ଚାଷ ଜମିରୁ ବ୍ୟାପିଛି ନିଆଁ

ସମ୍ବଲପୁର,୯ା୩(ବ୍ୟୁରୋ): ସମଗ୍ର ରାଜ୍ୟରେ ଜଙ୍ଗଲ ଅସୁରକ୍ଷିତ। ନିଆଁ ଆଁରେ ପୋଡ଼ି ପାଉଁଶ ହେଉଛି ମୂଲ୍ୟବାନ ବୃକ୍ଷଲତା। ବିପଦରେ ବନ୍ୟପ୍ରାଣୀଙ୍କ ଜୀବନ। ସମ୍ବଲପୁର ବନଖଣ୍ଡ ମଧ୍ୟ ଏଥିରୁ ବାଦ୍‌ ପଡିନାହିଁ। ସୋମବାର ମିଳିଥିବା ରିପୋର୍ଟ ଅନୁସାରେ ବନଖଣ୍ଡର ବିଭିନ୍ନ ସଂରକ୍ଷିତ ଜଙ୍ଗଲର ମୋଟ ୫୭ ସ୍ଥାନରେ ନିଆଁ ଲାଗିଛି। ଏଥିରେ ପ୍ରାୟ ୧୦ ହେକ୍ଟର ଜଙ୍ଗଲ ପ୍ରଭାବିିତ ହୋଇଥିବା ଡିଏଫ୍‌ଓ ଡ. ସଞ୍ଜୀତ କୁମାର କହିଛନ୍ତି। ସେ ଆହୁରି କହିଛନ୍ତି, ଜଙ୍ଗଲରେ ମାର୍ଚ୍ଚ ୧୫ରୁ ଏପ୍ରିଲ ଶେଷ ସୁଦ୍ଧା ନିଅଁା ଲାଗିଥାଏ। ଚଳିତବର୍ଷ ଅଧିକ ସ୍ଥାନ ଚିହ୍ନଟ କରାଯାଇଛି। ଏଥିପାଇଁ ମୁଖ୍ୟତଃ ସଂରକ୍ଷିତ ଜଙ୍ଗଲ ପାଖରେ ଥିବା ରୟତି ଜମିରେ ନିଆଁ ଲଗାଇବା କାରଣ ହୋଇଥାଏ। ଏହି ନିଆଁ ଜଙ୍ଗଲକୁ ବ୍ୟାପିଥାଏ। ପ୍ରାୟ ୬୦ ପ୍ରତିଶତ ଅଗ୍ନିକାଣ୍ଡ ମନୁଷ୍ୟକୃତ। ନିଜ ଜମିରେ ମହୁଲଫୁଲ ଗୋଟାଇବା, କେନ୍ଦୁପତ୍ର ତୋଳିବା, ଚାଷଜମିକୁ ପ୍ରସ୍ତୁତ କରିବା ପାଇଁ ନିଆଁ ଲଗାଇ ଦେଇଥାନ୍ତି, ଯାହାକି ଭୟଙ୍କର ରୂପ ନେଇଥାଏ। ଏବେ ସଂରକ୍ଷିତ ଜଙ୍ଗଲ ନିକଟରେ ଯେଉଁମାନଙ୍କ ଜମି ରହିଛି ସେମାନଙ୍କ ତାଲିକା ପ୍ରସ୍ତୁତ କରାଯାଉଛିି। ଜମିକୁ ବନ ବିଭାଗ ପକ୍ଷରୁ ପରିଦର୍ଶନ କରାଯିବ। ଯାହା ଜମିରୁ ଜଙ୍ଗଲକୁ ନିଆଁ ବ୍ୟାପିଥିବ ସମ୍ପୃକ୍ତ ଜମି ମାଲିକଙ୍କ ବିରୋଧରେ ମାମଲା ରୁଜୁ କରାଯିବ। ଅନ୍ୟପଟେ ପୂର୍ବରୁ ବନ ସୁରକ୍ଷା ସମିତି ଗଠନ କରାଯାଇ ନିଆଁ ଲିଭାଇବା ପାଇଁ ଦାୟିତ୍ୱ ଦିଆଯାଇଛି। ଏପରି କି ନିଆଁଲିଭା ଉପକରଣ ପ୍ରଦାନ କରାଯାଇଛି। ଏହା ସତ୍ତ୍ୱେ ଲୋକେ ସଚେତନ ହେଉନାହାନ୍ତି। ଏଥିରେ ପ୍ରାକୃତିକ ସମ୍ପତ୍ତି ନଷ୍ଟ ହେଉଛି। ନିଆଁ ଲଗାଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେଲେ ବନ ବିଭାଗ ପକ୍ଷରୁ ୫ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଛି। ବିଭାଗ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି। ନିଆଁ ଆୟତ୍ତ କରିବାକୁ ସମ୍ବଲପୁର ବନଖଣ୍ଡର ସଦର, ଧମା, ରେଙ୍ଗାଲି, ଟାଉନ, ପଡିଆବାହଲ ଆଦି ୫ ରେଞ୍ଜରେ ୭୫ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅବପାତରେ ପରିଣତ ହେଲା ଲଘୁଚାପ: ଆହୁରି ୪ଦିନ ଭୀଷଣ ବର୍ଷା, ୧୩ ଜିଲାକୁ ଓ୍ବାର୍ନିଂ

ଭୁୁବନେଶ୍ୱର, ୧୩ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗୁରୁବାର ସକାଳ ୮ଟା ୩୦ରେ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ…

ଦୁର୍ଘଟଣା ଘଟାଉଛି ଜମିହିଡ଼ ଭଳି ହମ୍ପସ୍‌, ବାଇକରୁ ଖସିପଡ଼ି ମହିଳା…

ଦିଗପହଣ୍ଡି, ୧୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମେଡିକାଲ ଛକ ସାହାଣୀ ସାହି ନିକଟରେ ନିର୍ମିତ ଏକ ଅବୈଜ୍ଞାନିକ ହମ୍ପସ୍‌ରେ ବାଇକରୁ ଖସିପଡ଼ି ଜଣେ ମହିଳା…

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ପ୍ରବଳ ବର୍ଷା କାରଣରୁ ଯୁକ୍ତ ୩ ଇଂରାଜୀ ପରୀକ୍ଷା ସ୍ଥଗିତ: ପରୀକ୍ଷା ହଲରୁ ଫେରିଲେ ଛାତ୍ରୀଛାତ୍ର

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ଛାତ୍ରଛାତ୍ରୀମାନେ ପୂର୍ବରୁ ମହାବିଦ୍ୟାଳୟରେ ପହଞ୍ଚି ସାରିଥିଲେ ଏବଂ ପରୀକ୍ଷା ଦେବା ପାଇଁ ଶ୍ରେଣୀ କୋଠରୀ ଭିତରେ ନିଜ ନିଜ ସିଟ୍‌ରେ ବସି ମଧ୍ୟ ସାରିଥିଲେ।…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

କୈଠଖଣ୍ଡି ଗାଁ ଛକରେ ଜୁଆ ଖେଳ ଚାଲିଥିବା ବେଳେ ପୋଲିସ ଚଢାଉ: ୫ ଜୁଆଡ଼ି ଗିରଫ, ଟଙ୍କା-ବାଇକ…

ଦିଗପହଣ୍ଡି, ୧୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ଗାଁ ଛକରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଦିଗପହଣ୍ଡି ପୋଲିସ ଟିମ୍ ଅତର୍କିତ…

ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…

ଟଙ୍କା ନେଲେ ହେଲେ ଘର ଆଉ ଜମି ରେଜିଷ୍ଟ୍ରି କଲେନି, ଗଣ୍ଡଗୋଳ ପରେ ହତ୍ୟା ଉଦ୍ୟମ: ଅଭିଯୁକ୍ତ ବୃଦ୍ଧ ଗଲେ ଜେଲ୍

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମର ୬୧ ବର୍ଷୀୟ ବୃଦ୍ଧ ବି. କାଳିଆଙ୍କୁ ଏକ ହତ୍ୟା ଉଦ୍ୟମ ମାମଲାରେ ଦିଗପହଣ୍ଡି ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri