ ନେତା ଅସାଦୁଦ୍ଦିନ୍‌ ଓଓ୍ବାଇସି ଏସ୍‌ପି ନେତାଙ୍କୁ କହିଛନ୍ତି ଯେ ଯଦି ଅଖିଳେଶ ଏଭଳି କହି କାହାରିକୁ ଖୁସି କରିବାକୁ ଚାହୁଁଛନ୍ତି, ତାହା ଭାବିବା ଭୁଲ। ସେ ଅଧିକ ଇତିହାସ ପଢ଼ନ୍ତୁ।
ଭାଜପା, ବିଏସ୍‌ପି ଏବଂ ଏଆଇଏମ୍‌ଆଇଏମ୍‌ର ବ୍ୟସ୍ତତା କେଉଁଥି ପାଇଁ ହୋଇଛି ବୁଝିବା କଷ୍ଟକର ନୁହେଁ। ଉତ୍ତରପ୍ରଦେଶର ଅନେକ ବିଧାନସଭା ଆସନରେ ମୁସଲମାନଙ୍କ ଭୋଟ୍‌ ନିର୍ଣ୍ଣାୟକ ହୋଇଥାଏ। ଏହି ତିନି ଦଳଙ୍କ ପ୍ରତିକ୍ରିୟାରୁ ବୁଝାପଡ଼ୁଛି ଯେ, ସେହି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଭାଜପାର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ହୋଇପାରେ। ବିଏସ୍‌ପିର ମାୟାବତୀ ଏବଂ ଓଓ୍ବାଇସି ଉଭୟ ଭାଜପାର ବି-ଟିମ୍‌ ଭାବେ କାମ କରୁଥିବା ଭଳି ମନେହେଉଛି। ମାୟାବତୀଙ୍କ ପରିବାର ବିରୋଧରେ ଥିବା ସିବିଆଇ ତଦନ୍ତ ତାଙ୍କ ମତକୁ ପ୍ରଭାବିତ କରୁଥାଇପାରେ। ଅପରପଟେ ଓଓ୍ବାଇସିଙ୍କ ଚରିତ୍ରକୁ ଦେଶବାସୀ ଭଲ ଭାବେ ବୁଝିଗଲେଣି। ବିହାରର ଗତ ବିଧାନସଭା ନିର୍ବାଚନ ସମୟରେ ସେହି ରାଜ୍ୟର ମୁସଲମାନ ଭୋଟ୍‌କୁ ଭାଗ କରିବାରେ ଏଆଇଏମ୍‌ଆଇଏମ୍‌ର ମୁଖ୍ୟ ଭୂମିକା ଥିଲା। ସେଥିଯୋଗୁ ରାଷ୍ଟ୍ରୀୟ ଜନତା ଦଳ ମେଣ୍ଟ ଅଳ୍ପ ବ୍ୟବଧାନରେ ପରାଜୟବରଣ କଲା। ଉତ୍ତରପ୍ରଦେଶରେ ମୁସଲମାନ ଭୋଟ୍‌କୁ ନିଜ ସପକ୍ଷରେ ଆଣିବା ସକାଶେ ଅଖିଳେଶଙ୍କ ଉଦ୍ୟମ ଏହିସବୁ ଦଳଗୁଡ଼ିକୁ, ସ୍ବାଭାବିକ ଭାବେ, ବ୍ୟସ୍ତ କରୁଛି। ଯଦି ଜିନ୍ନାଙ୍କୁ ପ୍ରଶଂସା କଲେ ଭୋଟ୍‌ ଅଧିକ ଆସିବ ତେବେ ସେହି ଖେଳରେ ଅଖିଳେଶ ଆଗୁଆ ଗୋଟି ଚଳାଇ ଦେଲେଣି। ଭାରତବର୍ଷର ପ୍ରମୁଖ ରାଜନେତା ଯଥା ପ୍ରିୟଙ୍କା ଗାନ୍ଧୀ, ମମତା ବାନାର୍ଜୀ ଏବଂ ଆହୁରି ଅନେକ ଜଣାଶୁଣା ମୁହଁ ଭାଜପାର ହିନ୍ଦୁତ୍ୱଠାରୁ ଆଗେଇଯାଇ ଅଧିକ ହିନ୍ଦୁ ବୋଲି ଦେଖାଇବାକୁ ଚେଷ୍ଟା କରିଆସୁଛନ୍ତି। ସେହି ସମୟରେ ଅଖିଳେଶଙ୍କ ଭିନ୍ନ ସ୍ବାଦର ରାଜନୀତି କିଭଳି ପ୍ରଭାବ ପକାଉଛି, ତାହା ୨୦୨୨ ବିଧାନସଭା ନିର୍ବାଚନ ଫଳାଫଳରୁ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri