ତଦନ୍ତ କମିଶନର ପରିଣାମ

ଅନେକ ସମୟରେ ତଦନ୍ତ କମିଶନ ନିଯୁକ୍ତ କରାଯାଇଥାଏ ଅଧିକୃତ ସଂସ୍ଥା ଦ୍ୱାରା। ଏହି ଯାଞ୍ଚ ଆୟୋଗ ବିଶେଷ ଉଦ୍ଦେଶ୍ୟ ନେଇ ଗଠିତ ହୋଇଥାଏ। ଯାନବାହନରେ ଦୁର୍ଘଟଣା, ଦୁର୍ନୀତି, ମାନବ ଅଧିକାର ଉଲ୍ଲଂଘନ, ଅର୍ଥନୈତିକ ଅପରାଧ, ଆଇନ ଶୃଙ୍ଖଳା ରକ୍ଷକଙ୍କ ମାତ୍ରାଧିକ ବଳ ପ୍ରୟୋଗ, ବିଭ୍ରାନ୍ତିକର ଗୁଜବ ଇତ୍ୟାଦି ସମସ୍ୟା ଯୋଗୁ ଯେତେବେଳେ ଜନସାଧାରଣ ବିକ୍ଷୁବ୍ଧ, ଆନ୍ଦୋଳନରତ ହୋଇଥାନ୍ତି, ସେମିତି ଅସ୍ବାଭାବିକ ପରିସ୍ଥିତିରେ ଯାଞ୍ଚ ଆୟୋଗ ଆବଶ୍ୟକ ହୋଇଥାଏ।
ଆୟୋଗ ପାରଦର୍ଶିତା ସହ ନିରପେକ୍ଷ ଭାବେ ପ୍ରସଙ୍ଗର ସତ୍ୟାସତ୍ୟ ନିରୂପଣ କରିବା ଆବଶ୍ୟକ। ତାହାହେଲେ ଏହାର ଅନୁସନ୍ଧାନରୁ ପ୍ରାପ୍ତ ସିଦ୍ଧାନ୍ତ ବିଶ୍ୱାସଯୋଗ୍ୟ ହେବ। ଏହା ଦୋଷୀକୁ ଚିହ୍ନଟ କରିବା ସହ ପୀଡ଼ିତ ପାଇଁ ନ୍ୟାୟ ପ୍ରଦାନ ସକାଶେ ମତ ଦେଇଥାଏ। ଭବିଷ୍ୟତରେ ଏହି ପ୍ରକାର ଅଘଟଣ ଯେମିତି ନ ଘଟିବ, ସେଥି ସକାଶେ ସୁପାରିସ କରିଥାଏ। ଆବଶ୍ୟକ ସ୍ଥଳେ ଆଇନରେ ପରିବର୍ତ୍ତନ, ନୀତିଗତ ସଂଶୋଧନ ଏବଂ ଅନ୍ୟ ପନ୍ଥାମାନ ଉଲ୍ଲେଖ କରିବା ଏହାର ପରିସରଭୁକ୍ତ।
ଆୟୋଗ ଏକ ବା ଏକାଧିକ ସଦସ୍ୟ ବିଶିଷ୍ଟ ହୋଇଥାଏ। ସଦସ୍ୟମାନଙ୍କ ଯୋଗ୍ୟତା ବିଷୟରେ ଧରାବନ୍ଧା ନିୟମ ନ ଥିଲେ ସୁଦ୍ଧା ଦେଖାଯାଏ ଯେ, ନିଯୁକ୍ତିଦାତା ଉପଯୁକ୍ତ ବ୍ୟକ୍ତିଙ୍କୁ ଏଥିପାଇଁ ମନୋନୀତ କରିଥାଏ। ଅଧିକାଂଶ ସ୍ଥଳରେ ସେବାନିବୃତ୍ତ ବା ସେବାରତ ବିଚାରପତି ପ୍ରଶାସନିକ ଅଧିକାରୀ, ସାମାଜିକ କର୍ମୀ ‘ଉପଯୁକ୍ତ’ ବୋଲି ବିବେଚନା କରାଯାଇଥାଏ । ତେବେ ଏମିତି କେତେକ ସମସ୍ୟା ପାଇଁ ଆୟୋଗ ଗଠନ କରାଯାଏ, ଯାହା ବିଶେଷଜ୍ଞଙ୍କ ସହାୟତା ଆବଶ୍ୟକ କରେ। ଏହି ପରିପ୍ରେକ୍ଷୀରେ ବିଜ୍ଞାନ ପ୍ରଯୁକ୍ତିବିଦ୍ୟା, ପ୍ରଶାସନ, ଆଇନ, ଅର୍ଥ ଇତ୍ୟାଦି ବିଭାଗରେ କୁଶଳୀ ଏବଂ ଅଭିଜ୍ଞ ବ୍ୟକ୍ତିଙ୍କୁ ସଦସ୍ୟତା ପ୍ରଦାନ କରିବା ଯଥାର୍ଥ ମନେହୁଏ।
ଲକ୍ଷ୍ୟ କରାଯାଇଛି ଯେ, ଅନେକ କ୍ଷେତ୍ରରେ ଯେଉଁ ମହତ ଉଦ୍ଦେଶ୍ୟ ସକାଶେ କମିଶନ ବସାଯାଇଥାଏ ତାହା ନିଯୁକ୍ତିଦାତାଙ୍କ ସ୍ବାର୍ଥରକ୍ଷା ପାଇଁ ଉଦ୍ଦିଷ୍ଟ ହୋଇଥିବାରୁ ଫଳାଫଳ ବିଷମ ହୋଇଥାଏ। ଏହି ପରିପ୍ରେକ୍ଷୀରେ ଗୋଟିଏ ଦୃଷ୍ଟାନ୍ତ ହେଉଛି ଗୋଧ୍ରା ରେଳ ଅଗ୍ନିକାଣ୍ଡ। ୨୭ ଫେବୃୟାରୀ ୨୦୦୨ରେ ସାବରମତି ଏକ୍ସପ୍ରେସ ଟ୍ରେନର ଗୋଟିଏ ଡବାରେ ୫୯ ଜଣ ହିନ୍ଦୁ ତୀର୍ଥଯାତ୍ରୀ (କରସେବକ) ଅଯୋଧ୍ୟାର ରାମ ଜନ୍ମଭୂମି ଆନ୍ଦୋଳନରେ ଭାଗ ନେଇ ଗୁଜରାଟର ନିଜ ବାସସ୍ଥାନକୁ ଫେରୁଥିଲା ବେଳେ ଡବାରେ ଅଗ୍ନିକାଣ୍ଡ ଘଟି ସେମାନେ ଜୀବନ୍ତ ଦଗ୍ଧ ହେଲେ, ଅନ୍ୟ କେତେକେ ଆହତ ହେଲେ। ତେବେ ପ୍ରଶ୍ନ ଉଠିଲା ଏହି ଆକସ୍ମିକ ଅଘଟଣ ପଛରେ କାରଣ କ’ଣ? ଜନସାଧାରଣଙ୍କ ମନରେ ବାଦାନୁବାଦ ଦେଖାଦେଲା। ଦଳେ କହିଥିଲେ ଯେ, ଏହା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର। କିନ୍ତୁ ଏହାକୁ ପ୍ରତ୍ୟାଖ୍ୟାନ କରି ଅନ୍ୟ କେତେଜଣ ମତ ଦେଲେ ଯେ, ଏହା ଏକ ଦୁର୍ଘଟଣା ଏବଂ ଏହା ପଛରେ କୌଣସି ଅଭିସନ୍ଧି ନଥିଲା। ପ୍ରସଙ୍ଗଟି ଗୁରୁତର ଆକାର ଧାରଣ କଲା, ଯେତେବେଳେ ଏହା ସାମ୍ପ୍ରଦାୟିକ ରୂପ ନେଲା।
ଏତାଦୃଶ ସଂକଟବେଳେ ସତ୍ୟାନୁସନ୍ଧାନ ପାଇଁ ମାର୍ଚ୍ଚ ୨୦୦୨ରେ ପ୍ରଥମେ ଗୁଜରାଟ ଉଚ୍ଚନ୍ୟାୟଳୟର ପୂର୍ବତନ ବିଚାରପତି କେ.ଜି. ସାହା କମିଶନର ଦାୟିତ୍ୱ ବହନ କଲେ। କିନ୍ତୁ ଏହାର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଯିବାରୁ ସୁପ୍ରିମକୋର୍ଟର ସେବାନିବୃତ୍ତ ବିଚାରପତି ଜି.ଟି. ନାନାବତୀ ଏହାର ଚେୟାରମ୍ୟାନ ହେଲେ। ଜଷ୍ଟିସ ନାନାବତୀଙ୍କ ମୃତ୍ୟୁ ପରେ ତାଙ୍କ ସ୍ଥାନ ଜଷ୍ଟିସ ଅକ୍ଷୟ ମେହେଟ୍ଟା ପୂରଣ କଲେ। ୨୦୦୮ରେ ନାନାବତୀ ମେହେଟ୍ଟା କମିଶନଙ୍କ ରିପୋର୍ଟ ପ୍ରକାଶ ପାଇଲା। ଏଥିରେ ଏହି ଅଗ୍ନିକାଣ୍ଡକୁ ଏକ ସୁନିୟୋଜିତ ଷଡ଼ଯନ୍ତ୍ର ବୋଲି ବିବେଚନା କରାଗଲା। କିନ୍ତୁ ଏହି ଅଘଟଣର ତଦନ୍ତ ଅନ୍ୟ ଏକ ଦିଗରୁ କରାଯାଇଥିଲା। ୨୦୦୪ରେ କେନ୍ଦ୍ରରେ ଏନ୍‌ଡିଏ ସରକାର ବଦଳି ୟୁପିଏ ସରକାର ଅଧିଷ୍ଠିତ ହେଲା। ରେଳ ବିଭାଗ ଦ୍ୱାରା ଏହାର ସ୍ବତନ୍ତ୍ର ଭାବେ ତଦନ୍ତ ପାଇଁ ଜଷ୍ଟିସ ୟୁସି ବାନାର୍ଜୀଙ୍କୁ ନିଯୁକ୍ତ କରାଗଲା। ଏହି କମିଶନର ଅନ୍ତରୀଣ ରିପୋର୍ଟ ଅନୁସାରେ ଅଗ୍ନିକାଣ୍ଡ କୋଚ ଭିତରୁ ସୂତ୍ରପାତ ହୋଇଥିଲା, ବାହାରୁ ନୁହେଁ। ଏହା ଏକ ଦୁର୍ଘଟଣା। ଏହି ପ୍ରକାରେ ଦୁଇଟି କମିଶନ ସମ୍ପୂର୍ଣ୍ଣ ଓଲଟା ମତ ଦେଲେ। ଫଳରେ ଲୋକଙ୍କ ମନରେ ସମ୍ପନ୍ନ ଜାତ ହେଲା ଯେ, କମିଶନର ନିଷ୍କର୍ଷ ମାନ ପ୍ରଶ୍ନବାଚୀ।
ଏହି ପରିପ୍ରେକ୍ଷୀରେ ଅନ୍ୟ ଏକ ତଦନ୍ତ ରିପୋର୍ଟ ବିଷୟରେ ଅବତାରଣା କରାଯାଇପାରେ। ୨୮ ଜାନୁୟାରୀ ୧୯୮୬ରେ ଆମେରିକାର ଫ୍ଲୋରିଡ଼ା ସ୍ଥିତ କେପ୍‌ କେନାଭେରାଲ ସମୁଦ୍ର ତଟରୁ ସ୍ପେସ୍‌ ସଟଲ ଚାଲେଞ୍ଚର ଉତ୍‌କ୍ଷେପଣ କରାଯାଇଥିଲା। କିନ୍ତୁ ମାତ୍ର ୭୩ ସେକେଣ୍ଡ ପରେ ୪୬,୦୦୦ ଫୁଟ ଉପରୁ ଯାନରେ ବିସ୍ଫୋରଣ ଘଟି ସମୁଦ୍ର ବକ୍ଷକୁ ଖସିପଡ଼ିଲା। ସମସ୍ତ ସାତଜଣ ମହାକାଶଯାତ୍ରୀଙ୍କର ଦୁଃଖଦ ମୃତ୍ୟୁ ଘଟିଲା। ତନ୍ମଧ୍ୟରେ ଥିଲେ ବୋଷ୍ଟନରେ ୧୯୪୮ରେ ଜନ୍ମିତ ଶିକ୍ଷୟିତ୍ରୀ ସେବେନ କ୍ରିଷ୍ଣା, ମଇକ ଆଲିଫ। ତାଙ୍କର ଭୂମିକା ଥିଲା ଅନ୍ତରୀକ୍ଷରୁ ଶ୍ରେଣୀକକ୍ଷ। ପ୍ରୋଗ୍ରାମ ଅନୁସାରେ ପାଠ ପଢ଼ାଇବା। ଏହାଦ୍ୱାରା ମହାକାଶ ବିଜ୍ଞାନ ସମ୍ବନ୍ଧରେ ଜନସାଧାରଣ ବିଶେଷ ଭାବେ ଛାତ୍ର ସମାଜରେ ଆଗ୍ରହ ସୃଷ୍ଟି କରିବା। ଅବଶ୍ୟ ଏତଦବ୍ୟତୀତ ପ୍ରମୁଖ କାର୍ଯ୍ୟକ୍ରମ ଥିଲା ଧୂମକେତୁ ଅଧ୍ୟୟନ ଏବଂ କୃତ୍ରିକ ଉପଗ୍ରହ ସ୍ଥାପନ। ଯୁକ୍ତରାଷ୍ଟ୍ର ମହକାଶ ଅଭିଯାନରେ ଏତାଦୃଶ ଦୁର୍ଘଟଣା ହେଉଛି ପ୍ରଥମ। କହିବାବାହୁଲ୍ୟ ଯେ ୧୯୭୮ ହିସାବନୁଯାୟୀ ଏହାର ନିର୍ମାଣ ପାଇଁ ୧.୭ ବିଲିୟନ( ଏକ ବିଲିୟନ ହେଉଛି ୧୦,୦୦୦ ଲକ୍ଷ) ଆମେରିକୀୟ ଡଲାର ବିନିଯୋଗ ହୋଇଥିଲା। ଏହାର ଗୁରୁତ୍ୱ ଦୃଷ୍ଟିରୁ ନାସା ତରଫରୁ ତଦନ୍ତ କମିଶନ ବସାଗଲା। ଏହା ଚରାଜେରସ କମିଶନ ଭାବେ ନାମିତ ହେଲା। ନୋବେଲ ବିଜେତା ରିଚାର୍ଡ ଫାଇନ୍‌ମ୍ୟାନ (୧୯୧୮ ରୁ ୧୯୮୮) ଏହାର ସଦସ୍ୟ ଥିଲେ। ନାସାର ଉଚ୍ଚ ମର୍ଯ୍ୟାଦା ରକ୍ଷା କରିବାକୁ ରିପୋର୍ଟ ପ୍ରସ୍ତୁତ କରିବାକୁ ପ୍ରଚେଷ୍ଟା କଲେ। କିନ୍ତୁ ଫାଇନ୍‌ମ୍ୟାନ ମିଳିତଭାବେ ସତ୍ୟ ପ୍ରକାଶ କରିବାକୁ ଚାହିଁଲେ। ତାଙ୍କ କଟୁ ମନ୍ତବ୍ୟ ରିପୋର୍ଟରେ ଅନ୍ତର୍ଭୁକ୍ତ କରିବାକୁ ଅନ୍ୟମାନଙ୍କୁ ସେ ବାଧ୍ୟ କଲେ। କିନ୍ତୁ ତାହା ଗ୍ରହଣ ନ କରିବାରୁ ସେ ସାମ୍ବାଦିକ ସମ୍ମିଳନୀରେ ନାସାର ତ୍ରୁଟିକୁ ପ୍ରକାଶ କଲେ। ସେ ଜଣାଇଲେ ଯେ ଦୀର୍ଘଦିନ ଧରି ଇଞ୍ଜିନିୟରମାନେ ସେହି ଯାନରେ ବ୍ୟବହୃତ ରବର ଓ ରିଙ୍ଗ ଏବର ମୁଢ଼ିପରି ଗୋଲାକାର। ସେ ବିପରୀତରେ ମତ ଦେଉଥିଲେ କାରଣ ତାହା ଅନ୍ତରୀକ୍ଷରେ ନିମ୍ନ ତାପମାତ୍ରା ଯୋଗୁ କଠିନ ହୋଇ ଫାଟିଯାଇପାରେ କିମ୍ବା ରନ୍ଧ୍ର ଜାତ ହୋଇପାରେ। ଫଳରେ ଉତ୍ତପ୍ତ ଦହନଶୀଳ ଗ୍ୟାସ ଛିଦ୍ରବାଟେ କ୍ଷରଣ ହୋଇ ଗ୍ୟାସ ଟାଙ୍କିକୁ ଜଳାଇବ। ଏଣୁ ବିସ୍ଫୋରଣ ଘଟିବ।
ୱୟାରିଙ୍ଗ ଖୁବ୍‌ ଶସ୍ତା। ପାଇପ ମିସ୍ତ୍ରି ଦୁଇଟି ପାଇପକୁ ଦ୍ରୁତ ଭାବେ ସଂଯୋଗ କରିବାକୁ ଏହା ବ୍ୟବହାର କରିଥାନ୍ତି। କିନ୍ତୁ ନାସା-କୃର୍ତ୍ତୃପକ୍ଷ ଏହାର ଭୂମିକା ପ୍ରତି ହେୟଜ୍ଞାନ କରି ଗୁରୁତ୍ୱ ଦେଇ ନ ଥିଲେ। ଫଳରେ ଲକ୍ଷ ଲକ୍ଷ ଟଙ୍କା ବରବାଦ ହୋଇଗଲା। ଅବଶ୍ୟ ଫାଇନମେନଙ୍କ ମତକୁ ପରେ ଗ୍ରହଣ କରାଗଲା। ପ୍ରକାଶଥାଉକି ସେତେବେଳେ ସେ କର୍କଟ ରୋଗରେ ପୀଡ଼ିତ ଥିଲେ। ମରଣ ଥିଲା ଅଳ୍ପ ଦୂରରେ। ବିଭିନ୍ନ ଯାଞ୍ଚ ଆୟୋଗର ସଦସ୍ୟମାନେ ଫାଇନମ୍ୟାନଙ୍କ ପରି ନିରପେକ୍ଷ, ନିର୍ଭୀକ, ସାଧୁ ହୁଅନ୍ତେ କି! ଦୁଃଖର ବିଷୟ ଯେ, ଉଦ୍ଦେଶ୍ୟପ୍ରଣୋଦିତ ନିଯୁକ୍ତିଦାତା ଯେଉଁ ଯାଞ୍ଚ ଆୟୋଗ ଗଠନ କରିଥାନ୍ତି, ତାଙ୍କୁ ସୁହାଇବା ପରି ରିପୋର୍ଟ ପ୍ରସ୍ତୁତ କରାଯାଏ; ତାହା ସାଧାରଣରେ ଅଗ୍ରହଣୀୟ ହୋଇଥାଏ। ପରିଣାମବଶତଃ ଖୋଦ ଯାଞ୍ଚ ଆୟୋଗ ବର୍ତ୍ତମାନ ବଦନାମ ତାଲିକାଭୁକ୍ତ ହୋଇଗଲାଣି।
ମୋ:୯୦୭୮୭୪୩୮୪୩

ଡ. ନିଖିଳାନନ୍ଦ ପାଣିଗ୍ରାହୀ

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବ ତୋଟା ପାଚେରୀରେ ଲାଗିଥିଲା କରେଣ୍ଟ ତାର, ସଂସ୍ପର୍ଶରେ ଆସି ମାଈ ହାତୀର ମୃତ୍ୟୁ

​ସମ୍ବଲପୁର,୩।୬(ପ୍ରମୋଦ ବହିଦାର): ସମ୍ବଲପୁର ସଦର ରେଞ୍ଜ ଅନ୍ତର୍ଗତ ମାନେଶ୍ବରର ଝାଙ୍କରପାଲି ସେକ୍ସନ ଅଧୀନସ୍ଥ ବଦୁଆପାଲି ଗ୍ରାମରେ ବିଦ୍ଯୁତଘାତରେ ଏକ ମାଈ ହାତୀର ମୃତ୍ଯୁ ହୋଇଥିବା ଖବର ମିଳିଛି।…

ନାବାଳିକାଙ୍କୁ ନିଶା ଦେଇ ଚଳନ୍ତା କାରରେ ଗଣବଳାତ୍କାର, ପରେ କଲେ ଏଭଳି କାଣ୍ଡ

ଆସାମ ବିଶ୍ୱନାଥ ଜିଲାର ଚାଲିଆ ଚାପୋରିରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ୧୫ବର୍ଷୀୟା ନାବାଳିକାଙ୍କୁ ପାଞ୍ଚ ଜଣ ପୁରୁଷ…

ଧାନକଟା ମେଶିନରେ ଚାଲିଥିଲା କଫ୍ ସିରପ୍ ଚାଲାଣ, ଅତାବିରାରୁ ୨ ଗିରଫ

ଅତାବିରା,୩।୬(ଯୁଧିଷ୍ଠିର ମହାପାତ୍ର)-ବରଗଡ଼ ଜିଲା ଅଞ୍ଚଳରେ ଦିନକୁ ଦିନ କଫ୍ ସିରପ୍‌ କାରବାର ବଢ଼ିବାରେ ଲାଗିଛି । ମଙ୍ଗଳବାର ଅତାବିରା ଥାନା ପୋଲିସ ଏହି କାରବାରରେ ୨ ଅଭିଯୁକ୍ତଙ୍କୁ…

୬୧ବର୍ଷ ବୟସରେ ବର ସାଜିବେ ଆମିର, ଜୁଲାଇ ୫ରେ ତୃତୀୟ ବିବାହ…

ମୁମ୍ବାଇ: ପୁଣି ଥରେ ବିବାହ କରିବେ ବଲିଉଡର ‘ମିଷ୍ଟର ପରଫେକ୍ସନିଷ୍ଟ’। ୬୧ ବର୍ଷ ବୟସରେ ଆମିର ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସେ…

ଲାଞ୍ଜିଗଡ ଅଞ୍ଚଳରେ ଦାଦନ ଶ୍ରମିକର ମୃତ୍ୟୁ, ୩ଦିନ ପରେ ଗାଁକୁ ଫେରିଲା ଶବ

ଲାଞ୍ଜିଗଡ,୩।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ ଦିନକୁ ଦିନ ଦାଦନ ସମସ୍ୟା ବଢ଼ିବାରେ ଲାଗିଥିବା ବେଳେ ଅନେକ ସମୟରେ ରାଜ୍ୟ ବାହାରେ ଦାଦନଙ୍କ…

ଟଙ୍କା ବିବାଦରୁ ବୃଦ୍ଧଙ୍କୁ ଆକ୍ରମଣ; ବୁର୍ଲାରେ ମୃତ୍ୟୁ, ନ୍ୟାୟ ଦାବିରେ ଥାନା ଆଗରେ ଶବ ରଖି ବିକ୍ଷୋଭ

ଥୁଆମୂଳ ରାମପୁର,୩।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ବିରିକୋଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ମାତ୍ର ୫୦୦ ଟଙ୍କାର କରଜ…

ଜୁନ୍‌ ୯ରେ କ’ଣ କରିବେ ବିରାଟ କୋହଲି? ସାମ୍ନାକୁ ଆସିଲା ବଡ଼ ଖବର 

ନୂଆଦିଲ୍ଲୀ,୩।୬: ଆଇପିଏଲ ୨୦୨୬ର ରୋମାଞ୍ଚକର ସମାପ୍ତି ପରେ ଏବେ ପୁଣି ଥରେ ମଇଦାନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ହେଉଛି ଭାରତୀୟ କ୍ରିକେଟ ଦଳ । ଆସନ୍ତା ଜୁନ…

ଏହିଦିନ ଖୋଲିବ ହର୍ମୁଜ୍, ଇରାନ ସହିତ ପରମାଣୁ ଚୁକ୍ତି ସମ୍ପର୍କରେ ବଡ଼ ଗୁମର ଖୋଲିଲେ ଟ୍ରମ୍ପ

ଓ୍ବାଶିଂଟନ,୩।୬: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଚୁକ୍ତି ଏବଂ ହର୍ମୁଜ୍ ପ୍ରଣାଳୀ ଖୋଲିବା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ଟ୍ରମ୍ପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri