ଶିମିଳିପାଳରେ ଅଣାୟତ୍ତ ହେଲା ନିଆଁ, ଚିନ୍ତାରେ ପରିବେଶବିତ୍‌

ବାରିପଦା ଅଫିସ,୬।୩: ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ଅଣାୟତ୍ତ ହୋଇଥିବା ବେଳେ ଦିନକୁ ଦିନ ଏହା ବ୍ୟାପିବାରେ ଲାଗିଛି। ନାସା ପକ୍ଷରୁ ପ୍ରଦତ୍ତ ରିପୋର୍ଟ ଅନୁଯାୟୀ, ଶିମିଳିପାଳ କୋର୍‌ ଓ ବୋଫର ଅଞ୍ଚଳରେ ପ୍ରାୟ ୧୧୨ରୁ ଊର୍ଦ୍ଧ୍ୱ ସ୍ଥାନରେ ନିଆଁ ଜଳୁଥିବା ଜଣାପଡ଼ିଛି। ୧୨ରୁ ଊର୍ଦ୍ଧ୍ୱ ଦମକଳ ବାହିନୀ, ୧୨ଶହ କର୍ମଚାରୀ, ସ୍ବେଚ୍ଛାସବୀ ସଙ୍ଗଠନ ଓ ଅଞ୍ଚଳବାସୀଙ୍କ ପକ୍ଷରୁ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି। ତେବେ କେତେକ ସ୍ଥାନରେ ନିଆଁକୁ ଆୟତ୍ତ କରୁଥିବା ବେଳେ ଅନ୍ୟ ସ୍ଥାନରେ ନିଆଁ ଜଳୁଥିବା ଜଣାଯାଇଛି। ୧୨ଦିନ ମଧ୍ୟରେ ଜଳୁଥିବା ନିଆଁ ଯୋଗୁ ହଜାର ହଜାର ହେକ୍ଟର ଜଙ୍ଗଲ ପୋଡ଼ି ପାଉଁଶ ହୋଇଯାଇଛି। ବନ ବିଭାଗ ପକ୍ଷରୁ ଏହାକୁ ଆୟତ୍ତ କରାଯାଉଥିବା କୁହାଯାଉଥିବା ବେଳେ ନାସା ପକ୍ଷରୁ ପ୍ରଦତ୍ତ ଚିତ୍ରକୁ ନେଇ ଅଡୁଆ ପରିସ୍ଥିତି ଉପୁଜିଛି। ଅଣାୟତ୍ତ ନିଆଁକୁ ନେଇ ଏବେ ଚିନ୍ତାରେ ପଡ଼ିଛନ୍ତି ପରିବେଶବିତ୍‌। ତେବେ ବିଭାଗ ପକ୍ଷରୁ ଘଟଣାକୁ ଲୁଚାଇବାକୁ ଉଦ୍ୟମ କରାଯାଉଥିବା ନେଇ ପରିବେଶବିତ୍‌ ତଥା ଅବୈତନିକ ବନ୍ୟପ୍ରାଣୀ ସଂରକ୍ଷକ ଭାନୁମିତ୍ର ଚିନ୍ତା ବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଆ ଶିଳ୍ପୀଙ୍କ ଦକ୍ଷତା ଉପରେ ସନ୍ଦେହ

ସ୍ଥାବର ତୀର୍ଥ ଚନ୍ଦ୍ରଭାଗା ତୀର୍ଥ ନାମରେ ଯେପରି ପ୍ରସିଦ୍ଧ, ଅର୍କତୀର୍ଥ ଭାବରେ ଠିକ୍‌ ସେହିପରି ପ୍ରସିଦ୍ଧ ଥିଲା। ମାଘ ମାସ ଶୁକ୍ଳ ସପ୍ତମୀ ଏହି ତୀର୍ଥ...

ସାଇକେଲରେ ନୟାଗଡରୁ କଳାହାଣ୍ଡି ଫେରୁଛନ୍ତି ୩ ଯୁବକ

ଦାରିଙ୍ଗବାଡ଼ି,୧୪।୫(ଡି.ଏନ୍‌.ଏ.)- ଲକ୍‌ଡାଉନ୍‌ ପରେ କଳାହାଣ୍ଡିର ୩ ଯୁବକ ନୟାଗଡରେ ଫସି ରହିଥିଲେ। ନୟାଗଡ଼ର କୌଣସି ଏକ ୱେଲଡିଂ ଦୋକାନରେ ଶ୍ରମିକ ଭାବେ କାମ କରୁଥିଲେ। ଲକ୍‌ଡାଉନ...

ପାଟକୁରା ବିଧାନସଭା ନିର୍ବାଚନ: ଇଭିଏମ୍‌ରେ ୧୦ ପ୍ରାର୍ଥୀଙ୍କ ଭାଗ୍ୟ

କେନ୍ଦ୍ରାପଡା ଅଫିସ, ୨୧।୭: କେନ୍ଦ୍ରାପଡା ଜିଲାର ପାଟକୁରା ବିଧାନସଭା ଆସନ ପାଇଁ ଶନିବାର ମତଦାନ ଶେଷ ହୋଇଛି । ଏଥିସହିତ ଇଭିଏମ୍‌ରେ ୧୦ ପ୍ରାର୍ଥୀଙ୍କ ଭାଗ୍ୟ...

କାର୍‌ ଭର୍ତ୍ତି ଗଞ୍ଜେଇ ଜବତ, ଜଣେ ଗିରଫ

ବ୍ରହ୍ମପୁର ଅଫିସ,୧୩।୩: ଅବକାରୀ ଗୁଇନ୍ଦା ବିଭାଗ ସୋମବାର ଏକ ଗଞ୍ଜେଇ ଭର୍ତ୍ତି କାର୍‌ ଜବତ କରିଛି। ଯାଞ୍ଚ ବେଳେ କାରରେ ୭୦ କେଜି ଗଞ୍ଜେଇ ରହିଥିବା...

ତଦନ୍ତ ଶିଥିଳ, ଜମାକାରୀ ଚିନ୍ତାରେ

ଖୋର୍ଦ୍ଧା ଅଫିସ,୧୮ା୪: ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ବିରୋଧରେ ଅର୍ଥ ଆତ୍ମସାତ୍‌ ସମେତ ଦୁଇଟି ସାଂଘାତିକ ଅଭିଯୋଗ ସତ୍ତ୍ୱେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ।...

ସର୍ଭିସ ବନ୍ଧୁକରୁ ନିଜକୁ ଗୁଳି କଲେ ଯବାନ

ସଇଁତଲା,୨୬।୨: ବଲାଙ୍ଗୀର ଜିଲା ସଇଁତଲା ବ୍ଳକ ବଡ଼ମାଳ ଗୋଳାବାରୁଦ କାରଖାନାରେ ଜଣେ ସୁରକ୍ଷା କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ସମ୍ପୃକ୍ତ ସୁରକ୍ଷାକର୍ମୀଙ୍କ ସର୍ଭିସ ବନ୍ଧୁକରୁ...

୧୧୫୭ ପ୍ରବାସୀଙ୍କ ମଧ୍ୟରୁ ୫୮ କରୋନା ନେଗେଟିଭ୍‌

କେନ୍ଦ୍ରାପଡ଼ା ଅଫିସ, ୬ା୫: ଗତ ୪ ତାରିଖରୁ ଅଦ୍ୟାବଧି ୧୧୫୭ ପ୍ରବାସୀ ଜିଲାକୁ ଫେରିଛନ୍ତି। ସେମାନଙ୍କଠାରୁ ସଂଗୃହୀତ ସ୍ବାବ୍‌ ଟେଷ୍ଟିଂ ପରେ ୫୮ ଜଣ କରୋନା...

୧ରୁ ପୋର୍ଟ ଟ୍ରକ୍‌ ମାଲିକ ସଂଘର ଆନ୍ଦୋଳନ

ଛତ୍ରପୁର,୨୯ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳରେ ଥିବା ବିଭିନ୍ନ ଶିଳ୍ପାନୁଷ୍ଠାନଗୁଡିକୁ ମାଲ ପରିବହନ ନେଇ ବ୍ୟବସ୍ଥା କରିବାକୁ ଗୋପାଳପୁର ପୋର୍ଟ ଟ୍ରକ ମାଲିକ ସଂଘ ପକ୍ଷରୁ...

Advertisement
Archives

Model This Week