Posted inଫୁରସତ

ପଞ୍ଚମ ପାସ୍‌ ଯୁବକ ତିଆରି କଲେ ଏୟାରକ୍ରାଫ୍ଟ

ରାଜସ୍ଥାନ, ଚୁରୁ ଜିଲାସ୍ଥ ଦସ୍‌ସୁସର୍‌ ଗାଁର ବଜରଙ୍ଗ ନାମକ ଜଣେ ବ୍ୟକ୍ତି ଥରେ ଏୟାରପୋର୍ଟ ଯାଇଥାନ୍ତି ବୁଲିବାକୁ। କାରଣ ତାଙ୍କୁ ଏରୋପ୍ଲେନ୍‌ ଟେକ୍‌ଅଫ୍‌ କରିବା ଦୃଶ୍ୟ ଦେଖିବାକୁ ଭାରି ଭଲ ଲାଗେ। ହେଲେ ସେଦିନ ସିକ୍ୟୁରିଟିଗାର୍ଡ ତାଙ୍କୁ ଟେକ୍‌ଅଫ୍‌ ଦୃଶ୍ୟ ଦେଖିବାକୁ ଦେଇ ନ ଥିଲା, ଯାହା ତାଙ୍କୁ ବହୁତ ବାଧିଥିଲା। ଆଉ ତାଙ୍କ ଆତ୍ମସମ୍ମାନ ଉପରେ ଆଞ୍ଚ ଆସିଥିଲା। ସେଥିପାଇଁ ସେ ନିଷ୍ପତ୍ତି ନେଲେ ନିଜେ ଏକ ଏରୋପ୍ଲେନ ତିଆରି କରିବେ। ହେଲେ ବଜରଙ୍ଗ ମାତ୍ର ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢିଥିଲେ। ଆଉ ଗାଁରେ ଏକ ମୋବାଇଲ, କମ୍ପ୍ୟୁଟର ରିପାୟରିଂର ଏକ ଛୋଟିଆ ଦୋକାନ କରିଥିଲେ। ତାଙ୍କ ପାଖରେ ନା ଥିଲା ସମ୍ବଳ ନା ସେ ଜାଣିଥିଲେ ଏରୋପ୍ଲେନ୍‌ ତିଆରି କରିବାର କୌଶଳ। ହେଲେ ତାଙ୍କ ପାଖରେ ଥିଲା ଏରୋପ୍ଲେନ୍‌ ତିଆରି କରିବାର ଝୁଙ୍କ୍‌। ଆଉ ଏଇ ଝୁଙ୍କ ଲାଗି ସେ ଦିନରାତି ଅନେକ ପରୀକ୍ଷା ନିରୀକ୍ଷା କରିଥିଲେ। ଦୋକାନରୁ ଅର୍ଜିତ ଅଧିକାଂଶ ଅର୍ଥ ଖଟାଇ ଓ କିଛି ଧାରକରଜ କରି ଦୀର୍ଘ ୮ ବର୍ଷ ପରିଶ୍ରମ ପରେ ସେ ଏକ ଦୁଇ ସିଟ୍‌ ବିଶିଷ୍ଟ ଏୟାରକ୍ରାଫ୍ଟ ତିଆରି କରିବାରେ ସଫଳ ହେଲେ। ଏହି ଏୟାରକ୍ରାଫ୍ଟ ତିଆରି କରିବାରେ ସେ ୧୫ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିଛନ୍ତି। ବଜରଙ୍ଗ ଦାବି କରନ୍ତି ଯେ, ତାଙ୍କ ପ୍ଲେନ ଘଣ୍ଟାକୁ ୧୮୦ କି.ମି ବେଗରେ ଉଡିପାରେ। ଏହି ଏରୋପ୍ଲେନ୍‌ରେ ସେ ଓ୍ବାଗନର୍‌ କାର୍‌ର ଇଞ୍ଜିନ ବ୍ୟବହାର କରିଛନ୍ତି। ତାଙ୍କ ଫୁଏଲ ଟ୍ୟାଙ୍କ ୪୫ ଲିଟରର ଅଟେ, ଯେଉଁଥିରେ ୧୫୦ କି.ମି. ଉଡାଣ ଭରିହେବ। ଏହାର ଓ୍ବିଙ୍ଗ ଆଲୁମିନିୟମ୍‌ରେ, ଭିତରର କଭର ଆମେରିକାନ ତିରପାଲରେ ଓ ଫ୍ରଣ୍ଟ କାଚ ପ୍ଲାଷ୍ଟିକ୍‌ରେ ତିଆରି କରାଯାଇଛି। ଏହା ପେଟ୍ରୋଲରେ ଚାଲିଥାଏ। ତେବେ ବଜରଙ୍ଗଙ୍କର ଏଭଳି କାର୍ଯ୍ୟ ଦେଖି ତାଙ୍କର ଶିକ୍ଷକମାନେ ଚକିତ ହୋଇ କୁହନ୍ତି,‘ବଜରଙ୍ଗ ବିଶେଷ ଭଲ ପଢୁ ନ ଥିଲେ। ଆଉ ମାତ୍ର ୫ମ ପର୍ଯ୍ୟନ୍ତ ପଢିଛନ୍ତି। ତେବେ ସେ କେମିତି ଏକ ଏୟାରକ୍ରାଫ୍ଟ ତିଆରି କରିପାରିଲେ।’ ତେବେ ଏୟାରକ୍ରାଫ୍ଟ ସିନା ତିଆରି ହୋଇଯାଇଛି ହେଲେ ଏବେ ପ୍ରଶ୍ନ ଉଠୁଛି ଏହାକୁ ଟେଷ୍ଟ କରିବା ପାଇଁ ତାଙ୍କୁ ଅନୁମତି ମିଳିବ ନା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

କାର୍‌ ନା ବାଇକ୍‌, କେଉଁ ଗାଡିର ଅଧିକ ଚାଲାଣ କାଟେ ଟ୍ରାଫିକ୍‌ ପୋଲିସ?

ନୂଆଦିଲ୍ଲୀ,୨୫।୧୨: ଦିଲ୍ଲୀର ଟ୍ରାଫିକ ପୋଲିସ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପ୍ରତି କ୍ରମଶଃ କଠୋର ହେବାରେ ଲାଗିଛି। ଏହା ସତ୍ତ୍ୱେ, ବହୁ ସଂଖ୍ୟକ ଡ୍ରାଇଭର PUCCକୁ ହାଲୁକା...

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ସ୍ବାମୀଙ୍କ ୫୦୦ରୁ ଅଧିକ ମହିଳାଙ୍କ ସହ ଥିଲା ସମ୍ପର୍କ: ସ୍ତ୍ରୀ ଜାଣିବା ପରେ ଘଟିଲା…

ନୂଆଦିଲ୍ଲୀ,୨୩।୧୨: ବିଶ୍ୱରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ବିବାହ ସାଥୀଙ୍କୁ ପ୍ରତାରଣା ଯୋଗୁ ଭାଙ୍ଗିଯାଏ। ବିବାହିତ ହେବା ସତ୍ତ୍ୱେ, ସେମାନଙ୍କର ଅନ୍ୟ ପୁରୁଷ କିମ୍ବା...

ଏମିତି ଗାଁ, ଯେଉଁଠି ୧୨ ବର୍ଷ ପରେ ଝିଅ ହୋଇଯାନ୍ତି ପୁଅ, ବୈଜ୍ଞାନିକ ବି ଖୋଜି ପାଉନାହାନ୍ତି କାରଣ

ଝିଅ କିମ୍ବା ପୁଅ ଭାବରେ ଜନ୍ମ ହେବା ପ୍ରକୃତିର ଏକ ଉପହାର। ଜନ୍ମ ପୂର୍ବରୁ ମା’ ପେଟରେ ଲିଙ୍ଗ ନିର୍ଣ୍ଣୟ ହୋଇସାରିଥାଏ। ତଥାପି ମଣିଷ ଏତେ...

ଏମିତି ସହର, ଯେଉଁଠି ସବୁକିଛି ଧଳା, କୋଠାରୁ ଆରମ୍ଭ କରି…

ସମସ୍ତେ ରଙ୍ଗକୁ ଭଲ ପାଆନ୍ତି। ରଙ୍ଗୀନ ଘର, ରଙ୍ଗଜୀନ କୋଠା ସମସ୍ତଙ୍କୁ ଆକର୍ଷିତ କରେ। ଆପଣ ଜାଣନ୍ତି କି, ବିଶ୍ୱରେ ଏପରି ଏକ ସହର ଅଛି...

ଆଜି ଜାତୀୟ ଗଣିତ ଦିବସ: ଅଧିକ ଗବେଷଣା ପ୍ରତି ଆଗ୍ରହ ଆବଶ୍ୟକ

ଗଣିତର ବିକାଶ ବିନା କୌଣସି ସଭ୍ୟତାର ବିକାଶ ସମ୍ଭବ ନୁହେଁ। ଆଜକୁ ୪୦୦୦ ବର୍ଷ ପୂର୍ବେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଗଢ଼ିଉଠିଥିବା ସିନ୍ଧୁ ସଭ୍ୟତାର ଭଗ୍ନାବଶେଷରୁ ସେମାନଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri