ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା: ୨ ପରିବାର ସର୍ବସ୍ବାନ୍ତ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ

ମହାକାଳପଡ଼ା,୨୮ା୬(ଡି.ଏନ୍‌‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଜମ୍ବୁ ପଞ୍ଚାୟତ ବ୍ରିଟିଶ୍‌ କୋଠା ନିକଟରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଦୁଇ ପରିବାରର ସମସ୍ତ ଆସବାବପତ୍ର ସହ ଧାନ, ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜଳିଯାଇଛି। ତେବେ ରାତିରେ ପରିବାର ଲୋକ ଶୋଇଥିବା ବେଳେ କୌଣସି କାରଣ ବଶତଃ ଏହି ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଝୁଲ ଉପରୁ ଖସିବା ପରେ ପରିବାର ଲୋକ ଉଠି ଡାକ ଛାଡ଼ିଥିଲେ। ପଡ଼ୋଶୀ ପହଞ୍ଚିବା ବେଳକୁ ସବୁ ପୋଡ଼ି ଛାରଖାର ହୋଇଯାଇଥିଲା। ଏହି ଅଗ୍ନିକାଣ୍ଡରେ ଗ୍ୟାସ ଟାଙ୍କି ବିସ୍ଫୋରଣ ହୋଇଥିଲେ ମଧ୍ୟ କେହି ମୃତାହତ ହୋଇ ନ ଥିବା କୁହାଯାଇଛି। ଅଗ୍ନି ବିପନ୍ନ ପରିବାର ହେଲେ ଗୌର ଭୂୟାଁ ଓ ନିତାଇ ଭୂୟାଁ। ଖବର ପାଇ ଜମ୍ବୁ ସରପଞ୍ଚ ପଞ୍ଚମୀ ମଣ୍ଡଳ ବିପନ୍ନ ପରିବାରକୁ ଭେଟି ଶୁଖିଲା ଖାଦ୍ୟ ସହ ଲୁଗାପଟା ବଣ୍ଟନ କରିଛନ୍ତି। ପେଟଛେଲା ସର୍କଲ ରାଜସ୍ବ ନିରୀକ୍ଷକ ଅଲେଖ ଚନ୍ଦ୍ର ତରାଇ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ରିପୋର୍ଟ ପରେ ସରକାରୀ ନିୟମ ଅନୁସାରେ ସହାୟତା କରାଯିବ ବୋଲି କହିଛନ୍ତି। ବର୍ତ୍ତମାନ ବିପନ୍ନ ପରିବାର ଖୋଲା ଆକାଶ ତଳେ ବସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ବ ସମୀକ୍ଷା ବୈଠକ: ୨୩ରୁ ଚୋରା ବାଲି ଚାଲାଣ ରୋକିବାକୁ ଭିଡିଓଗ୍ରାଫି

ଛତ୍ରପୁର,୨୨ା୯(ଡି.ଏନ.ଏ.)- ଗଞ୍ଜାମ ଜିଲା ରାଜସ୍ବ ସମୀକ୍ଷା ବୈଠକ ଶନିବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା...

ଭାଲୁ ଆକ୍ରମଣରେ ଜଣେ ଗୁରୁତର

କେନ୍ଦୁଝର, ୨୭ା୧୦(ସ୍ବ.ପ୍ର.)-କେନ୍ଦୁଝର ସଦର ରେଞ୍ଜ ଓ ଘଟଗାଁ ବ୍ଲକ ଅନ୍ତର୍ଗତ ନିମିଘରା ଗ୍ରାମରେ ରବିବାର ସକାଳେ ଶୌଚ ହେବାକୁ ପାଖ ଜଙ୍ଗଲକୁ ଯାଇଥିବା ବେଳେ ଭାଲୁ...

ଅଟୋ ଓଲଟି ୭ ଆହତ, ଜଣେ ଗୁରୁତର

ବୁଗୁଡ଼ା,୧୬ା୧୨(ଡି.ଏନ.ଏ.)-ବୁଗୁଡ଼ା ସହର ଚଢ଼ିଆପଲ୍ଲୀ ମୁଖ୍ୟରାସ୍ତାରେ ସୋମବାର ଏକ ଅଟୋ ଓଲଟି ପଡ଼ିବାରୁ ୭ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନେ ହେଲେ ବଗୁଡ଼ା ଥାନା ତାକରଡ଼ା...

ମାର୍ଚ୍ଚ ସୁଦ୍ଧା ପ୍ରକଳ୍ପ ସାରିବାକୁ ନିର୍ଦ୍ଦେଶ

ଯାଜପୁର ଟାଉନ,୨୭ା୨(ଡିଏନଏ): ଯାଜପୁରର ଭାରପ୍ରାପ୍ତ ଜିଲାପାଳ ତଥା ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ବୁଧବାର ଦଶରଥପୁର ବ୍ଲକର ଅକରପଡା ଓ ବିରଜାପୁର ପଞ୍ଚାୟତ ଗସ୍ତ କରି...

ରାଜପଥ ପାର୍ଶ୍ୱ ହୋଟେଲରେ ଚଢାଉ

ଜଳେଶ୍ୱର, ୨୪ା୧୧(ଡି.ଏନ.ଏ.)-ଜଳେଶ୍ୱର ନିକଟ ଦେଇ ଯାଇଥିବା ୬୦ନଂ. ଜାତୀୟ ରାଜପଥର ପାର୍ଶ୍ୱରେ ଥିବା ବିଭିନ୍ନ ହୋଟେଲରେ ଦେହ ବ୍ୟବସାୟ ଚାଲିଥିବା ଖବରପାଇ ରବିବାର ସକାଳେ ପୋଲିସ...

ଗଞ୍ଜାମରେ ସୁସ୍ଥ ହେଲେଣି ୩୫୪

ଛତ୍ରପୁର,୫ା୬(ଡି.ଏନ୍‌.ଏ.)- କରୋନା ଲକ୍ଷଣ ଦେଖାଗଲେ ନ ଲୁଚାଇ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅ। ଏପରି କଲେ ପ୍ରାଣଘାତୀ ଭୂତାଣୁକୁ ହରାଇ ହେବ। ଗୁରୁବାର ଗଞ୍ଜାମ ଜିଲାପାଳ...

ଝିଅର ଚିକିତ୍ସା ପାଇଁ ଅସହାୟ ମା’ ବାପା

ଖଇରା, ୧୩।୮(ଉତ୍କଳବନ୍ଧୁ ପଣ୍ଡା)-ଆଖିରେ ଆଖିଏ ସ୍ବପ୍ନ ା ଅନ୍ୟ ସାଙ୍ଗମାନଙ୍କ ଭଳି ବହି ବସ୍ତାନି ଧରି ସ୍କୁଲ ଯିବାକୁ ଇଚ୍ଛା ା ହେଲେ ଆଖି ୨ଟି...

ଶ୍ରମିକଙ୍କୁ ପ୍ରାପ୍ୟ ପ୍ରଦାନରେ ଠକେଇ ଅଭିଯୋଗ, ଥାନାରେ ଏତଲା

ବଅଁରପାଳ,୩ା୬(ଡି.ଏନ୍‌.ଏ.) : ଅନୁଗୋଳ ଜିଲା ନାଲ୍‌କୋ ଥାନା ଅନ୍ତର୍ଗତ କାଣ୍ଡସର ଗ୍ରାମ ହରିଜନସାହିର ୫୦ରୁ ଊର୍ଦ୍ଧ୍ୱ ଶ୍ରମିକଙ୍କୁ ପ୍ରାପ୍ୟ ପ୍ରଦାନରେ ଠକେଇ ହୋଇଥିବା ନେଇ ବୁଧବାର...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *